ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରଚେଷ୍ଟା ଏବଂ ‘ ଆମ ନୟାଗଡ଼ ଓ ଚଳଚିତ୍ର ମହୋତ୍ସବ କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ପ୍ରଥମ ରାଜ୍ୟସ୍ତରୀୟ ସଚେତନଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ‘ଚମକ’ ତାର ୨ୟ ସଂନ୍ଧ୍ୟାରେ ଦଶପଲ୍ଲା ଗାନ୍ଧୀ ମୈଦାନରେ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି। ୨ୟ ସନ୍ଧ୍ୟାର ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ। ବିଶିଷ୍ଟ ଅତିଥି ରାଜ୍ୟ ସରକାରଙ୍କ ରାଜସ୍ବ, ବିପର୍ଯ୍ୟୟ ପରିଚାଳନା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଡ. ସନାତନ ପଣ୍ଡା ଯୋଗଦେଇ ଥିଲେ । ଏହି ଅବସରରେ ଚମକର…
Read MoreCategory: ଖଣ୍ଡପଡ଼ା ବ୍ଲକ
କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ନୟାଗଡ଼ ଗସ୍ତ
ନୟାଗଡ଼, (ନୟାଗଡ଼ ଦର୍ପଣ): କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳେଇ ଆଜି ନୟାଗଡ଼ ଗସ୍ତରେ ଆସିଥିଲେ। ୯ଘଟିକା ସମୟରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସୁବାସ ଚନ୍ଦ୍ର ରାୟଙ୍କ ସହ ମାଛିପଡ଼ା ସ୍ଥିତ ଶ୍ୟାମବନ୍ଧୁ ଉଚ୍ଚ ବିଦ୍ୟାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ଗସ୍ତ କରିଥିଲେ । ବିଦ୍ୟାଳୟର ରୂପାନ୍ତରୀଣ କାର୍ଯ୍ୟର ଅଗ୍ରଗତି ତଥା ସ୍ବଚ୍ଛତା ଦେଖି ଆୟୁକ୍ତ ଦଳେଇ ଖୁସି ବ୍ୟକ୍ତି କରିଥିଲେ। ଚିକିତ୍ସାଳୟର ବିଭିନ୍ନ ବିଭାଗ ପରିଦର୍ଶନ କରି ରୋଗୀମାନଙ୍କ ଭଲମନ୍ଦ ପଚାରି ବୁଝିବା ସହ ନିରାମୟ କେନ୍ଦ୍ର ବୁଲି ଦେଖିଥିଲେ । ଏହାପରେ ଦିବା ୧୧ଘଟିକା ସମୟରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାର ସମସ୍ତ ତହସିଲର ବିଭିନ୍ନ ମାମଲାର ପୁଙ୍ଖାନୁପୁଙ୍ଖ ତଦାରଖ କରିଥିଲେ।ଉପଜିଲ୍ଲାପାଳ ସମସ୍ତ…
Read Moreରୋଟାରୀ କ୍ଲବ ଏବଂ ୟୁନିଟେକ କଲେଜ ତରଫରୁ ରକ୍ତଦାନ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ରକ୍ତଭଣ୍ଡାରରେ ରକ୍ତ ଅଭାବକୁ ଦୁର କରିବା ପାଇଁ ରୋଟାରୀ କ୍ଲବ ନୟାଗଡ଼ ଏବଂ ୟୁନିଟେକ କଲେଜ ନୟାଗଡ଼ର ମିଳିତ ଆନୁକୂଲ୍ୟରେ ଆଜି ଏକ ରକ୍ତଦାନ ଶିବିର ସ୍ଥାନୀୟ ୟୁନିଟେକ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ୟୁନିଟେକ ଗୃପର ଚେୟାରମ୍ୟାନ ପ୍ରଦୀପ ପୃଷ୍ଟି ଉଦଘାଟନ କରିଥିଲେ । ରୋଟାରୀ କ୍ଲବର ସଭାପତି ପ୍ରବୀର କୁମାର ପୃଷ୍ଟିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିରକୁ ରୋଟାରୀ କ୍ଲବର ସଂପାଦକ ବାସୁଦେବ ସାହୁ, ସଭ୍ୟ ଆରିଫ ଖାନ, ବ୍ରଜେନ୍ଦ୍ର ପଟ୍ଟନାୟକ, ମିହିର ନା଼ୟକ, ସନ୍ତୋଷ ନାୟକ, ଦିଲ୍ଲିପ ମିଶ୍ର ସମାଜସେବୀ ଦାମୋଦର ସାହୁ ଏବଂ ୟୁନିଟେକ କଲେଜର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ। ନୟାଗଡ଼ ରକ୍ତଭଣ୍ଡାରର କର୍ମକର୍ତ୍ତାଙ୍କ ସହାୟତାରେ ଏହି ଶିବିରରୁ ୩୭ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଭଣ୍ଡାରର ରକ୍ତ ଅଭାବକୁ ଦୁର କରିବା ପାଇଁ…
