ଭାପୁର,(17/08):- ଅନାସ୍ଥା ପ୍ରସ୍ତାବରେ ପଦ ହରାଇଲେ ଭାପୁର ବ୍ଲକ ଅଧ୍ୟକ୍ଷା। ଭାପୁର ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ବେହେରାଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ନିର୍ଦ୍ଦେଶରେ ଖଣ୍ଡପଡ଼ା ତହସିଲଦାର ପାର୍ଥ ସାରଥି ହାସଁଦା ଆଜି ମତ ସଂଗ୍ରହ କରିଥିଲେ । ସମୁଦାୟ ୪୦ଜଣ ପଞ୍ଚାୟତ ପ୍ରତିନିଧିଙ୍କ ମଧ୍ୟରୁ ଅନାସ୍ଥା ସପକ୍ଷରେ ୩୨ ଜଣ ମତ ଦେଇଥିବା ବେଳେ ବିପକ୍ଷରେ ୭ଜଣ ମତ ଦେଇଥିଲେ ଏବଂ ଜଣେ ସଭ୍ୟ ଆସିନଥିଲେ । ଫଳରେ ଅଧ୍ୟକ୍ଷାଙ୍କୁ ଅନାସ୍ଥାରେ ବିତାଡ଼ିତ କରିବା ପାଇଁ ଦୁଇ ତୃତୀୟାଂଶ ମତ ସଂଗ୍ରହ ହୋଇଥିବାରୁ ତାଙ୍କୁ ପଦ ହରାଇବାକୁ ପଡ଼ିଛି । ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ବେହେରା ଉପାଧ୍ୟକ୍ଷଙ୍କ ନାମରେ ଫତେଗଡ଼ ଥାନାରେ ଲିଖିତ ଏତଲା ଦେବା ପରେ ବିବାଦ ଆରମ୍ଭ ହୋଇଥିଲା। ଭାପୁର ବ୍ଲକରେ ଲାଗି ରହିଥିବା ରାଜନୈତିକ ବିବାଦର…
Read MoreCategory: ଭାପୁର ବ୍ଲକ
ବଳରାମପ୍ରସାଦରେ ବରିଷ୍ଠ ନାଗରିକ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ
ଖଣ୍ଡପଡ଼ା,(୧୫/୦୮):- ଖଣ୍ଡପଡ଼ା ବ୍ଲକ୍ ସିଧାମୂଳା ପଞ୍ଚାୟତ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମରେ ୭୫ତମ ସ୍ଵାଧୀନତା ଦିବସ ଅବସରରେ ଗ୍ରାମର ଯୁବ ସଂଗଠନ “ବଳରାମପ୍ରସାଦ ବିକାଶ ପରିଷଦ” ଆନୁକୁଲ୍ୟରେ ୮୦ଜଣ ବୃଦ୍ଧବୃଦ୍ଧାଙ୍କୁ ନୂଆ ବସ୍ତ୍ର ପ୍ରଦାନ ଏବଂ ସ୍ଥାନୀୟ ଅଞ୍ଚଳର ଶିକ୍ଷା, ସାହିତ୍ୟ, ସମାଜସେବା, ସ୍ଵାସ୍ଥ୍ୟସେବା, ସାମ୍ବାଦିକତା ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୨୫ଜଣ ବରିଷ୍ଠ ତଥା ବିଶିଷ୍ଟ ବ୍ୟକ୍ତିଙ୍କୁ ମାନପତ୍ର ସହ ଉପଢୈାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ବିକାଶ ପରିଷଦର ସଭାପତି ପଣ୍ଡିତ ବନମାଳୀ ମିଶ୍ରଙ୍କ ପୈାରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ନାଟ୍ୟକାର ତଥା ଶ୍ରମିକନେତା ବିଶ୍ଵନାଥ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ବଳରାମପ୍ରସାଦର ସଂସ୍କୃତି, ପରମ୍ପରା, ଐତିହ୍ୟର ଭୂୟସୀ ପ୍ରଶଂସା କରିବାସହ, ଗ୍ରାମର ସ୍ଵାଧୀନତା ସଂଗ୍ରାମୀ ସ୍ଵର୍ଗତ ପନ୍ଦାରୀ ପଶ୍ଚିମରାୟଙ୍କ ସ୍ମୃତିଚାରଣ କରିଥିଲେ। ବରିଷ୍ଠ ଜିଲ୍ଲାପରିଷଦ ସଭ୍ୟ ରାମେଶ୍ବର ଶତପଥୀ ମୁଖ୍ୟବକ୍ତା…
