ମିଲରଙ୍କ ଚାପରେ ସୋସାଇଟି ସମ୍ପାଦକ କିଣୁ ନାହାଁନ୍ତି ଧାନ, ଚାଷୀଙ୍କ ସ୍ୱାର୍ଥପାଇଁ ମିଲର୍ସଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଚଳ କରି ଯିଲ କଂଗ୍ରେସ ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଳାର ଜଣେ ପ୍ରଭାବଶାଳୀ ନେତାଙ୍କ ପରୋକ୍ଷ ସାହସ ପାଇ ମିଲର୍ସ ଆସୋସିଏସନର ମନମାନି ଦିନକୁଦିନ ବଢିବଢି ଚାଲିଥିବା ଜଣାପଡ଼ିଛି। ଯାହାଫଳରେ ସମସ୍ତ ପ୍ୟାକ୍ସରେ ୧୦ରୁ ୧୧କେଜି ଧାନ କଟଣି ଜିଦ୍ଦିରେ ମିଲର ଅଛନ୍ତି। ମିଲର୍ସଙ୍କ ଚାପରେ ସୋସାଇଟି ସମ୍ପାଦକ ମାନେ ଧାନ କିଣୁ ନାହାଁନ୍ତି। ଏପଟେ ଚାଷୀଙ୍କ ଟୋକନ ଅବଧି ସରିସରି ଯିବା କାରଣରୁ ଚାଷୀକୂଳ ମାନସିକ ଚାପରେ ରହିଥିବା ବେଳେ ଏହାକୁ ଗମ୍ଭୀରତାର ସହ ନେଇଛି ଜିଲ୍ଲା କଂଗ୍ରେସ। ଯଦି ତୁରନ୍ତ ଧାନ କଟଣି କରୁଥିବା ମିଲର ଏବଂ ପ୍ୟାକ୍ସ ସମ୍ପାଦକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନହୁଏ ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଚଳ କରିଦିଆଯିବ…
Read MoreCategory: ନୂଆଗାଁ ବ୍ଲକ
ନୟାଗଡ଼ ଜିଲ୍ଲାର ୪ ନିର୍ବାଚନ ମଣ୍ଡଳୀ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ୪ ନିର୍ବାଚନ ମଣ୍ଡଳୀ ଯଥା ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା ଓ ନୟାଗଡ଼ ନିର୍ବାଚନ ମଣ୍ଡଳୀର ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହରେ ଆଜି ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଚୁଡାନ୍ତ ଭୋଟର ତାଲିକାକୁ ପ୍ରକାଶିତ କରିଛନ୍ତି। ଜିଲ୍ଲାରେ ସର୍ବ ମୋଟ ୭୭୬୯୫୬ ଭୋଟର ରହିଛନ୍ତି।ସେଥି ମଧ୍ୟରୁ ରଣପୁର ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୦୧୭୫୩ଜଣ ଭୋଟର ରହିଥିବା ବେଳେ ଖଣ୍ଡପଡ଼ାରେ ୧୭୮୬୯୨ଜଣ ଭୋଟର ରହିଛନ୍ତି। ସେହିଭଳି ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ୧୮୪୧୪୮ଜଣ ଭୋଟର ଥିବା ବେଳେ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ୨୧୨୩୬୩ଜଣ ଭୋଟର ରହିଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଜିଲ୍ଲାରେ ମୋଟ ପୁରୁଷ ଭୋଟର ୪୦୮୪୪୨ଜଣ ଥିବାବେଳେ ୩୬୮୪୬୬ଜଣ ମହିଳା ଭୋଟର ଅଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ । ଉପଜିଲ୍ଲାପାଳ…
Read Moreନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ
