୧୦୦ତମ ‘ମନ କି ବାତ୍’ କାର୍ଯ୍ୟକ୍ରମକୁ ନୟାଗଡ଼ରେ ଉପଭୋଗ କଲେ ଶହ ଶହ ବିଜେପି କର୍ମୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଜସ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୦ତମ ‘ମନ କି ବାତ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ର ବିଜେପି ନେତ୍ରୀ ତଥା ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ନେତୃତ୍ୱରେ ନୟାଗଡ଼ ବ୍ଳକ ନୋତ୍ତର ପଞ୍ଚାୟତର ବଉଳସାହି, ଓଡ଼ଗାଁ ବ୍ଳକ କୁରାଳରେ ଶହ ଶହ ଲୋକଙ୍କୁ ନେଇ ମନ କି ବାତ କାର୍ଯ୍ୟକ୍ରମକୁ ଦେଖିଥିଲେ। ଏହି ଅବସରରେ ପ୍ରତ୍ୟୁଷାଙ୍କ ସଂଗଠନର ପ୍ରମୁଖ କାର୍ଯ୍ୟକର୍ତ୍ତା ତଥା ବିଜେପି ନେତା ସନ୍ତୋଷ ପ୍ରଧାନ, ନସିର ଅହମ୍ମଦ, ପ୍ରହଲ୍ଲାଦ ବରାଡ଼, ସଞ୍ଜୟ ନାୟକ ପ୍ରମୁଖ ପରିଚାଳନା କରିଥିଲେ।

Read More

କୁକୁର ଆକ୍ରମଣରେ ଚିତ୍ରା ହରିଣର ମୃତ୍ୟୁ

ନୂଆଗାଁ,(ନୟାଗଡ଼ ଦର୍ପଣ): ମହୀପୁର ବନାଞ୍ଚଳ ଅଧିନସ୍ଥ ଗlତେରୀ ପଞ୍ଚାୟତ ଅନ୍ତଗର୍ତ ଲିଙ୍ଗୀରିବାରୀ ଗ୍ରାମର ନିକଟରୁ ଚିତ୍ରା ହରିଣର ମୃତ ଶରୀର ଉଦ୍ଧାର. ମିଳିଥିବା ସୂଚନା ଅନୁସାରେ ଲିଙ୍ଗୀରବାରୀ ସଂରକ୍ଷିତ ଜଙ୍ଗଲ ନିକଟରେ ଥିବା କାଜୁବଗିଚା କାଜୁ ଖାଇବାକୁ ଆସିଥିବା ବେଳେ କିଛି କୁକୁର ହରିଣଟିକୁ ଆକ୍ରମଣ କରି ପଛପଟୁ ଖଣ୍ଡିଆ ଖାବର କରିଦେଇଥିଲେ.l ହରିଣଟିର ଜୀବନ ଚାଲି ଯାଇଥିଲା. ଖବର ପାଇଁ ବନବିଭାଗ ସକାଳ ମହୀପୁର ବନପାଳ ସୂର୍ଯ୍ୟକାନ୍ତ ମହାରଣା 7ଘଟିକା ସମୟରେ ଘଟଣା ସ୍ଥଳରେ ପହଂଚି ହରିଣର ମୃତାଶରୀର ଉଦ୍ଧାର କରି ମହୀପୁର ବନ କାର୍ଯ୍ୟାଳୟକୁ ଆଣିଥିଲେ. ମୃତ ହରିଣ ଲମ୍ବ 6ଫୁଟ ହୋଇଥିବା ବେଳେ ବୟସ ୨ ରୁ ୩ ବର୍ଷ ହେବବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି. ହରିଣ ଟିର ସବ ବ୍ୟବଛେଦ କରାଯାଇ ସଂପଡା ମେଗାନର୍ସରୀ ମଧ୍ୟରେ ପୋତି ଦିଆ ଯାଇଛି.…