Read Moreନୟାଗଡ ଏସ୍ପି ଅଫିସ ଆଗରେ ଧାରଣା ଦେଲେ ଭାପୁର ଅଧ୍ୟକ୍ଷ ଶାନ୍ତିଲତା ବେହେରା
ନୟାଗଡ଼,(୦୩/୦୮): ଭାପୁର ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ବେହେରା ଏବଂ ଉପାଧ୍ୟକ୍ଷଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ଅଧିକ ହେବାକୁ ଲାଗିଛି । ଉପାଧ୍ୟକ୍ଷ ୩୨ ଜଣ ପଞ୍ଚାୟତ ଜନ ପ୍ରତିନିଧିଙ୍କ ସହଯୋଗରେ ଅନସ୍ଥା ଭୋଟରେ ଅଧ୍ୟକ୍ଷାଙ୍କୁ ବିଦା କରିବା ନେଇ ସଜବାଜ ହେଉଥିବା ବେଳେ ଆଜି ଅଧ୍ୟକ୍ଷା ସମ୍ପୃକ୍ତ ଉପାଧ୍ୟକ୍ଷଙ୍କ ଗିରଫ ଏବଂ ପୁଲିସ ନିଷ୍କ୍ରିୟତା ବିରୁଦ୍ଧରେ ନୟାଗଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଫତେଗଡ଼ ପୁଲିସ ପ୍ରିୟାପ୍ରୀତି ମନୋଭାବ ଦେଖାଇ କୋହଳ ଦଫା ଲଗାଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ଅଧ୍ୟକ୍ଷା ଶାନ୍ତିଲତା ବେହେରା। ରାଜ୍ୟ ଆମ୍ବେଦକର ବିଚାର ମଞ୍ଚ ସଭାପତି ଦେବରାଜ ନାୟକ ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ଭରତ କୁମାର ବେହେରାଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଛି । ଏହି ଧାରଣା ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରଖାଯିବ ବୋଲି…
Read Moreନେହେରୁ ଯୁବ କେନ୍ଦ୍ର ନୟାଗଡ଼ ତରଫରୁ ସ୍ୱଚ୍ଛତା ପାଖୋଡା କାର୍ଯ୍ୟକ୍ରମ ଅନୁଷ୍ଠିତ
ଭାପୁର,(୦୧/୦୮):- ନେହେରୁ ଯୁବ କେନ୍ଦ୍ର, ନୟାଗଡ଼ ତରଫରୁ ଆଜି ସ୍ୱଚ୍ଛତା ପାଖୋଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ଯାଉଥିବା ଏହି ବିଭାଗ ତରଫରୁ ସାରା ଦେଶର ବିଭିନ୍ନ ଯୁବା କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଦୁଇ ସପ୍ତାହ ଧରି ଚାଲିବ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଯୁଗାନ୍ତକାରୀ ସ୍ୱଚ୍ଛ ଭାରତ ଯୋଜନାକୁ ସଫଳ କରିବା ପାଇଁ ବିଭିନ୍ନ ଯୁବ କେନ୍ଦ୍ର ସାହାଯ୍ୟରେ ଏହି କାର୍ଯ୍ୟକ୍ରମ ଜାରି ରହିଛି। ଆଜି ପ୍ରଥମ ଦିନର କାର୍ଯ୍ୟକ୍ରମରେ ଭାପୁର ବ୍ଲକର ଆଦର୍ଶବାଦୀ ୟଙ୍ଗ ଷ୍ଟାର କ୍ଲବର ସଦସ୍ୟ ମାନଙ୍କ ଦ୍ୱାରା ଆୟୋଜିତ ହୋଇଥିଲ। ଏହି କାର୍ଯ୍ୟକ୍ରମରେ ଏକ ସାଧାରଣ ସଭା ମାଧ୍ୟମରେ ଉପସ୍ଥିତ ଅତିଥି ଓ ଗ୍ରାମର ଆଶା ଦିଦି, ଅଙ୍ଗନୱାଡ଼ି କର୍ମୀ ସଫେଇର ମହତ୍ତ୍ୱ ବିଷୟରେ ବୁଝାଇଥିଲେ। ପରେ ପରେ ଗ୍ରାମର ବିଭିନ୍ନ…
