ଦୁର୍ଗମ ଅଞ୍ଚଳ ବୁଲି ଆଦିବାସୀଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ପଞ୍ଚାୟତ ଅଧିନରେ ଥିବା ଦୁର୍ଗମ ଆଦିବାସୀ ଅଞ୍ଚଳ ବଡ଼ଜିରୀ, ତୁକୁଡ଼ା, ଲୁଣି ପରିଦର୍ଶନ କରି ଲୋକ ମାନଙ୍କ ସମସ୍ୟା ବୁଝିବା ସହ ତୁକୁଡା ଗ୍ରାମରେ ଏକ କୋଠଘର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା। ବିଧାୟକଙ୍କ ସହିତ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ସରପଞ୍ଚ ସୁମିତ୍ରା ଜାନୀ, ସମିତି ସଭ୍ୟା ପ୍ରଭାତୀ ମଳିକ, ନାଏବ ସରପଞ୍ଚ ପ୍ରହଲ୍ଲାଦ ମଳିକ, ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା, ଯୁବ ସଂଗଠକ ଦିଲ୍ଲୀପ କୁମାର ଜାନୀ, ପ୍ରକାଶ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଲୋକମାନଙ୍କୁ ବିଭିନ୍ନ ସମସ୍ୟା ପଚାରି ବୁଝିବା ସହ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ବିଧାୟକ। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ଅଞ୍ଚଳ ବାସୀ ବିପୁଳ ସ୍ଵାଗତ…

Read More

ଫାଇଲେରିଆ ନିରାକରଣ ନିମନ୍ତେ ଗଣଔଷଧ ସେବନ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ସଭାପତିତ୍ୱରେ ଜିଲ୍ଲାର ଦଶପଲ୍ଲା, ନୂଆଗାଁ ଓ ଗଣିଆ ବ୍ଲକରେ ଫାଇଲେରିଆ ନିରାକରଣ ନିମନ୍ତେ ଗଣଔଷଧ ସେବନ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୦୨୫ମସିହା ଫେବୃୟାରୀ ୧୦ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ଉପରୋକ୍ତ ବ୍ଲକଗୁଡ଼ିକରେ ଫାଇଲେରିଆ ନିରାକରଣ ନିମନ୍ତେ ଗଣଔଷଧ ସେବନ କରାଯିବ । ଏଥିରେ ବିଭିନ୍ନ ବିଭାଗ ଯଥା- ପଞ୍ଚାୟତିରାଜ, ଶିକ୍ଷା, ମହିଳା ଓ ଶିଶୁ କଲ୍ୟାଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସୂଚନା ଓ ଲୋକ ସଂପର୍କ, ପୋଲିସ ବିଭାଗ, କୃଷି, ମିଶନଶକ୍ତି, ଜଙ୍ଗଲ ବିଭାଗ, ଓଡ଼ିଶା ଜୀବିକା ମିଶନ ପ୍ରଭୃତି ବିଭାଗ ସହଯୋଗ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରିଥିଲେ। ଏହି ଗଣଔଷଧ ସେବନରେ ୨ବର୍ଷରୁ କମ ବୟସର ଶିଶୁ, ଗର୍ଭବତୀ…

Read More

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଦଶପଲ୍ଲାର ଝିଅ ରଶ୍ମିତା

ଦଶପଲ୍ଲା, (ନୟାଗଡ଼ ଦର୍ପଣ) ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ରେ ସଫଳତା ପାଇଛନ୍ତି ଦଶପଲ୍ଲା ର ଝିଅ ସୁଶ୍ରୀ ରଶ୍ମିତା ସାହୁ । ପ୍ରକାଶିତ ଫଳ ଅନୁଯାୟୀ ସେ କ୍ରମିକ ସଂଖ୍ୟା ୨୯୩ରେ ଅଛନ୍ତି। ସ୍ଥାନୀୟ ଦୁର୍ଗା ବଜାର କଲୋନୀର ପିତା ଦିବଂଗତ ରଘୁନାଥ ସାହୁ ଓ ମାତା ବାସନ୍ତୀ ସାହୁଙ୍କ ଏକ ମାତ୍ର କନ୍ୟା ଅଟନ୍ତି। ଦୁଇ ଭାଇ ପ୍ରସନ୍ନ ଓ ଭାବଙ୍କ ତଳେ ରଶ୍ମିତା। ସ୍ଥାନୀୟ ରାଧାମୋହନ ଜୀଉ ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ନୟାଗଡ଼ ୟୁନିଟେକ୍ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟରେ ପାଠ ଶେଷ କରି ଭୁବନେଶ୍ବରର ଏକ ଘରୋଇ କୋଚିଂ ସେଣ୍ଟରରେ ପ୍ରଶାସନିକ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ। ପ୍ରଶାସନିକ ସେବାରେ ସଫଳତା ହାସଲ କରିଥିବା ଖବର ମିଳିବା ପରେ ପରିବାରରେ ଆନନ୍ଦ ଲହରି ଖେଳି ଯାଇଛି। ଅନୁରୂପ ଭାବେ…

