ଦଶପଲ୍ଲା, (ନୟାଗଡ଼ ଦର୍ପଣ) : ଆଜି ଦଶପଲ୍ଲା ବ୍ଲକ ଅଧିନସ୍ଥ ଟାକରା ଗ୍ରାମ ଠାରେ ଥିବା ବାବା ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦଶପଲ୍ଲା ଅଂଚଳର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ସେବା ଉତ୍ସବ – ୨୦୨୫ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସକାଳ ୮ ଘଟିକାରେ ଏକ ମଶାଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିବା ବେଳେ ମଧ୍ୟାହ୍ନରେ ଉତ୍ସର୍ଗ ଫାଉଣ୍ଡେସନ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା। ମଶାଲ ଶୋଭାଯାତ୍ରାରେ ଅତିଥି ଭାବରେ ଟାକରା ଗ୍ରାମ ପଂଚାୟତ ସରପଞ୍ଚ ମଦନ କୁମାର ଯାନୀ ଯୋଗ ଦେଇଥିବା ବେଳେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଟାକରା ବନପାଳ ରାକେଶ କୁମାର ସାହୁ, ବନରକ୍ଷୀ ଅଜୟ କୁମାର ସାହୁ ଯୋଗଦେଇଥିଲେ। ଅପରାହ୍ନରେ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟର ମୁଖ୍ୟ ଉତ୍ସବ ସେବାଉତ୍ସବ – ୨୦୨୫ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଯେଉଁଥିରେ ୧…
Read MoreCategory: ଦଶପଲ୍ଲା ବ୍ଲକ
ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଦୈନିକ ଖବର କାଗଜର ଶିରୋନାମା ପାଲଟୁଛି ଅସଦାଚରଣ, ଦୁଷ୍କର୍ମ, ଅପହରଣ ଓ ହତ୍ୟା ଘଟଣା
ନୟାଗଡ଼, (ନୟାଗଡ଼ ଦର୍ପଣ) : ରାଜ୍ୟରେ ଛାତ୍ରୀଙ୍କୁ ଅସଦାଚରଣ, ଦୁଷ୍କର୍ମ, ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ବିଜେପି ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଯାହାକୁ ନେଇ ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ବିଧାୟକ ବ୍ୟୋମେକେଶ ରାୟ ଏବଂ ପୂର୍ବତନ ଛାତ୍ର ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଆସନ୍ତା ଜୁନ ୨୫ ତାରିଖ ସାରା ରାଜ୍ୟରେ ଛାତ୍ର ଆନ୍ଦୋଳନ ପାଇଁ ଡାକରା ଦେଇଛନ୍ତି । ଏହି ଅବସରରେ ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ପରାମର୍ଶ କ୍ରମେ ଆସନ୍ତାକାଲି ସକାଳ ୧୦ ଘଟିକା ସମୟରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସାମ୍ନାରେ ରାସ୍ତାରୋକ ଓ ବିକ୍ଷୋଭ ଅନୁଷ୍ଠିତ…
Read Moreଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆସନ୍ତା ୨୫ ତାରିଖରେ ସେବା ଉତ୍ସବ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅଧିନସ୍ଥ ଟାକରା ଠାରେ ଆସନ୍ତା ୨୫ତାରିଖ ଅର୍ଥାତ ବୁଧବାର ଦିନ ଦଶପଲ୍ଲା ବ୍ଲକର ଟାକରା ଅଂଚଳର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ସେବାଉତ୍ସବ – ୨୦୨୫ ଆୟୋଜନ କରାଯିବାକୁ ନିଷ୍ପତି ନିଆଯାଇଛି। ଏଥିରେ ସକାଳ ସମୟରେ ମଶାଲ ଶୋଭାଯାତ୍ରା ପରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅପରାହ୍ନରେ ସେବା ଉତ୍ସବ – ୨୦୨୫ ଯେଉଁଥିରେ ଅଂଚଳର ଗରିବ, ଅସହାୟ, ଭିନ୍ନକ୍ଷମ, ବୃଦ୍ଧ ବୃଦ୍ଧାଙ୍କୁ ଶୁଖିଲାଖାଦ୍ୟ, ବସ୍ତ୍ର, ଛତା, କମ୍ବଳ, ଚପଲ ଭଳି ନିତ୍ୟ ବ୍ୟବହାର ସାମଗ୍ରୀ ବଣ୍ଟନ କରାଯିବ। ତତସହିତ କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ କଳାକୃତି ସହିତ ଜଡ଼ିତ ଥିବା ସ୍ଥାନୀୟ ଅଂଚଳର ଯୁବଗୋଷ୍ଠୀ ଓ କୁନିକୁନି ଛୋଟ ପିଲାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବାକୁ ଥିବା ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟର ସମ୍ପାଦକ ନିହାର…
Read Moreବିଶିଷ୍ଟ ଔପନ୍ୟାସିକ ବିଶ୍ୱନାଥ ମହାପାତ୍ରଙ୍କ ଉପନ୍ୟାସ “ସେଇ ଝିଅ ଶିବାନୀ” ଲୋକାର୍ପିତ
ନୟାଗଡ଼,(ନୟାଗଡ଼ ଦର୍ପଣ): କମ୍ରେଡ ବିଶ୍ଵନାଥ ମହାପାତ୍ରଙ୍କ ନୂତନ ଉପନ୍ୟାସ ‘ସେଇ ଝିଅ ଶିବାନୀ’ ଦଶପଲ୍ଲା ତୈଳିକ ବୈଶ୍ୟ ସମାଜ ସଭାକକ୍ଷରେ ଜିଲ୍ଲାର ଶତାଧିକ ସ୍ୱନାମଧନ୍ୟ କବି, ଲେଖକ ଓ ବୁଦ୍ଧିଜୀବୀଙ୍କ ଗହଣରେ ଲୋକାର୍ପଣ କରିଛନ୍ତି ସୁସାହିତ୍ୟିକ ତଥା ବିଧାୟକ ଡ. ଅରୁଣ କୁମାର ସାହୁ। ନିୟମିତ ଭାବେ ଔପନ୍ୟାସିକ ବିଶ୍ଵନାଥ ମହାପାତ୍ର ସମାଜର ଅବିକଳ ଚିତ୍ରକୁ ଉପନ୍ୟାସର ରଙ୍ଗ ତୂଳୀରେ ନିଚ୍ଛକ ଓ ନିର୍ଭୀକ ଭାବରେ ଅଙ୍କନ କରି ପ୍ରତି ବର୍ଷ ପାଠକମାନଙ୍କ ନିକଟରେ ଉପସ୍ଥାପିତ କରୁଥିବାରୁ ତାଙ୍କର ସାରସ୍ବତ କୀର୍ତ୍ତି କାଳେକାଳେ ସମାଜର ଉତ୍ତରଣରେ ସହାୟକ ହୋଇ ପାରିବ ବୋଲି ଡ. ସାହୁ ମତପ୍ରକାଶ କରିଥିଲେ।ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁସ୍ତକର ସମୀକ୍ଷାମୂଳକ ଉପସ୍ଥାପନା କରିଥିଲେ ବିଶିଷ୍ଟ ଶିକ୍ଷାବିତ ଡ. ମାଧବ ଚନ୍ଦ୍ର ମିଶ୍ର। ପୁସ୍ତକର ମୁଖ୍ୟ ଚରିତ୍ର ଶିବାନୀର…
Read Moreସିପିଆଇ(ଏମ)ର ସାଧାରଣ ବୈଠକ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ମୈତ୍ରୀ ହୋଟେଲ ସମ୍ମିଳନୀ କକ୍ଷରେ ଭାରତର କମ୍ୟୁନିଷ୍ଟ ପାର୍ଟି(ମାର୍କସ ବାଦୀ)ର ଦଶପଲ୍ଲା ଲୋକାଲ କମିଟି ପକ୍ଷରୁ କର୍ମୀମାନଙ୍କର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ପାର୍ଟିର ବରିଷ୍ଠ ନେତା କମ୍ରେଡ୍ ଶରତ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ। ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ କମ୍ରେଡ ଦୁଷ୍ମନ୍ତ କୁମାର ଦାସ ମୁଖ୍ୟବକ୍ତା ଭାବରେ ଯୋଗଦେଇ ମଦୁରାଇ ଠାରେ ଅନୁଷ୍ଠିତ ହୋଇଯାଇଥିବା ପାର୍ଟିର ସର୍ବଭାରତୀୟ ସମ୍ମିଳନୀ ବା ପାର୍ଟି କଂଗ୍ରେସରେ ଗ୍ରହଣ କରାଯାଇଥିବା ନିର୍ଧାରଣ ଗୁଡ଼ିକୁ ବିଶଦ ଭାବରେ ବ୍ୟାଖ୍ୟା କରିଥିଲେ । ପାର୍ଟିର ନେତା ଶରତ ଚନ୍ଦ୍ର ବେହେରା ପାର୍ଟିକୁ ଗୁଣାତ୍ମକ ଭାବେ ସଂଗଠିତ କରିବା ପାଇଁ ଆହ୍ବାନ ଦେବା ସହିତ କର୍ମୀ ମାନେ ନିଃସ୍ଵାର୍ଥପର ଭାବେ ଗଢି ତୋଳିବାକୁ ଆହ୍ବାନ ଦେଇଥିଲେ। ଶେଷରେ ଲୋକାଲ କମିଟି ସମ୍ପାଦକ ବିପିନ୍…
