ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ଉପକଣ୍ଠରେ ମେରୁ ଉତ୍ସବ ବେଳେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଏବଂ ହତ୍ୟାକାଣ୍ଡ ଘଟଣାରେ ପୁଲିସ ଆଜି ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଦେଉଳପଲ୍ଲୀ ଗ୍ରାମର ମୁନା ପ୍ରଧାନ, ବାବୁଲି ପ୍ରଧାନ, ଆନନ୍ଦ ଚନ୍ଦ୍ର ପ୍ରଧାନ, ଆଶିଷ କୁମାର ପ୍ରଧାନ, ଶିବାଜୀ ସାମନ୍ତରାୟ, ଭାସ୍କର ଜେନା, ଉଦୟନାଥ ଭୋଳ ଓ ସୌଭାଗ୍ୟ ରଞ୍ଜନ ପ୍ରଧାନ । ୧୩ ତାରିଖ ମେରୁ ଉତ୍ସବ ପାଇଁ ଏକ କାଳୀନ ଦୁର୍ଗାପ୍ରସାଦ ଏବଂ ଦେଉଳପଲ୍ଲୀ ଦଣ୍ଡ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଦୁର୍ଗାପ୍ରସାଦ ଠାରୁ ବାହାରିଥିବା ଶୋଭାଯାତ୍ରା ସହର ପରିକ୍ରମା କରି ସିନ୍ଦୁରିଆ ଶିବ ମନ୍ଦିର ନିକଟରେ ପହଞ୍ଚିବା ବେଳକୁ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । କିଛି ବ୍ୟକ୍ତି ଢେଲା ପଥର ମାରିବାରୁ…
Read MoreCategory: ଭାପୁର ବ୍ଲକ
ନୟାଗଡରେ ଦଣ୍ଡ ଶୋଭାଯାତ୍ରା ଅଘଟଣ ପାଇଁ ପ୍ରଶାସନକୁ ଦାୟୀ କଲା କଂଗ୍ରେସ
ଜିଲ୍ଲା ଜଜଙ୍କ ଦ୍ୱାରା ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ପାଇଁ ଜନସ୍ୱାର୍ଥ ମାମଲା ଦାଏର କରାଯିବ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ଜିଲ୍ଲାପାଳ ଏସପିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ। ପାଞ୍ଚ ଘଣ୍ଟା ଧରି ୫୭ ନମ୍ବର ଜାତୀୟ ରାଜପଥ ଉପରେ ହଜାରହଜାର ଲୋକଙ୍କ ଧାର୍ମିକ ଶୋଭାଯାତ୍ରା ପାଇଁ ବିକଳ୍ପ ଟ୍ରାଫିକ ବ୍ୟବସ୍ଥା ଉପରେ ଧ୍ୟାନ ଦିଅନଯାଇ ଅନୁମତି ଦେବାର ଅଧିକାର ଜିଲ୍ଲାପାଳ ଏସପିଙ୍କୁ ଦେଲା କିଏ ବୋଲି ପ୍ରଶ୍ନ କରିଛନ୍ତି ରଣଜିତ। ଜାତୀୟ ରାଜପଥ ଉପରେ ଦୀର୍ଘ ସମୟ ବ୍ୟାପି ଏଭଳି ବିରାଟ ଶୋଭାଯାତ୍ରା ପାଇଁ ଆଇନତଃ ପୁର୍ବ ସତର୍କତା ନିୟମ କାର୍ଯ୍ୟକାରୀ ସହ ପର୍ଯ୍ୟାପ୍ତ ସୁରକ୍ଷା କର୍ମୀ ମୁତୟନ କରାନଯାଇ ସମସ୍ତ ଆଇନକାନୁନ ଉଲ୍ଲଙ୍ଘନ କରି ଜିଲ୍ଲାପାଳ, ଏସପିଙ୍କ ଅନଧିକାର ଅନୁମତି ପ୍ରସଙ୍ଗରେ ଜିଲ୍ଲା…
