ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ ଜିଲ୍ଲାରେ ମହିଳାମାନଙ୍କୁ ସଶକ୍ତି କରଣ ନିମନ୍ତେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ଉଦ୍ଦେଶ୍ୟରେ ଜିଲ୍ଲା ଓଶ୍ୱାନ୍ ସଭା କକ୍ଷରୁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ବ୍ଲକ ଓଶ୍ୱାନ୍ ସଭା କକ୍ଷକୁ ସଂଯୋଗ କରି ସମସ୍ତ ବିଭାଗର ଭୂମିକା ଓ ଦାୟିତ୍ୱ ସମ୍ବନ୍ଧରେ ବୁଝାଇଥିଲେ । ଏହି ଯୋଜନାରେ ମହିଳାମାନଙ୍କୁ ଆଗାମୀ ୫ବର୍ଷରେ ଟ.୫୦,୦୦୦/- ଦେଇ ଆତ୍ମ ନିର୍ଭରଶୀଳ କରିବାର କାର୍ଯ୍ୟକ୍ରମ ରହିଅଛି । ଦୁଇଟି କିସ୍ତିରେ(ରାକ୍ଷୀ ପୂର୍ଣ୍ଣିମା ଓ ବିଶ୍ୱ ମହିଳା ଦିବସ) ଟ.୫,୦୦୦/-ଲେଖାଏଁ ମୋଟ ଟ.୧୦,୦୦୦/- ବାର୍ଷିକ ୫ବର୍ଷରେ ଟ.୫୦,୦୦୦/- ପ୍ରଦାନ କରାଯିବ । ୨୧ ରୁ ୬୦ବର୍ଷ ବୟସର ମହିଳାମାନେ ଏଥିପାଇଁ ଆବେଦନ କରିପାରିବେ । ଯେଉଁ ମହିଳାମାନେ ମାସିକ ୧୫୦୦ଟଙ୍କା ଭତ୍ତା ପାଉଥିବେ,ସାଂସଦ କିମ୍ବା ବିଧାୟକ ପରିବାରର ମହିଳା ହୋଇଥିବେ,ନିର୍ବାଚିତ ପ୍ରତିନିଧି ହୋଇଥିବେ,…
Read MoreCategory: ଦଶପଲ୍ଲା ବ୍ଲକ
ପୋଖରୀରେ ବୁଡ଼ି ଜଣକ ମୃତ୍ୟୁ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା ଅନ୍ତର୍ଗତ କାମିଟିପଙ୍ଗା ଗ୍ରାମରେ ଆଜି ଅପରାହ୍ନରେ ଜଣେ ବ୍ୟକ୍ତି ପୋଖରୀକୁ ନିତ୍ୟକର୍ମ କରିବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇ ଦଶପଲ୍ଲା ଅଗ୍ନିଶମ ବାହିନୀ କାମିଟିପଙ୍ଗା ଗ୍ରାମରେ ପହଂଚି ତାଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ମୃତକ ବ୍ୟକ୍ତିଙ୍କ ନାମ ଚମ୍ପେଶ୍ୱର ଭୋଇ ୫୮ ବର୍ଷ ବୋଲି ଜଣାପଡିଛି।
Read Moreଭୁସୁଡିଲା ଘର, ଅଳ୍ପକେ ବର୍ତ୍ତିଲେ ଗୋଟେ ପରିବାର
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଲକ ଟାକରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପାଳପୁର ଗ୍ରାମର ଶ୍ରୀକାନ୍ତ ଷଡ଼ଙ୍ଗୀଙ୍କ ସମସ୍ତ ପରିବାର ଲୋକ ଘର ମଧ୍ୟରେ ସୋଇଥିବା ବେଳେ ତାଙ୍କର ଝାଟିମାଟି ଘରଟି ଗତକାଲି ମଧ୍ୟରାତ୍ର ସମୟରେ ଅଚାନକ ଭୁଶୁଡ଼ି ପଡ଼ିଥିଲା । ଏହି ଭଙ୍ଗାଘର ମଧ୍ୟରେ ଫସି ଯାଇଥିବା ଶ୍ରୀକାନ୍ତଙ୍କ ରୋଗିଣା