Read More

ଡାକରା ଆସିଛି ନବୀନ ନିବାସୁ, ଗାଁ ଗାଁ’କୁ ଯାଇ ସଙ୍ଗଠନକୁ ଆହୁରି ମଝବୁତ କର ୨୦୨୪ ପାଇଁ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଚଳଚଞ୍ଚଳ ହେଉଛି ନବୀନ ନିବାସ। ୨୦୨୪ ନିର୍ବାଚନରେ ଦଳୀୟ ଟିକେଟ ପାଇଁ ଏବେଠୁ ଆରମ୍ଭ କରିଦେଲେଣି ରାଜନୈତିକ କସରତ୍। ସେହିଭଳି ନୟାଗଡ଼ ଜିଲ୍ଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳି ହେଉଛି ଏକ ପ୍ରମୁଖ ଓ ବୃହତ୍ତ ନିର୍ବାଚନ ମଣ୍ଡଳି। ଏହି ନିର୍ବାଚନ ମଣ୍ଡଳୀରେ ପ୍ରତି ନିର୍ବାଚନରେ ଏଠାରେ ଏକ ନୂତନ ଚେହେରା ଦେଖିବାକୁ ମିଳିଥାଏ କିନ୍ତୁ ଏଥର ଦଶପଲ୍ଲା ରାଜନୀତିରେ ଏକ ବ୍ୟତିକ୍ରମ ଘଟିବ। କାରଣ ଦଶପଲ୍ଲାର ଯୁବ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଡାକରା ଆସିଥିଲା। ଆଉ କୁହାଯାଇଛି ଯେ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତରେ ତୃଣମୂଳ ସ୍ତରରୁ ସଂଗଠନକୁ ଆହୁରି ମଝବୁତ କର ୨୦୨୪ ପାଇଁ। ବିଧାୟକ ଶ୍ରୀ ବେହେରାଙ୍କ ଅକ୍ଲାନ୍ତ ପରିଶ୍ରମରେ ଦଶପଲ୍ଲା ଅଂଚଳରେ ବହୁ ଉନ୍ନତି…

Read More

ପୂର୍ବତନ ସରପଞ୍ଚ ହତ୍ୟା ଘଟଣାରେ ୧୦ବର୍ଷ ପରେ ୪ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ନୟାଗଡ଼,(ନୟାଗଡ଼ ଦର୍ପଣ): ପୂର୍ବତନ ସରପଞ୍ଚ ହତ୍ୟାକାଣ୍ଡ ମାମଲାର ବିଚାର କରି ନୟାଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ ଚାରିଜଣ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ପ୍ରଦାନ କରିଥିବା ବେଳେ ଅନ୍ୟ ତିନିଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମିଳିଥିବା ରାୟରୁ ପ୍ରକାଶ ଯେ ପ୍ରକାଶ ୨୦୧୩ ମସିହା ଫେବୃଆରୀ ୨ ତାରିଖଦିନ ଇଟାମାଟି ଥାନା ତଥା ନୟାଗଡ଼ ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ମହାନ୍ତି ସକାଳ ସାଢ଼େ ୭ଟା ବେଳେ ମନ୍ଦିରରୁ ପୂଜାର୍ଚ୍ଚନା କରି ନିଜ ମିଲକୁ ଫେରୁଥିଲେ । ଏହି ସମୟରେ ପୂର୍ବ ଶତୃତାକୁ କେନ୍ଦ୍ର କରି ୯ଜଣ ମୁଦାଲା ଚାପଡ଼, ଫାର୍ସା ଏବଂ ବନ୍ଧୁକ ସାହାଯ୍ୟରେ ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ନୟାଗଡ଼ ଜିଳ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ…

Read More

ନୟାଗଡ଼ ଚେସ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଚେସ ସଂଘର ସାଧାରଣ ବୈଠକରେ ନୂତନ କର୍ମକର୍ତ୍ତା ନିର୍ବାଚନ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି। ନିର୍ବାଚନ ଫଳାଫଳ ରିଟର୍ଣିଂ ଅଫିସର ଲକ୍ଷ୍ମୀଧର ସାହୁ ଘୋଷଣା କରିଥିଲେ ଏବଂ ଉପସ୍ଥିତ ସଦସ୍ୟ ମାନେ ସର୍ବସମ୍ମତିକ୍ରମେ ନୂତନ କର୍ମକର୍ତ୍ତା ମାନଙ୍କୁ ସ୍ବାଗତ କରିଥିଲେ । ବିଦାୟୀ ସଭାପତି ଚିତ୍ତରଞ୍ଜନ ତ୍ରିପାଠୀ ଏବଂ ସଂପାଦକ ସ୍ବଦେଶ ମିଶ୍ର ନୂତନ ସଭାପତି ଓ ସଂପାଦକଙ୍କୁ ଦାୟୀତ୍ବ ହସ୍ତାନ୍ତର କରିଥିବାର ସୁଚନା ମିଳିଛି। ନୂତନ କର୍ମକର୍ତ୍ତା ମାନେ ହେଲେ ସଭାପତି ଶ୍ରୀଧର ସାହୁ, ସଂପାଦକ ଧିରେନ୍ଦ୍ର କୁମାର ପଟ୍ଟନାୟକ, ଉପସଭାପତି ବଲାରସେନ ପାତ୍ର, ସହ ସଂପାଦକ ଉମାକାନ୍ତ ମିଶ୍ର, କୋଷାଧ୍ୟକ୍ଷ ତରୁଣ ଖାଁ ଏବଂ ପରିଚାଳନା କମିଟି ସଭ୍ୟ ହେଲେ ଭାଗିରଥି ଦାସ ଏବଂ ଅଜିତ ମିଶ୍ର

