ପଛୁଆବର୍ଗ ସର୍ଭେ କେନ୍ଦ୍ର ପରିଦର୍ଶନ କଲେ ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦାନନ୍ଦ ମିଶ୍ର

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର ପଛୁଆବର୍ଗର ଲୋକ ମାନଙ୍କ ର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସଂକ୍ରାନ୍ତ ସର୍ଭେ ମେ ୧ ତାରିଖରୁ ୯୬ ଟି ସେଣ୍ଟର ମଧ୍ୟରେ ଆରମ୍ଭ ହୋଇଯାଇଛି । ନୂଆଗାଁ ବ୍ଲକ ବିଡିଓ ସଚିଦାନନ୍ଦ ମିଶ୍ର ବିଭିନ୍ନ ସର୍ଭେ କେନ୍ଦ୍ର ପରିଦର୍ଶନ କରି ସର୍ଭେ କାର୍ଯ୍ୟ କିପରି ଚାଲିଛି ତାହାର ସ୍ଥିତି ଅନୁଧ୍ୟାନ କରିଥିଲେ । ପଛୁଆ ବର୍ଗର ଲୋକମାନଙ୍କର ବୃତ୍ତି,ଶିକ୍ଷାଗତ ଯୋଗ୍ୟତା ସହିତ ସେମାନଙ୍କ ପରିବାର ର ଲୋକମାନେ କେଉଁପ୍ରକାର ଶିକ୍ଷାନୁଷ୍ଠାନ ରେ ଅଧ୍ୟୟନ କରିଛନ୍ତି ,ଆଦି ବିଭିନ୍ନ ବିଷୟରେ ସୂଚନା ମିଳିବା ଦ୍ଵାରା ସେମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ବନ୍ଧରେ ସଠିକ ତଥ୍ୟ ପ୍ରାପ୍ତ ହୋଇପାରିବ ବୋଲି କେନ୍ଦ୍ର ମଧ୍ୟରେ ଜନସାଧାରଣକୁ ବୁଝାଇଥିଲେ ନୂଆଗାଁ ବ୍ଲକ୍ ବିଡ଼ିଓ ।ତତ ସହିତ ସର୍ଭେ ପାଇଁ ନିଯୁକ୍ତି ହୋଇଥିବା…

Read More

ନିଳାଦ୍ରୀପୁର ଗ୍ରାମରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର ଗ୍ରାମ ପଞ୍ଚାୟତ ଅଧିନରେ ଥିବା ନିଳାଦ୍ରିପୁର ଗ୍ରାମରେ ମା ଜଗଦ୍ଧାତ୍ରୀ ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଆଖି ଅବୁଝା କୁ ଲୁହ ଅବୁଝା ସାମାଜିକ ନାଟକ ମଞ୍ଚସ୍ଥ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ‘ଆଖି ଅବୁଝାକୁ ଲୁହ ଅବୁଝା’ ନାଟକକୁ ଉଦଘାଟନ କରିବା ସହ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ତତ୍ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ ଦ୍ଵାରା କିପରି ଭାତୃଭାବ ସୃଷ୍ଟି ହୁଏ ସେ ଉପରେ ବକ୍ତବ୍ୟ ରଖିଥିଲେ ଦଶପଲ୍ଲା ଯୁବ ବିଧାୟକ। ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଦିଲ୍ଲୀପ…

Read More

ନୟାଗଡ଼ ଜିଲ୍ଲାରେ ୫-ଟି ଅନ୍ତର୍ଗୁକ୍ତ ୬୪ଟି ରୂପାନ୍ତରିତ ବିଦ୍ୟାଳୟକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୟାଗଡ଼,(ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ନୟାଗଡ଼ ଜିଲ୍ଲାର ୫-ଟି ଅନ୍ତର୍ଗୁକ୍ତ ୬୪ଟି ରୂପାନ୍ତରିତ ବିଦ୍ୟାଳୟକୁ ଆଜି ନୟାଗଡ଼ ବ୍ଲକ ଅନ୍ତର୍ଗତ ରାଧାକାନ୍ତ ସରକାରୀ ହାଇସ୍କୁଲ, ଚଣ୍ଡିବସ୍ତଠାରେ ଆଭାସୀ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଅତିଥିଭାବେ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ରଣପୁର ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଶ୍ରେୟାନ୍ସି ଦାସ ମଞ୍ଚାସୀନ ଥିଲେ। ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ, ନୟାଗଡ଼ ମୁନିସିପାଲିଟି ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲାର ବହୁ ଜନ ପ୍ରତିନିଧି, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ…

