ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୩୨ତମ ଶ୍ରାଦ୍ଧ ବାର୍ଷିକ ସମାରୋହ ଅନୁଷ୍ଠିତ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଆଜି ଦଶପଲ୍ଲାର କୁଞ୍ଜବନଗଡ଼ରେ ଜନ୍ମଲାଭ କରିଥିବା ଓଡ଼ିଶାର ପ୍ରଖ୍ୟାତ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୩୨ ତମ ଶ୍ରାଦ୍ଧ ବାର୍ଷିକ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାଗରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, NAC ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନୀ ,ତହସିଲଦାର ସ୍ମୃତିରଞ୍ଜନ ଶତପଥି ଯୋଗଦେଇଥିଲେ । ଉପସ୍ଥିତ ସମସ୍ତ ଅତିଥି ମାନେ ନାଟ୍ୟକାର ରାମଚନ୍ଦ୍ର ମିଶ୍ରକଂ ଆବକ୍ଷ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ନାଟ୍ୟକାର ରାମଚନ୍ଦ୍ର ମିଶ୍ରକଂ ଲିଖିତ ୨୦ ରୁ ଅଧିକ ନାଟକ ଉପରେ ଆଲୋଚନା କରିଥିଲେ ଓ ତତ୍କାଳୀନ ଓଡ଼ିଆ ସାହିତ୍ୟ କୁ ତାଙ୍କର ଅନବଦ୍ୟ ଦାନ ଉପରେ ଆଲୋଚନା କରିଥିଲେ ।

Read More

ଅବ୍ୟବସ୍ଥା ଘେରରେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରସୂତି ପାଇଁ ଆସିବାକୁ ମୁହଁ ମୋଡ଼ୁଛନ୍ତି ଆଦିବାସୀ। ପ୍ରସୂତି ହେବାପରେ ମିଠା ବାହାନାରେ କରାଯାଉଛି ଅର୍ଥ ଦାବି। ନର୍ମାଲ ବା ସାଧାରଣ ଭାବେ ପ୍ରସୂତି ହେବାପରେ ପୁଅ ହେଲେ ୨ ହଜାର ଏବଂ ଝିଅ ହେଲେ ୧ ହଜାର ଟଙ୍କା। କିଏ କିଛି ଆଶାକର୍ମୀଙ୍କ ହାତରେ ମଗାଉଛି ତ ପୁଣି କେଉଁ ଦିଦି ସିଧାସଳଖ ମାଗୁଛି। ଦୈନିକ ପ୍ରସୂତି ପାଇଁ ଆସୁଥିବା ସମ୍ପର୍କୀୟ ଏଭଳି ଶୋଷଣର ଶିକାର ହେଉଛନ୍ତି। ଦିଦି ମାନେ ମିଠା ଖାଇବା ପାଇଁ କିଛି ଟଙ୍କା ମଗା ଯାଉଥିବା ବେଳେ ଆଉ କିଛି ଟଙ୍କାରେ ମାରା ହୋଇଥିବା ଚୁଡ଼ି, ଶଙ୍ଖାକୁ ପରିବର୍ତ୍ତନ କରିବାକୁ କୁହାଯାଉଛି। ହେଲେ ଟଙ୍କା ଦେଉଥିବା ସମ୍ପର୍କୀୟ ମାନେ ଭୟରେ ଅଧିକାରୀ କିମ୍ବା କ୍ୟାମେରା ଆଗରେ ମୁହଁ ଖୋଲିବାକୁ ସାହାସ କରୁନଥିବା ଦେଖିବାକୁ…

Read More

ଆନ୍ତର୍ଜାତୀକ ନିଶା ସେବନ ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ

ନୟାଗଡ,(ନୟାଗଡ଼ ଦର୍ପଣ): ମାଦକ ଦ୍ରବ୍ୟ ଅପବ୍ୟବହାର ଓ ଏହାର ଅବୈଧ ଚାଲାଣ ଉପରେ ନୟାଗଡ଼ରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜଗନ୍ନାଥ ମନ୍ଦିର ଠାରେ ଅତିରିକ୍ତ ଜିଲ୍ଲାପାଳ ପତାକା ଦେଖାଇ ଶୁଭ ଉଦଘାଟନ କରିଥିବା ବେଳେ ଏହି ରାଲି ବଜାର ସହ ମୁଖ୍ୟ ଟ୍ରାଫିକ ଛକ ପର୍ଯ୍ୟନ୍ତ ସଚେତନତା ରାଲି ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଏହି ଦିବସ ପାଳନର ଉଦ୍ଦେଶ୍ୟ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉପସ୍ଥିତ ଅତିଥିମାନେ ନିଶା ସେବନ ଦ୍ୱାରା କେବଳ ଯେ ସେବନକାରୀ ତଳିତଳାନ୍ତ ହୁଏ ତା ନୁହେଁ, ତାର ପରିବାର ମଧ୍ୟ ଆର୍ଥିକ ଓ ମାନସିକ ଦୁର୍ଗତି ର ଶିକାର ହୁଅନ୍ତି। ସମାଜ ଉପରେ ମଧ୍ୟ ପ୍ରଭାବ ପଡେ। ଯାହା ସେବନ କଲେ ମନୁଷ୍ୟ ର ଶରୀର,…