Read More“ପାରିଆପଣେ ପାଣ୍ଡିଆ” ଲୋକାର୍ପିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ବିଶିଷ୍ଟ ଲେଖକ ବିଶ୍ୱନାଥ ମହାପାତ୍ରଙ୍କ ରଚିତ ଉପନ୍ୟାସ ‘ପାରିଆପଣେ ପାଣ୍ଡିଆ’ ଆଜି ନୟାଗଡ଼ ରୋଟାରୀ ଭବନଠାରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡ଼.ହୃଷିକେଶ ମଲ୍ଲିକଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସାରସ୍ୱତ ପ୍ରେମୀ ଯୋଗ ଦେଇଥିଲେ। ରଂଜୁବାଳା ପ୍ରକାଶନୀର ମୁଖ୍ୟ ଶରତଚନ୍ଦ୍ର ବେହେରା ସ୍ୱାଗତ ଅଭିଭାଷଣ ରଖିଥିଲେ । ପ୍ରାକ୍ତନ ଶିକ୍ଷକ ଅଲେଖ ବେହେରା ଓ ପାଣ୍ଡବ ପ୍ରଧାନଙ୍କ ଦ୍ୱାରା ପୁସ୍ତକ ଉତ୍ସର୍ଗ ହୋଇଥିବା ସ୍ୱର୍ଗତ ବିଚ୍ଛେଦ ମହାପାତ୍ରଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶିକ୍ଷାବିତ ପ୍ରଫୁଲ୍ଲ କୁମାର ମହାନ୍ତି, ଗାଳ୍ପିକ ତପନ ମହାପାତ୍ର ଓ ସଙ୍ଗୀତକାର ଶରତ କୁମାର ସାହୁଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ପୁସ୍ତକର ଲୋକାର୍ପଣ ଅବସରରେ…
Read Moreସାହିତ୍ୟ ଏକାଡେମୀ କାର୍ଯ୍ୟକ୍ରମ; କ୍ଷୋଭ ପ୍ରକାଶ କଲେ ଯୁବ ସାହିତ୍ୟିକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେଉଥିବା ସାହିତ୍ୟ ଏକାଡେମୀ କାର୍ଯ୍ୟକ୍ରମରେ ବ୍ୟାପକ ତୃଟି ଏବଂ ମନମାନୀକୁ ନେଇ ଯୁବ ସାହିତ୍ୟିକ ଅନୀଲ ପଣ୍ଡା କ୍ଷୋଭ ପ୍ରକାଶ କରିଛନ୍ତି । ସେ ତାଙ୍କ ଫେସବୁକ ପେଜରେ ଉଲ୍ଲେଖ କରିଛନ୍ତି କି, ଅଣସାହିତ୍ୟିକ ତଥା ରାଜନୈତିକ ଇଚ୍ଛାଶକ୍ତି ସର୍ମ୍ପନ୍ନ ବ୍ୟକ୍ତିଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଦୀର୍ଘଦିନ ଧରି ନୟାଗଡ଼ ଜିଲ୍ଲାରେ ସାହିତ୍ୟ ଏକାଡେମୀ ତରଫରୁ କୈାଣସି କାର୍ଯ୍ୟକ୍ରମ ଆୟୋଜନ କରାଯାଉନଥିବା ବେଳେ ଏବେ ଯେଉଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି, ସେଠାରେ ସାତିତ୍ୟିକ କମ ଏବଂ ଅଣସାହିତ୍ୟିକଙ୍କୁ ଅଧିକ ପ୍ରାଧ୍ୟାନ୍ୟ ଦିଆଯାଇଛି । ନୟାଗଡ଼ ଜିଲ୍ଲାରୁ ସାହିତ୍ୟ କ୍ଷେତ୍ରରେ ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବା ଦାଶ ବେନୁହର୍, ଜ୍ଞାନି ଦେବାଶିଷ ମିଶ୍ର, ଡ. ଭାରତ ଭୂଷଣ ରଥ, ଦେବାଶିଷ…
