ନୟାଗଡ଼:(ନୟାଗଡ଼ ଦର୍ପଣ): ମୁଣ୍ଡ ଉପରେ ନିର୍ବାଚନ। ନୟାଗଡ଼ରେ ପୁଣି ଶକ୍ତି ପ୍ରଦର୍ଶନ କଲେ ଅରୁଣ ସାହୁ। ଆଜି ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଛନ୍ତି ବିଜେଡି ପ୍ରାର୍ଥୀ ଅରୁଣ ସାହୁ। ପ୍ରତ୍ୟେକ ଦିନ ନୂଆ ନୂଆ ରଣନିତୀ ପ୍ରସ୍ତୁତ କରୁଛି ବିଜେଡି। ଯେଉଁଥିପାଇଁ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି ଶକ୍ତିଶାଳୀ ହେବାରେ ଲାଗିଛି। ଆଜିର ବିଶାଳ ଶୋଭାଯାତ୍ରା ହିଁ ଏହା ବୟାନ କରୁଛି। ବିଜେଡିରୁ ବିଧାନସଭା ଆସନରେ ଲଢ଼ୁଥିବା ନୟାଗଡ଼ର ବରିଷ୍ଠ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ଵରେ ଆଜି ନୟାଗଡ ବିଜୁଜନତା ଦଳ କାର୍ଯ୍ୟାଳୟ ଠାରୁ ନୟାଗଡ ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ପ୍ରାୟ ୨କିମି ବ୍ୟାପି ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ରାଲିରେ ୨୦ହଜାରରୁ ଉର୍ଦ୍ଧ୍ବ ମହିଳା, ଛାତ୍ର, ଯୁବ ବିଜେଡିର ବରିଷ୍ଠ କର୍ମକର୍ତାମାନେ ସାମିଲ ହୋଇଥିଲେ। ସମସ୍ତଙ୍କ ମୁହଁରୁ ଗୋଟିଏ…
Read MoreCategory: ଦଶପଲ୍ଲା ବ୍ଲକ
ଫାଲପାଜୁ ହାଟ ପଡିଆଠାରେ ଆନ୍ତର୍ଜାତୀୟ ଶ୍ରମ ଦିବସ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ବାଣିଗୋଛ୍ଛା ପଞ୍ଚାୟତର ଫାଲପାଜୁ ହାଟ ପଡିଆଠାରେ ଆନ୍ତର୍ଜାତୀୟ ଶ୍ରମ ଦିବସ -୨୦୨୪ ପାଳନ ହୋଇଯାଇଛି। ୭୦ଜଣ ଅଣସଂଗଠିତ ଶ୍ରମିକଙ୍କୁ ମେ ୧ ତାରିଖରେ “ଶ୍ରମିକଦିବସ” ପାଳନର ତତ୍ପର୍ଯ୍ୟ ସଂପର୍କରେ ଉପସ୍ଥିତ ଅତିଥିମାନେ ବୁଝାଇଥିଲେ। “ନୟାଗଡ ଜିଲ୍ଲା କାର୍ଯ୍ୟରତ ନିର୍ମାଣ ଶ୍ରମିକ ମହାସଂଘ”ର ସାଧାରଣ ସଂପାଦକ ତଥା ସାମ୍ବାଦିକ ବସୁଦେବ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରମିକ ଏକତା,ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ସମଧାନର ମାର୍ଗ ଏବଂ ଉଭୟ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଶ୍ରମିକ କଲ୍ୟଣ ଯୋଜନା ବିଷୟରେ ବୁଝାଇଥିଲେ। ବରିଷ୍ଠ ଶ୍ରମିକ ନେତା ରଘୁନାଥ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶ୍ରମିକନେତା କର୍ଣ୍ଣ ଜାନୀ,ଅହଲ୍ୟା ଖମାରୀ,ମିଲି ବାରିକ,ବିରେସନ କହଁର ଏବଂ ମନୋରଂଜନ ପ୍ରଧାନ ପ୍ରମୁଖ ଶ୍ରମିକମାନଙ୍କ ବହୁ ସମସ୍ୟା ଉପସ୍ଥାପନ କରିଥିଲେ। ଆଗାମୀ ଦିନରେ ଶ୍ରମିକମାନେ…
Read Moreଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆନ୍ତର୍ଜାତିକ ଶ୍ରମ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ପରାମର୍ଶ କ୍ରମେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପୁରୁଣା କୋର୍ଟ ପରିସରରେ “ଆନ୍ତର୍ଜାତିକ ଶ୍ରମ ଦିବସ” ପାଳିତ ହୋଇଅଛି । ନୟାଗଡ଼ କ୍ଷେତ୍ର ଶ୍ରମ ଆୟୁକ୍ତ, ଭାରପ୍ରାପ୍ତ ଅଧିକାରୀ ଚିତ୍ତରଞ୍ଜନ ରାଉତ ଅତିଥିମାନଙ୍କୁ ସ୍ଵାଗତ ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି, ବିଶେଷ କୁମାର ସାହୁ ଶ୍ରମ ଆଇନ ଏବଂ ଶ୍ରମିକ ବ୍ୟବସ୍ଥାର ବିଶେଷତ୍ଵ, ଆଇନଗତ ସହାୟତା ଏବଂ କ୍ଷତି ପୂରଣ ବ୍ୟବସ୍ଥାର ତର୍ଜମା କରିଥିଲେ। ୨୦୨୪ ମସିହାର ତତ୍ଵ- “ପରିବତ୍ତିତ ଜଳବାୟୁରେ କାର୍ଯ୍ୟକ୍ଷେତ୍ରରେ ନିରାପତ୍ତା ଏବଂ ସ୍ଵାସ୍ଥ୍ୟ ପ୍ରତିବଦ୍ଧତା” କିପରି ପାଳନ କରାଯାଇ ପାରିବ ତାହା ଉପରେ ଆଲୋକପାତ…
