ନୟାଗଡ,(ନୟାଗଡ଼ ଦର୍ପଣ): ବିଶ୍ୱ ଟୀକାକରଣ ସପ୍ତାହ ତା. ୨୪.୦୪.୨୦୨୨ରିଖ ଠାରୁ ତା.୩୦.୦୪.୨୦୨୨ରିଖ ପର୍ଯ୍ୟନ୍ତ ପାଳନ ଉପଲକ୍ଷେ ଏକ ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମକରନ୍ଦ ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏ ବର୍ଷ ପାଇଁ ବାର୍ତା “ସମସ୍ତଙ୍କ ପାଇଁ ଦୀର୍ଘ ଜୀବନ କାମନା” । ଟୀକାକରଣ ଦ୍ୱାରା ସମସ୍ତ ରୋଗକୁ ରୋକାଯାଇପାରିବ । ଏହି ଟୀକାକରଣ ସପ୍ତାହ ପାଳନ ଅବସରରେ ପ୍ରଥମେ ଆମେ ଜନସାଧାରଣଙ୍କୁ ସଚେତନ କରାଇବା ଆମର ଲକ୍ଷ୍ୟ ହେବା ଉଚିତ୍ ବୋଲି ତା. ବେଉରା ପ୍ରକାଶ କରିଥିଲେ । ସେ ପୁଣି କହିଥିଲେ ପିଲା, ଗର୍ଭବତି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଟୀକା ସେମାନଙ୍କୁ ଦେବା ଜରୁରୀ ଅଟେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ସୁବାସ ଚନ୍ଦ୍ର ନାଏକ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା)ଡା. ଶରତ ଚନ୍ଦ୍ର ଦାଶ, ଡା. ତାରାକାନ୍ତ ତ୍ରିପାଠୀ , ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପୁଷ୍ପା ନିଳିମା ଲାକ୍ରା, ବ୍ଲଡ୍ ବ୍ୟାଙ୍କ ଅଧିକାରୀ ଡା. ଅଜୟ କୁମାର ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ, ସିଡିପିଓ ନୟାଗଡ଼ ଶ୍ରୀମତୀ ସନ୍ଧ୍ୟାଲକ୍ଷ୍ମୀ ଦାଶ ଆଜିର ଦିବସର ତାତ୍ପର୍ଯ୍ୟ ଉପରେ ସ୍ୱ ସ୍ୱ ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଶାକର୍ମୀ, ଅଙ୍ଗନବାଡ଼ିକର୍ମୀ, ଓଉଊଝ ସୁପରଭାଇଜର ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ଶାଖାର କର୍ମକର୍ତାମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଊଠଖଗ ଶ୍ରୀ ଗୋପାଳକୃଷ୍ନ ପରିଡ଼ା, ଊଗଜଉଐ ଶ୍ରୀ ଈଶ୍ୱରଚନ୍ଦ୍ର ଶେଖର ପ୍ରସାଦ ଦାଶ, ଝଇ ଶ୍ରୀ ଅରୁଣ ରଂଜନ ସାହୁ, ଇଊଚଐଉଙ ସ୍ମୃତିଲତା ବିଶ୍ୱାଳ ପରିଚାଳନା କରିଥିଲେ । ଶେଷରେ ସଭାପତିଙ୍କ ଅନୁମତି କ୍ରମେ ସଭା ସାଙ୍ଗ କରାଯାଇଥିଲା ।
Related posts
-
ବରିଷ୍ଠ କଂଗ୍ରେସ ନେତା,ଦୃଢ ସଙ୍ଗଠକଙ୍କ ପରଲୋକ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ନିର୍ବାଚନ ମଣ୍ଡଳୀର ଚାନ୍ଦପୁର ଜୋନ୍ (୨୪ନଂ)ର ମୟୁରଝାଲିଆ ପଞ୍ଚାୟତର ତୃଣମୂଳ ସ୍ତରର ଜଣେ ଜଣାଶୁଣା ବିଶିଷ୍ଟ ପ୍ରଭାବଶାଳୀ... -
ବସ ଓ ବାଇକ ଧକ୍କା, ୨ ମୃତ
ରଣପୁର,(ନୟାଗଡ଼ ଦର୍ପଣ): ବସ ଓ ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ସଂଗ୍ରହରୁ ଜଣାପଡିଛି... -
ଖଣ୍ଡପଡ଼ାରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା
ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ସାମନ୍ତ ଚନ୍ଦ୍ରଶେଖର ଶିକ୍ଷାକେନ୍ଦ୍ର ଖଣ୍ଡପଡ଼ା ଠାରେ...