Read Moreଜାତୀୟ ନିରାପଦ ମାତୃତ୍ଵ ଦିବସ ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ(ଟ୍ରେନିଙ୍ଗ୍ ୟୁନିଟ୍) ଜାତୀୟ ନିରାପଦ ମାତୃତ୍ବ ଦିବସ-୨୦୨୨ ଉପରେ ଏକ ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ମକରନ୍ଦ ବେଉରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବେଉରା ପ୍ରଥମେ ସମସ୍ତଙ୍କୁ ସ୍ବାଗତ କରିବା ସହ ନିରାପଦ ମାତୃତ୍ଵ ଉପରେ ଏକ ପାଠ୍ୟକ୍ରମ ମାଧ୍ୟମରେ ବିଶଦ ଭାବେ ଉପସ୍ଥାପନା କରିଥିଲେ ଯେ, ଗର୍ଭଧାରଣ ଆରମ୍ଭ ଠାରୁ ମାତୃତ୍ଵ ସମୟ ଆରମ୍ଭ ହୋଇ ନବଜାତକକୁ ୪୨ଦିନ ହେବା ପର୍ଯ୍ୟନ୍ତ ମାତୃତ୍ଵ ସମୟ କୁହାଯାଏ । ଏହି ସମୟ ମାଆ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ । ମାଆ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ ସମୟ ହେଉଛି ଛୁଆ ଜନ୍ମ ସମୟ । ଡା. ବେଉରା ଆଫ୍ରିକା ଠାରୁ ଆରମ୍ଭ କରି ଓଡ଼ିଶାର ନୟାଗଡ଼ ପର୍ଯ୍ୟନ୍ତ ମାତୃ…
Read Moreଦଶପଲ୍ଲାର ଐତିହାସିକ ଲଙ୍କାପୋଡି ଯାତ୍ରା ଆରମ୍ଭ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ, ମହାବୀରକ୍ଷେତ୍ର ଦଶପଲ୍ଲାର ପ୍ରଭୁ ଶ୍ରୀମହାବୀରଙ୍କ ମନ୍ଦିର ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଗତକାଲିଠାରୁ ଓଡ଼ିଶାର ସର୍ବପ୍ରାଚୀନ ମୁକ୍ତାକାଶ ରଂଗମଞ୍ଚ ଅଭିନୟ ତଥା କଳା କାରିଗରୀ ନୃତ୍ୟ ସଂଗୀତ ସମାହାରରେ ଏହି ଲଙ୍କାପୋଡ଼ି ଯାତ୍ରା ଆରମ୍ଭ ହୋଇଛି । ରୀତିନୀତି ଅନୁଯାୟୀ ପ୍ରଭୁଙ୍କର ଚଳନ୍ତି ବିଗ୍ରହ ଜନ୍ମ ମଣ୍ଡପକୁ ବିଜେ କରିବା ପରେ ଜନ୍ମବିଧି ହୋମଯଜ୍ଞ କରାଯାଏ । ଶ୍ରୀରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କ ଜନ୍ମ ପରେ ନାଭି ଛେଦନ, ଦୁଗ୍ଧ ପାନ ଓ ନାମକରଣ ନୀତି ଅନୁଷ୍ଠିତ ହୋଇଯାଇଛି । ସଂଧ୍ୟାରେ ମନ୍ଦିର ସମ୍ମୁଖସ୍ଥ ମୁଖ୍ୟମଞ୍ଚରେ ବିକ୍ରମ ନରେନ୍ଦ୍ର ଭଣିତ ରାମଲୀଳା ପୋଥି ଅନୁଯାୟୀ ଲୀଳାଭିନୟ ଅନୁଷ୍ଠିତ ହୋଇଯାଇଛି। ମାଲ୍ୟବନ୍ଧ, ମାଳି, ସୁମାଳି ଦୈତ୍ୟଙ୍କ ଯୁଦ୍ଧ ଅଭିଯାନରୁ ଏହି ଲୀଳା ଅଭିନୟ ଆରମ୍ଭ…