Read More

ଅଡିଟୋରିୟମ ସମ୍ମୁଖରେ ପଠାଣି ସାମନ୍ତଙ୍କ ବ୍ରୋଞ୍ଜ ମୂର୍ତ୍ତି ସ୍ଥାପନା ଦାବି କଲା ସାମନ୍ତ ଚନ୍ଦ୍ରଶେଖର ସାଂସ୍କୃତିକ ଅନୁଷ୍ଠାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ସ୍ଥିତ ପଠାଣି ସାମନ୍ତ ଅଡିଟୋରିଅମର ନବକଳେବ ହେଉଥିବା ପରିପ୍ରେକ୍ଷୀରେ ଏହାର ମୁଖ୍ୟ ପ୍ରବେଶ ପଥରେ ପଠାଣି ସାମନ୍ତଙ୍କ ସୁଦୃଶ୍ୟ ବ୍ରୋଞ୍ଜ ମୂର୍ତ୍ତି ସ୍ଥାପନ ପାଇଁ ଦାବି କରାଯାଇଛି। ସୂଚନାଯୋଗ୍ୟ ଯେ ନୟାଗଡ଼ ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ପଠାଣି ସାମନ୍ତ ଅଡିଟୋରିୟମ ନୂଆ ରୂପରେ ଲୋକାର୍ପଣ ହେବାକୁ ଯାଉଅଛି। ଏହା ନୟାଗଡ଼ବାସୀଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର କଥା । ସ୍ଥାନୀୟ ବିଧାୟକ, ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଉଚିତ ପଦକ୍ଷେପ ବାସ୍ତବରେ ପ୍ରଶଂସନୀୟ। ଉକ୍ତ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ସମସ୍ତେ ଚେଷ୍ଟିତ । ଯେଉଁ ମନିଷୀଙ୍କ ନାମରେ ଉକ୍ତ ଅଡିଟୋରିୟମ ନାମିତ ସେ ହେଉଛନ୍ତି ବିଶ୍ୱବିଦିତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତ ( ସାମନ୍ତ ଚନ୍ଦ୍ରଶେଖର ସିଂ ହରିଚନ୍ଦନ ମହାପାତ୍ର) । ଦୁଃଖ ଏବଂ ପରିତାପର ବିଷୟ ଏହିକି ଯେ, ଅଦ୍ୟାବଧି ତାଙ୍କର ପ୍ରତିମୂର୍ତ୍ତୀ…

Read More

ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ମାସର ପ୍ରଥମ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୮୯ଟି ଅଭିଯୋଗ ଆସିଥିବା ବେଳେ ସେଥିରୁ ୧୦ଟି ଗ୍ରାମ୍ୟ ସମସ୍ୟା ରହିଥିଲା । ବ୍ୟକ୍ତିଗତ ୫୩ ଟି ଅଭିଯୋଗ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପାଇଁ ୨୨ଟି ଓ ରେଡକ୍ରସରୁ ସହାୟତା ପାଇଁ ୪ଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୩୩ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଛି। ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଅତିରିକ୍ତ ଏସପି ଉମାକାନ୍ତ ମଲ୍ଲିକ, ଏସଡିପିଓ ସ୍ନେହାଶିଷ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମକରନ୍ଦ ବେଉରା ପ୍ରମୁଖ ଯୋଗଦେଇଥିଲେ। ଏହି ଜନଶୁଣାଣି ଶିବିରରେ ନୟାଗଡ଼ ବିଡିଓ ଓ ତହସିଲଦାର ଓ ବିଭାଗୀୟ କର୍ମଚାରୀ…

Read More

ଓୟୁଜେ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁଙ୍କୁ ପ୍ରଦାନ କରାଯାଇଛି । ବିଗତ ଦିନରେ ରାଜ୍ୟ ସରକାର ସାମ୍ବାଦିକମାନଙ୍କ ପାଇଁ କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି । ସେଥିପାଇଁ ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଯାଇଛି । ଅନ୍ୟାନ୍ୟ ରାଜ୍ୟରେ ସାମ୍ବାଦିକଙ୍କୁ ମିଳୁଥିବା ସୁଯୋଗ ତୁଳନାରେ ତାହା ପର୍ଯ୍ୟାପ୍ତ ନୁହେଁ। ସାମ୍ବାଦିକମାନଙ୍କ ନାର୍ଯ୍ୟ ଦାବି ପ୍ରତି ଅବହେଳା ପ୍ରତିବାଦରେ ଆଜିର ଶ୍ରମିକ ଦିବସକୁ ଆମେ ରାଜ୍ୟର ଅଗ୍ରଣୀ ସଂଗଠନ ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ଆହ୍ୱାନକ୍ରମେ ପ୍ରତିବାଦ ଦିବସ ରୂପେ ପାଳନ କରିବା ସହ ବିଭିନ୍ନ ଦାବି ପ୍ରଦାନ କରାଯାଇଛି। ୧- ପ୍ରଚଳିତ ବୀମା ରାଶିର ପରିମାଣକୁ ୨ଲକ୍ଷ ଟଙ୍କାରୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ…