୧୫ ହଜାର ମହିଳାଙ୍କ ସମେତ ୨୦ ହଜାର ଜନସମାବେଶ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବିଜେଡି ପ୍ରତିଷ୍ଠା ୨୫ ବର୍ଷ ପୂର୍ତ୍ତୀ ପାଳନ ଅବସରରେ ଏକ ମହାସମାବେଶ ଶାଳଭଞ୍ଜ ନିକଟସ୍ଥ କଲମି ତୋଟାଠାରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପର୍ଯ୍ୟବେକ୍ଷକ ପଦ୍ମନାଭ ବେହେରା, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବେହେରା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ଧାରା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମହିଳାମାନଙ୍କ ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ୱପ୍ନ ପୂରଣ ହୋଇଛି ବୋଲି କହିଥିଲେ । ନୟାଗଡ଼ ବିଧାୟକ…
Read Moreନୟାଗଡ ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁଙ୍କ ନାମରେ ଥାନାରେ ଏତଲା
ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ ଯୋଗଦେବା ଦିନଠାରୁ ଜିଲ୍ଲାରେ ବାରମ୍ବାର ଶ୍ରମିକ ଆନ୍ଦୋଳନ ଲାଗିରହିଛି। ଶ୍ରମିକଙ୍କ ବିଭିନ୍ନ ସହାୟତାରାଶି ଦେଉ ନଥିବା ବେଳେ ନୂଆ ଲେବର କାର୍ଡ ମଧ୍ୟ କରୁନଥିବା ଅଭିଯୋଗ ହୋଇଆସୁଛି। ଅଣସଂଗଠିତ ଶ୍ରମିକମାନଙ୍କୁ ଦୁର୍ବ୍ୟବହାର କରିବାସହ ମହିଳା ଶ୍ରମିକମାନଙ୍କୁ ଅଶ୍ଳୀଳ ଇଙ୍ଗିତ ଦେଉଥିବା ମଧ୍ୟ ଅଭିଯୋଗ ହେଉଥିଲା। ଏଥିନିମନ୍ତେ ଗତ ଅକ୍ଟୋବର ୨୭ ତାରିଖରେ ଶ୍ରମ ଅଫିସ ସମ୍ମୁଖରେ ଗଣ ଆନ୍ଦୋଳନ ହୋଇଥିବାବେଳେ ଡିସେମ୍ବର ୧୩ତାରିଖରେ ଜିଲ୍ଲାପାଳଙ୍କ ଅଫିସ ସାମନାରେ ଆମରଣ ଅନଶନ ହୋଇଥିଲା! ଜିଲ୍ଲା ରିଭ୍ୟୁ ମିଟିଂରେ ମଧ୍ୟ ନୟାଗଡ଼ ବିଧାୟକ, ଜିଲ୍ଲାପାଳ ବହୁତ ଗାଳି କରିଥିଲେ। ଏସବୁ ଅଭିଯୋଗକୁ ସଠିକ ବୋଲି ପ୍ରମାଣିତ କରିଛି ଦଶପଲ୍ଲା ଥାନାରେ ହୋଇଥିବା ହରିଜନ ଶ୍ରମିକଙ୍କୁ ଜାତିଆଣ ଆକ୍ଷେପ କରିଥିବାର ଲିଖିତ ଏତଲା। ସୂଚନା ଅନୁଯାଇ ଦଶପଲ୍ଲା ବ୍ଲକ…
Read Moreଜିଲ୍ଲାପାଳଙ୍କ ଅଚାନକ ଓଡ଼ଗାଁ ଗସ୍ତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଆଜି ଅପ୍ରତ୍ୟାସିତ ଭାବେ ଓଡ଼ଗାଁ ଗସ୍ତ କରି କୋମଣ୍ଡ, ଓଡ଼ଗାଁ, ବାଉଁଶଗାଡ଼ିଆ, ନନ୍ଦିଘୋର ଇତ୍ୟାଦି ବିଭିନ୍ନ ଅଂଚଳର ଧାନମଣ୍ଡି ପରିଦର୍ଶନ କରିଛନ୍ତି। ଏହା ପରେ କୋମଣ୍ଡ ସ୍ଥିତ ମାଙ୍କଡ଼ା ପଥର ଖଣି ଅଂଚଳ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ପରିଦର୍ଶନ କରିବା ସମୟରେ ବିଭିନ୍ନ ପ୍ରକାର ଅନିୟମିତତା କାର୍ଯ୍ୟ ହୋଇଥିବା ଦୃଷ୍ଟିଗୋଚର ହୋଇଥିଲା । ଏଥିରେ ଜିଲ୍ଲାପାଳ ବିରକ୍ତି ପ୍ରକାଶ କରି କୋମଣ୍ଡ ସର୍କଲର ରେଭିନ୍ୟୁ ଇନିସପେକ୍ଟରଙ୍କୁ କାର୍ଯ୍ୟରୁ ତତକ୍ଷଣାତ ନିଲମ୍ବନ କରିବା ସଙ୍ଗେ ସଙ୍ଗେ ଓଡ଼ଗାଁ ତହସିଲଦାର ବିଜେୟିତା ସାମନ୍ତସିଂହାରଙ୍କୁ କାରଣ ଦର୍ଶାଅ ନୋଟିସ କାରି କରିଛନ୍ତି । ଏତଦ୍ ବ୍ୟତୀତ ତହସିଲଦାର ଓଡ଼ଗାଁଙ୍କ ନାମରେ ପ୍ରୋସିଡିଂ ପାଇଁ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଏହି କମିଟି ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି…