Read Moreଡକାୟତି ଉଦ୍ୟମ ବେଳେ ଧରାପଡ଼ିଲେ ୪ଯୁବକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଡକାୟତି ଉଦ୍ୟମ ବେଳେ ୪ ଜଣଙ୍କୁ ଗିରଫ କରିଛି ନୟାଗଡ଼ ଟାଉନ ଥାନା ପୋଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନୟାଗଡ଼ ପୁରୁଣାସହରର ଦିପକ ନାୟକ, ଇଟାମାଟି ଥାନା ଲାଠିପଡ଼ାର ସୈାରଭ ନାୟକ, ଧିରଞ୍ଜନ ନାୟକ, ଚିତ୍ତରଞ୍ଜନ ନାୟକ । ଚିତ୍ତରଞ୍ଜନ ଏବଂ ଧିରଞ୍ଜନ ଦୁଇ ଭାଇ ବୋଲି ଜଣାଯାଇଛି । ୪ ଜଣ ଯାକ ଦେବୋତ୍ତର କଲୋନୀରେ ଡକାୟତି କରିବା ଉଦେଶ୍ୟରେ ବୁଲୁଥିବା ବେଳେ ପୁଲିସ ହାଡ଼ୁଡ଼ରେ ପଡ଼ିଥିଲେ । ସେମାନଙ୍କ ପାଖରୁ ଗୋଟିଏ ଦେଶୀ ପିସ୍ତଲ, ସ୍କୃଡ୍ରାଇଭର, ଗୋଟିଏ ଅଫୁଟା ଗୁଳି ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ । ସମସ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଟାଉନଥାନା ଅଧିକାରିଣୀ ପ୍ରଜ୍ଞା ପାରମିତା ଜେନା ସୂଚନା ଦେଇଛନ୍ତି ।
Read Moreନୟାଗଡ଼ରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ( ଟ୍ରେନିଙ୍ଗ୍ ୟୁନିଟ୍ )ବିଶ୍ଵ ସ୍ଵାସ୍ଥ୍ୟ ଦିବସ-୨୦୨୨ ଉପରେ ଏକ ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଭିମକରନ୍ଦ ବେଉରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବେଉରା ପ୍ରଥମେ ସ୍ବାସ୍ଥ୍ୟଭିତିକ ବାର୍ତା ସହିତ ପୃଥିବୀକୁ ସୁନ୍ଦର କରି ରଖିବା ଆମର କର୍ତ୍ତବ୍ୟ ବୋଲି କହିଥିଲେ। ସେଥିପାଇଁ ପରିବେଶ ଠାରୁ ଆରମ୍ଭ କରି ଖାଦ୍ୟ ପାନୀୟ, ପ୍ରଦୁଷଣ ସବୁର ଦାୟିତ୍ଵ ଆମର । ଏଥିପାଇଁ ଆମେ ଯତ୍ନବାନ ହେବା ଓ ସମାଜକୁ ସଚେତନତା କରିବା ଅତ୍ୟନ୍ତ ଆବଶ୍ୟକ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ସୁବାସ ଚନ୍ଦ୍ର ନାଏକ, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ପୁଷ୍ପ ନିଳିମା ଲାକ୍ରା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ…
