ନୟାଗଡ଼ ମାଓ ହାମଲାର ମୁଖ୍ୟ ଅଭିଯୁକ୍ତ ସବ୍ୟସାଚୀ ପଣ୍ଡା ନିର୍ଦ୍ଦୋଷରେ ଖଲାସ

ନୟାଗଡ଼,(ନୟାଗଡ଼ ଦର୍ପଣ): ୨୦୦୮ମସିହା ନୟାଗଡ଼ ମାଓବାଦୀ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ ସବ୍ୟସାଚୀ ପଣ୍ଡା ଆଜି ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସବ୍ୟସାଚୀ ପଣ୍ଡାଙ୍କ ନାମରେ ୯ ଗୋଟି ମାମଲା ରୁଜୁ କରାଯାଇଥିଲା । ଏଥି ମଧ୍ୟରୁ ଦଶପଲ୍ଲା ଆକ୍ରମଣର ୪ ଗୋଟି ମାମଲାରୁ ସବ୍ୟସାଚୀ ନିର୍ଦ୍ଦୋଷରେ ପୂର୍ବରୁ ଖଲାସ ହୋଇ ସାରିଛନ୍ତି । ଆଜି ନୟାଗଡ଼ ରିଜର୍ଭ ପୁଲିସ ବ୍ୟାରେକରେ ହୋଇଥିବା ମାଓବାଦୀ ଆକ୍ରମଣର ଥିଲା ଚୂଡ଼ାନ୍ତଶୁଣାଣି । ମାନ୍ୟବର ବିଚାରପତି ରୂପଶ୍ରୀ ଚୌଧୁରୀ ଆଜି ସବ୍ୟସାଚୀଙ୍କ ସମେତ ଅନ୍ୟ ଦୁଇଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସେମାନେ ହେଲେ ଜଗତସିଂପୁରର ମଞ୍ଜୁଲତା ମୁଦୁଲି ଓ ପ୍ରତାପ କିମ୍ବିକା। ସଶସ୍ତ୍ର ମାଓବାଦୀମାନେ ନୟାଗଡ଼ ଜିଲ୍ଲାରେ ଆକ୍ରମଣ କରି ୧୫ ଜଣ ପୁଲିସ କର୍ମଚାରୀ ଏବଂ ଜଣେ ସାଧାରଣ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ। ଜିଲ୍ଲା ରିଜର୍ଭ ଅଫିସ, ନୟାଗଡ଼…

Read More

ମଂଚାୟନ ତରଫରୁ ବିଶ୍ୱ ନାଟ୍ୟ ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନାଟକର ସହଯାତ ପ୍ରବୃତ୍ତି ହେଉଛି ପ୍ରକୃତ ମାନବିକ ଗୁଣ ଉପରେ ଆଧାରିତ ମାନବିକ ଆଚରଣ ଯାହା ହିଁ ଜୀବନ। ଚାଲନ୍ତୁ ଆମେ ମିଶି ଗୋଟିଏ ମାନବ ସମାଜ ଗଢ଼ିବା। ବିଖ୍ୟାତ ପଥପ୍ରଦର୍ଶକ କନଷ୍ଟାଟିନ୍ ଷ୍ଟାନିସଲାଭସ୍କିଙ୍କ ଭାଷାରେ – କାଦୁଅ ଲଗା ପାଦରେ ନାଟକ ପ୍ରେକ୍ଷାଳୟକୁ କେବେ ମଧ୍ୟ ଆସନାହିଁ,ଧୂଳି ମଇଳାକୁ ବାହାରେ ଛାଡିଦେଇ ଆସ। ବିଶ୍ବ ନାଟ୍ୟ ଦିବସ ଅବସରରେ ଇଜିପ୍ଟର ଅଭିନେତ୍ରୀ ସମୀହା ଆୟୁବଙ୍କର ବାର୍ତ୍ତାମଧ୍ୟରୁ ଏହା କିୟଦଂଶ। ଆଜି ନୟାଗଡର ପ୍ରମୁଖ ନାଟ୍ୟ ଅନୁଷ୍ଠାନ ମଞ୍ଚାୟନ ତରଫରୁ ସ୍ଥାନୀୟ ନ୍ୟୁ ଜନତା କଂପ୍ଳେକ୍ସ ପରିସରରେ ସୁରେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱ ଏବଂ କାମାକ୍ଷା ପ୍ରସାଦ ଦାଶଙ୍କ ସଂଯୋଜନାରେ ପାଳିତ ହୋଇଯାଇଛି ବିଶ୍ବ ନାଟ୍ୟ ଦିବସ। ଏହି କାର୍ଯ୍ୟକ୍ରମରେ ନୟାଗଡର ସଂସ୍କୃତି ପୁରୁଷ ପ୍ରଦୀପ୍ତ କୁମାର ପଟ୍ଟନାୟକ, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଭଗବତୀ…