Read Moreଧାଡ଼ିକିଆ ଖବର, ତାରିଖ-୨୦.୦୪.୨୪ (ଶନିବାର)
⭕ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ପ୍ରଥମ ପର୍ଯ୍ୟାୟ ମତଦାନ।ଅପରାହ୍ନ ୫ଟା ସୁଦ୍ଧା ହାରାହାରି ୬୨ ପ୍ରତିଶତ ହେଲା ମତଦାନ। ⭕ଜୁନ ୧ ଯାଏଁ ଏକଜିଟ ପୋଲ ନିଷିଦ୍ଧ ଘୋଷଣା କଲେ ନିର୍ବାଚନ ଆୟୋଗ। ⭕ଏଥର ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସହ ସାମ୍ନାସାମ୍ନି ଲଢ଼େଇ ହେବ: ଅମିତ୍ ଶାହା ⭕ରାଜ୍ୟରେ ଅସମ୍ଭାଳ ତାତି ୪୩.୦୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଭୁବନେଶ୍ୱର ୪୧.୪। ⭕ରାଜ୍ୟକୁ ଏବେ ଘାରିଛି ଆଳୁ ଚିନ୍ତା, ୨ ସପ୍ତାହରେ ବଢ଼ିଲାଣି ୧୫ ଟଙ୍କା ! ⭕ଲଖନପୁର ନୌକା ଦୁର୍ଘଟଣାରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା। ⭕ଆସୁଛି କାଳବୈଶାଖୀ, ତାତିରୁ ମିଳିବ ମୁକ୍ତି , କମିବ ତାପମାତ୍ରା, ଆସନ୍ତା ୨୧ ଓ ୨୨ ତାରିଖରେ କାଳବୈଶାଖୀ…
Read Moreନିର୍ବାଚନକୁ ନେଇ ନୟାଗଡ଼ରେ ଗଡ଼ିଲା ମୁଣ୍ଡ, ୨ନିଲମ୍ବିତ
ନୟାଗଡ଼(ନୟାଗଡ଼ ଦର୍ପଣ): ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ଓଡଗାଁ ଦୂତୀକେଶ୍ୱର ମନ୍ଦିର ଠାରେ ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରିଥିବାରୁ, ନିର୍ବାଚନ ଆଚରଣ ବିଧି କମିଟିର ତଦନ୍ତକୁ ଆଧାର କରି ନୂଆଗାଁ ବ୍ଲକ ଅନ୍ତର୍ଗତ ଗତିଶ୍ୱର ମହାବିଦ୍ୟାଳୟର ଖେଳ ଶିକ୍ଷକ ପ୍ରଶାନ୍ତ କୁମାର ବେହେରା ଓ ନୟାଗଡ଼ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସହକାରୀ ପରିଚାଳକ ଯୁଗଳ କିଶୋର ପ୍ରଧାନଙ୍କୁ ପୁନଃ ଆଦେଶ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି।
Read Moreନୟାଗଡ଼ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ
ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେପି ଜିଲ୍ଲା ଅନୁସୂଚିତ ଜାତି ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ଙ୍କୁ ପିସିସି ସାଧାରଣ ସମ୍ପାଦକ ହୁସେନ ଖାଁ, ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଏବଂ ବରିଷ୍ଠ ନେତା କମଳ ଚରଣ ସାହୁ ପ୍ରମୁଖ ବିଦ୍ଧିବଦ୍ଧ ଭାବେ କଂଗ୍ରେସ ଦଳରେ ମିଶ୍ରଣ କରାଇଛନ୍ତି। ତାଙ୍କ ସହ ଦଳିତ ବିଜେପି କାର୍ଯ୍ୟକର୍ତା ସୁମନ୍ତ ନାଏକ, ଆଶା ନାଏକ, ଟୀକାନ ଘଡେଇ, ପ୍ରଫୁଲ୍ଲ ଦାଶ, ଆଦିବାସୀ ନେତା ବୈଦ୍ୟନାଥ କଂହର ପ୍ରମୁଖ କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ସୁଶାନ୍ତ କଂଗ୍ରେସ ଦଳରେ ମିଶିବା ପରେ ଦଶପଲ୍ଲା ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଜେପି-ବିଜେଡି ମ୍ୟାଚ ଫିକ୍ସିଂ କରାଯାଇ ବିଜେଡି ପ୍ରାର୍ଥୀ ଙ୍କୁ ଜିତାଇବା ପାଇଁ ବିଜେପି ରାଜ୍ୟ ନେତୃତ୍ୱ ନିର୍ବାଚନ ମଣ୍ଡଳୀ ବୁର୍ବଳ…