Read More

ଦଶପଲ୍ଲାରେ ମାତିଛନ୍ତି ସାଇବର ଲୁଟେରା

ଓଟିପି ମାଧ୍ୟମରେ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା, ଲୁଟିନେଲେ ମୋବାଇଲ୍ ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ମାତିଛନ୍ତି ସାଇବର୍ ଲୁଟେରା । ନିରିହ ଜନସାଧାରଣଙ୍କ ସରଳତାର ସୁଯୋଗ ନେଇ , କରୁଛନ୍ତି ଠକେଇ । ଗତ କିଛିଦିନ ତଳେ ଜନୈକ କ୍ଷୁଦ୍ର ବ୍ୟବସାୟୀ କୁଂ ପ୍ରଭାବିତ କରି ତାକଂ କ୍ରେଡିଟ୍ କାର୍ଡ଼ କ୍ଲୋଜ୍ କରିବା ବାହାନାରେ ତାକଂଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିବାବେଳେ , ଏବେ ଦଶପଲ୍ଲା ଦୁର୍ଗାବଜାରସ୍ଥିତ ଜନଗହଳିପୂର୍ଣ୍ଣ ନାରାୟଣଗଞ୍ଜ ହାଟରେ ମାତିଛନ୍ତି ମୋବାଇଲ ଲୁଟେରା । ଗତକାଲି ପୂର୍ବାହ୍ନରେ ହାଟ ମଧ୍ୟରେ ପ୍ରବଳ ଗହଳିର ସୁଯୋଗ ନେଇ ୪ ଜଣଙ୍କଠାରୁ ମୋବାଇଲ୍ ଫୋନ୍ ଲୁଟି ନେଇଛନ୍ତି ଲୁଟେରା । ପ୍ରଥମେ ହରିଡ଼ାବାଡ଼ି ଗ୍ରାମର ସନ୍ତୋଷ କୁମାର ସାହୁଙ୍କ ଫୋନ୍ ଚୋରି ହୋଇଥିଲା। ସେ ଆଳୁ…

Read More

ଉପାସରେ ରହିବେ ବାବା ନୀଳକଣ୍ଠେଶ୍ଵର, ଆନ୍ଦୋଳନ ଚେତାବନୀ ଦେଲେ ପୂଜକ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଏନଏସି ଅନ୍ତର୍ଗତ ଦେଉଳ ମାଳିସାହି ଗ୍ରାମରେ ଥିବା ଆରାଧ୍ଯ ଦେବ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବଙ୍କ ମନ୍ଦିର ବହୁ ପ୍ରାଚୀନ କାଳରୁ ଅବସ୍ଥିତ। ଏହି ମନ୍ଦିରର ପୂଜକଗଣ ରାଜାରାଜୁଡା ଅମଳରୁ ବଂଶାନୁକ୍ରମରେ ଠାକୁରଙ୍କ ପୂଜାରେ ଲାଗି ଆସିଛନ୍ତି ଓ ଠାକୁରଙ୍କ ଜମିକୁ ଭୋଗଦଖଲ କରିଆସୁଛନ୍ତି । ମାତ୍ର ବର୍ତମାନ ଉକ୍ତ ଜମିରେ ପୂର୍ବତଟ ରେଳ ଲାଇନ ଆସିବା ଦ୍ଵାରା ଜମିର ଭୋଗଦଖଲ ବନ୍ଦ ଅଛି ଏବଂ ସେଥ‌ିପାଇଁ ପୂର୍ବତଟ ରେଳ ବିଭାଗ ପକ୍ଷରୁ ସେମାନଙ୍କୁ କୌଣସି କ୍ଷତି ପୂରଣ ଦିଆଯାଇ ନାହିଁ । ତେବେ ଜମି ଅଧିଗ୍ରହଣ ଅର୍ଥ ଆସିଥିଲେ ମଧ୍ୟ ପୂଜକମାନଙ୍କୁ ଦିଆଯାଇ ନାହିଁ । ତେବେ ସେବାୟତମାନେ ଗତ ୬ବର୍ଷରୁ ଅଧ‌ିକ ସମୟ କରଜ ବାରଜ କରି ମନ୍ଦିର ସେବା ଜାରି ରଖିଥ‌ିବା ସହିତ ନିଜ ନିଜ ପରିବାରର ଗୁଜୁରାଣ…

Read More

କାଳବୈଶାଖୀ ଉଡ଼ାଇନେଲା ଛପର

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା ଅନ୍ତର୍ଗତ ନେଫାରୀ ଗାଁରେ ତାଣ୍ଡବ ରଚିଛି କାଳବୈଶାଖୀ। କାଳବୈଶାଖୀର ତାଣ୍ଡବ ଯୋଗୁଁ ନେଫାରୀ ଗ୍ରାମର ଗରିବ ଆଦିବାସୀ ମହିଳା ସୁମିତ୍ରା କହଁରଙ୍କ ଝାଟିମାଟି ଆଜବେଷ୍ଟ ଘରଟି ସଂପୂର୍ଣ୍ଣ ଭାବେ ମାଟିରେ ମିଶିଯାଇଛି । ତା ସାଙ୍ଗକୁ ଲଗାଣ ବର୍ଷା ଯୋଗୁଁ ଦୁଇ ଦୁଇଟି କୁନିଛୁଆଙ୍କୁ ଧରି ଅସହାୟ ଅବସ୍ଥାରେ ଘର କଣରେ ପଡ଼ି ରହିଛନ୍ତି ସୁମିତ୍ରା । ଏହି ଝଡ଼ବର୍ଷା ଯୋଗୁଁ ତାଙ୍କର ଗଚ୍ଛିତ ଥିବା ସମସ୍ତ ଖାଦ୍ୟଦ୍ରବ୍ୟ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ପ୍ରଶାସନ ସୁମିତ୍ରାଙ୍କ ପାଖରେ ବର୍ତମାନ ସୁଦ୍ଧା ପହଞ୍ଚି ନଥିବା ଜଣାପଡ଼ିଛି । ତତସହିତ ସେହିଗ୍ରାମର ବଳଭଦ୍ର ନାୟକ, ରଇବାରୀ ଦେଇ, ମନ୍ଦୋଦରୀ ନାୟକଙ୍କ ଘର ମଧ୍ୟ କାଳବୈଶାଖୀ ଦ୍ଵାରା ପ୍ରଭାବିତ…

Read More

ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା କମିଟି ବୈଠକ

ନୟାଗଡ଼,(ନୟାଗଡ ଦର୍ପଣ): ଜିଲ୍ଲା ପରିଷଦର ସୃଜନ ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ କମିଟିି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦର ସଭାପତି ଇଂ. ଦେବାଶିଷ ପଟ୍ଟନାୟକ, ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତିଙ୍କ ପ୍ରତିନିଧି ଅଭିଷେକ ସାମନ୍ତରାୟ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତାପତିରାଜ୍‌ ଏବଂ ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ମଞ୍ଚାସିନ ସମସ୍ତ ଅତିଥିମାନଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା । କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ ବିଭାଗ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ…

Read More

କୃଷକଙ୍କୁ ଦିଆଗଲା ପ୍ରଧାନମନ୍ତ୍ରୀ କୃଷକ ନିଧି ଯୋଜନାର ୧୭ତମ କିସ୍ତି

ନୟାଗଡ଼, (ନୟାଗଡ଼ ଦର୍ପଣ): ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ କୃଷକ ନିଧି ଯୋଜନାର ୧୭ତମ କିସ୍ତି ଅଧିନରେ ଆଜି ୯କୋଟି ୨୬ଲକ୍ଷ ହିତାଧିକାରୀଙ୍କୁ ୨୦ହଜାର କୋଟି ଟଙ୍କା ଦେଶର କୃଷକମନଙ୍କ ଖାତାକୁ ସ୍ଥାନାନ୍ତର ଉତ୍ତର ପ୍ରଦେଶର ବାରାଣାସୀରୁ ସିଧାପ୍ରସାରଣର କାର୍ଯ୍ୟକ୍ରମ କୃଷି ବିଜ୍ଞାନ କେନ୍ଦ୍ର, ପାଣିପୋଇଲା ଠାରେ ଅନୁଷ୍ଠିତ ହୋଇଥିଲା ଏଠାରେ ରାଜ୍ୟ ପଂଚାୟତିରାଜ୍ ଓ ପାନୀୟ ଜଳ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ରବିନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, କୃଷକମାନଙ୍କ ଉନ୍ନତି ନିମନ୍ତେ କୃଷକମାନଙ୍କ କ୍ଷେତକୁ ପାଣି,ଆଖୁଚାଷର ଉନ୍ନତି ଉପରେ ଆମ ସରକାର ଧ୍ୟାନ ଦେବ। ରଣପୁରର ମାନ୍ୟବର ବିଧାୟିକା ଶ୍ରୀମତୀ ସୁରମା ପାଢ଼ୀ କହିଲେ ଯେ, ସ୍ୱାମିନାଥନ୍ କମିଟି ଦେଇଥିବା ସୁପାରିଶ ଅନୁସାରେ ଧାନର ସହାୟକ ମୂଲ୍ୟ ୩୧୦୦ଟଙ୍କାକୁ ବୃଦ୍ଧି କରିବା ପାଇଁ ପ୍ରଥମ…

Read More

ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ପ୍ରୟୋଗାତ୍ମକ ଅଭ୍ୟାସ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ଏବଂ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ଦିଲିପ କୁମାର ବଳଙ୍କ ସଂଯୋଜନାରେ ବିପର୍ଯ୍ୟୟ ପରିଚାଳନା ଉପରେ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ପ୍ରୟୋଗାତ୍ମକ ଅଭ୍ୟାସ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବଳ ଉପସ୍ଥିତ ସମସ୍ତ ଅଧିକାରୀମାନଙ୍କୁ ସ୍ୱାଗତ ଜଣାଇବା ସହ ଜିଲ୍ଲାପାଳ ଶ୍ରୀମତୀ ସିଂଙ୍କୁ ଆଜିର କାର୍ଯ୍ୟକ୍ରମ ଉପରେ ତାଙ୍କର ପ୍ରାରମ୍ଭିକ ବକ୍ତବ୍ୟ ରଖିବା ପାଇଁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ଶ୍ରୀମତୀ ସିଂ ତାଙ୍କ ବକ୍ତବ୍ୟରେ କହିଲେ ଯେ, ପ୍ରତି ବର୍ଷ ପ୍ରାକ୍ ମୌସୁମୀରେ ବିପର୍ଯ୍ୟୟ ମୁକାବିଲା ପାଇଁ ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ବର୍ଗର ସମାଜସେବୀଙ୍କୁ ନେଇ ଏକ ମକ୍‌ଡ୍ରିଲ(ମିଛ ଅଭିନୟ) କରାଯାଏ । ଏଥିପାଇଁ ଆଜି ଜିଲ୍ଲାସ୍ତରରେ ଦିବା ୧୦ଘଟିକା ଠାରୁ…

Read More

ଦଶପଲ୍ଲାରୁ ଭୁବନେଶ୍ୱର ଆଜି ଗଡ଼ିବ ଏକ ସ୍ପେଶାଲ ମେମୁ ଟ୍ରେନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଏକ ନୂତନ ପାସେଞ୍ଜର ମେମୁ ଟ୍ରେନ ଦଶପଲ୍ଲାରୁ ଭୁବନେଶ୍ୱର ଚଳାଚଳ କରିବ। ମାନନୀୟ ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ନୂଆ ମୁଖ୍ୟ ମନ୍ତ୍ରୀଙ୍କ ଶପଥ ସମାରୋହ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଦଶପଲ୍ଲାରୁ ଏହି ଟ୍ରେନର ବ୍ୟବସ୍ଥା କରାଯାଇଛି । ଟ୍ରେନ ନଂ-୦୮୪୪୯ ଟ୍ରେନ ସକାଳ ୯ଟା ୪୫ରୁ ଛାଡ଼ିବ ଓ ଭୁବନେଶ୍ୱରରେ ମଧ୍ୟାହ୍ନ ୧ଟା ୧୫ରେ  ପହଞ୍ଚିବ। ପୁନର୍ବାର ଏହି ଟ୍ରେନ ନଂ-୦୮୪୫୦ ଭୁବନେଶ୍ୱରରୁ ରାତ୍ର ୯ଟା ରେ ଛାଡ଼ି ଦଶପଲ୍ଲାରେ ୧୧ଟା ୪୫ରେ ପହଞ୍ଚିବ।

Read More