ଦିଲ୍ଲୀକୁ ୬ଟି ଗୋଲ ଦେଇ ବିଦା କଲା ବରଗଡ଼

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଖେଳ ପଡିଆଠାରେ ଚାଲିଥିବା ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ୨ୟ ଦିନ ମ୍ୟାଚରେ ସୁଦେବା ସ୍ପୋର୍ଟ ଦିଲ୍ଲୀ ଏବଂ ୟୁନାଇଟେଡ କ୍ଲବ ବରଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଖେଳ ପ୍ରାରମ୍ଭରୁ ବରଗଡ଼ ଟିମ ଦିଲ୍ଲୀ ଉପରେ ଜୋରଦାର ଆଟାକ କରିଥିଲା ଫଳରେ ପ୍ରଥମାର୍ଦ୍ଧରେ ୩ଟି ଏବଂ ଦ୍ୱିତୀୟାର୍ଦ୍ଧରେ ୩ଟି ସମୁଦାୟ ୬ଟି ଗୋଲ ଦେଇ ଦିଲ୍ଲୀ ଟିମକୁ ଦିଲ୍ଲୀ ପଠେଇବା ସହ ୬-୦ ଗୋଲରେ ବିଜୟୀ ହୋଇଥିଲା। ଆଜିର ମ୍ୟାଚରେ ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇ, ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ ପ୍ରଧାନ, ସମାଜସେବୀ ଜ୍ୟୋତିର୍ମୟୀ ପଟ୍ଟନାୟକ, ରାଧେଶ୍ୟାମ ମହତା ପ୍ରମୁଖ ମଞ୍ଚାସୀନ ଥିଲେ । ମୁଖ୍ୟ ରେଫରୀ ଭାବେ ଜ୍ୟୋତି ରଞ୍ଜନ ସ୍ବାଇଁ, ପରି ଚାଳନା କରିଥିଲେ, ଅରୁଣ କୁମାର ନାୟକ, ଅଶୋକ କହ୍ନର, ଦର୍ଶନ ନାୟକ ମ୍ୟାଚ କମିଶନର ଆଲୋକ କୁମାର ଦାସ ପ୍ରମୁଖ ସହାୟତା କରିଥିଲେ। ଆଜିର ମ୍ୟାଚରେ ଧାରା ବିବରଣୀ ପ୍ରଦାନ କରୁଥୁଲେ ଭାଗିରଥି ପାତ୍ର ଓ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ।

Related posts