Read More

ସ୍ମୁତିସଭାରେ ବିରଞ୍ଚି ସାରଙ୍କୁ ଶ୍ରଦ୍ଧାଞ୍ଜଳି

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଳକ ଅନ୍ତର୍ଗତ ଘୋଳାହାଣ୍ଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପରଲୋକଗତ ଅବସରପ୍ରାପ୍ତ କିରାଣୀ ବିରଞ୍ଚିନାରାୟଣ ଗୋଚ୍ଛାୟତଙ୍କର ଏକାଦଶାହ ପାଳନ ଅବସରରରେ ଆଜି ଏକ ସ୍ମୁତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ, ପୁରାତନ ଛାତ୍ରଛାତ୍ରୀ,  କମିଟି କର୍ମକର୍ତ୍ତାଙ୍କ ସମେତ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଯୋଗଦେଇ ସ୍ବର୍ଗତ ବିରଞ୍ଚି ଗୋଛାୟତଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରି ଅମର ଆତ୍ମାର ସଦଗତି କାମନା କରିବା ସହିତ ଗୁଣାବଳୀର ସ୍ମୁତିଚାରଣ କରିଥିଲେ।

Read More

ଯୁବ ସାମ୍ବାଦିକ ସଂଜୀବ ସାହୁଙ୍କ ମାତୃ ବିୟୋଗ

ଦଶପଲ୍ଲା, (ନୟାଗଡ଼ ଦର୍ପଣ) ଦଶପଲ୍ଲାର ଯୁବ ସାମ୍ବାଦିକ ତଥା ଓଟିଭିରେ କାର୍ଯ୍ୟ କରୁଥିବା ସାମ୍ବାଦିକ ସଞ୍ଜୀବ କୁମାର ସାହୁଙ୍କ ମା ତଥା ନିରଞ୍ଜନ ସାହୁଙ୍କ ଧର୍ମପତ୍ନୀ ନଳିନୀ ସାହୁଙ୍କ ଶନିବାର ଦିନ ଅପରାହ୍ନ ୩ ଘଂଟିକା ସମୟରେ ଅକାଳ ବିୟୋଗ ଘଟିଛି। ଶନିବାର ଦିନ ଅପରାହ୍ନ ୨ ଘଂଟିକା ସମୟରେ ପେଟରେ ଯନ୍ତ୍ରଣା ଓ ସାମାନ୍ୟ ବାନ୍ତି ହେବାପରେ ତାଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବାର ଲୋକ ଭର୍ତି କରିଥିଲେ । ସେଠାରେ ଡାକ୍ତର ଚିକିତ୍ସା କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ୩ ଘଟିକା ସମୟେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୨ବର୍ଷ ବୟସ ହୋଇଥିଲା । ମୃତ୍ୟୁ ସମୟରେ ବଡ଼ପୁଅ ସଞ୍ଜୀବ କୁମାର ସାହୁ ଡାକ୍ତରଖାନାରେ ଉପସ୍ଥିତ ରହିଥିଲେ। ସ୍ବର୍ଗତ ସାହୁ ଜଣେ ମିଷ୍ଠଭାଷୀ, ପରପୋକାରୀ, ଧର୍ମପରାୟଣା ମହିଳାଭାବେ ବେଶ ଜଣାଶୁଣା…