Read Moreସର୍ବ ଭାରତୀୟ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ମହାସଂଘର ବନ୍ଧୁ ମିଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ପୂର୍ତ୍ତ ବିଭାଗ ବଙ୍ଗଳା ପରିସରରେ ସର୍ବ ଭାରତୀୟ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ମହାସଂଘର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାସ୍ତରୀୟ କର୍ମକର୍ତା ଚୟନ ନିମନ୍ତେ ଏହି ବୈଠକ ହୋଇଥିବା ଜଣାପଡ଼ିଛି। ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ ବ୍ଲକର ସାମ୍ବାଦିକମାନେ ଯୋଗ ଦେଇଥିଲେ। ଏହି ବୈଠକରେ OUWJ ସଙ୍ଘର ରାଜ୍ୟ ସଭାପତି ଭାଗବତ ତ୍ରିପାଠୀ, ବିଶ୍ଵବାଣୀ ଖବର କାଗଜର ଏଡିଟର ତଥା ସଂଗଠନର ସମ୍ପାଦକ ଅର୍ଜୁନ ମୁଦୁଲି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବରେ ଡିଜିଟାଲ ମିଡ଼ିଆ ସାମ୍ବାଦିକ ସଂଘର ସଭାପତି ଅନୱାର ଅଲି ଯୋଗଦେଇଥିଲେ। ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯଇଥିଲା। ରାଜ୍ୟରୁ ଆସିଥିବା ଉଭୟ ଅତିଥି ସବୁ ସମସ୍ୟାର ସମାଧାନ କରିବା କଥା କହିଥିଲେ। ପରେପରେ କର୍ମକର୍ତ୍ତା ଚୟନ କରାଯାଇ ସମାଜସେବୀ ତଥା…
Read Moreନୟାଗଡ଼ ଜିଲ୍ଲାର ପ୍ରଥମ ସମ୍ପୂର୍ଣ୍ଣ ସୌରଚାଳିତ ଅନୁଷ୍ଠାନରେ ପରିଣତ ହେଲା ସମର୍ପଣ
ନୟାଗଡ଼(ନାୟଗଡ଼ ଦର୍ପଣ): ନୟାଗଡ଼ ସଦରମହକୁମା ନିକଟ ଲେଖନପୁରଠାରେ ଗଢି ଉଠିଥିବା ସମର୍ପଣ ବୃଦ୍ଧାଶ୍ରମର ପଞ୍ଚମ ପ୍ରତିଷ୍ଠା ଦିବସ ଜିଲ୍ଲାପାଳ ତଥା “ସମର୍ପଣ” ପରିଚାଳନା କମିଟିର ସଭାପତି ଶ୍ରୀ ରବୀନ୍ଦ୍ରନାଥ ସାହୁଙ୍କ ସଭାପତିତ୍ୱରେ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ମାନ୍ଯବର ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ କୀର୍ଯ୍ଯନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟ,ନୟାଗଡ ବ୍ଳକ୍ ଅଧ୍ଯକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ ବିଡିଓ ପଦ୍ମଚରଣ ସାହୁ, ପୌରପରିଷଦ ପୌରାଧ୍ୟକ୍ଷା ନିରୂପମା ଖଟେଇ, ପୌରପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଯୋଗଦେଇ ଥିଲେ। ସର୍ବପ୍ରଥମେ ସମର୍ପଣ ପରିଚାଳନା କମିଟିର କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି ପ୍ରତିଷ୍ଠା ଦିବସ ବିଷୟରେ ସୂଚନା ପ୍ରଦାନ…