ମାଆ, ଆସନ୍ନପ୍ରସବା ସ୍ତ୍ରୀ ଫସି ରହିଥିଲେ । ଗ୍ରାମବାସୀଙ୍କ ଦୀର୍ଘ ୨ଘଣ୍ଟାର ଉଦ୍ୟମ ପରେ ଭଙ୍ଗା ଘର ଭିତରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ଏଠି ପ୍ରକାଶ ଥାଉକି ଶ୍ରୀକାନ୍ତ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀୟ ଲୋକ ହୋଇଥିବାବେଳେ ସେ ଏକ ଚା – ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଥାଆନ୍ତି । ତାଙ୍କର ବାସଗୃହଟି ଭାଙ୍ଗିଯିବା ଯୋଗୁଁ ସେ ସଂପୂର୍ଣ୍ଣ ବେସାହାରା ହୋଇ ପଡିଛନ୍ତି । ତେଣୁ ତାଙ୍କୁ ଖୁବଶୀଘ୍ର ସରକାରୀ…
Read Moreବିଶିଷ୍ଟ ନାଟ୍ୟକାର ପ୍ରାଧ୍ୟାପକ ରାମଚନ୍ଦ୍ର ମିଶ୍ରଙ୍କ ଜୀବନୀ ପୁସ୍ତକ ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଆ ନାଟ୍ୟ ସାହିତ୍ୟର କିମ୍ବଦନ୍ତୀ ପୁରୁଷ, ବିଶିଷ୍ଟ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ପ୍ରାଧ୍ୟାପକ ରାମଚନ୍ଦ୍ର ମିଶ୍ରଙ୍କ ଜୀବନୀ ପୁସ୍ତକ ‘ନନାଙ୍କ ଡାଏରୀ’ ନୟାଗଡ଼ ବ୍ଳକ ସଭାଗୃହରେ ଆଜି ପୂର୍ବାହ୍ନରେ ଅତିଥିମାନଙ୍କ ଦ୍ୱାରା ପାଠକାର୍ପଣ ହୋଇଯାଇଛି। ନାଟ୍ୟକାରଙ୍କ ସୁପୁତ୍ର ଡ.ଅଶୁତୋଷ ମିଶ୍ରଙ୍କ ଦ୍ୱାରା ଲିଖିତ ଏହି ଜୀବନୀ ପୁସ୍ତକ ଉନ୍ମୋଚନ ସମାରୋହ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ,ପ୍ରକାଶକ ବନୋଜ ମିଶ୍ର ବିଶିଷ୍ଟ ଅତିଥି ଭାବେ ସାହିତ୍ୟିକ ତଥା ଗବେଷକ ଡ.ସନ୍ତୋଷ କୁମାର ତ୍ରିପାଠୀ ଏବଂ ବରେଶ୍ୟ ଅତିଥିଭାବେ ଔପନ୍ୟାସିକ ଡ.ଅଜୟ ସ୍ୱାଇଁ ପ୍ରମୁଖ ଯୋଗଦାନ କରି ଓଡ଼ିଶାର ସମୃଦ୍ଧ ନାଟ୍ୟ ପରମ୍ପରାକୁ ବେଗବାନ, ଗତିଶୀଳ ଓ ରୁଚିଶୀଳ କରିବାରେ ନାଟ୍ୟକାର…
Read Moreମାଟିର ସ୍ୱର” ପକ୍ଷରୁ ସ୍ଵାଭିମାନ ଜନ୍ତାଳ ଅନୁଷ୍ଠିତ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): “ମାଟିର ସ୍ୱର” ଦଶପଲ୍ଲା ୭୮ତମ ସ୍ବାଧୀନତା ଦିବସ ଅବସରରେ ଖମାରସାହି ପଞ୍ଚାୟତ ଅନ୍ତର୍ଗତ ସୁବଳିଆ ଡ଼ୁବୁରୀ ପାହାଡ଼ ଉପରେ ବହୁ ବର୍ଷ ଧରି ବସବାସ କରି ଆସୁଥିବା ଆଦିମ ଜନଜାତି ମୁଣ୍ଡ ପୋତା କେଳା ସମ୍ପ୍ରଦାୟଙ୍କ ବସ୍ତିରେ ପ୍ରାକ୍ତନ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଲୋପାମୁଦ୍ରା ମହାନ୍ତିଙ୍କ ପୌରହିତ୍ୟରେ ମାଟିର ସ୍ୱର ତରଫରୁ ସ୍ଵାଭିମାନ ଜନ୍ତାଳ ଅନୁଷ୍ଠିତ ହୋଇଯାଇଅଛି। ଏ ଉତ୍ସଵରେ ବିଶିଷ୍ଟ ସମାଜ ସେବୀ ମହମ୍ମଦ ଅମିନ, ସମାଜସେବୀ ମମତାଜ୍, ସାହିତ୍ୟିକା ଡ. ବାସନ୍ତୀ ମହାନ୍ତି, ନାଟ୍ୟକାର ବିଶ୍ଵନାଥ ମହାପାତ୍ର, ପ୍ରଧ୍ୟାପକ ଓ କବି ଶ୍ରୀମାନ ଶିବବ୍ରତ ସାଇନାଥ ପ୍ରମୁଖ ବରେଣ୍ୟ ଅତିଥି ଯୋଗଦାନ କରି ମୁଣ୍ଡ ପୋତା କେଳା ସମ୍ପ୍ରଦାୟଙ୍କ ମୌଳିକ ସମସ୍ୟା ପ୍ରତି ସମବେଦନା ଜ୍ଞାପନ କରିବା ସହିତ ଏମାନଙ୍କ ଜୀବନ ଜୀବିକା, ବୃତ୍ତି, ପରମ୍ପରା, ରୋଜଗାର, ବାସଗୃହ,…
Read Moreନୟାଗଡ଼ ପୁଲିସକୁ ବଡ଼ ସଫଳତା, ନୟାଗଡ଼ ଏସପିଙ୍କ ସାମ୍ବାଦିକ ସମ୍ମିଳନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଏସପି ରାହୁଲ ଜୈନ ଏକ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲାର ପ୍ରତ୍ୟେକ ଥାନାରେ ହୋଇଥିବା ସଫଳତା ସମ୍ପର୍କରେ ସୁଚନା ଦେଇଛନ୍ତି। ସବୁଠାରୁ ଗୁରୁତ୍ବପୁର୍ଣ୍ଣ ହେଉଛି ଜଣେ ପୁଲିସ୍ ବାବୁ ଚାନ୍ଦା ଆଦାୟ କରି ସସ୍ପେଣ୍ଡ ହେବା ସହ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ଓଡ଼ଗାଁ ଥାନାରେ କଦଳୀବନ୍ଧ ଗ୍ରାମର କାଳୁ ପ୍ରଧାନ ଚାନ୍ଦା ଆଦାୟ ନିମନ୍ତେ ଏକ ଅଭିଯୋଗ କରିଥିଲେ ପୁଲିସ ବାବୁ ତାଙ୍କୁ ୫ହଜାର ଟଙ୍କା ଚାନ୍ଦା ମାଗିଥିଲେ। ଏନେଇ ଅଭିଯୁକ୍ତ ପୁଲିସ ବାବୁ ଦିଲ୍ଲୀପ କୁମାର ନାହାକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେହିପରି ଭାବେ ନୂଆଗାଁ ଥାନା ପକ୍ଷରୁ ନକଲି ଜନ୍ମ ମୃତ୍ୟୁ ସାର୍ଟିଫିକେଟ ଦେଇ ଜଣଙ୍କୁ ପୁଲିସ ଗିରଫ କରିଛି । ସୁଚନାନୁସାରେ ଜଗତସିଂପୁର ଜିଲ୍ଲା କୁଜଙ୍ଗ ଥାନା ଅଗପଡା…
Read Moreନୟାଗଡ଼ ପୋଲିସରେ ବଡ଼ଧରଣର ଅଦଳବଦଳ କଲେ ଏସପି
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପୋଲିସରେ ବଡ଼ଧରଣର ଅଦଳବଦଳ ହୋଇଛି। ନୟାଗଡ଼ ସଦରଥାନା ଅଧିକାରୀ ଅନିତା ସାହୁଙ୍କୁ ବାଣିଗୋଚ୍ଛା ଥାନାକୁ ବଦଳି କରାଯାଇଥିବା ବେଳେ ବାଣିଗୋଚ୍ଛା ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନାଙ୍କୁ ଗଣିଆ, ଗଣିଆ ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ାଙ୍କୁ ଚାନ୍ଦପୁର ବଦଳି