Read Moreତାପମାତ୍ରା ବୃଦ୍ଧି ଯୋଗୁଁ ତିନିଦିନ ସ୍କୁଲ ବନ୍ଦ ରହିବ
ଭୁବନେଶ୍ୱର,(ନୟାଗଡ଼ ଦର୍ପଣ): ସଂପ୍ରତି ରାଜ୍ୟରେ ଗ୍ରୀଷ୍ମପ୍ରବାହ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ତିନିଦିନ ପାଇଁ ବନ୍ଦ କରିଛନ୍ତି । ଚଳିତ ଅପ୍ରେଲ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
Read Moreଗତ ନିର୍ବାଚନ ଠାରୁ ଚଳିତ ନିର୍ବାଚନରେ ବହୁ ଭୋଟରେ ରମେଶଙ୍କୁ ଜିତାଇବା ପାଇଁ କର୍ମୀଙ୍କ ସଙ୍କଳ୍ପ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ ସଦରମହକୁମାରେ ବିଜୁ ଜନତା କାର୍ଯ୍ୟାଳୟ ଠାରେ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆଗାଁ ବିଜୁ ଜନତା ଦଳର ସଭାପତି ସନାତନ ସାମଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମେ ୨୦ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଗତ ନିର୍ବାଚନ ଠାରୁ ଚଳିତ ବର୍ଷ ସାଧାରଣ ନିର୍ବାଚନରେ କିଭଳି ବିଜୁ ଜନତା ଦଳ ଅଧିକ ରୁ ଅଧିକ ଭଲ ପ୍ରଦର୍ଶନ କରିବ ସେ ଉପରେ ଗୁରୁତ୍ଵାରୋପ କରିବା ସହ ଏ ନେଇ ପ୍ରତି ଗ୍ରାମାଞ୍ଚଳରେ ବୋଥ ସ୍ତରୀୟ ଏକ କମିଟି ଗଠନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହା ସହିତ…
Read Moreନୂଆଗାଁ ବ୍ଲକ୍ ବିଜୁ ଛାତ୍ର ଜନତା ଦଳରର ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ନୂଆଗାଁ ବିଜୁ ଛାତ୍ର ଜନତା ଦଳ ତରଫରୁ ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କିଭଳି ଗ୍ରାମାଞ୍ଚଳରେ ଲୋକମାନଙ୍କ ପାଖରେ ପହଞ୍ଚିବା ସହ ବିଜୁ ଜନତା ଦଳ ସପକ୍ଷରେ କିଭଳି ବହୁମାତ୍ରାରେ ଜନମତ ଆସିବ ସେ ଉପରେ ଛାତ୍ରମାନଙ୍କୁ ପରାମର୍ଶ ଦିଆଯାଇଥିଲା। ବ୍ଲକ୍ ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ବ୍ଲକ…
Read Moreନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳର ସହ-ପର୍ଯ୍ୟବେକ୍ଷକ ଇରାନୀ ରାୟ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଜେଡ଼ି ନେତ୍ରୀ ଇରାନୀ ରାୟ ନୟାଗଡ଼ ଜିଲ୍ଲା ପାଇଁ ବିଜୁ ଜନତା ଦଳର ସହ ପର୍ଯ୍ୟବେକ୍ଷକ ଭାବେ ପାଇଲେ ନିଯୁକ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଶ୍ରୀମତୀ ରାୟଙ୍କୁ ନୂଆ ଦାୟୀତ୍ବ ଦେଇଛନ୍ତି। ଇରାନୀ ରାୟ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଦଳ ପକ୍ଷରୁ ନୟାଗଡ଼ରେ ବିଧାୟିକା ପାର୍ଥୀନୀ ଭାବେ ଲଢେଇ କରି ପରାଜୟ ହୋଇଥିଲେ। ତେବେ ବିଜେପି ଦଳ ତାଙ୍କୁ କଣଠେସା କରିବା ସହ ମହିଳାଙ୍କୁ ସମ୍ମାନ ନଦେବାରୁ କିଛି ଦିନ ହେଲା ଇରାନୀ ବିଜେପି ଛାଡ଼ି ବିଜେଡ଼ି ଯୋଗ ଦେଇଥିଲେ। ମିଶ୍ରଣ ହେବା ଦିନ ଠାରୁ ବିଜେଡ଼ି ଯେଉଁ ଦାୟିତ୍ୱ ଦେଇଛି, ତାକୁ ସୁଚାରୁ ରୂପେ ତୁଲାଇ ଆସୁଛନ୍ତି। ତାଙ୍କ କାର୍ଯ୍ୟକଳାପ ଦେଖି ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ…
Read More