Read More

ଟ୍ରେନ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଆଜି ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରେ ଦେଖିବାକୁ ମିଳିଛି। ସକାଳ ୬ଟା ୧୫ ମିନିଟ ସମୟରେ ଦଶପଲ୍ଲାରୁ ନୟାଗଡ଼ ଅଭିମୁଖେ ଆସୁଥିବା ଟ୍ରେନରେ ଦୁର୍ଘଟଣା ଘଟି ଡିହଗାଁ ମଧ୍ୟଭାଗ ମଧୁପୁର ନିକଟରେ ଏକ ଯୁବକଙ୍କ ମୁଣ୍ଡ ସମ୍ପୂର୍ଣ ଶରୀରରୁ ଛିଡି ଯାଇଥିବା ଜଣାପଡିଛି। ଆତ୍ମହତ୍ୟା କରିବା ପୂର୍ବରୁ ଯୁବକ ଜଣଙ୍କ ନିଜର ଆଧାରକାର୍ଡ଼ ଟି ପକେଟରେ ରଖିଥିଲେ। ଯୁବକଙ୍କ ଘର ବାଣିଗୋଛା ଥାନା ନୂଆଗାଁ ପଞ୍ଚାୟତ କୁଟିବାରି ଅଞ୍ଚଳର ବୋଲି ଜଣାପଡ଼ିଛି।

Read More

ଜଗବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଲେ ଦଶପଲ୍ଲା ବିଧାୟକ

ନୂଆଗାଁ,(ନୟାଗଡ଼ ଦର୍ପଣ):  ୬୮ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଯୋଗ ଓ ସନ୍ତରଣ ପ୍ରତିଯୋଗିତା ସମ୍ବଲପୁରର ଲେଡି ଲୁଇସ୍ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅକ୍ଟୋବର  ୨ତାରିଖ ଠାରୁ ୪ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ୧୭ବର୍ଷରୁ କମ ବାଳକ ବିଭାଗରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ଥିବା ଚିନ୍ତାମଣି ବିଦ୍ୟାପୀଠ ସମ୍ପଡା, ନବମ ଶ୍ରେଣୀର ଛାତ୍ର ଜଗବନ୍ଧୁ ସାମନ୍ତରା ରାଜ୍ୟସ୍ତରରେ କୃତିତ୍ୱ ଅର୍ଜନ କରିଛନ୍ତି। ଆସନ୍ତା ୧୮ତାରିଖରୁ ମହାରାଷ୍ଟ୍ରରେ ହେବାକୁଥିବା ଜାତୀୟ ଯୋଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ସେ ଜାତୀୟ ସ୍ତରରେ ଜଣେ କୃତି ପ୍ରତିଯୋଗୀ । ପୂର୍ବରୁ ସେ ୧୪ବର୍ଷରୁ କମ ବୟସ୍କ ଦଳରେ ଅଂଶ ଗ୍ରହଣ କରି ଜାତୀୟ ସ୍ତରରେ ଦିଲ୍ଲୀ, ଭୋପାଳ ଓ ରାଜସ୍ଥାନର ଜୟପୁର ଠାରେ ଅଂଶ ଗ୍ରହଣ କରିସାରିଛନ୍ତି। ଚିନ୍ତାମଣି ବିଦ୍ୟାପୀଠର ଯୋଗ ଶିକ୍ଷକ ପରମାନନ୍ଦ ପରିଡ଼ାଙ୍କ ଠାରୁ ନିୟମିତ ଯୋଗ ଶିକ୍ଷା…