Read More

‘ଓଡ଼ଗାଁ ଇତିହାସ’ ପୁସ୍ତକ ପ୍ରକାଶନ ନିମନ୍ତେ ପ୍ରସ୍ତୁତି ବୈଠକ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ‘ଓଡ଼ଗାଁ ଇତିହାସ’ ପୁସ୍ତକ ପ୍ରକାଶନ ନିମନ୍ତେ ପ୍ରସ୍ତୁତି ବୈଠକ ସ୍ଥାନୀୟ ରାମ ସାଗର ପାର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ସାଂସ୍କୃତିକ ତଥା ଐତିହାସିକ ଜଗତକୁ ଅନେକ ଅବଦାନ ଥିବା ଓଡ଼ିଶାର ଦ୍ଵିତୀୟ ଶ୍ରୀକ୍ଷେତ୍ର ରୂପେ ପରିଚିତ ତଥା ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ପବିତ୍ର ସ୍ଥାନ ହେଉଛି ଆମ ଓଡ଼ଗାଁ। କିନ୍ତୁ ଆଜିଯାଏଁ ଓଡ଼ଗାଁ ସମ୍ବନ୍ଧେ ଏକ ବିଧିବଦ୍ଧ ଇତିହାସ ପୁସ୍ତକ ପ୍ରକାଶିତ ହୋଇ ନଥିବାରୁ ଅନେକଙ୍କ ପାଖରେ ଏହାର ଗୌରବ ଅପହଞ୍ଚ ହୋଇ ରହିଅଛି। ସେଥିନିମନ୍ତେ ଏହି ଓଡ଼ଗାଁ ଇତିହାସ ପୁସ୍ତକ ପ୍ରକାଶନର ପରିକଳ୍ପନା କରାଯାଇଛି। ଓଡ଼ଗାଁ ଅଞ୍ଚଳରେ ଜଣାଶୁଣା ସ୍ବେଚ୍ଛାସେବୀ ସଂଗଠନ ଅରୋମୀରା ଟ୍ରଷ୍ଟ କୁରାଳ ପରିଚାଳକ ତଥା ପରିବେଶ, ସାମାଜିକ କର୍ମୀ ସୁକାନ୍ତ ଚୌଧୁରୀଙ୍କ ଆହ୍ୱାନ କ୍ରମେ ସ୍ଥାନୀୟ ଶିକ୍ଷାବିତ୍ ଓ ବୁଦ୍ଧିଜୀବିମାନଙ୍କୁ ନେଇ ରାମ…

Read More

ନୟାଗଡ଼ରେ ରକ୍ତପତାକା ଉତ୍ତୋଳନ କରି ଶ୍ରମିକ ଦିବସ ପାଳନ କଲା ସି.ଆଇ.ଟି.ୟୁ.

ନୟାଗଡ଼,(ନୟାଗଡ଼ ଦର୍ପଣ): ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ନୟାଗଡ ଛକରେ ରକ୍ତପତାକା ଉତ୍ତୋଳନ କରଛନ୍ତି ଶ୍ରମିକମାନଙ୍କ ଗହଣରେ ସି. ଆଇ. ଟି. ୟୁ. ନେତା ବିଶ୍ୱନାଥ ମହାପାତ୍ର, ଏସ. ଏ. କରିମ, ପବିତ୍ର ଇନ୍ଦ୍ରଜିତ ପ୍ରମୁଖ। ଠିକ ସେହିପରି ସରଣକୁଳଠାରେ ଓ ଗୋଡିପଡାଠାରେ ଶ୍ରମିକ -କୃଷକ ନେତା ଗୋଲକ ବିହାରୀ ମୁଦୁଲି, ଅଧିକାରୀ ବେହେରା, ଲଷ୍ମୀଧର ପ୍ରଧାନ, ବିଭୁତି ପଟନାୟକ, ନିରଞ୍ଜନ ସାହୁ, ନାରୀ ନେତ୍ରୀ ଜ୍ୟୋତିପ୍ରଭା ଜେନା, ନିର୍ମାଣ ଶ୍ରମିକ ନେତା କପିଳ ସାହୁ ପ୍ରମୁଖ ଲାଲ ଝଣ୍ଡା ଉତ୍ତୋଳନ କରି ଶ୍ରମିକ ଆନ୍ଦୋଳନର ସହୀଦମାନଙ୍କ ପ୍ରତି ଶ୍ରଦ୍ଧାଶୁମନ ଅର୍ପଣ କରିଥିଲେ। ମୁଖ୍ୟ ଆଲୋଚକ ଭାବେ ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର ଶ୍ରମ ଓ ଶ୍ରମିକର ଐତିହାସିକ ଗୁରୁତ୍ୱ, ୧୮୮୬ମସିହା ମଇ ପହିଲାରେ ଆମେରିକା ଚିକାଗୋ ସହରର ଶ୍ରମିକ ଆନ୍ଦୋଳନ ଓ ସାମ୍ପ୍ରତିକ ପୁଞ୍ଜିବାଦୀ ବ୍ୟବସ୍ଥାରେ…