କରାଯାଇଥିବା ବେଳେ ଚାନ୍ଦପୁର ଥାନା ଅଧିକାରୀ ଜଗଦିଶ କରଙ୍କୁ ଇଟାମାଟି ଥାନା, ଇଟାମାଟି ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ବାଇଁଙ୍କୁ ରଣପୁର, ରଣପୁର ଥାନା ନିହାର ରଞ୍ଜନ ମହାନ୍ତିଙ୍କୁ ଖଣ୍ଡପଡ଼ା, ଖଣ୍ଡପଡ଼ା ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ସ୍ବାଇଁଙ୍କୁ ଶରଣକୁଳ, ଶରଣକୁଳ ଥାନା ଅଧିକାରୀ ପୁଷ୍ପଲତା ବେହେରାଙ୍କୁ ହେଡକ୍ଵାର୍ଟରକୁ କରାଯାଇଥିବା ବେଳେ ରିଜର୍ଭରେ ଥିବା ଇନ୍ସିପେକ୍ଟର ବିଜୟା ସାହୁଙ୍କୁ ସଦରଥାନାଅଧିକାରୀ ଭାବେ ବଦଳି କରାଯାଇଛି । ସେହିଭଳି ଏସଆଇ ଓ ଏଏସଆଇ ସ୍ତରରେ ମଧ୍ୟ ଅଦଳବଦଳ କରାଯାଇଛି। ନୟାଗଡ଼ ଟାଉନଥାନାରେ…
Read Moreଦଶପଲ୍ଲାରେ ସେବା ଉତ୍ସବ,
ମାଗଣା ସ୍ବାସ୍ଥ୍ୟ ଶିବିରରେ ସାମିଲ ହେଲେ ୨ଶହ ପଚାଶ ରୋଗୀ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ଠାରେ ଅନୁଷ୍ଠିତ ହେଲା ସେବା ଉତ୍ସବ। ଚଳିତ ମାସ ୧୫ତାରିଖ ଠାରୁ ୨୫ ତାରିଖ ଯାଏଁ ଦଶ ଦିନ ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ସେବା ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଅଷ୍ଟମ ବାର୍ଷିକ ସେବା ମହୋତ୍ସବ କାର୍ଯ୍ୟକ୍ରମ ଆଜି ସେବା ଉତ୍ସବ ସମିତି ଓ ସୀତାରାମ ୟୁଥ କ୍ଲବ ମିଳିତ ସହଭାଗିତାରେ ଦଶପଲ୍ଲା ବ୍ଲକ ଘୁଗୁଡିପଡା ପଞ୍ଚାୟତ ଦୁର୍ଗମ ଅଞ୍ଚଳ ମର୍ଦ୍ଦାବାଡ଼ି ଠାରେ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୨୬୦ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ନିଃଶୁଳ୍କ ଔଷଧ ଓ ଚଷମା ବଣ୍ଟନ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମରୁ ଆସିଥିବା ୨ ଶହ ପଚାଶ ରୋଗୀ ଉପସ୍ଥିତ ରହି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ସୁବିଧା ପାଇଥିଲେ।…
Read Moreନୟାଗଡ଼ରେ କନ୍ଧମାଳ ଲୋକସଭା ସଂସଦୀୟ କ୍ଷେତ୍ର ସମୀକ୍ଷା ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦ ସୃଜନ୍ ସଭାଗୃହରେ ମାନ୍ୟବର କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ କନ୍ଧମାଳ ଲୋକସଭା ସଂସଦୀୟ କ୍ଷେତ୍ର ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଉନ୍ନୟନ ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ସ୍ୱଧା ଦେବ ସିଂ ସମସ୍ତଙ୍କୁ ସ୍ୱାଗତ ଜଣାଇ ଏହି ବୈଠକର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ କହିଥିଲେ ଯେ, ସମସ୍ତ ବିଭାଗ ସେମାନଙ୍କ ବିଭାଗର କାର୍ଯ୍ୟ ତାଲିକା ପ୍ରଦାନ କରିଛନ୍ତି । ତଥାପି ନିଜ ନିଜ ବିଭାଗର ଚାଲୁ ରହିଥିବା ପ୍ରକଳ୍ପ, ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇଥିବା ପ୍ରକଳ୍ପ ତଥା ବିଭାଗମାନଙ୍କର ବିଭିନ୍ନ ସମସ୍ୟା ଓ ଆବଶ୍ୟକ ସଂକ୍ଷେପରେ ପ୍ରଦାନ କରିବା ପାଇଁ କହିଥିଲେ । ଏହାପରେ ସେ ମାନ୍ୟବର ସାଂସଦ ଶ୍ରୀ ପାଣିଗ୍ରାହୀଙ୍କୁ ଆଜିର ବୈଠକ ଉପରେ ସମ୍ୟକ୍ ବାର୍ତ୍ତା ଉପସ୍ଥିତ…
Read Moreଜ୍ଞାନ ପ୍ରକାଶ ଦ୍ୱାରା ପ୍ରଦତ୍ତ “ଶିକ୍ଷା ସମ୍ମାନ”ରେ ସମ୍ମାନିତ ହେଲେ ଆଦର୍ଶ ଶିକ୍ଷକ ବାଲାରସେନ ପାତ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ମାଧ୍ୟମିକ ସ୍କୁଲ ସ୍ତରରେ ଶିକ୍ଷା ପ୍ରଦାନ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଓ ଗୁଣାତ୍ମକ କରିବା ଉପରେ ପ୍ରବୀଣ ଶିକ୍ଷକ ବାଲାରସେନ୍ ପାତ୍ରଙ୍କୁ ମିଳିଛି ‘ଶିକ୍ଷା ସମ୍ମାନ’। ‘ଜ୍ଞାନ ପ୍ରକାଶ’ର ୮ମ ଇଣ୍ଟରଡିସପ୍ଲେନାରୀ ଜାତୀୟ ସମ୍ମିଳନୀ ତଥା ବାର୍ଷିକ ଉତ୍ସବ ଭୁବନେଶ୍ୱର ସ୍ଥିତ ଜୟଦେବ ଭଵନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ NCERT ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ ଏଲିମେଂଟାରୀ, NIFAର ଅଧ୍ୟକ୍ଷ, ‘ଜ୍ଞାନ ପ୍ରକାଶ’ର ପ୍ରତିଷ୍ଠାତା, ସମ୍ପାଦକ ଏବଂ ଓଡିଶା ମୁଖ୍ୟ ପ୍ରମୁଖ ଯୋଗ ଦେଇଥିଲେ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ ଘୋଳାହାଣ୍ଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଭାବେ ଶିକ୍ଷାଦାନ କରୁଥିବା ଶ୍ରୀଯୁକ୍ତ ବାଲାରସେନ୍ ପାତ୍ରଙ୍କୁ ‘ଜ୍ଞାନ ପ୍ରକାଶ’ର ୮ମ ଇଣ୍ଟରଡିସପ୍ଲେନାରୀ ଜାତୀୟ ସମ୍ମିଳନୀ ତଥା ବାର୍ଷିକ ଉତ୍ସବରେ ‘ଶିକ୍ଷା ସମ୍ମାନ’ରେ ସମ୍ମାନିତ କରାଯାଇଛି । ଶ୍ରୀଯୁକ୍ତ ପାତ୍ର ବର୍ତ୍ତମାନ ୪ର୍ଥ ଶ୍ରେଣୀରେ…
Read More