ଜିଲ୍ଲାପାଳଙ୍କ ତାଗିଦ ସତ୍ୱେ ପ୍ୟାକ୍ସ ସମ୍ପାଦକ, ମିଲର୍ସ ଜବରଦସ୍ତ କାଟୁଛନ୍ତି ୯କେଜି ଧାନ

ମିଲର୍ସଙ୍କୁ ବଳ ଦେଉଛି କିଏ? ପଚାରୁଛି କଂଗ୍ରେସ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚାଷୀଙ୍କ ଠାରୁ ଧାନ କଟଣିଛଟଣି କରାଯିବ ନାହିଁ ବୋଲି ଜିଲ୍ଲାପାଳ ଗଣମାଧ୍ୟମ ଜରିଆରେ ଚାଷୀକୁଳ, ମିଲର୍ସ ଏବଂ ପ୍ୟାକ୍ସ ସମ୍ପାଦକ ମାନଙ୍କୁ ବାର୍ତା ଦେଇ ଏଆରସିଏସଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। କିନ୍ତୁ ମିଲର୍ସ ମାନେ ସମ୍ପୂର୍ଣ୍ଣ ବେଫିକର। ସୁଧୁରିଯିବା ପରିବର୍ତ୍ତେ ଜବରଦସ୍ତ ସୋସାଇଟି ସମ୍ପାଦକଙ୍କ ସହଯୋଗରେ କୁଇଣ୍ଟାଲ ପିଛା ୭କେଜି ଏବଂ ବସ୍ତା ବାବଦ ୨କେଜି ଧାନ କାଟୁଛନ୍ତି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଅଭିଯୋଗ କରିଛନ୍ତି। ଆଜି କଂଗ୍ରେସ ପ୍ରତିନିଧି ଦଳ ନୟାଗଡ଼ ବ୍ଲକର କାଳିକାପ୍ରାସାଦ ପ୍ୟାକ୍ସ ଏବଂ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତିଙ୍କ ନିଜ ସୋସାଇଟି ଯେମାଦେଇପୁର ପାଟଣା ପ୍ୟାକ୍ସରେ କୁଇଣ୍ଟାଲ ପିଛା ୭କେଜି ବସ୍ତା ବାବଦ ୨କେଜି କଟା ଯାଉଥିବା ଚାଷୀଙ୍କ ଠାରୁ ଶୁଣିଥିଲେ। ଧାନ ନଦେଲେ ଟୋକନ ଅବଧି ସରିଯିବାର ଭୟ ଦେଖାଇ ଧାନ ଉଠା ଯାଉଛି। ବିଚରା ଚାଷୀ ବାଧ୍ୟ ହୋଇ କର୍ମକୁ ଆଦରି ଧାନ ଦେଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ପ୍ରଶ୍ନ ହେଉଛି ମିଲର୍ସ କାହା ବଳ ପାଇ ଜିଲ୍ଲା ପ୍ରଶାସନ ସହ ଖୋଲାଖୋଲି ବାକ୍ୟ ବିନିମୟ କରୁଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି।

Related posts