Read Moreଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଖୁବଶୀଘ୍ର ସେବା ଉତ୍ସବ କାର୍ଯ୍ୟକ୍ରମ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଲକର ଅଗ୍ରଣୀ ସ୍ବେଛାସେବୀ ସଂଗଠନ “ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ” ତରଫରୁ ପ୍ରିୟବ୍ରତ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଟାକରା ସ୍ଥିତ ବାବା ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉତ୍ସର୍ଗ ଫାଉଣ୍ଡେସନର ସମ୍ପାଦକ ନିହାର ରଞ୍ଜନ ମହାନ୍ତି, ମାନସ କୁମାର ପରିଡ଼ା, ସନ୍ତୋଷ କୁମାର ସାହୁ, ନାରାୟଣ ସାହୁ, କୁନା ବେହେରା, ରବି ନାରାୟଣ ସାହୁ, ମନ୍ମଥ କୁମାର ସାହୁ, ଚିତ୍ତ ରଞ୍ଜନ ମିଶ୍ର, କୁନା ବେହେରା, କୃଷ୍ଣଚନ୍ଦ୍ର ରଣା, ସମ୍ବିତ କୁମାର ଭଟ୍ଟ, ଚନ୍ଦ୍ର ଶେଖର ନାଏକ, ଆଲୋକ ବେହେରା, ଚନ୍ଦନେଶ୍ୱର ଦାସ ପ୍ରମୁଖ ଉପସ୍ଥିତ ଥିବାବେଳେ ସ୍ଥାନୀୟ ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପ୍ରମୋଦ କୁମାର ସାହୁ ଯୋଗଦେଇଥିଲେ। ଖୁବଶୀଘ୍ର ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଟାକରା ଠାରେ ଏକ ସେବା…
Read Moreଦଶପଲ୍ଲାରେ ମାନବିକ ଅଧିକାର ସଚେତନତା କାର୍ଯ୍ୟକ୍ରମ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଓକିଲ ସଂଘ ଆୟୋଜନ କ୍ରମେ ଦଶପଲ୍ଲାସ୍ଥ ଗୋବିନ୍ଦ ଭବନ ଠାରେ ଅନୁସୂଚିତ ଜାତି , ଜନଜାତି ଓ ମହିଳା ମାନଙ୍କର ମାନବିକ ଅଧିକାର ଉପରେ ଏକ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ମୁଖ୍ୟ ବିଚାରପତି ହାଇକୋର୍ଟ ତଥା ଅଧୁନା ଜାତୀୟ ମାନବିକ ଅଧିକାର ଆୟୋଗର ମାନ୍ୟବର ସଦସ୍ୟ ଜଷ୍ଟିସ ଡ. ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଓ ମୁଖ୍ୟବକ୍ତା ଭାବରେ ପ୍ରାକ୍ତନ ସି.ବି.ଆଇ. ଜଜ୍ ଶରତ ଚନ୍ଦ୍ର ମିଶ୍ର ଯୋଗଦେଇଥିଲେ। ସଭାର ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ବାବା ସାହେବ୍ ଡ. ଆମ୍ବେଦକରଙ୍କ ଫଟୋଚିତ୍ରରେରେ ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଯୋଳନ କରାଗଲା ପରେ ଓକିଲ ସଂଘର ସମ୍ପାଦକ ଶରତ ଚନ୍ଦ୍ର ବେହେରା ଅତିଥି ପରିଚୟ ସହିତ ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।…
Read Moreବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଶ୍ରଦ୍ଧା ଦିବସ ପାଳନ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ପୂଜ୍ୟ ପୂଜା ସମିତି, ଦଶପଲ୍ଲାର ଆୟୋଜନ କ୍ରମେ ଏପ୍ରିଲ ୧୩ତାରିଖ ସନ୍ଧ୍ୟାରେ ସ୍ଥାନୀୟ ଇଲେଭେନ ଷ୍ଟାର କ୍ଲବ୍ରର ସଭା ଗୃହରେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ଓଡ଼ିଶାର ପ୍ରଥମ ବ୍ୟକ୍ତି ଯିଏକି ଗାନ୍ଧିଜୀଙ୍କ ନିକଟକୁ ଯାଇ ସାବରମତି ଗାନ୍ଧିଜୀଙ୍କ ଆଶ୍ରମରେ ରହି ଅସହଯୋଗ ଆନ୍ଦଳନରେ ଯୋଗଦେଇଥିଲେ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ୫୯ତମ ଶ୍ରାଦ୍ଧ ଦିବସ ପାଳନ କରାଯାଇଅଛି। ସମିତିର ସଭାପତି ତଥା ବିଶିଷ୍ଟ ଆଇନଜୀବି ଶରତ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଯାଇଅଛି। ସଭାର ପ୍ରାରମ୍ଭରେ ସମସ୍ତେ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଏହିସଭାରେ ମୁଖ୍ୟବକ୍ତା ଅଧ୍ୟାପକ ଅଲେଖ କୁମାର ସ୍ୱାଇଁ ସଂଗ୍ରାମୀଙ୍କ ଜୀବନୀ ଓ ଆଦର୍ଶ ଉପରେ ବିଶଦ ଭାବରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଦଶପଲ୍ଲା ବରିଷ୍ଠ…
Read Moreମଧ୍ୟାହ୍ନ ଭୋଜନ ପାଚିକା ସଂଘର ବିକ୍ଷୋଭ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): କେନ୍ଦ୍ରୀୟ ଶ୍ରମିକ ସଂଗଠନ ସିଆଇଟିୟୁ ଦ୍ଵାରା ପରିଚାଳିତ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା/ସହାୟିକା ସଂଘର ବିକ୍ଷୋଭ। ଆଜି ଦଶପଲ୍ଲା ମଣ୍ଡଳ ଶିକ୍ଷା ଅଧିଆରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୧୨ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଅଛି। ବିକ୍ଷୋଭ ପୂର୍ବରୁ ଦଶପଲ୍ଲାର ଶିକ୍ଷକ ଭବନ ପରିସରରେ ଏକ ସାଧାରଣ ସଭା ସଭାପତି ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ପାଚିକାମାନଙ୍କର ବହୁବିଧ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଏହିସଭାରେ ସଂଘର ନୟାଗଡ଼ ଜିଲ୍ଲା ସମ୍ପାଦିକା ଜୟନ୍ତୀ ଦାସ, ସିଆଇଟିୟୁ ଜିଲ୍ଲା ଆବାହକ କମ୍ରେଡ୍ ବିଶ୍ଵନାଥ ମହାପାତ୍ର କୃଷକ ନେତା ବ୍ରଜବନ୍ଧୁ ପ୍ରଧାନ, ଯୁବନେତା ସୁଶାନ୍ତ ନାୟକ ଓ ସିପିଆଇ(ଏମ) ଦଶପଲ୍ଲା ଲୋକାଲ କମିଟି ସମ୍ପାଦକ ବିପିନ ବିହାରୀ ବାଜୁ ପ୍ରମୁଖ ଆଲୋଚନା କରିଥିଲେ। ଏହି ସଭାପରେ…
Read Moreଦଶପଲ୍ଲା ବାର ତରଫରୁ ଉତ୍କଳ ଦିବସ ପାଳିତ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଏପ୍ରିଲ ପହିଲା ଦିନ ଉତ୍କଳ ଦିବସ ପାଳନ ଅବସରରେ ଦଶପଲ୍ଲା ଓକିଲ ସଂଘ ପକ୍ଷରୁ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ସୁଶାନ୍ତ କୁମାର ପାତ୍ର ଏଥିରେ ସଭାପତିତ୍ବ କରିଥିଲାବେଳେ ଏହି ଆଲୋଚନାଚକ୍ରକୁ ସଂଘର ସମ୍ପାଦକ ଶରତ ଚନ୍ଦ୍ର ବେହେରା ସଂଯୋଜନା କରିବା ସହିତ ପ୍ରାରମ୍ଭିକ ସୂଚନା ଦେଇ ଉତ୍କଳ ଦିବସ ପାଳନ ତଥା ବୁଦ୍ଧିଜୀବୀମାନଙ୍କ ଭିତରେ ଏହାର ଗୌରବମୟ ଐତିହ୍ୟକୁ ମନେପକାଇ କଷ୍ଟଲବ୍ଧ ସ୍ଵତନ୍ତ୍ର ଉତ୍କଳର ଅଖଣ୍ଡତାର ସୁରକ୍ଷା ପାଇଁ ସମସ୍ତେ ଅନ୍ତାଭିଡ଼ି ବାହାରିବା ପାଇଁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ଭିତରେ ବରିଷ୍ଠ ଆଇନଜୀବି ଗୌର ଚନ୍ଦ୍ର ମିଶ୍ର ବିଭେଦକାରୀ ଶକ୍ତିମାନଙ୍କ ପ୍ରତି ସତର୍କ ରହିବା ସହିତ ଓଡ଼ିଶାର ଅଖଣ୍ଡତା ତଥା ଓଡ଼ିଆଭାଷାର ସୁରକ୍ଷା ପାଇଁ ଆହ୍ବାନ ଦେଇଥିଲେ। ଆଇନଜୀବୀ କୃଷ୍ଣ ଚନ୍ଦ୍ର ଦାସ ଉତ୍କଳ ଦିବସର ଇତିହାସ…
Read More