Read More

ଲୋକଙ୍କ ପାଇଁ ଲୋକାର୍ପିତ ହେଲା ‘ଆମ ପାଇଁ ବଡ଼ ଆମ ନୟାଗଡ଼’ ସେଲଫି ପଏଣ୍ଟ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆମ ପାଇଁ ବଡ଼ ଆମ ନୟାଗଡ଼’ର ସ୍ରଷ୍ଟା ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଏହି ବାର୍ତ୍ତା ଆଜି ଘରେ ଘରେ ପରିଚିତ। ଏହାକୁ ସ୍ମରଣୀୟ ରଖିବା ପାଇଁ ନୟାଗଡ଼ ପୌରାଞ୍ଚଳ ପକ୍ଷରୁ ତ୍ରିନାଥ ଛକଠାରେ ସ୍ଥାପିତ ‘ଆମ ପାଇଁ ବଡ଼ ଆମ ନୟାଗଡ଼’ ସେଲ୍ଫି ପଏଣ୍ଟର ଶୁଭ ଉଦଘାଟନ ହେବା ସହିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଏବଂ ଶ୍ରୀରାମ ମନ୍ଦିର ସାମ୍ନା ଖୋଲା ଜାଗାରେ ପେଭରବ୍ଲକ କାର୍ଯ୍ୟର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦାନ କରି ଏହାର ଶୁଭ ଉଦଘାଟନ କରିବା ସହିତ ସମର୍ପଣ ମନୋଭାବ ରହିଲେ ବିକାଶ ହୋଇପାରିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ…

Read More

ବରକନ୍ୟାରେ ଡ଼ଃ. ଅରୁଣଙ୍କ ସହ ପହଞ୍ଚିଲେ ମନ୍ତ୍ରୀ, ବିଧାୟକ ଓ ଜିଲ୍ଲା ପ୍ରଶାସନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜଙ୍ଗଲ ଓ ପାହାଡ଼ ଘେରା ନୟାଗଡ଼ ଜିଲ୍ଲା ପାକୃତିକ ସମ୍ଭାରରେ ପରିପୂର୍ଣ୍ଣ । ଅନେକ ନଦୀ ନାଳ ଓ ପାହାଡ଼ ପର୍ବତ ଜିଲ୍ଲାକୁ ଆଚ୍ଛାଦିତ କରି ରଖିଛି । କିଛିବର୍ଷ ତଳେ ଶିମିଳି ଝରଣା ଲୋକଲୋଚନକୁ ଆସି ଲୋକପ୍ରିୟ ହୋଇଥିବା ବେଳେ ଏବେ ବରକନ୍ୟା ଝରଣା ଏକ ପ୍ରମୁଖ ସ୍ଥାନ ଭାବେ ଉଭା ହୋଇଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ସରହଦ ରିଜର୍ଭ ଫରେଷ୍ଟରେ ବର୍ଷସାରା କୁଳୁକୁଳୁ ଶବ୍ଦରେ ବହି ଚାଲିଛ ବରକନ୍ୟା ଝରଣା । ଦୀର୍ଘଦିନ ଧରି ଏହା ଲୋକ ଲୋଚନକୁ ଆସିନଥିବା ଏବେ ବେଶ ଲୋକପ୍ରିୟ ହୋଇଛି। ଆଜି ସକାଳୁ ସକାଳୁ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ, ବଡ଼ମ୍ବା…

