ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ଏସ.ଆଇ କ୍ଷେତ୍ରରେ ଅଦଳବଦଳ ହୋଇଥିବାବେଳେ ୮ଜଣ ସବ୍ଇନ୍ସପେକ୍ଟରଙ୍କ ବଦଳି ହୋଇଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଟାଉନ୍ ଥାନା ଏସ୍ଆଇ ଧର୍ମେନ୍ଦ୍ର ଶିଆଳଙ୍କର ଇଟାମାଟି ଥାନା, ଦଶପଲ୍ଲା ଥାନାର ଏସ.ଆଇ ଚକ୍ରଧର ସିଂହଙ୍କର ଓଡ଼ଗାଁ ଥାନା, ଓଡ଼ଗାଁ ଥାନା ଏସ୍ଆଇ ସଞ୍ଜୟ କୁମାର ପରିଡ଼ାଙ୍କର ରଣପୁର ଥାନା, ଓଡ଼ଗାଁ ଥାନା ଏସ୍ଆଇ ସ୍ନେହଲତା ପ୍ରଧାନଙ୍କର ଦଶପଲ୍ଲା ଥାନା, ରଣପୁର ଥାନା ଏସ୍ଆଇ ପ୍ରୀତିପ୍ରକାଶ ମହାନ୍ତିଙ୍କର ନୟାଗଡ଼ ଟାଉନ୍ ଥାନା, ରଣପୁର ଥାନା ଏସ୍ଆଇ ପୁରୁଷୋତ୍ତମ ପ୍ରଧାନଙ୍କର ଚାନ୍ଦପୁର ଥାନା, ଚାନ୍ଦପୁର ଥାନାର ଏସ୍ଆଇ ଦୁର୍ଯ୍ୟୋଧନ ପଲେଇଙ୍କର ରଣପୁର ଥାନା, ଫତେଗଡ଼ ଥାନାର ଏସଆଇ ନିରଞ୍ଜନ କିଶୋର ବଡ଼ଜେନାଙ୍କର ଶରଣକୁଳ ଥାନା ଓ ବାଣିଗୋଛା ଥାନା ଏସଆଇ ରମେଶଚନ୍ଦ୍ର ଜେନାଙ୍କର ଫତେଗଡ଼ ଥାନାକୁ ବଦଳି ହୋଇଥିବା ଜଣାପଡିଛି।
Read MoreCategory: ଭାପୁର ବ୍ଲକ
ଜାତୀୟ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜାତୀୟ ନିର୍ଦ୍ଦେଶକଙ୍କ ନୟାଗଡ଼ ଗସ୍ତ ଓ ସମୀକ୍ଷା ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନୟାଗଡ଼ର ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ(RSETI) ଆନୁକୂଲ୍ୟରେ ଏହାର ତାଲିମ କେନ୍ଦ୍ରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଗ୍ରାମୀଣ ବିକାଶ ସଂସ୍ଥାର ନିର୍ଦ୍ଦେଶକ ଶ୍ରୀ ବିପୁଳ ଚନ୍ଦ୍ର ସାହା, ନୋଡାଲ ଅଧିକାରୀ ଶ୍ରୀ କେ.ସି. କରୁଣାକର ଏବଂ ରାଜ୍ୟ ଗ୍ରାମୀଣ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାଷ୍କର ଚନ୍ଦ୍ର ଖାଁଙ୍କୁ ପ୍ରଥମେ ପୁଷ୍ପଗୁଚ୍ଛ ଦେଇ ବୈଠକକୁ ସ୍ବାଗତ କରାଯାଇଥିଲା । ଏହି ବୈଠକରେ ନୟାଗଡ଼ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର(RSETI) ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ସ୍ୱାଇଁ ସଭାପତିତ୍ୱ କରିଥିଲେ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ମଧ୍ୟ ଯୋଗଦେଇଥିଲେ । ଗ୍ରାମୀଣ ବିକାଶ ତାଲିମ ସଂସ୍ଥା ଦ୍ୱାରା ୨୫ଜଣ ଉପକୃତ ହୋଇଥିବା ବ୍ୟବସାୟୀ ଯୋଗଦେଇ ସେମାନେ ଯେଉଁ…
Read Moreନୟାଗଡ଼ରେ ଆରମ୍ଭ ହେଲା ମୋବାଇଲ ମେଡିକାଲ ସେବା
ନୟାଗଡ଼,(ନୟାଗଡ଼ ଦର୍ପଣ): ବରିଷ୍ଠ ନାଗରିକଙ୍କୁ ଘରପାଖରେ ମେଡିକାଲ ସୁବିଧା ଯୋଗାଇବାକୁ ନୟାଗଡ଼ରେ ଆରମ୍ଭ ହେଲା ମୋବାଇଲ ମେଡିକାଲ ସେବା। ଶୁଭଦ୍ରା ମହତାବ ସେବାସଦନ ପକ୍ଷରୁ ନୟାଗଡ଼ ସିନ୍ଦୁରିଆ ଠାରେ ଏହି ମୋବାଇଲ ମେଡିକାଲ ସେବାର ଶୁଭ ଉଦଘାଟନ ହୋଇଛି। ଓଡିଶା ସରକାରଙ୍କ SSEPD ବିଭାଗ ସହାୟତାରେ ନୟାଗଡ଼ ସିନ୍ଦୁରିଆଠାରେ ଏହି ପ୍ରକଳ୍ପର ଶୁଭ ଉଦଘାଟନ କରାଯାଇଥିବା ବେଳେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଧାନଚନ୍ଦ୍ର ରାୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କଁହର ଏବଂ ସୁଭଦ୍ରା ମହତାବ ସେବାସଦନ ସମ୍ପାଦିକା ଅନିତା ମଞ୍ଜରୀ ସାମଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଆଗାମୀ ଦିନରେ ଏହି ମେଡିକାଲ ସେବା ବରିଷ୍ଠ ନାଗରିକମାନଙ୍କୁ ଘର ଘର ବୁଲି ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଏକ ପ୍ରମୁଖ ଭୂମିକା ନିଭାଇବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଆଜିର…
Read Moreଦୁଇବର୍ଷ ପରେ ଧୁମଧାମରେ ପାଳନ ହେବ ମା ଦକ୍ଷିଣକାଳୀଙ୍କ ପଣା ଯାତ୍ରା
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଅପରାହ୍ନ ୪ଘଟିକା ସମୟରେ ନୟାଗଡ଼ ପୁରୁଣା ସହରରେ ଅବସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ପଣା ସଂକ୍ରାନ୍ତି ଯାତ୍ରାର ପ୍ରାକ୍ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଇଛି ।ଏହି ଯାତ୍ରା ଆସନ୍ତା ୧୪.୦୪.୨୦୨୨ରିଖ ଠାରୁ ଆରମ୍ଭ ହୋଇ ତା.୨୦.୦୪.୨୦୨୨ରିଖ ପର୍ଯ୍ୟନ୍ତ ୭ଦିନ ଧରି ପାଳନ କରାଯିବ ବୋଲି ନିଷ୍ପତି ହୋଇଛି । ଏହି ଯାତ୍ରା କିପରି ସୁପରିଚାଳନା ଓ ଶୃଙ୍ଖଳିତ ଭାବେ ପାଳନ କରାଯିବ ଏହା ଉପରେ ନବ ନିର୍ବାଚିତ ପୌରାଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ମା ଦକ୍ଷିଣକାଳୀ ଯାତ୍ରା ପରିଚାଳନା କମିଟିର ସଂପାଦକ ଶ୍ରୀ କିଷାନ୍ କୁମାର ଦାଶ ଠାକୁରାଣୀଙ୍କ ଦୈନନ୍ଦିନ ନିତିକାନ୍ତି ଓ କାର୍ଯ୍ୟକ୍ରମ ସଂପର୍କରେ ସମସ୍ତଙ୍କୁ ଜଣାଇଥିଲେ । ପୂର୍ବ ବର୍ଷର…
Read Moreଆଇ ଲେନ୍ସ କମ୍ପାନୀର ଶୁଭ ଉଦଘାଟନ ଓ ଚକ୍ଷୁ ରୋଗ ସଚେତନତା ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଆଇ ଲେନ୍ସ କମ୍ପାନୀର ଶୁଭ ଉଦଘାଟନ ହେବା ସହିତ ଦୁଇ ଦିନିଆ ଚକ୍ଷୁ ରୋଗ ପରୀକ୍ଷା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ମୁଖ୍ଯ ଅତିଥି ଭାବେ ଓଡ଼ିଶାର ମାନ୍ଯବର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲାବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌର ପରିଷଦର ପ୍ରଥମ ମହିଳା ପୌରାଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ଯୋଗଦେଇଥିଲେ। ସମାଜସେବୀ ଶ୍ରୀଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସଚେତନତା ଶିବିରରେ ଭୁବନେଶ୍ୱର ଅଗ୍ରଓ୍ୱାଲ ଚକ୍ଷୁ ଚିକିତ୍ସାଳୟର ଡାକ୍ତର ସୌମେନ୍ଦୁ ମହାନ୍ତି, ଡାକ୍ତର ଗରିମା ରଥ ଓ ଡାକ୍ତର ଈଶାନିରଗୁରକର୍ ଯୋଗଦେଇ ରୋଗୀମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ। ନୟାଗଡ଼ ଲୋକନାଥ ନଗର ନିବାସୀ ଲକ୍ଷ୍ମଣ…
Read Moreମହାମହୀମ ରାଜ୍ୟପାଳ ଶ୍ରୀଯୁକ୍ତ ପ୍ରଫେସର ଗଣେଶୀ ଲାଲଙ୍କ ଖଣ୍ଡପଡ଼ା ଗସ୍ତ
ନୟାଗଡ଼/ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ଆଜି ପୂର୍ବାହ୍ନ ଘ.୧୧.୩୦ମି. ସମୟରେ ମହାମହୀମ ରାଜ୍ୟପାଳ ଶ୍ରୀଯୁକ୍ତ ପ୍ରଫେସର ଗଣେଶୀ ଲାଲ ଖଣ୍ଡପଡ଼ା ସ୍ଥିତ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉଦ୍ଯାପନୀ ସମାରୋହରେ ଯୋଗ ଦେଇଥିଲେ । ଆମର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କୁ ସ୍ମରଣ ଉଦ୍ଦେଶ୍ୟରେ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଗାନ କରି ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଆରମ୍ଭ କରିଥିଲେ । ବିଦ୍ୟା କଣ ତାହାକୁ ବୁଝାଇବାକୁ ଯାଇ କହିଥିଲେ ଯେ, ସା ବିଦ୍ୟା ୟା ବିମୁକ୍ତଏ । ମାନବତା ହିଁ ପରମ ଧର୍ମ । ପ୍ରତ୍ୟେକ ମାନବ ଭିତରେ ସୁନ୍ଦରତା ଭରପୁର । ସେବା ହିଁ ସୌଭାଗ୍ୟ । ପ୍ରତ୍ୟେକ ବ୍ୟକ୍ତିର ସ୍ୱତନ୍ତ୍ରତା ଅଛି । ସଂଜମ ପ୍ରଚେଷ୍ଟା, ପରିଶ୍ରମ, ସହଜ ରହିବା, ସରଳ ରହିବା ସିଦ୍ଧି ଲାଭର ମୂଳମନ୍ତ୍ର । ଭଗବାନଙ୍କ…
Read Moreସେବା ପରିବାରର ବନ୍ଧୁ ମିଳନ ଉତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ସେବା ପରିବାରର ବନ୍ଧୁମିଳନ ଉତ୍ସବ ନୟାଗଡ଼ ନିକଟସ୍ଥ ଝରଦେଇ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତା ମାନେ ଏକାଠି ହୋଇଥିବା ବେଳେ ଆଗାମୀ ଦିନରେ ସାରା ନୟାଗଡ଼ରେ କିଭଳି ସେବା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବା ସହ ଯୁବକମାନଙ୍କୁ ଏଥିରେ ଯୋଡ଼ାଯିବ ସେନେଇ ଆଲୋଚନା ହୋଇଥିଲା। ନୟାଗଡ଼ ଜିଲ୍ଲାରେ ସମସ୍ତ ସ୍ବେଛାସେବୀ ସଂଗଠନମାନଙ୍କୁ ନେଇ ଜିଲ୍ଲାରେ କିଭଳି ଗଠନମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ ଏନେଇ ଉପସ୍ଥିତ ଯୁବ ସ୍ବେଛାସେବୀମାନେ ନିଜର ମତ ରଖିଥିଲେ। ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ବନ୍ଧୁମିଳନ ଉତ୍ସବରେ ବିଶିଷ୍ଠ ସମାଜସେବୀ ବଂଶୀଧର ସାହୁ, ଦାମୋଦର ସାହୁ, ସମାଜ ଜିଲ୍ଲାପ୍ରତିନିଧି ଶୁଭେନ୍ଦୁ ଦାଶ, ସମାଜସେବୀ ସନ୍ତୋଷ ପ୍ରଧାନ,…
Read Moreକିଶୋର କିଶୋରୀଙ୍କୁ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ମିଶନ ଶକ୍ତି ଭବନ ଠାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ଶଙ୍କର ଜେନାଙ୍କ ଅଧ୍ଯକ୍ଷତାରେ କିଶୋର କିଶୋରୀଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମ ଜରିଆରେ କିଶୋର କିଶୋରୀଙ୍କ ନିମନ୍ତେ ବିଭିନ୍ନ ବିଭାଗ ତରଫରୁ ଥିବା ସମସ୍ତ ଯୋଜନା ସମ୍ପର୍କରେ ଆଲୋଚନା କରଯାଇଥିଲା। ବିଶେଷଭାବରେ ଆଦ୍ଵିକା କାର୍ଯକ୍ରମ, ଆଶୀର୍ବାଦ ଯୋଜନା, ଦୀନଦୟାଲ ଉପଧାୟ ଗ୍ରାମୀଣ କୌଶଳ ଯୋଜନା, ଜୀବନ କୌଶଳଶିକ୍ଷା, ଆର୍ଥିକ ସ୍ବାକ୍ଷରତା