ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ଚାନ୍ଦପୁର ବଜାରରେ ଥିବା ପଟ୍ଟନାୟକ Bar & Restuarantକୁ ସିଲ କଲା ଅବକାରୀ ବିଭାଗର Flying squard Team. ସୂଚନା ଅନୁଯାୟୀ ଏହି ଠିପି ଖୋଲା ବିଦେଶୀ ମଦ ଦୋକାନଟି ଚମ୍ପାଗଡ ପଞ୍ଚାୟତ ଅନ୍ତର୍ଗତ ବେଣ୍ଟ ଗ୍ରାମର ଶାନ୍ତିଲତା ପଟ୍ଟନାୟକଙ୍କ ନାମରେ ଥିବାବେଳେ ସେହି ଦୋକାନକୁ ଚମ୍ପାଗଡ ଗ୍ରାମପଞ୍ଚାୟତର ସରପଞ୍ଚ ତଥା ବିଜେଡି ନେତା ପୀୟୂଷ ରଞ୍ଜନ ପରିଡ଼ା ଚଲାଉଥିଲେ । ଏହି ମଦଦୋକାନରେ ସରକାରଙ୍କ ନିୟମ ଅନୁଯାୟୀ ୧୮୦ମିଲିଗ୍ରାମର ମଦ ବିକ୍ରି ପାଇଁ ଅନୁମତି ନଥିଲେ ମଧ୍ୟ ସବିନା ଜଣେ ବିଜେଡ଼ିର ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବା କାରଣରୁ ସେ ୧୮୦ml ର ମଦ ବିକ୍ରି କରି ଆସୁଥିଲେ ।ଆଜି ଅପରାହ୍ନ ୩ଟା ସମୟରେ ଅବକାରୀ ବିଭାଗର Cuttack Flying squard Team ଅତର୍କିତ ଭାବେ ଚଢ଼ାଉ କରିବା ସମୟରେ ଉକ୍ତ ମଦ ଦୋକାନରୁ ବିପୁଳ ପରିମାଣର ମଦ ଜବତ କରାଯାଇଅଛି। ଅବକାରୀ ବିଭାଗ ଏହି ଜବତ ମଦକୁ ସିଜ୍ କରି ପଟ୍ଟନାୟକ bar & Resturantକୁ ସିଲ୍ କରିଛନ୍ତି । ପୁର୍ବରୁ ସେହି ମଦ ଦୋକାନରେ ନକଲି ମଦ ବିକ୍ରି କରାଯାଉ ଥିବାରୁ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିଆସୁଥିଲେ। ସେହି ଅଭିଯୋଗକୁ ଭିତ୍ତି କରି ଅବକାରୀ ବିଭାଗ ସଦଳବଳେ ଚଢ଼ାଉ କରି ଆଜି ପାଖାପାଖି ୯୦ପେଟି ମଦ ଜବତ କରିଛି। ଉକ୍ତ ଜବତ ମଦରେ କିଛି ନକଲି ମଦ ଥାଇପାରେ ବୋଲି ଅବକାରୀ ବିଭାଗ ଅନୁମାନ କରୁଛି ଅବକାରୀ ବିଭାଗ। ବିଭାଗୀୟ ଅଧିକାରୀଙ୍କ କହିବା ଅନୁଯାୟୀ ସେହି ମଦର ନମୁନାକୁ ପରୀକ୍ଷଗାରକୁ ପଠାଇ ଦିଆଯିବ ଏବଂ ତାହାର ରିପୋର୍ଟ ଆସିଲେ ଉକ୍ତ ମଦ ଦୋକାନୀଙ୍କ ବିରୋଧର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Related posts
-
ବରିଷ୍ଠ କଂଗ୍ରେସ ନେତା,ଦୃଢ ସଙ୍ଗଠକଙ୍କ ପରଲୋକ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ନିର୍ବାଚନ ମଣ୍ଡଳୀର ଚାନ୍ଦପୁର ଜୋନ୍ (୨୪ନଂ)ର ମୟୁରଝାଲିଆ ପଞ୍ଚାୟତର ତୃଣମୂଳ ସ୍ତରର ଜଣେ ଜଣାଶୁଣା ବିଶିଷ୍ଟ ପ୍ରଭାବଶାଳୀ... -
ବସ ଓ ବାଇକ ଧକ୍କା, ୨ ମୃତ
ରଣପୁର,(ନୟାଗଡ଼ ଦର୍ପଣ): ବସ ଓ ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ସଂଗ୍ରହରୁ ଜଣାପଡିଛି... -
ବିଦ୍ୟାଳୟରେ ଶିଶୁ ଦିବସ ପାଳନ ସହ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ରଣପୁର,(ନୟାଗଡ଼ ଦର୍ପଣ): ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ନଭେମ୍ବର ୧୪ ତାରିଖ, ୧୮୮୯ ମସିହାରେ ରେ ଜନ୍ମ ଗ୍ରହଣ...