ମାର୍ଚ୍ଚରେ ସରିବ ନୂଆଗାଁ-ଦଶପଲ୍ଲା ରେଳ ଲାଇନ, ଚାଲିଛି ଜୋରଦାର କାମ

ନୟାଗଡ଼,(ନୟାଗଡ଼ ଦର୍ପଣ): ମାର୍ଚ୍ଚ ଶେଷସୁଦ୍ଧା ନୂଆଗାଁ ଏବଂ ଦଶପଲା ମଧ୍ୟରେ ଚାଲିଥିବା ୧୫.୫ କିମି ଦୈର୍ଘ୍ୟ ରେଳ ସେକ୍ସନ ମଧ୍ୟରେ ୫୭
ଛୋଟ ଓ ୩ ବଡ଼ ବ୍ରିଜ, ୧୫ ରୋଡ ଅଣ୍ଡର ବ୍ରିଜ ଏବଂ ୪ ରୋଡ଼ ଓଭର
ବ୍ରିଜ ସହ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ସାରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ଚଳିତ ଆର୍ଥିକ ବର୍ଷରେ ଏହି କାର୍ଯ୍ୟ ପାଇଁ ୧୯୦
କୋଟି ଟଙ୍କା ମଞ୍ଜୁର କରାଯାଇଛି । ପୂର୍ବତଟ ରେଳପଥ ମହାପ୍ରବନ୍ଧକ
ରୂପ ନାରାୟଣ ସୁନକର ଇତିମଧ୍ୟରେ ଚାଲୁ ରହିଥିବା ଖୋର୍ଦ୍ଧା ରୋଡ଼- ବଲାଙ୍ଗୀର ରେଳ ପ୍ରକଳ୍ପର ଖୋର୍ଦ୍ଧା ରୋଡ-ନୂଆଗାଁ ରେଳ ସେକ୍ସନକୁ
ନିରୀକ୍ଷଣ କରିଛନ୍ତି। ନୂଆଗାଁ ଓ ଦଶପଲା ମଧ୍ୟରେ ଚାଲିଥିବା ନିର୍ମାଣ
କାର୍ଯ୍ୟ ସହ ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଖୋର୍ଦ୍ଧା ରୋଡରେ ଥିବା
ରୋଡ ଓଭର ବ୍ରିଜ କାର୍ଯ୍ୟର ଯାଞ୍ଚ କରିଛନ୍ତି । ଵିଣ୍ଡୋ ଟ୍ରେଲିଂ ସହିତ ଖୋର୍ଦ୍ଧା
ରୋଡ-ନୂଆଗାଁ ରେଳ ସେକ୍ସନର ନିରାପତ୍ତା ଓ ଟ୍ରାଫିକ ସୁବିଧା କାର୍ଯ୍ୟର ସମୀକ୍ଷା କରାଯାଇଛି । ମହାପ୍ରବନ୍ଧକ ଶ୍ରୀ ସାହୁ କହିଛନ୍ତି, ୩୦୧ କିମି ଦୈର୍ଘ୍ୟ ବିଶିଷ୍ଟ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପରେ ୧୧୫.୩୬ କିମି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି । ସେଥିମଧ୍ୟରୁ ଖୋର୍ଦ୍ଧା ରୋଡ଼-ନୂଆଗାଁ
୯୦.୪୩ କିମି ଏବଂ ବଲାଙ୍ଗୀରଠାରୁ ଝରତରଭା ୨୪.୯୩ କିମି ରହିଛି ।
ନିର୍ମାଣାଧୀନ କାର୍ଯ୍ୟ ମଧ୍ୟରୁ ନୂଆଗାଁ-ଦଶପଲା ୧୫.୪୫ କିମି ଦୈର୍ଘ୍ୟ ରେଳ ଲାଇନକୁ ମାର୍ଚ୍ଚ ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି । ଝରତରଭା-
ଖମ୍ବେଶ୍ବର ପିଲ୍ଲୀ – ସୁବ ର୍ଣ୍ଣ ପୁର ୨୧.୭୦କିମି ଦୈର୍ଘ୍ୟ ରେଳ ଲାଇନକୁ ଶେଷ କରିବାକୁ ଯୋଜନା ରହିଛି।

Related posts