ଭାପୁର,(17/08):- ଅନାସ୍ଥା ପ୍ରସ୍ତାବରେ ପଦ ହରାଇଲେ ଭାପୁର ବ୍ଲକ ଅଧ୍ୟକ୍ଷା। ଭାପୁର ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ବେହେରାଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ନିର୍ଦ୍ଦେଶରେ ଖଣ୍ଡପଡ଼ା ତହସିଲଦାର ପାର୍ଥ ସାରଥି ହାସଁଦା ଆଜି ମତ ସଂଗ୍ରହ କରିଥିଲେ । ସମୁଦାୟ ୪୦ଜଣ ପଞ୍ଚାୟତ ପ୍ରତିନିଧିଙ୍କ ମଧ୍ୟରୁ ଅନାସ୍ଥା ସପକ୍ଷରେ ୩୨ ଜଣ ମତ ଦେଇଥିବା ବେଳେ ବିପକ୍ଷରେ ୭ଜଣ ମତ ଦେଇଥିଲେ ଏବଂ ଜଣେ ସଭ୍ୟ ଆସିନଥିଲେ । ଫଳରେ ଅଧ୍ୟକ୍ଷାଙ୍କୁ ଅନାସ୍ଥାରେ ବିତାଡ଼ିତ କରିବା ପାଇଁ ଦୁଇ ତୃତୀୟାଂଶ ମତ ସଂଗ୍ରହ ହୋଇଥିବାରୁ ତାଙ୍କୁ ପଦ ହରାଇବାକୁ ପଡ଼ିଛି । ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ବେହେରା ଉପାଧ୍ୟକ୍ଷଙ୍କ ନାମରେ ଫତେଗଡ଼ ଥାନାରେ ଲିଖିତ ଏତଲା ଦେବା ପରେ ବିବାଦ ଆରମ୍ଭ ହୋଇଥିଲା। ଭାପୁର ବ୍ଲକରେ ଲାଗି ରହିଥିବା ରାଜନୈତିକ ବିବାଦର ଆଜି ପଟ୍ଟ ପରିବର୍ତ୍ତନ ହୋଇଛି। ଆଜି ଅନାସ୍ଥା ମତ ସଂଗ୍ରହ ପାଇଁ ଭାପୁର ବଜାର ସମେତ ବ୍ଲକରେ ପ୍ରଶାସନ ତରଫରୁ ୧୪୪ଧାରା ଜାରି କରାଯାଇଥିଲା । ବ୍ଲକ କାର୍ଯ୍ୟଳୟର ସମସ୍ତ ବିଭାଗ ବନ୍ଦ ରହିଥିବା ବେଳେ ବ୍ଳକର ଜିପିଓଙ୍କ କାର୍ଯ୍ୟାଳୟ ଖୋଲା ରହିଥିଲା। ବ୍ୟାପକ ପୁଲିସ ଫୋର୍ସ ମୂତୟନ କରାଯାଇଥିବା ଦେଖାଯାଇଥିଲା।
ଅନାସ୍ଥାରେ ପଦ ହରାଇଲେ ଭାପୁର ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା
