ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଜେଲ ଅଧିକାରୀଙ୍କ ପରଲୋକ, ବିଭିନ୍ନ ମହଲରେ ଗଭୀର ଶୋକ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କାର ପ୍ରାପ୍ତ ଜେଲ ବିଭାଗ ଅବସର ପ୍ରାପ୍ତ ଡ଼ିଆଇଜି ଗୋଲକ ବିହାରୀ ମହାନ୍ତିଙ୍କ ମଙ୍ଗଳବାର ଦିନ ସକାଳୁ ଭୁବନେଶ୍ବରରେ ୭୦ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାଙ୍କ ବିୟୋଗରେ ଦଶପଲ୍ଲାର ସମଗ୍ର ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। ଜଣେ ଜଣାଶୁଣା ଆଧ୍ୟାତ୍ମିକ ରୂପେ ଜଗନ୍ନାଥ ସଂସ୍କୃତିର ପ୍ରଚାରକ, ସତ୍ୟ ସାଇ ବାବା ଓ ଶ୍ରୀ ମା ଅରବିନ୍ଦଙ୍କ ପରମ ଭକ୍ତ ଭାବରେ ପରିଚିତ ଥିଲେ। ବିଜୁ ପଟ୍ଟନାୟକ ମୁକ୍ତ ଆକାଶ ଜେଲ, ବଲାଙ୍ଗୀର କେନ୍ଦ୍ରିୟ ଜେଲ, ଚୌଦ୍ବାର ସର୍କଲ ଜେଲ୍, ବାରିପଦା ଜେଲରେ ସଂସ୍କାର ଆଣି ସୁଖ୍ୟାତି ଲାଭ କରିଥିଲେ। ତାଙ୍କର ପରଲୋକ ଖବର ଶୁଣି ଶେଷ ଦର୍ଶନ କରିବା ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସ ଭବନରେ ସମବେତ ହୋଇଥିଲେ। ଦଶପଲ୍ଲାର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଦିବଂଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞଜଳି ପ୍ରଦାନ କରିଥିଲେ। ପୁରୀ ସ୍ୱର୍ଗ ଦ୍ବାରାରେ ଅନ୍ତିମ ସଂସ୍କାର କରାଯାଇଛି। ବଡପୁଅ ମ୍ମାରଜିତ ମହାନ୍ତି ମୁଖଗ୍ନୀ ଦେଇଥିଲେ।

Related posts