Read Moreନୟାଗଡ଼ ଜିଲ୍ଲାର ସର୍ବ ବୃହତ୍ତ ପୁସ୍ତକ “ନୟାଗଡ଼ ଇତିହାସ” ରାଜ୍ୟପାଳଙ୍କ ହାତରେ ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ):- “ନୟାଗଡ଼ ଇତିହାସ” ରାଜ୍ୟପାଳଙ୍କ କରକମଳରେ ଉନ୍ମୋଚିତ। ମହାମହିମ ରାଜ୍ୟପାଳ ଡ଼. ଗଣେଶୀ ଲାଲଙ୍କ କରକମଳରେ ପ୍ରଫେସର ଡ଼ଃ. ପ୍ରେମାନନ୍ଦ ମହାପାତ୍ରଙ୍କ ଲିଖିତ “ନୟାଗଡ଼ ଇତିହାସ” ଉନ୍ମୋଚିତ ହୋଇଯାଇଛି। ରାଜଭବନ ପରିସରରେ ଏକ ସ୍ୱତନ୍ତ୍ର ପରିବେଶରେ ରାଜ୍ୟପାଳ ଏହି ଐତିହାସିକ ତଥ୍ୟ ସମ୍ବଳିତ ନୟାଗଡ଼ ଇତିହାସ ପୁସ୍ତକର ସଫଳତା କାମନା କରିବା ସହିତ ନୟାଗଡ଼ ଜିଲ୍ଲା ସମେତ ରାଜ୍ୟର ବୁଦ୍ଧିଜୀବୀ ତଥା ପାଠକ ମହଲରେ ଏହି ପୁସ୍ତକଟି ବେଶ ଆଦୃତି ଲାଭ କରିବ ବୋଲି ଆଶାପୋଷଣ କରିଛନ୍ତି। ପ୍ରଫେସର ମହାପାତ୍ର ହେଉଛନ୍ତି ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗ୍ରାମର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିନାଥ ମହାପାତ୍ର ଏବଂ ସ୍ୱର୍ଗତ ସୁଶିଲା ମହାପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର ତଥା ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟର ବିଭାଗୀୟ ମୁଖ୍ୟ ଅଟନ୍ତି। ଉଲ୍ଲେଖଯୋଗ୍ୟ ପ୍ରଫେସର…
Read Moreଭାପୁର ବ୍ଲକର ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟଙ୍କ ପାଖେ ପହଁଚିଲା ସେବା ଉତ୍ସବ
ଭାପୁର,(ନୟାଗଡ଼ ଦର୍ପଣ):- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୦ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ-୨୦୨୧ ଆଜି ଭାପୁର ବ୍ଲକର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ର ହେଲପିଂ ହାଣ୍ଡସ ଫାଉଣ୍ଡେସନ ଓ ସେବା ଉତ୍ସବ ସମିତି ମିଳିତ ଆନୁକୂଲ୍ୟରେ ଆଜି ଭାପୁର ବ୍ଲକରେ ଏହି ସେବା ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ ଭାପୁର ବ୍ଲକର ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର, ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ର, ସମାଜସେବୀ ଦାମୋଦର ସାହୁ, ହେଲପିଂ ହାଣ୍ଡ ଫାଉଣ୍ଡେସନର ବିଭୂତି ଭୂଷଣ ମହାନ୍ତି, ମୃତ୍ୟୁଞ୍ଜୟ ନନ୍ଦ, ଚିନ୍ମୟ କୁମାର ମହାପାତ୍ର, ରଘୁନାଥ ପ୍ରଧାନ, ସମାଜସେବୀ ପ୍ରଭାତ କୁମାର ବରାଡ଼, ବିଭୂତି ଭୂଷଣ ସାହୁ, ସମ୍ବିତ…
Read Moreଭାପୁରରେ ରାଜନୈତିକ ଝଡ଼
