ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଶ୍ରଦ୍ଧା ଦିବସ ପାଳନ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ପୂଜ୍ୟ ପୂଜା ସମିତି, ଦଶପଲ୍ଲାର ଆୟୋଜନ କ୍ରମେ ଏପ୍ରିଲ ୧୩ତାରିଖ ସନ୍ଧ୍ୟାରେ ସ୍ଥାନୀୟ ଇଲେଭେନ ଷ୍ଟାର କ୍ଲବ୍ରର ସଭା ଗୃହରେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ଓଡ଼ିଶାର ପ୍ରଥମ ବ୍ୟକ୍ତି ଯିଏକି ଗାନ୍ଧିଜୀଙ୍କ ନିକଟକୁ ଯାଇ ସାବରମତି ଗାନ୍ଧିଜୀଙ୍କ ଆଶ୍ରମରେ ରହି ଅସହଯୋଗ ଆନ୍ଦଳନରେ ଯୋଗଦେଇଥିଲେ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ୫୯ତମ ଶ୍ରାଦ୍ଧ ଦିବସ ପାଳନ କରାଯାଇଅଛି। ସମିତିର ସଭାପତି ତଥା ବିଶିଷ୍ଟ ଆଇନଜୀବି ଶରତ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଯାଇଅଛି। ସଭାର ପ୍ରାରମ୍ଭରେ ସମସ୍ତେ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଏହିସଭାରେ ମୁଖ୍ୟବକ୍ତା ଅଧ୍ୟାପକ ଅଲେଖ କୁମାର ସ୍ୱାଇଁ ସଂଗ୍ରାମୀଙ୍କ ଜୀବନୀ ଓ ଆଦର୍ଶ ଉପରେ ବିଶଦ ଭାବରେ ଆଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଦଶପଲ୍ଲା ବରିଷ୍ଠ ନାଗରିକ ମଂଚର ସଭାପତି ପ୍ରାଣକୃଷ୍ଣ ବେହେରା ବକ୍ତବ୍ୟ ଦେଇ କହିଥିଲେ ଯେ ଏଭଳି ସଂଗ୍ରାମୀଙ୍କ ଜୀବନ ଇତିହାସ ଉପରେ ଆଗାମୀ ପିଢ଼ି ଜାଣିବା ପାଇଁ ସ୍କୁଲ ଏବଂ କଲେଜ ମାନଙ୍କରେ ବିଶେଷ କାର୍ଯ୍ୟକ୍ରମ ମାନ କରିବାକୁ ହେବ। ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଗୋବିନ୍ଦ ମିଶ୍ର ସ୍ମୃତି କମିଟିର ସଭାପତି ପ୍ରସନ୍ନ କୁମାର ପଣ୍ଡା ଯୋଗଦେଇ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ସେବକ, ଗାନ୍ଧିବାଦୀ ବିପ୍ଳବୀ ଯିଏକି ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଗାନ୍ଧିଜୀଙ୍କ ନିକଟରେ ପରିଚୟ କରିଥିଲେ ସେ ଦଶପଲ୍ଲାରେ ଜନ୍ମହୋଇ ଥିବାରୁ ଆମେ ଗୌରବନ୍ଵିତ। ତାଙ୍କର ତ୍ୟାଗ ଓ ସଂଗ୍ରାମ ତଥା ଦଶପଲ୍ଲାର କନ୍ଧମେଳି ପ୍ରତି ସମର୍ଥନ ତଥା ରାଜଅତ୍ୟାଚାର ବିରୁଦ୍ଧରେ ଗାନ୍ଧିଜୀଙ୍କ ପର୍ଯ୍ୟନ୍ତ ଯିବା, ଓଡ଼ିଶାର ଦୁର୍ଭିକ୍ଷ ଚିତ୍ରକୁ ଗାନ୍ଧୀଙ୍କ ନିକଟରେ ଅବଗତ କରାଇ ପ୍ରପୀଡିତଙ୍କ ପାଇଁ ରିଲିଫ ବ୍ୟବସ୍ଥା କରିବା ପରବର୍ତ୍ତୀ କାଳରେ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ଓଡ଼ିଶାର  ସ୍ବାର୍ଥ ପାଇ ଲଢ଼ିବା ପ୍ରଭୃତି ବହୁବିଧ ଗୁନବଳି ଉପରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ଭିତରେ ଡାକ୍ତର ଅନ୍ତର୍ଯ୍ୟାମୀ ଭୂୟାଁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର, ଆଡଭୋକେଟ୍ କୃଷ୍ଣ ଚନ୍ଦ୍ର ଦାସ ବକ୍ତବ୍ୟ ପ୍ରଦାନ କରିଥିଲାବେଳେ କବି ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ମିଶ୍ର, ନାରାୟଣ ସାହୁ ଓ ସନ୍ତୋଷ କୁମାର ସାହୁ ପ୍ରମୁଖ ବିପ୍ଳବୀଙ୍କ ସ୍ମୃତିଚାରଣ ପୂର୍ବକ କବିତା ମନ ପାଠ କରିଥିଲେ। ଏହାସହିତ ବିପ୍ଳବୀ ଗୋବିନ୍ଦ ମିଶ୍ରଙ୍କ ଉପରେ ମାଟିର ସ୍ୱର ପତ୍ରିକାର ବିଶେଷ ସଂଖ୍ୟା ପ୍ରଭାତ କୁମାର ସାହୁଙ୍କ ସମ୍ପାଦନାରେ ବିପ୍ଳବୀ ଗୋବିନ୍ଦ ମିଶ୍ରଙ୍କ ନାତି ଆଇନଜୀବୀ ଗୌରଚନ୍ଦ୍ର ମିଶ୍ରଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମକୁ। ସରୋଜ କୁମାର ପଣ୍ଡା ସଂଯୋଜନା କରିଥିଲେ।

Related posts