Read Moreଧାନକିଣାରେ ମାତ୍ରାଧିକ ବିଳମ୍ବ ହେଉଥିବା ଅଭିଯୋଗ ଆଣିଲେ ଜିଲ୍ଲା କଂଗ୍ରେସ ସଭାପତି
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଚଳିତ ଖରିଫ ଧାନକିଣାରେ ମାତ୍ରାଧିକ ବିଳମ୍ବ ହେଉଥିବାରୁ ଚାଷୀକୂଳଙ୍କ ଆଲୋଚନା ପାଇଁ ଆଜି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଓଡଗାଁ, ପାଣ୍ଡେରୀପଡା ଏବଂ ଗୋତିସାହି ପ୍ୟାକ୍ସ ଧାନମଣ୍ଡିକୁ ଯାଇ ଗ୍ରାଉଣ୍ଡଜିରୋରୁ ପ୍ରକୃତରେ ସୋସାଇଟି ସେକ୍ରେଟାରୀମାନେ କାହିଁକି ଧାନ କିଣୁ ନାହାଁନ୍ତି ତାହାର ରହସ୍ୟ ବାହାର କରିଛନ୍ତି। ସୋସାଇଟି ସମ୍ପାଦକ ଏବଂ ମିଲରଙ୍କ ଅସାଧୁ ମେଣ୍ଟ ହୋଇ ଗତବର୍ଷ ଭଳି ଏଫଏକ୍ୟୁ ମାନ ପରୀକ୍ଷଣ କରାନଯାଇ କୁଇଣ୍ଟାଲ ପିଛା ୧୦% କଟଣି କରିବା ପାଇଁ ବାଧ୍ୟ କରୁଛନ୍ତି ନଚେତ ଧାନ ନେବେନାହିଁ, ଏପଟେ ଚାଷୀଙ୍କୁ ମିଳିଥିବା ଟୋକନ ଅବଧି ସରିଗଲେ ଆଉ ଧାନ ନିଆଯିବ ନାହିଁ ବୋଲି ସୋସାଇଟି ସମ୍ପାଦକମାନେ ଚାଷୀଙ୍କୁ ଭୟ ଦେଖାଉଛନ୍ତି, ତେଣୁ ମିଲରମାନେ ଅଦ୍ୟାବଧି ଚାଷୀଙ୍କୁ ବସ୍ତା ସୁତୁଲି ଦେଇ ନାହାଁନ୍ତି। ଯାହାଫଳରେ ଚାଷୀ ମଣ୍ଡିକୁ…
Read More୮ତାରିଖରୁ ନୟାଗଡ଼ରେ ସର୍ବଭାରତୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖେଳ ପଡିଆଠାରେ ଆସନ୍ତା ୮ତାରିଖରୁ ସର୍ବଭାରତୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ନୟାଗଡ଼ କ୍ଲବ ଏବଂ ୭୮୬ୟୁଥ କ୍ଲବ ସିନ୍ଦୁରିଆ ଆନୁକୁଲ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ୮ ତାରିଖରେ ଓଡିଶା ଇଲେଭେନ ବନାମ ଜଗା ୟୁନାଇଟେଡ କ୍ଲବ ଭୁବନେଶ୍ବର ମଧ୍ୟରେ ଅନୁଷ୍ଠିତ ହେବ । ୯ତାରିଖରେ ସୁଦେଭା ସ୍ପୋର୍ଟସ ପ୍ରାଇଭେଟ ଲିମିଟେଡ ଦିଲ୍ଲୀ ବନାମ ୟୁନାଇଟେଡ କ୍ଲବ ବରଗଡ଼ ମଧ୍ୟରେ ଅନୁଷ୍ଠିତ ହେବ । ୧୦ତାରିଖରେ ସାଇହାଲ ସୁନାବେଢ଼ା ବନାମ ଇଣ୍ଟରନ୍ୟାସନାଲ ଏଫସି ପଞ୍ଜାବ ମଧ୍ୟରେ ଅନୁଷ୍ଠିତ ହେବ । ସେହିପରି ୧୧ ତାରିଖରେ ଖଜୁରା ଏଫସି ନେପାଳ ବନାମ କେଏଫଟିସି କ୍ଲବ କେରଳ ମଧ୍ୟରେ ଅନୁଷ୍ଠିତ ହେବ । ୧୨ ତାରିଖରେ ପ୍ରଥମ ସେମିଫାଇନାଲ ଓ ୧୩ ତାରିଖରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।…
Read Moreନୂଆବର୍ଷରେ ନୟାଗଡ଼କୁ ସ୍ୱର୍ଣ୍ଣ
