ନୂଆଗାଁ,(ନୟାଗଡ଼ ଦର୍ପଣ):- ବାହାଡାଝୋଲା ବେରୁଆବାରି ଅଞ୍ଚଳର ଜଣେ ୧୬ବର୍ଷୀୟା ନାବାଳିକା ଅଷ୍ଟମ ଶ୍ରେଣୀରୁ ପାଠଛାଡି ଦେଇଥିବାବେଳେ ପରିବାର ପକ୍ଷରୁ ଝିଅଟିର ବିବାହ କାର୍ଯ୍ୟ ଚଳିତ ମାଅ ଆସନ୍ତା ୧୪ ତାରିଖରେ ହେବା ପାଇଁ ସ୍ଥିର କରାଯାଇଥିଲା। ତତ୍ ସହିତ ଅନ୍ୟଜଣେ ଦଶପଲ୍ଲା ଅଞ୍ଚଳର ୧୫ବର୍ଷୀୟା ନାବାଳିକାକୁ ପୁଅ ଘର ଲୋକ ତାଙ୍କ ନିଜ ଘରକୁ ଆଣି ଘରଲୋକ ମିଶି ଗତ ୮ତାରିଖରେ ବିବାହ କରିଦେଇଛନ୍ତି । ଏହାପରେ ଚାଇଲଡ ଲାଇନର ଟୋଲଫ୍ରି ନମ୍ବର ୧୦୯୮କୁ ଖବର ଆସିବାପରେ ସେହି ଝିଅକୁ ପୁଅ ଘରୁ ଉଦ୍ଧାର କରାଯାଇ ଜିଲ୍ଲା ଶିଶୁମଙ୍ଗଳ ସମିତି ସୁଭାଷ ଚନ୍ଦ୍ର ମହାନ୍ତିଙ୍କ ପାଖରେ ହାଜର କରାଯାଇଥିଲା। ଉଭୟ ଝିଅଙ୍କୁ ବର୍ତ୍ତମାନ ୱାନଷ୍ଟପ ସେଣ୍ଟରରେ ରଖାଯାଇଛି । ଏହି ଚଢ଼ାଉରେ ଚାଇଲଡ଼ ଲାଇନର ସଦସ୍ୟ ଚନ୍ଦ୍ର ଶେଖର ବେହେରା, ସ୍ବର୍ଣ୍ଣାଲତା ଜେନା, ଅଳକା ପାହାଡସିଂହଙ୍କ ସମେତ…
Read MoreCategory: ଦଶପଲ୍ଲା ବ୍ଲକ
ପବିତ୍ର ଶ୍ରୀଗୁଣ୍ଡିଚାରେ ନୟାଗଡ଼ ଦର୍ପଣର ୱେବ ପୋର୍ଟାଲର ଶୁଭାରମ୍ଭ
ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ଜିଲ୍ଲାର ଘରେ ଘରେ ପରିଚିତ ତଥା ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି, ବ୍ୟକ୍ତିତ୍ୱ ଏବଂ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ସୁବିଧା ଅସୁବିଧାର ଖବର ପ୍ରସାରଣ କରି ଜିଲ୍ଲାବାସୀଙ୍କ ପ୍ରିୟଭାଜନ ହୋଇପାରିଥିବା ପାକ୍ଷିକ ଖବର କାଗଜ ନୟାଗଡ଼ ଦର୍ପଣ ତା’ର ୱେବ ପୋର୍ଟାଲ www.nayagarhdarpan.com ଆରମ୍ଭ କରିଛି। ଆଜି ପବିତ୍ର ରଥ ଯାତ୍ରା ଅବସରରେ ନୟାଗଡ଼ ସହର ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ନୟାଗଡ଼ର ବିଶିଷ୍ଟ ବ୍ୟକ୍ତିମାନଙ୍କ ଗହଣରେ “ନୟାଗଡ଼ ଦର୍ପଣ” ୱେବ ପୋର୍ଟାଲର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକାର୍ପଣ ଉତ୍ସବରେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ପ୍ରାଧ୍ୟାପକ ଅଶୋକ କୁମାର ନାୟକ, ବିଶ୍ୱନାଥ ମହାପାତ୍ର, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ସାହିତ୍ୟିକ ନିର୍ଦ୍ଦେଶକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଶିଶୁ…
Read Moreମହିଷା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାହାପାଇଁ ? ଚାଷୀଙ୍କ ଚାଷ ପାଇଁ ନାଁ ମାଛଚାଷ ପାଇଁ ?