ଭାପୁର,(ନୟାଗଡ଼ ଦର୍ପଣ):- ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତି ଚାଲିଥିବା ବେଳେ ନୟାଗଡ଼ ଜିଲା ଭାପୁର ବ୍ଲକରେ ରାଜନୈତିକ ପାଣିପାଗ ବଦଳିବା ଆରମ୍ଭ ହୋଇଛି। ଅଧ୍ୟକ୍ଷା ଶାନ୍ତିଲତା ବେହେରାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଉପଜିଲ୍ଲାପାଳଙ୍କ ନିକଟରେ ମଙ୍ଗଳବାର ଆବେଦନ କରାଯାଇଛି। ବ୍ଲକର ୧୮ଜଣ ସମିତିସଭ୍ୟ ଓ ସରପଞ୍ଚଙ୍କ ସ୍ବାକ୍ଷର ଥିବା ଏହି ଆବେଦନ ପତ୍ରକୁ ୫ଜଣ ପଞ୍ଚାୟତ ପ୍ରତିନିଧ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି । ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ମଧ୍ୟରେ ସୃଷ୍ଟି ବିବାଦ ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଜାଲ ଦସ୍ତଖତ ଓ ନକଲି ଲେଟର ପ୍ୟାଡ଼କୁ ବ୍ୟବହାର କରି ୨ ବର୍ଷ ହେଲା ଉପାଧ୍ୟକ୍ଷ ଗୟାଧର ପରିଡ଼ା ସରକାରୀ କାର୍ଯ୍ୟରେ ଅନିୟମିତତା, ସରକାରୀ ଟଙ୍କା ଆତ୍ମସାତ୍ ଅଭିଯୋଗ ଥାନାରେ ହୋଇଛି । ଏପରି ଦୁର୍ନୀତିରେ ତାଙ୍କୁ ଫସାଇବାକୁ…
Read Moreପବିତ୍ର ଶ୍ରୀଗୁଣ୍ଡିଚାରେ ନୟାଗଡ଼ ଦର୍ପଣର ୱେବ ପୋର୍ଟାଲର ଶୁଭାରମ୍ଭ
ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ଜିଲ୍ଲାର ଘରେ ଘରେ ପରିଚିତ ତଥା ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି, ବ୍ୟକ୍ତିତ୍ୱ ଏବଂ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ସୁବିଧା ଅସୁବିଧାର ଖବର ପ୍ରସାରଣ କରି ଜିଲ୍ଲାବାସୀଙ୍କ ପ୍ରିୟଭାଜନ ହୋଇପାରିଥିବା ପାକ୍ଷିକ ଖବର କାଗଜ ନୟାଗଡ଼ ଦର୍ପଣ ତା’ର ୱେବ ପୋର୍ଟାଲ www.nayagarhdarpan.com ଆରମ୍ଭ କରିଛି। ଆଜି ପବିତ୍ର ରଥ ଯାତ୍ରା ଅବସରରେ ନୟାଗଡ଼ ସହର ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ନୟାଗଡ଼ର ବିଶିଷ୍ଟ ବ୍ୟକ୍ତିମାନଙ୍କ ଗହଣରେ “ନୟାଗଡ଼ ଦର୍ପଣ” ୱେବ ପୋର୍ଟାଲର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକାର୍ପଣ ଉତ୍ସବରେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ପ୍ରାଧ୍ୟାପକ ଅଶୋକ କୁମାର ନାୟକ, ବିଶ୍ୱନାଥ ମହାପାତ୍ର, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ସାହିତ୍ୟିକ ନିର୍ଦ୍ଦେଶକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଶିଶୁ…