ନୟାଗଡ଼ ଜିଲ୍ଲା ପାଇଁ ପୁଣି ଥରେ ଗୌରବ ଆଣିଲେ ଦଶପଲ୍ଲାର ସୁନା ଝିଅ ଝିଲ୍ଲୀ ଦଳବେହେରା। ତାମିଲନାଡୁରେ ଅନୁଷ୍ଠିତ ଜାତୀୟ ଭାରତ୍ତୋଳନ ପ୍ରତିଯୋଗିତାର ୪୯କେଜି ବର୍ଗରେ ଭାଗ ନେଇଥିଲେ ଝିଲ୍ଲୀ।
Read Moreଜଗନ୍ନାଥଙ୍କ ଉପରେ ଆଧାରିତ ‘କାଳିଆ କଳା’ ଲୋକାର୍ପିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରୀଜଗନ୍ନାଥ ଚିତ୍ର ଗୀତି ଶତକ ପୁସ୍ତକ କାଳିଆ କଳା ନବବର୍ଷ ୨୦୨୩ ପୂର୍ବାହ୍ନରେ ନୟାଗଡ଼ ପୁରୁଣା ସହରସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶତାଧିକ ଶ୍ରୀଜଗନ୍ନାଥ ଆଶ୍ରିତଙ୍କ ଗହଣରେ ଲୋକାର୍ପିତ ହୋଇଯାଇଛି। ‘କାଳିଆ କଳା’ ପୁସ୍ତକରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ବେଶରେ ୧୦୪ଗୋଟି ଫୋଟୋ ସମେତ ପ୍ରତ୍ୟେକ ବେଶକୁ ନେଇ ଶ୍ଳୋକ ମଧ୍ୟ ସ୍ଥାନିତ କରାଯାଇଛି। ମୁଖ୍ୟ ଉଦ୍ୟକ୍ତା ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ, ନାଟ୍ୟଭୂଷଣ ବିଜୟ ଚୌଧୁରୀ, କବି ଗୋଦାବରୀଶ ମିଶ୍ରଙ୍କ ସମେତ ନୟାଗଡ଼ର ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ସାମ୍ବାଦିକ ଏହି ଲୋକାର୍ପଣ ଉତ୍ସବରେ ଯୋଗଦେଇଥିଲେ। ଏହି ଅବସରରେ ସମସ୍ତ ଜ୍ଞାନୀ ଗୁଣୀ, କବି ସାହିତ୍ୟିକଙ୍କ ଉପସ୍ଥିତି ନୂଆବର୍ଷ ଭେଟଘାଟ କାର୍ଯ୍ୟକୁ ଅଧିକ ସ୍ମରଣୀୟ କରିଦେଇଥିଲା। ପୁସ୍ତକର ପ୍ରକାଶିକା ଶ୍ରୀମତୀ ନିରୂପମା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲା।
Read Moreବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ଥିଲେ ସ୍ବାଧୀନତା ସଂଗ୍ରାମର ଏକ ଅନିର୍ବାଣ ଅଗ୍ନିଶିଖା
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡିଶାର ଯେଉଁ ବ୍ଯକ୍ତି ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରି ଓଡ଼ିଆଙ୍କ ଦୁରବସ୍ଥା ଓ ଦୁଃଖ ଦୁର୍ଦ୍ଦଶା ଜଣାଇ ଥିଲେ ସେ ହେଉଛନ୍ତି ଗାନ୍ଧୀ ବାଦୀ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର। ସେହି ଓଡିଶାର ମହାନାୟକ ଗାନ୍ଧୀ ଙ୍କ ପ୍ରିୟ ଓଡିଆ ଶ୍ରୀ ମିଶ୍ର ଙ୍କର ୧୩୩ ତମ ଜିଲ୍ଲା ସ୍ତରୀୟ ଜନ୍ମ ଜୟନ୍ତୀ ଆଜି ନୟାଗଡ଼ ବ୍ଳକ ସଭାଗୃହରେ ପୂଜ୍ୟପୂଜା କମିଟି ନୟାଗଡ଼ ତରଫରୁ ଅନୁଷ୍ଠିତ ହୋଇଯାଇଛି। ପୂଜ୍ୟପୂଜା କମିଟି ନୟାଗଡ଼ ର ସଭାପତି ପ୍ରଫେସର ରାମଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ପ୍ରତିଛବିରେ ଧୂପ ଓ ପୁଷ୍ପମାଲ୍ୟାର୍ପଣ କରି ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ଥିଲେ ସ୍ବାଧୀନତା ସଂଗ୍ରାମର ଏକ ଅନିର୍ବାଣ…
Read More