ନୟାଗଡ଼ରେ ମେରୁ ହିଂସାକାଣ୍ଡ ୮ ଗିରଫ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ଉପକଣ୍ଠରେ ମେରୁ ଉତ୍ସବ ବେଳେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଏବଂ ହତ୍ୟାକାଣ୍ଡ ଘଟଣାରେ ପୁଲିସ ଆଜି ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଦେଉଳପଲ୍ଲୀ ଗ୍ରାମର ମୁନା ପ୍ରଧାନ, ବାବୁଲି ପ୍ରଧାନ, ଆନନ୍ଦ ଚନ୍ଦ୍ର ପ୍ରଧାନ, ଆଶିଷ କୁମାର ପ୍ରଧାନ, ଶିବାଜୀ ସାମନ୍ତରାୟ, ଭାସ୍କର ଜେନା, ଉଦୟନାଥ ଭୋଳ ଓ ସୌଭାଗ୍ୟ ରଞ୍ଜନ ପ୍ରଧାନ । ୧୩ ତାରିଖ ମେରୁ ଉତ୍ସବ ପାଇଁ ଏକ କାଳୀନ ଦୁର୍ଗାପ୍ରସାଦ ଏବଂ ଦେଉଳପଲ୍ଲୀ ଦଣ୍ଡ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଦୁର୍ଗାପ୍ରସାଦ ଠାରୁ ବାହାରିଥିବା ଶୋଭାଯାତ୍ରା ସହର ପରିକ୍ରମା କରି ସିନ୍ଦୁରିଆ ଶିବ ମନ୍ଦିର ନିକଟରେ ପହଞ୍ଚିବା ବେଳକୁ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । କିଛି ବ୍ୟକ୍ତି ଢେଲା ପଥର ମାରିବାରୁ ଥାନା ଅଧିକାରୀ ଏବଂ ୩ ଜଣ ଏସ୍‌ଆଇଙ୍କ ସମେତ ବହୁ ଲୋକ ଆହତ ହୋଇଥିଲେ । ଥାନା ଅଧିକାରୀଙ୍କ ମୁଣ୍ଡ ଫାଟିଥିଲା। ଏହି ସମୟରେ ଦେଉଳପଲ୍ଲୀ ଗ୍ରାମରୁ ନିଜ ସମ୍ପର୍କୀୟଙ୍କ ଘରୁ ଫେରୁଥିବା ନବୀନ ପରିଡ଼ାଙ୍କୁ ହତ୍ୟା କରାଯାଇ ଫିଙ୍ଗି ଦିଆଯାଇଥିଲା।

Related posts