Read More

୧୦୦ତମ ‘ମନ କି ବାତ୍’ କାର୍ଯ୍ୟକ୍ରମକୁ ନୟାଗଡ଼ରେ ଉପଭୋଗ କଲେ ଶହ ଶହ ବିଜେପି କର୍ମୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଜସ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୦ତମ ‘ମନ କି ବାତ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ର ବିଜେପି ନେତ୍ରୀ ତଥା ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ନେତୃତ୍ୱରେ ନୟାଗଡ଼ ବ୍ଳକ ନୋତ୍ତର ପଞ୍ଚାୟତର ବଉଳସାହି, ଓଡ଼ଗାଁ ବ୍ଳକ କୁରାଳରେ ଶହ ଶହ ଲୋକଙ୍କୁ ନେଇ ମନ କି ବାତ କାର୍ଯ୍ୟକ୍ରମକୁ ଦେଖିଥିଲେ। ଏହି ଅବସରରେ ପ୍ରତ୍ୟୁଷାଙ୍କ ସଂଗଠନର ପ୍ରମୁଖ କାର୍ଯ୍ୟକର୍ତ୍ତା ତଥା ବିଜେପି ନେତା ସନ୍ତୋଷ ପ୍ରଧାନ, ନସିର ଅହମ୍ମଦ, ପ୍ରହଲ୍ଲାଦ ବରାଡ଼, ସଞ୍ଜୟ ନାୟକ ପ୍ରମୁଖ ପରିଚାଳନା କରିଥିଲେ।

Read More

କୁକୁର ଆକ୍ରମଣରେ ଚିତ୍ରା ହରିଣର ମୃତ୍ୟୁ

ନୂଆଗାଁ,(ନୟାଗଡ଼ ଦର୍ପଣ): ମହୀପୁର ବନାଞ୍ଚଳ ଅଧିନସ୍ଥ ଗlତେରୀ ପଞ୍ଚାୟତ ଅନ୍ତଗର୍ତ ଲିଙ୍ଗୀରିବାରୀ ଗ୍ରାମର ନିକଟରୁ ଚିତ୍ରା ହରିଣର ମୃତ ଶରୀର ଉଦ୍ଧାର. ମିଳିଥିବା ସୂଚନା ଅନୁସାରେ ଲିଙ୍ଗୀରବାରୀ ସଂରକ୍ଷିତ ଜଙ୍ଗଲ ନିକଟରେ ଥିବା କାଜୁବଗିଚା କାଜୁ ଖାଇବାକୁ ଆସିଥିବା ବେଳେ କିଛି କୁକୁର ହରିଣଟିକୁ ଆକ୍ରମଣ କରି ପଛପଟୁ ଖଣ୍ଡିଆ ଖାବର କରିଦେଇଥିଲେ.l ହରିଣଟିର ଜୀବନ ଚାଲି ଯାଇଥିଲା. ଖବର ପାଇଁ ବନବିଭାଗ ସକାଳ ମହୀପୁର ବନପାଳ ସୂର୍ଯ୍ୟକାନ୍ତ ମହାରଣା 7ଘଟିକା ସମୟରେ ଘଟଣା ସ୍ଥଳରେ ପହଂଚି ହରିଣର ମୃତାଶରୀର ଉଦ୍ଧାର କରି ମହୀପୁର ବନ କାର୍ଯ୍ୟାଳୟକୁ ଆଣିଥିଲେ. ମୃତ ହରିଣ ଲମ୍ବ 6ଫୁଟ ହୋଇଥିବା ବେଳେ ବୟସ ୨ ରୁ ୩ ବର୍ଷ ହେବବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି. ହରିଣ ଟିର ସବ ବ୍ୟବଛେଦ କରାଯାଇ ସଂପଡା ମେଗାନର୍ସରୀ ମଧ୍ୟରେ ପୋତି ଦିଆ ଯାଇଛି.…

Read More