Read More

ନୟାଗଡ଼ ଦର୍ପଣର ନୂତନ କାର୍ଯ୍ୟାଳୟ ଉଦଘାଟିତ ସହ ‘ମଦ ମଣିଷ’ ଉନ୍ମୋଚିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ପ୍ରକାଶନୀ ସଂସ୍ଥା ଏବଂ ମିଡ଼ିଆ ହାଉସ ‘ଦର୍ପଣ ପବ୍ଲିକେଶନ’ର ନୂତନ କାର୍ଯ୍ୟାଳୟ ଆଜି ଦର୍ପଣ କ୍ୟାମ୍ପସରେ ଉଦଘାଟିତ ହେବା ସହିତ ଖବର କାଗଜ ଓ ନ୍ୟୁଜ ପୋର୍ଟାଲ ‘ନୟାଗଡ଼ ଦର୍ପଣ’ର ପ୍ରତିଷ୍ଠାତା ଗୀତିକଳ୍ପ ହରିଶ ପ୍ରଧାନଙ୍କ ଲିଖିତ ପୁସ୍ତକ ‘ମଦ ମଣିଷ’ ଉନ୍ମୋଚିତ ହୋଇଯାଇଛି। ଏଥିରେ ଉଦଘାଟକ ଭାବେ ନୟାଗଡ଼ର ବିଶିଷ୍ଟ ନାଟ୍ୟକାର ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ରାମଚନ୍ଦ୍ର ମିଶ୍ର ଯୋଗଦାନ କରି କାର୍ଯ୍ୟାଳୟ ଏବଂ ପୁସ୍ତକ ଉନ୍ମୋଚନ କରିଥିବା ବେଳେ କବି ଗୋଦାବରୀଶ ମିଶ୍ର, ନିର୍ମଳ ଶୁରଦେଓ, ପ୍ରାଧ୍ୟାପକ ଉମେଶ ମହାପାତ୍ର, ବସିରନ ବିବି, ଡ଼ ସୁକାନ୍ତି ମହାନ୍ତି, ପ୍ରଭାସିନୀ ବରାଡ଼, ସମାଜସେବୀ ଦାମୋଦର ସାହୁ, ଏମ. ଔରଙ୍ଗଜେବ, ପ୍ରଭାସିନୀ ନନ୍ଦ, ପ୍ରହଲ୍ଲାଦ ପ୍ରଧାନ, ଧିରେନ୍ଦ୍ର ପଟ୍ଟନାୟକ, କାଵଜ୍ଞ ସ୍ଥିତପ୍ରଜ୍ଞ, ଅନୱର ଅଲ୍ଲୀ, ସାମ୍ବାଦିକ ପ୍ରଶାନ୍ତ ଜେନା, ସାମ୍ବାଦିକ…

Read More

ବିରୁଡ଼ା ପଞ୍ଚାୟତ ଆଜି ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ବିରୁଡ଼ାରେ ଆଜି କୋଟିଏ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଦୁଇଟି ପ୍ରକଳ୍ପ ଶିଳାନ୍ୟାସ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଶିଳାନ୍ୟାସ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ୬୨ଲକ୍ଷ ଟଙ୍କା ବ୍ୟୟରେ ବିରୁଡ଼ା ଆରଆଇ ସେଣ୍ଟର ପାଇଁ ଶିଳାନ୍ୟାସ କରାଯାଇଥିବା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ୩୮ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବିରୁଡ଼ା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ବହୁ ଉପଯୋଗୀ ଗୃହକୁ ଶିଳାନ୍ୟାସ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, ଆଶିଷ ଅଗ୍ରୱାଲ,…

Read More

‘ଘର ହିଁ ବିଦ୍ୟାଳୟ ପ୍ରକଳ୍ପ’ର ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ‘ଘର ହିଁ ବିଦ୍ୟାଳୟ ପ୍ରକଳ୍ପ’ର ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମତୀ ସ୍ବର୍ଣ୍ଣଲତା ସାହୁ ଦୀପ ପ୍ରଜ୍ବଳନ କରିଥିଲେ। ଶ୍ରୀମତୀ ଭାଗ୍ୟଲତା ସାହୁ (ଶିଶୁବାଟିକା ପ୍ରମୁଖା) ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ ଶିଶୁର ସମଗ୍ର ବିକାଶରେ ପିତାମାତାଙ୍କ ଭୂମିକା ବିଷୟରେ ମାର୍ଗଦର୍ଶନ କରିଥିଲେ। ଜୀବନ କହିଲେ ଶିକ୍ଷା, ଶିକ୍ଷା କହିଲେ ଜୀବନକୁ ବୁଝାଏ । ଶିକ୍ଷା, ଚରିତ୍ର, ସଂସ୍କୃତିର ମିଳନରେ ଶିଶୁର ବିକାଶ ହୋଇଥାଏ। ସମାଜରେ ପ୍ରତ୍ୟେକ ବ୍ୟକ୍ତି ହିଁ ଶିଶୁର ପ୍ରଶିକ୍ଷକ। ପରିବେଶରୁ ହିଁ ଶିକ୍ଷା ମିଳିଥାଏ । ଧନ୍ୟବାଦ ଅର୍ପଣ ପରିଚାଳନା ସମିତିର ସଦସ୍ୟା ଜ୍ୟୋତ୍ସ୍ନାମୟୀ ନାୟକ କରିଥିଲେ। ବିଶେଷ ସୂଚନା ଓ ବନ୍ଦେ ମାତରମ୍ ପୂର୍ବକ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଶତାଧିକ ଅଭିଭାବକ ଉକ୍ତ…