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଲକ ସାକେଣୀ ଗ୍ରାମ ନିକଟରେ ଥିବା “ମହିଷା“ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାହା ସ୍ୱାର୍ଥରେ ? ଏହି ପ୍ରକଳ୍ପରେ ବର୍ଷା ଋତୁରେ ପାଣି ଗଛିତ ରଖାଯାଇ , ଗ୍ରୀଷ୍ମ ଋତୁରେ ଚାଷୀମାନଙ୍କ ଚାଷକାର୍ଯ୍ୟରେ ସହାୟକ ହେବ ବୋଲି ନିର୍ମାଣ କରାଯାଇଥିଲା ଏହି ପ୍ରକଳ୍ପ । ଏହି ପ୍ରକଳ୍ପ ଦ୍ବାରା ସାକେଣୀ, ନୁଆ ସାହି, ମଶାବାଡି, ବାରିହାପିଟା, ପୋଇବାଡି ଆଦି ଗ୍ରାମ ସହିତ ଆଖପାଖ ବହୁ ଗ୍ରାମର ଚାଷୀ ପରିବାର ଉପକୃତ ହେଉଥିଲେ। କିନ୍ତୁ ବର୍ତ୍ତମାନ ଖରାଦିନେ ଏହି ପ୍ରକଳ୍ପରେ ପାଣି ଟୋପାଏ ରହୁନାହିଁ । ନାମକୁ ମାତ୍ର ଏକ ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇ କିଛି ଦଲାଲ୍ଙ୍କ ସହାୟତାରେ ବିଭାଗୀୟ କତ୍ତୁର୍ପକ୍ଷ ମାଛଚାଷ କରି ନିଜ ପକେଟ ଗରମ କରୁଛନ୍ତି । ଗ୍ରୀଷ୍ମ ଋତୁରେ ଚାଷ ପଛେ…
Read Moreଘୋଳାହାଣ୍ଡି ଉଚ୍ଚ ବିଦ୍ୟାଳୟରେ ୭୨ତମ ବନ ମହୋତ୍ସବ ପାଳିତ
ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଘୋଳାହାଣ୍ଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ୭୨ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଓ ରଘୁନାଥ ଉ.ପ୍ରା ବିଦ୍ୟାଳୟର ମିଳିତ ସହଯୋଗରେ ଏହି ବନ ମହୋତ୍ସବରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବେହେରା ଓ ରଘୁନାଥ ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ସେଠୀଙ୍କ ସମେତ ଦୁଇ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଅବସରରେ ବନପାଳ ପବିତ୍ର କୁମାର ପରିଡ଼ା, ସୌମ୍ୟରଂଜନ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଦଶପଲ୍ଲା ବନାଞ୍ଚଳ ଅନ୍ତର୍ଗତ ମଧ୍ୟଖଣ୍ଡ ସେକ୍ସନ ପକ୍ଷରୁସହାୟତା ଓ ସହଯୋଗ କରାଯାଇଥିଲା।
Read More“ଅନନ୍ୟା ଫାଉଣ୍ଡେସନ” ତରଫରୁ ଦଶପଲ୍ଲାରେ ମାସ୍କ ବଣ୍ଟନ
ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ଅନନ୍ୟା ଫାଉଣ୍ଡେସନ୍ ପକ୍ଷରୁ ଆଜି ଦଶପଲ୍ଲା ଅଞ୍ଚଳରେ ୭୦୦ରୁ ଉର୍ଦ୍ଧ୍ବ ମାସ୍କ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମ ଆରମ୍ଭରେ କରୋନା ଯୋଦ୍ଧା ତଥା ଦଶପଲ୍ଲା ଥାନାର ପୋଲିସ ଭାଈ ଭଉଣୀଙ୍କୁ ମାସ୍କ୍ ବଣ୍ଟନ କରାଯାଇଥିଲା। ପରେପରେ ଦଶପଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ମାସ୍କ ବଣ୍ଟନ ଓ କରୋନା ସଚେତନତା କରାଯାଇଥିଲା। ସୂଚନାଯୋଗ୍ୟ, ଅନନ୍ୟା ଫାଉଣ୍ଡେସନ ତରଫରୁ ଆଜି ପର୍ଯ୍ୟନ୍ତ ୫୦୦୦ରୁ ଉର୍ଦ୍ଧ୍ବ ମାସ୍କ ବଣ୍ଟନ କରାସରିଛି। ତାହା ପୁଣି ସର୍ଜିକାଲ୍ ନୁହେଁ, ହାତ ତିଆରି କପଡ଼ା ମାସ୍କ। ଯାହାକୁ ଅନନ୍ୟା ଫାଉଣ୍ଡେସନର ମହିଳା ଗୋଷ୍ଠୀ ସିଲେଇ ଜାରି ରଖିଛନ୍ତି। ଆଗକୁ ଏଭଳି ଜନହିତକାରୀ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଅନନ୍ୟା ଫାଉଣ୍ଡେସନ୍ ପକ୍ଷରୁ ସୂଚନା ମିଳିଛି।