ଉପରେ ବିଶେଷ ଭାବରେ ଗୁରୁତ୍ଵାରୋପ କରାଯାଇଥିଲା। କିଶୋର କିଶୋରୀମାନେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ଏଥି ନିମନ୍ତେ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରଯାଇଥିଲା। ଏହି କାର୍ଯକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଉପେନ୍ଦ୍ରନାଥ ବଡଜେନା, ଏସ ଡେପୁଟି ସିଇଓ- ଓରମାସ ଶ୍ରୀ ପ୍ରବିନ କୁମାର ଝା, ସ୍କିଲ କୋଡିନେଟର- କେଲୁଚରଣ ସେଠୀ,…
Read Moreଦ୍ୱିତୀୟ ଦିବସରେ ଧର୍ମଘଟ, ଦଶପଲ୍ଲା ବନ୍ଦ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡ଼ିକ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଆହୂତ ଦୁଇ ଦିନିଆ ଦେଶବ୍ୟାପୀ ସାଧାରଣ ଧର୍ମଘଟର ଦ୍ୱିତୀୟ ଦିବସରେ ମଧ୍ୟ ଦଶପଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ସକାଳୁ ସକାଳୁ କୃଷକ ଓ ଶ୍ରମିକ ସଂଗଠନର କର୍ମୀମାନେ ଦଶପଲ୍ଲା ବ୍ଲକ ସମ୍ମୁଖ ୫୭ ନମ୍ବର ଜାତୀୟ ରାଜପଥ ଉପରେ ଧାରଣା ଦେଇ ବସି ରହିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଯାନବାହନ ଅଟକି ରହିଥିବାର ଦେଖିବାକୁ ମିଳିଥିଲା। ସେହିଭଳି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ସମ୍ମୁଖରେ ଆନ୍ଦୋଳନକାରୀମାନେ ପିକେଟିଂ କରିବା ଫଳରେ ସ୍ଥାନୀୟ ବିଚାର ବିଭାଗ ଅଦାଲତ, ତହସିଲ ଅଫିସ୍, ସବ ରେଜିଷ୍ଟ୍ରାର ଅଫିସ୍, ଟ୍ରେଜେରି ଅଫିସ୍, ଷ୍ଟେଟ ବ୍ୟାଙ୍କ, ବ୍ଲକ କାର୍ଯ୍ୟାଳୟ, ଜୀବନ ବୀମା ଅଫିସ୍, ବିଭିନ୍ନ ଜାତୀୟକରଣ ବ୍ୟାଙ୍କ ସମେତ ଡାକଘର, ବିଦ୍ୟୁତ୍ ଓ…
Read Moreନାଟକର ଯଜ୍ଞଶାଳା ‘ନାଟ୍ୟଧାରା’ ପକ୍ଷରୁ ‘ବିଶ୍ୱ ନାଟ୍ୟ ଦିବସ’ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ ନାଟ୍ୟ ଦିବସ ଉପଲକ୍ଷେ ନୟାଗଡ଼ ନାଟକର ଯଜ୍ଞଶାଳା ‘ନାଟ୍ୟଧାରା’ ପକ୍ଷରୁ ଏକ ଆଲୋଚନା ଚକ୍ର ନୟାଗଡ଼ ସହର ଉପକଣ୍ଠ ମୁକ୍ତାପୁର ନିକଟସ୍ଥ ଶୁଭମ ପାର୍କଠାରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ସଭାପତି ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନା ଚକ୍ର ‘ବିଶ୍ୱରେ ଯେତେ ବିଧିମତ, ମଞ୍ଚରେ ଅଛନ୍ତି ସମସ୍ତ’ ଉପରେ ଉପସ୍ଥିତ ଅତିଥିମାନେ ଆଲୋଚନା କରିଥିଲେ । ନାଟ୍ୟଧାରା ପକ୍ଷରୁ ଚଳିତ ମାସ ୧ରୁ ୮ତାରିଖ ପର୍ଯ୍ୟନ୍ତ ଦୀର୍ଘ ୮ଦିନ ଧରି ନୟାଗଡ଼ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ନାଟକ ଉତ୍ସବ ବେଶ ଲୋକପ୍ରିୟତା ହାସଲ କରିଥିବା ନେଇ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିବା ସହିତ ଆଗାମୀ ଦିନରେ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସୁଚିନ୍ତିତ ମତାମତ ଉପସ୍ଥାପିତ କରିଥିଲେ । ନାଟ୍ୟଧାରାର ନିର୍ଦ୍ଦେଶକ ନାଟ୍ୟଭୂଷଣ ଡ.…
Read More