ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଗାନ୍ଧୀଜୀଙ୍କ ୧୫୫ତମ ଓ ଶାସ୍ତ୍ରୀଜୀଙ୍କ ୧୨୦ ତମ ଜୟନ୍ତୀ ପାଳନ ହୋଇ ଯାଇଛି। ବିଦ୍ଯାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଛାତ୍ରଛାତ୍ରୀ ଓ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ମାନେ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ ଧୂପ ଦୀପ ପ୍ରଦାନ କରିଥିଲେ। ଏହାପରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ସଭାକକ୍ଷରେ ଥିବା ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଫଟୋଚିତ୍ରରେ ଧୂପ ଦୀପ ଓ ପୁଷ୍ପ ମାଲ୍ୟାର୍ପଣ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଛାତ୍ରଛାତ୍ରୀ ମାନେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ବିଷୟରେ ସୁନ୍ଦର ବକ୍ତବ୍ଯ ରଖିଥିଲେ। ବିଦ୍ଯାଳୟର ସମ୍ପାଦକ ଶ୍ରୀଧର ସାହୁ ଗାନ୍ଧୀଜୀ ଅହିଂସା ପଥରେ ପଥିକ ହୋଇ ସମାଜକୁ ଦିଗଦର୍ଶନ ଦେଇଥିଲା ବେଳେ ଶାସ୍ତ୍ରୀଜୀ ଶାନ୍ତିପ୍ରିୟ ଥିଲେ ବୋଲି ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ସହିତ ପ୍ରିୟମ୍ବଦା ଗୁରୁମା, ଅର୍ଚ୍ଚନା ଗୁରୁମା, ତପସ୍ୱୀନୀ ଗୁରୁମା,ସୁଶାନ୍ତ ଗୁରୁଜୀ ଓ ରାମ ଗୁରୁଜୀ ଉପସ୍ଥିତ ଥିଲେ।
Related posts
-
ଧର୍ମପରାୟଣ ମହିଳାଙ୍କ ପରଲୋକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ମୁନିସିପାଲିଟି ଓ୍ବାର୍ଡ ନମ୍ବର ୧ର ଜଣେ ବିଶିଷ୍ଟ ଧର୍ମପରାୟଣ ମହିଳା ଆରତୀ ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିବା... -
ଇଟାମାଟିରେ ସାର୍ବଜନୀନ ଦୁର୍ଗାପୂଜା ଉତ୍ସବ
ଇଟାମାଟି, (ନୟାଗଡ଼ ଦର୍ପଣ): ଇଟାମାଟି ଗ୍ରାମବାସୀଙ୍କ ତରଫରୁ ଦୀର୍ଘ ୫୮ବର୍ଷ ଧରି ପାଳିତ ହେଇଆସୁଛି ସାର୍ବଜନିନୀ ଦୁର୍ଗାପୂଜା।ଚଳିତ ବର୍ଷ ୧୦ଅକ୍ଟୋବରରୁ ମହାସପ୍ତମୀ... -
ନୟାଗଡ଼ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଦର ମହକୁମାରେ ଆରମ୍ଭ ହେଲା ସାର୍ବଜନୀନ ଦୁର୍ଗାପୂଜା। ୧୯୬୧ ମସିହାରେ ସ୍ଥାନୀୟ ପ୍ରଶାସନ ଏବଂ ଜନସାଧାରଣଙ୍କ ତରଫରୁ...