Read Moreମାତୃଭାଷା ପ୍ରତି ଆମର ପ୍ରତିବଦ୍ଧତା ରହିଲେ ଭାଷାର ବିକାଶ ସହ ସାଂସ୍କୃତିକ ପ୍ରଗତି ସମ୍ଭବ ହୋଇପାରିବ
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାଷା ମାଧ୍ୟମରେ ସାଂସ୍କୃତିକ ବିବିଧତାକୁ ଲୋକାଭିମୁଖୀ କରିବା ତଥା ବହୁଭାଷାର ଗୁରୁତ୍ୱକୁ ପ୍ରାଧାନ୍ୟ ଦେବା ଦ୍ୱାରା ଭାଷା-ଏକତା ସୃଷ୍ଟି ହୋଇପାରିବ। ପୃଥିବୀରେ ବର୍ତ୍ତମାନ ପ୍ରାୟ ୭୦୦୦ ଭାଷା ପ୍ରଚଳିତ ଥିବାବେଳେ ପାଖାପାଖି ୪୦୦୦ ଭାଷା ବିଲୁପ୍ତ ପ୍ରାୟ ଅବସ୍ଥାରେ ଅଛି।ତେଣୁ ଭାଷାକୁ ନେଇ ସମଗ୍ର ପୃଥିବୀର ସ୍ଥିତି ଚିନ୍ତାଜନକ। ଭାରତରେ ପ୍ରାୟ ୪୫୦ ଭାଷା ପ୍ରଚଳିତ ଥିବାବେଳେ ସେଥିରୁ ପ୍ରାୟ ଏମିତି ୧୦ଟି ଭାଷା ଅଛି ଯାହା କହୁଥିବା ଲୋକଙ୍କ ସଂଖ୍ୟା ୧୦୦ ରୁ ମଧ୍ୟ କମ୍। ମାତୃଭାଷା ପ୍ରତି ଆମର ପ୍ରତିବଦ୍ଧତା ରହିଲେ ହିଁ ଭାଷାର ବିକାଶ ସହ ସାଂସ୍କୃତିକ ପ୍ରଗତି ସମ୍ଭବ ହୋଇପାରିବ। ମାତୃଭାଷା ବ୍ୟତୀତ କୌଣସି ଦେଶ, ଜାତି ବା ସମାଜର ସଂସ୍କୃତି ବିଷୟରେ କଳ୍ପନା କରାଯାଇନପାରେ ବୋଲି ଆଜି ବିଶ୍ୱ ମାତୃଭାଷା ଦିବସ ପାଳନ ଅବସରରେ ବକ୍ତାମାନେ ମତବ୍ୟକ୍ତ…
Read Moreନୟାଗଡ଼ ସହର ଟ୍ରାଫିକ ବ୍ୟବସ୍ଥା ରୂପାନ୍ତରିକରଣ ପାଇଁ ଶିଳାନ୍ୟାସ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ମୁଖ୍ୟ ଟ୍ରାଫିକ ଛକ ଟ୍ରାଫିକ ବ୍ୟବସ୍ଥା ରୂପାନ୍ତରିକରଣ ପାଇଁ ଆଜି ଶିଳାନ୍ୟାସ ପର୍ବ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଳାନ୍ୟାସ କରିଛନ୍ତି । ପୈାର ପରିଷଦ ପକ୍ଷରୁ ପୁରୁଣା ବସଷ୍ଟାଣ୍ଡଠାରେ ଆୟୋଜିତ ସଭାରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୈାର ପରିଷଦ ଅଧ୍ୟକ୍ଷ ନିରୂପମା ଖଟେଇ, ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, ଆଶିଷ ଅଗ୍ରୱାଲ, ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ର ପ୍ରମୂଖ ଯୋଗ ଦେଇଥିଲେ । ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁଙ୍କ ତାଙ୍କ ବକ୍ତବ୍ୟରେ, ନୟାଗଡ଼ ପଶ୍ଚିମ ଓଡ଼ିଶାର…
Read Moreନୟାଗଡ଼ ଶିକ୍ଷକଙ୍କ ପ୍ରଶିକ୍ଷଣ କେନ୍ଦ୍ରକୁ ନେଇ ଶିକ୍ଷକଙ୍କ ମଧ୍ୟରେ ଘୋର ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ଶିକ୍ଷକମାନଙ୍କ ପାଇଁ ଉଦ୍ଦିଷ୍ଟ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କେନ୍ଦ୍ରକୁ ନେଇ ଶିକ୍ଷକମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ଶିକ୍ଷକମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ସୂଚନା ଯୋଗ୍ୟ ଯେ ପ୍ରାଥମିକ ଶିକ୍ଷକମାନଙ୍କୁ ଜିଲ୍ଲାସ୍ତରରେ ବିଭିନ୍ନ ବିଷୟ ଭିତ୍ତିକ କର୍ମଶାଳା ଓ ପ୍ରଶିକ୍ଷଣ,କମ୍ପ୍ୟୁଟର ଟ୍ରେନିଂ ତଥା ସହ-ଶୈକ୍ଷିକ କାର୍ଯ୍ୟକ୍ରମ ଉପରେ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ କାର୍ଯ୍ୟ ତଥା କର୍ମଶାଳା ବର୍ଷ ତମାମ ରାଜସୁନାଖଳା ସ୍ଥିତ ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର ଠାରେ ପ୍ରଦାନ କରାଯାଉଛି । ତେବେ ନୟାଗଡ଼ ଜିଲ୍ଲାର ସୀମାବର୍ତ୍ତି ନୟାଗଡ ଜିଲ୍ଲା-ଖୋର୍ଦ୍ଧା ଜିଲ୍ଲା ସୀମାରେଖା ନିକଟରେ ଅବସ୍ଥିତ ରାଜସୁନାଖଳାଠାରେ ଥିବା ଏହି ପ୍ରଶିକ୍ଷଣ କେନ୍ଦ୍ରକୁ ନୟାଗଡ଼ ଜିଳ୍ଲାର ୮ଟି ବ୍ଳକର…
Read Moreଦଶପଲ୍ଲା ପ୍ରେସ୍ କ୍ଲବ୍ର ଦ୍ବାଦଶ ବାର୍ଷିକ ଉତ୍ସବ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ପ୍ରେସ୍ କ୍ଲବ୍ର ଦ୍ବାଦଶ ବାର୍ଷିକ ଉତ୍ସବ ସ୍ଥାନୀୟ ଗାନ୍ଧୀ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ପ୍ରେସ୍ କ୍ଲବର ସଭାପତି ସୁରେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେବା ସହିତ ଗଣତନ୍ତ୍ର ଚତୁର୍ଥ ସ୍ତମ୍ଭ ନୁହେଁ ସ୍ବତନ୍ତ୍ର ସ୍ତମ୍ଭ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ଆମ ବ୍ୟବସ୍ଥା ମଧ୍ୟରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ତିନି ସ୍ତମ୍ଭ ସହ ତୁଳନା ନ କରି ସ୍ବତନ୍ତ୍ର ଓ ମୁକ୍ତ ଭାବେ ଗଣମାଧ୍ୟମ କାର୍ଯ୍ୟ କରିବା ଦରକାର ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ନୂଆ ପିଢ଼ି ସହ ଯୋଡ଼ିହେବା ପାଇଁ ଗଣମାଧ୍ୟମ ଉଦ୍ୟମ କରିବା ଦରକାର ବୋଲି ଖଣ୍ଡପଡ଼ା ବିଧାୟକ କହିବା ସହିତ ଏଥି ନିମନ୍ତେ ପ୍ରୟାସ ଆରମ୍ଭ କରିବାକୁ ଆହ୍ବାନ କରିଥିଲେ।…
Read More୪୦ ଲକ୍ଷ ଟଙ୍କା ଠକେଇ, ଠକ ଫାଇନାନ୍ସ କର୍ମଚାରୀ ଗିରଫ
ନୟାଗଡ଼,(ନୟାଗଡ଼ ଦର୍ପଣ): ସୂର୍ଯ୍ୟଦୟ ଫାଇନାନ୍ସ ନୟାଗଡ଼ ଶାଖାରେକାର୍ଯ୍ୟରତ ଜଣେ କର୍ମଚାରୀ ରିଜାଇନ କରିବା ପରେ ୪୦ ଲକ୍ଷ ଟଙ୍କା ଠକେଇକରିଥିଲେ । ନୟାଗଡ଼ ଟାଉନଥାନା ପୁଲିସ ଅଭିଯୁକ୍ତ ପୂର୍ବତନ କର୍ମଚାରୀଜଣଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୯ ଲକ୍ଷ ୯୦ ହଜାର ଟଙ୍କା ଜବତକରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନାଟୋଲପଡ଼ା ଗ୍ରାମର ପ୍ରବୀର କୁମାର ସେନାପତି । ଏନେଇ ଆଜି ନୟାଗଡ଼ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଉମାକାନ୍ତ ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ ସୂଚନାଦେଇଛନ୍ତି । ସୂର୍ଯ୍ୟଦୟ ସ୍କୁଲ ଫାଇନାନ୍ସ ବ୍ୟାଙ୍କ ନୟାଗଡ଼ ଶାଖାରେ ପ୍ରବୀରରିଲେସନସିପ୍ ଅଫିସର ଭାବେ କାମ କରୁଥିଲେ । କୌଣସି କାରଣରୁ ଗତ ୨ତାରିଖରେ ସେ ରିଜାଇନ ଦେଇଥିଲେ । ତାଙ୍କ ସ୍ଥାନରେ ତାଙ୍କର ଜଣେ ବନ୍ଧୁଅଭିମନ୍ୟୁ ମୁଦୁଲି କାମ କଲେ । ଅଭିମନ୍ୟୁଙ୍କ ଏକ ପୁରୁଣା ମୋବାଇଲକୁପ୍ରବୀର…
Read More