Read More

ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଜେଲ ଅଧିକାରୀଙ୍କ ପରଲୋକ, ବିଭିନ୍ନ ମହଲରେ ଗଭୀର ଶୋକ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କାର ପ୍ରାପ୍ତ ଜେଲ ବିଭାଗ ଅବସର ପ୍ରାପ୍ତ ଡ଼ିଆଇଜି ଗୋଲକ ବିହାରୀ ମହାନ୍ତିଙ୍କ ମଙ୍ଗଳବାର ଦିନ ସକାଳୁ ଭୁବନେଶ୍ବରରେ ୭୦ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାଙ୍କ ବିୟୋଗରେ ଦଶପଲ୍ଲାର ସମଗ୍ର ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। ଜଣେ ଜଣାଶୁଣା ଆଧ୍ୟାତ୍ମିକ ରୂପେ ଜଗନ୍ନାଥ ସଂସ୍କୃତିର ପ୍ରଚାରକ, ସତ୍ୟ ସାଇ ବାବା ଓ ଶ୍ରୀ ମା ଅରବିନ୍ଦଙ୍କ ପରମ ଭକ୍ତ ଭାବରେ ପରିଚିତ ଥିଲେ। ବିଜୁ ପଟ୍ଟନାୟକ ମୁକ୍ତ ଆକାଶ ଜେଲ, ବଲାଙ୍ଗୀର କେନ୍ଦ୍ରିୟ ଜେଲ, ଚୌଦ୍ବାର ସର୍କଲ ଜେଲ୍, ବାରିପଦା ଜେଲରେ ସଂସ୍କାର ଆଣି ସୁଖ୍ୟାତି ଲାଭ କରିଥିଲେ। ତାଙ୍କର ପରଲୋକ ଖବର ଶୁଣି ଶେଷ ଦର୍ଶନ କରିବା ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସ ଭବନରେ ସମବେତ ହୋଇଥିଲେ। ଦଶପଲ୍ଲାର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ…

Read More

ବିଭିନ୍ନ ବ୍ଲକରେ ଉତ୍କଳ ସାମ୍ବାଦିକ ସଂଘ ସାଂଗଠନିକ ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ନିର୍ଦ୍ଦେଶରେ ଆଜି ବିଭିନ୍ନ ବ୍ଲକରେ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି । ଶାଖା ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଭିନ୍ନ ବ୍ଲକକୁ ଯାଇ ଅନେକ ବିଷୟରେ ଆଲୋଚନା କରିଛନ୍ତି । ଭାପୁର ବ୍ଲକରେ ଭାପୁର ପ୍ରେସ କ୍ଲବ ଶିଶିର କୁମାର ସାହୁ, ରଞ୍ଜନ କୁମାର ମହାପାତ୍ରଙ୍କ ସହ ଅନେକ ସାମ୍ବାଦିକ ଉପସ୍ଥିତ ରହି ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ଆଲୋଚନା କରିଥିଲେ । ସେହିଭଳି ଭାବେ ଭାପୁର ଆଞ୍ଚଳିକ ସାମ୍ବାଦିକ ସଂଘ ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ ପଟ୍ଟନାୟକ, ସଂଗ୍ରାମ ପଟ୍ଟନାୟକଙ୍କ ସମେତ ଅନେକ ପ୍ରତିନିଧି ଉପସ୍ଥିତ ରହି ଆଲୋଚନା କରିବା ସହ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ସାମ୍ବାଦିକତା ଆରମ୍ଭରୁ ଆମେ ଉତ୍କଳ ସାମ୍ବାଦିକ…

Read More

ଗଛରେ ପିଟି ହୋଇ ଦୁଇ ମୃତ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ବସ୍ ଖରାପ ଥିବା ଖବର ପାଇ ଏକ ବାଇକ୍‌ ଯୋଗେ ଯାଉଥିଲେ। ହେଲେ ବାଟରେ ଛକି ବସିଥିଲା ଯମ। ଏକ ଗଛରେ ପିଟି ହୋଇ ଘଟଣାସ୍ଥରେ ଆଖି ବୁଜିଛନ୍ତି ଲକ୍ଷ୍ମୀ ବସ୍ ମ୍ୟାନେଜର ଓ ସୁପରଭାଇଜର। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଧୀନସ୍ଥ ଦଶପଲ୍ଲା ଘୁଗୁଡ଼ିପଡ଼ା ରାସ୍ତାର ନଛିପୁରସ୍ଥିତ ଏକ ରାଇସମିଲ୍ ନିକଟରେ ଅପରାହ୍ଣରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତିମାନେ ହେଲେ ଓଡ଼ଗାଁ ଥାନା ଅଧୀନସ୍ଥ ଦଲକ ଗ୍ରାମର ମ୍ୟାନେଜର ସୂର୍ଯ୍ୟକାନ୍ତ ବେହେରା (୨୭) ଏବଂ ମଧ୍ୟଖଣ୍ତ ଗ୍ରାମର ସୁପରଭାଇଜର ଜ୍ଞାନ ରଞ୍ଜନ ସାହୁ(୨୫)। ଖବରପାଇ ପୁଲିସ ପହଞ୍ଚି ଉଭୟ ମୃତଦେହକୁ ଜବତ କରିଛି।

Read More