Read Moreଦଶପଲ୍ଲା ବ୍ଲକରେ ଗଠନ ହେଲା “ଦଶପଲ୍ଲା ବ୍ଲକ ଡିଜିଟାଲ ମିଡ଼ିଆ ଆସୋସିଏସନ”
ଦଶପଲ୍ଲା, (ନୟାଗଡ଼ ଦର୍ପଣ):- କିଛି ଦିନ ପୂର୍ବେ ରାଜ୍ୟରେ ପ୍ରଥମ କରି ନୟାଗଡ ଜିଲ୍ଲାରେ ଡିଜିଟାଲ ମିଡ଼ିଆ ସାମ୍ବାଦିକ ସଂଘ ଗଠନ ହୋଇଥିବା ବେଳେ ଆଜି ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକରେ ପ୍ରଥମ କରି ଦଶପଲ୍ଲା ବ୍ଲକ ଡିଜିଟାଲ ମିଡ଼ିଆ ଆସୋସିଏସନ ନାମରେ ସଂଘ ଗଠିତ ହୋଇ ଏହି ସଂଗଠନର ପ୍ରଥମ ସାଙ୍ଗଠନିକ ବୈଠକ ତଥା କର୍ମକର୍ତ୍ତା ଚୟନ, ଦଶପଲ୍ଲା ନେତାଜୀ ପଡିଆ ନିକଟସ୍ଥ ଟ୍ରକ୍ ଓନର୍ସ ଆସୋସିଏସନ ଗୃହରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ଡିଜିଟାଲ ମିଡ଼ିଆ ସାମ୍ବାଦିକ ସଂଘର ସଭାପତି ଅନୱର ଅଲ୍ଲୀ, ସମ୍ପାଦକ କିଶୋର ମହାପାତ୍ର ଏବଂ ଜିଲ୍ଲା କମିଟିର ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ଦଶପଲ୍ଲା ବ୍ଲକ ଡିଜିଟାଲ ମିଡ଼ିଆ ଆସୋସିଏସନ କମିଟିର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା। ଡିଜିଟାଲ ମିଡ଼ିଆ କ୍ଷେତ୍ରରେ କାମ କରୁଥିବା ସାମ୍ବାଦିକମାନଙ୍କୁ ସଂଗଠିତ କରିବା…
Read Moreଭାରସାମ୍ୟ ହରାଇ ଓଲଟିଲା ଲୁହାପ୍ଲେଟ୍ ବୋଝେଇ ଟ୍ରକ୍
ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ବାଣିଗୋଛା ନିକଟସ୍ଥ କାମିଟିପଙ୍ଗା ମହାବୀର ମନ୍ଦିର ବାଙ୍କ ନିକଟରେ ଅପରାହ୍ନ ୪ଟା ସମୟରେ ଏକ ଲୁହାପ୍ଲେଟ୍ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଗାଡିର ଚାଳକ ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକେ ତାଙ୍କୁ ଦଶପଲ୍ଲା ଡାକ୍ତରଖାନାକୁ ପଠାଇଥିଲେ । ଲୋକଙ୍କ କହିବା ଅନୁସାରେ ଏହି ବାଙ୍କଟି ଏକ ବିପଦ ଶଙ୍କୁଳ ବାଙ୍କ ହୋଇଥିବା ବେଳେ ଏହି ସ୍ଥାନରେ ବାରମ୍ବାର କିଛିନା କିଛି ଦୁର୍ଘଟଣା ଘଟୁଛି । ତେଣୁ ଏହି ସ୍ଥାନକୁ ଦୁର୍ଘଟଣା ପ୍ରବଣ ଏରିଆ ଚିହ୍ନଟ କରିବାକୁ ସର୍ବସାଧାରଣରେ ଦାବୀ ହେଉଛି ।
Read Moreସ୍ତ୍ରୀ’କୁ ଟାଙ୍ଗିଆରେ ହାଣି ସ୍ୱାମୀ ଫେରାର
ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ଦଶପଲ୍ଲାର ବଣପାହାଡ ଘେରା ଚଢେୟାପଲ୍ଲୀ ଓ କଳଷାଖମଣ ଅଂଚଳରେ, ଶିଶୁକନ୍ୟା ହତ୍ୟା ଘଟଣାର ପର୍ଦ୍ଦାଫାଶ ହେବାର ଦୁଇ ଦିନ ପରେ ଆଜି ପୁଣି ଘଟିଛି ଏକ ହତ୍ୟା ଘଟଣା । ପ୍ରାପ୍ତସୂଚନା ଅନୁସାରେ ଚଢେୟାପଲ୍ଲୀ ଗ୍ରାମପଂଚାୟତ ଅନ୍ତର୍ଗତ ବାମ୍ ଗ୍ରାମ କଲୋନୀ ସାହିର ବାସିନ୍ଦା ରାଧାମୋହନ ନାଏକ(୫୨) ତାଙ୍କ ସ୍ତ୍ରୀ ସତ୍ୟଭାମା ନାଏକ(୪୨)ଙ୍କୁ ଆଜି ସକାଳ ସାଢେ ୮ଟା ସମୟରେ ସାଙ୍ଗରେ ନେଇ ଗାଁ ପାଖ ଜଙ୍ଗଲକୁ ଜାଳେଣୀ କାଠ ସଂଗ୍ରହ ପାଇଁ ଯାଇଥିବାବେଳେ କୌଣସି କଥାକୁ ନେଇ ରାଧାମୋହନ ତାଙ୍କ ସ୍ତ୍ରୀଙ୍କ ମୁଣ୍ଡକୁ ଧରିଥିବା ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଫଳରେ ସତ୍ୟଭାମାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା। ଖବର ଲେଖାହେବା ସମୟ ସୁଦ୍ଧା ବାଣିଗୋଛା ଆଇଆଇସି ବୈଦ୍ୟନାରାୟଣ ଭୋଇ ଓ ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ ଘଟଣା…
Read Moreଜୁମ ଆପରେ ଦଶପଲ୍ଲା ବିଧାୟକଙ୍କ ବୈଠକ
ଦଶପଲ୍ଲା: (ନୟାଗଡ଼ ଦର୍ପଣ) ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଆଜି ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ନେଇ କୋରୋନା ମହାମାରୀକୁ କିଭଳି ପ୍ରତିହତ ମୁକାବିଲା କରାଯିବ ଏନେଇ ଏକ ଭର୍ଚୁଆଲ ମିଟିଂ ଆୟୋଜିତ ହୋଇଯାଇଛି । ଏଥିରେ ମାନ୍ୟବର ବିଧାୟକ ଯୋଗଦେଇ ଲୋକମାନଙ୍କୁ କିଭଳିଭାବେ ସଚେତନ କରାଯିବ ଏବଂ ଆଗାମୀ ଦିନରେ ଅଧିକରୁ ଅଧିକ ବୃକ୍ଷ ରୋପଣ କରାଯିବ ସହ କୋରୋନା ସମୟରେ ଲୋକମାନଙ୍କର ବିଭିନ୍ନ ସମସ୍ୟାକୁ ଦୂର କରାଯିବ ଏବଂ ବର୍ତ୍ତମାନ ପରିସ୍ଥିତିରେ ଜିଲ୍ଲାରେ ରକ୍ତର ଘୋର ଅଭାବ ଦେଖାଯାଇଥିବା ବେଳେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ରକ୍ତ ଦାନ ଶିବିର ମାନକରି କିଭଳି ରକ୍ତ ଅଭାବକୁ ଦୂର କରାଯିବ ସେ ବିଷୟରେ ଆଲୋଚନା କରିଥିଲେ।
Read Moreଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରେ ବିଧାୟକଙ୍କ ଦ୍ଵାରା ମାସ୍କ, ସାନିଟାଇଜର ବଣ୍ଟନ
ଦଶପଲ୍ଲା; ମହାମାରୀ କରୋନା ପ୍ରକୋପରୁ ଜନସାଧାରଣଙ୍କୁ ସୁରକ୍ଷା ଓ ସଚେତନ କରିବା ଲକ୍ଷରେ, ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଟାକରା ପଂଚାୟତର ଟାକରା, ବୁରୁସାହି, ବୁଗୁଡା କଲୋନୀ, ମିଟୁକୁଳି, ତିଳାବାଡି ଗ୍ରାମର ଘରଘର ବୁଲି ମାସ୍କ ଓ ସାନିଟାଇଜର୍ ବଣ୍ଟନ କରିବା ସଂଗେ ସଂଗେ, ଜନସାଧାରଣଙ୍କୁ ଘରେ ରହିବା ସହିତ, ସାମାଜିକ ଦୂରତ୍ବ ଓ କୋଭିଡ୍ ନିୟମ ମାନି ଚଳିବାକୁ ପରାମର୍ଶ ଦେଇଥିଲେ । ବିଧାୟକ ଶ୍ରୀ ବେହେରାଙ୍କ ସହିତ ସାଂସଦ ପ୍ରତିନିଧି ପ୍ରସନ୍ନ କୁମାର ସାହୁ , ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ କୁମାର ସାହୁ, ଟାକରା ଗ୍ରାମ ପଂଚାୟତର ସରପଂଚ ସଂଯୁକ୍ତା ନାୟକ ଓ ଆଦିବାସୀ ନେତା ଧନେଶ୍ୱର ଜାନୀଙ୍କ ସମେତ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ। କରୋନା…
Read More