Read More

ବିଭିନ୍ନ ଦାବୀ ନେଇ ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଦୁର୍ଯ୍ୟୋଧନ ସାହୁଙ୍କ ସମେତ ବରିଷ୍ଠ ସଦସ୍ୟ ସୁରେନ୍ଦ୍ରନାଥ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ଶତପଥୀ, ନିତ୍ୟାନନ୍ଦ ରାଉତରାୟ, ବୈକୁଣ୍ଠ ନାଥ ସ୍ୱାଇଁ ଏବଂ ସୁନିଲ କୁମାର ସାହୁ ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ। ଆଜିର ସମାଜରେ ଅଧିକାଂଶ ୬୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ସମାଜ, ପ୍ରଶାସନ, ପରିବାର ଠାରୁ ଦୂରରେ ରହି ବିଷାଦ ତଥା ଘୋର ଦୁର୍ଦ୍ଦିନରେ କାଳ ଯାପନ କରୁଅଛନ୍ତି । ଅଧୂକାଂଶ ବାପା, ମା, ନିଜ ପୁଅ ଝିଅ ମାନଙ୍କ ଠାରୁ ନିର୍ଯ୍ୟାତିତ ହେବାର ନଜିର ମଧ୍ୟ ଅଛି। ଏହିପରି ୯୦ପ୍ରତିଶତ ଘଟଣା ଲୋକଲୋଚନ କିମ୍ବା ଗଣମାଧ୍ୟମକୁ ଆସିପାରୁନାହିଁ ।…

Read More

ଫ୍ଲୋରାଇଡ ନିୟନ୍ତ୍ରଣ ଓ ପ୍ରତିରୋଧ ପାଇଁ ଜିଲ୍ଲାସ୍ତରୀୟ ସଚେତନତା ସଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ଫ୍ଲୋରାଇଡ ନିୟନ୍ତ୍ରଣ ଓ ପ୍ରତିରୋଧ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଜିଲ୍ଲା ସ୍ତରୀୟ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ. ମକରନ୍ଦ ବେଉରା ମୁଖ୍ୟ ଅତିଥିଭାବେ ଯୋଗଦେଇ ନିୟମିତ ପାଣିର ପରୀକ୍ଷା, ଜଳଜନିତ ସୃଷ୍ଟି ହେଉଥିବା ରୋଗ, ତାହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବୁଝାଇଥିଲେ । ଫ୍ଲୋରୋସିସ ସୃଷ୍ଟି କରୁଥିବା ସମସ୍ୟାର ସମାଧାନ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ବିଶେଷ କରି ସ୍ଥାୟୀ ପରିବର୍ତ୍ତନ ଘଟିବା ପରେ ଫ୍ଲୋରୋସିସ ଚିକିତ୍ସା କରିବା କଷ୍ଟସାଧ୍ୟ ଅଟେ । ଏଥି ସହିତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥୁଲେ । ଫ୍ଲୋରୋସିସ ରୋଗର ନିରାକରଣ ଏବଂ ପରିଚାଳନା ଦକ୍ଷତା ବୃଦ୍ଧି ଏହି ସଭାର ଉଦ୍ଦେଶ୍ୟ ବୋଲି ଡାଃ ମକରନ୍ଦ ବେଉରା ପ୍ରକାଶ କରିଥିଲେ…

Read More

ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସରେ ଆଲୋକିତ ହେବ ସମଗ୍ର ସହର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଓଡ଼ିଶା ଦିବସ ଓ ନୟାଗଡ଼ ପ୍ରତିଷ୍ଠା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଉମାକାନ୍ତ ମଲ୍ଲିକ, ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ, ମହାନଦୀ ବନ୍ୟାପ୍ରାଣୀ ଡିଭିଜନ ବନଖଣ୍ଡ ଅଧିକାରୀ ଫାଲଗୁନି ସାରଥି ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ନୟାଗଡ଼ ଖେଳପଡ଼ିଆରେ ଦୁଇ ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ବୈଠକରେ ସ୍ଥିର କରାଯାଇଛି…

Read More