Read Moreନୟାଗଡ଼ ମଞ୍ଚ ନାଟକର ସ୍ଥିତି ଓ ପ୍ରଗତି ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ଦର୍ପଣ):- ମଞ୍ଚ ନାଟକ କ୍ଷେତ୍ରରେ ନୟାଗଡ଼ର ସମୃଦ୍ଧ ପରମ୍ପରା ରହିଆସିଛି। ବହୁବର୍ଷ ପୂର୍ବେ ନୟାଗଡ଼ର ଗ୍ରାମାଞ୍ଚଳରେ ମୁଠିଚାଉଳ ସଂଗ୍ରହ ତଥା ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ପ୍ରାୟ ପ୍ରତ୍ୟେକ ଗାଁରେ ନାଟକ ମଂଚସ୍ଥ ହେଉଥିଲା।ସମୟାନୁକ୍ରମେ ନାଟକରେ ଅନେକ ପରିବର୍ତ୍ତନ ଆସିବାସହ ସଂପ୍ରତି ନୟାଗଡ଼ର ମଞ୍ଚ ନାଟକ ଓଡ଼ିଶାରେ ସ୍ୱତନ୍ତ୍ର ସ୍ଥାନ ଦାବି କରିବାରେ ସମର୍ଥ ହୋଇଛି ବୋଲି ନୟାଗଡ଼ର ନାଟକ ଓ ସଂଗୀତ ଅନୁଷ୍ଠାନ ରାଗେଶ୍ରୀ ନିଳୟମ ତରଫରୁ ଅନ୍ ଲାଇନ୍ ମାଧ୍ୟମରେ ଆୟୋଜିତ ନାଟ୍ୟ ଆଲୋଚନାଚକ୍ରରେ ଯୋଗଦେଇଥିବା ଅତିଥି ଏବଂ ନାଟ୍ୟକର୍ମୀ ମତପ୍ରକାଶ କରିଥିଲେ। ଅନୁଷ୍ଠାନର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଓ ଅଭିନେତା ପବିତ୍ର ମହାନ୍ତି ଯୋଗଦେଇ ନୟାଗଡ଼ ମଞ୍ଚ ନାଟକର ସାଂପ୍ରତିକ ସ୍ଥିତି ଉପରେ ଆଲୋକପାତ କରିବାସହ ନାଟକ ସଂପର୍କ ଦୃଢ଼ୀଭୂତ କରିବାର…
Read More“ୟଶ” ଏବଂ “କରୋନା”କୁ ନେଇ ଜିଲ୍ଲା ପ୍ରଶାସନର ବୈଠକ
ନୟାଗଡ଼: ନୟାଗଡ ଜିଲ୍ଲାରେ ଅବଶ୍ୟମ୍ଭାବୀ ବାତ୍ୟା “ୟଶ” ଓ ଜିଲ୍ଲାରେ କ୍ରମାଗତ ଭାବରେ ବଢି ଚାଲିଥିବା କାରୋନା ସଂକ୍ରମଣର ପ୍ରତିରୋଧ ନିମନ୍ତେ ଜନସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଓ ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଥିରିକୃତ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀଙ୍କ ଦ୍ଵାରା ଘରକୁ ଘର ସର୍ଭେ କାର୍ଯ୍ୟର ଉତ୍ତମ ପରିଚାଳନାକୁ ନିଶ୍ଚିତ କରାଇବା ନିମନ୍ତେ ଜିଲ୍ଲାପାଳ ଡକ୍ଟର ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ବି.ଡି.ଓ. ଏବଂ ସ୍ବେଚ୍ଛାସବୀ ଅନୁଷ୍ଠାନର କର୍ମକର୍ତ୍ତା ଓ ସମସ୍ତ ସି.ଡି.ପି.ଓ, ସୁପରଭାଇଜର ମାନଙ୍କର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଯଥାକ୍ରମେ ଅପରାହ୍ନ ୧ଘଟିକା ଏବଂ ୪ଘଟିକା ସମୟରେ ଭରଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଗତ ଦିନରେ “ଅମ୍ଫାନ” ଓ “ଫନି” ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସ୍ଥାନ ଗୁଡିକକୁ ପ୍ରାଧାନ୍ୟ ଦେଇ ସେ ସବୁ ସ୍ଥାନର ଲୋକ ମାନଙ୍କୁ ସ୍ଥାନାନ୍ତର ବ୍ୟବସ୍ଥା…
Read More