Read Moreବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ସଚେତନତା ଓ ପୋଷାକ ବଣ୍ଟନ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଆଜି ନୋତର, ମାଳିସାହି ନିକଟ ପାହାଡ଼ ମଧ୍ୟ ଭାଗରେ ରହୁଥିବା କିଛି ଜନଜାତି ସମ୍ପ୍ରଦାୟର କୁନିକୁନି ପିଲା ଓ ମହିଳାମାନଙ୍କୁ ପୋଷାକ ବିତରଣ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ନୋତର ନିକଟରେ ରହୁଥିବା କିଛି ପରିବାରକୁ ପୋଷାକ ବିତରଣ ପରେ ସେମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ କରାଯାଇଥିଲା। ଖାଇବା ପୂର୍ବରୁ ସାବୁନରେ ହାତ ଧୋଇବା, ନିୟମିତ ନଖ, ଚୁଟି କାଟିବା ସହ ସଫା ପୋଷାକ ପିନ୍ଧିବା ଓ ସଫା ବାସନରେ ଖାଇବା ଆଦି ଅନନ୍ୟା ଫାଉଣ୍ଡେସନର ସଦସ୍ୟମାନେ ସେମାନଙ୍କୁ ବୁଝାଇଥିଲେ। ଏହି ପରିବାରର ସଦସ୍ୟମାନଙ୍କ ପାଇଁ ପକ୍କା ଘର ସାତ ସ୍ୱପ୍ନ ତେଣୁ ସେମାନେ ପାଇଖାନାର ବ୍ୟବହାର ମଧ୍ୟ ଜାଣି ନାହାନ୍ତି। ତେଣୁ ପରିବାର ସମସ୍ତ ସଦସ୍ୟମାନେ ଏଣେତେଣେ ଝାଡ଼ା ନ ଫେରି…
Read Moreଗଞ୍ଜେଇ ଚୋରାଚାଲାଣ ବେଳେ ଦମ୍ପତି ଗିରଫ, କାର ସହ ୨ବସ୍ତା ଗଞ୍ଜେଇ ଜବତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଗଞ୍ଜେଇ ଚୋରା ଚାଲାଣ ବେଳେ ନୟାଗଡ଼ ଟାଉନ୍ ଥାନା ପୁଲିସ ସ୍ବାମୀ ସ୍ତ୍ରୀଙ୍କୁ ଗିରଫ କରିଛି। ଗଞ୍ଜେଇ ଚାଲାଣ ହେଉଥିବା କାର୍ ସମେତ ସେମାନଙ୍କ ନିକଟରୁ ୫୩ କେଜି ୫୦୦ ଗ୍ରାମ୍ ଗଞ୍ଜେଇ ଜବତ କରିଛି ପୋଲିସ। ଅଭିଯୁକ୍ତ ଦମ୍ପତି ହେଉଛନ୍ତି ଜୟନ୍ତ କର ଓ ରଶ୍ମିତା କର। ସେମାନଙ୍କ ଘର ଶରଣକୁଳ ଥାନା ସାନଗୋରଡ଼ା ଏବଂ ଏମାନେ ନୟାଗଡ଼ର ଘଡୁଆଳରେ ଭଡ଼ାଘରେ ରହୁଥିଲେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଟାଉନ୍ ଥାନା ଏସ୍ଆଇ ଏସ୍ କେ ଦାଶ ଏବଂ ତାଙ୍କ ଟିମ୍ ପାଟ୍ରୋଲିଂ କରୁଥିବାଳେ ଖମାରସାହି ନିକଟରୁ ଏମାନଙ୍କୁ ଧରିଥିଲେ। ଦଶପଲ୍ଲା ପାର୍ଶ୍ଵରୁ ଏମାନେ ଏକ କାର୍ ଯୋଗେ ଆସୁଥିଲେ। ପାଟ୍ରୋଲିଂ କରୁଥିବା ପୁଲିସ କର୍ମଚାରୀଙ୍କ ସନ୍ଦେହ ହେବାରୁ କାର୍ ଯାଞ୍ଚ କରାଯିବା ପରେ ଡିକିରୁ ୨ବସ୍ତା ଗଞ୍ଜେଇ…
Read More