Read More

ନୂଆଗାଁ ବ୍ଲକ୍ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ ପରେ ପ୍ରଶିକ୍ଷଣ ସ୍ଥଗିତ

ନୂଆଗାଁ,(ନୟାଗଡ଼ ଦର୍ପଣ) : ନୂଆଗାଁ ବ୍ଲକ ପରିସରରେ ଆଜି ଅନୁଷ୍ଠିତ ହେବାକୁ ଥିବା ସମାଜିକ ଆର୍ଥିକ ପଛୁଆ ବର୍ଗ ଜାତି ସର୍ଭେ କାର୍ଯ୍ୟ କରିବାପାଇଁ ପ୍ରାଥମିକ ଶିକ୍ଷକ ମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । କିନ୍ତୁ ପ୍ରାଥମିକ ଶିକ୍ଷକ ସଂଘ ଦ୍ଵାରା ବିରୋଧ କରାଯାଇ ବିଡ଼ିଓଙ୍କ ଲିଖିତ ଅଭିଯୋଗ କରାଯିବା ପରେ ପ୍ରଶିକ୍ଷଣ ସ୍ଥଗିତ ହୋଇଥିଲା । ଲିଖିତ ଅଭିଯୋଗ ଅନୁଯାୟୀ ବ୍ଲକର ଶିକ୍ଷକ ଶିକ୍ଷୟତ୍ରୀ ସାମାଜିକ ଆର୍ଥିକ ପଛୁଆ ବର୍ଗ ଜାତି ସର୍ଭେ କାର୍ଯ୍ୟ କରିବା ପାଇଁ ନିଯୋଜିତ ହୋଇଛନ୍ତି । କିନ୍ତୁ ସରକାରଙ୍କ ଦ୍ଵାରା ପ୍ରଦତ ସର୍ଭେ ହାଣ୍ଡବୁକର ଚତୁର୍ଥ ପୃଷ୍ଠାରେ ଅଙ୍ଗନ୍ ୱାଡ଼ି କର୍ମୀ, କର ଅସୁଲକାରୀ ଓ ୱାର୍ଡ ଅଫିସର ମାନଙ୍କୁ ନିଯୁକ୍ତି କରିବାପାଇଁ ନିର୍ଦେଶ ଅଛି । ଶିକ୍ଷକ ମାନଙ୍କୁ ନିଯୁକ୍ତି କରିବାପାଇଁ କୌଣସି ନିର୍ଦ୍ଦେଶ…

Read More

ନୂଆଗାଁ ବ୍ଲକରେ ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟି ପ୍ରଶିକ୍ଷଣ ଶିବିର

ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟଳୟ ପରିସରରେ ଥିବା ସଦଭାବନା ଗୃହରେ ରାଜ୍ୟ ଶିଶୁ ସୁରକ୍ଷା ସମିତି, ମହିଳା ଓ ଶିଶୁ ବିକାଶ ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟି ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଡ଼ିଓ ସଚିଦା ନନ୍ଦ ମିଶ୍ର, ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ୧୬ ନଂ ଜିଲ୍ଲା ପରିଷଦ ସଭ୍ୟା ଜସ୍ମୀନ ଦାସ, ୧୭ ନଂ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା ପ୍ରମୁଖ ଯୋଗଦେଇଥିଲେ। ନୂଆଗାଁ ବ୍ଲକ ସିଡ଼ିପିଓ ଶୁଭ୍ରକେଶୀ ମଲ୍ଲିକଙ୍କ ତତ୍ବାବଧାନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କମିଟିର ମୂଳଲକ୍ଷ ସମାଜରେ ନିଷ୍ପେସିତ ହେଉଥିବା ଶିଶୁମାନଙ୍କୁ କିପରି ସୁରକ୍ଷା ଦିଆଯିବ ତାରି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି…

Read More

ଶ୍ରୀଶ୍ରୀ ବାଲୁଙ୍କେଶ୍ୱର ମହାଦେବଙ୍କ ପୀଠରେ ପୂର୍ଣ୍ଣାହୁତି ଓ ଯଜ୍ଞ ଉତ୍ସବରେ ଯୋଗଦେଲେ ଦଶପଲ୍ଲା ବିଧାୟକ

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବଡଗୋଠ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଖୁଣ୍ଟୁବନ୍ଧ ଠାରେ ଅବସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମହାଦେବଙ୍କ ପୀଠରେ ପୂର୍ଣ୍ଣାହୁତି ଓ ଯଜ୍ଞ ଉତ୍ସବ ଅନୁଷ୍ଠିତ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମହାଦେବ ଙ୍କୁ ଦର୍ଶନ କରିବା ସହ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।ତତ୍ ସହିତ ଯଜ୍ଞ ଓ ବେଦମନ୍ତ୍ର ପାଠ ଦ୍ଵାରା ଅଞ୍ଚଳରେ କିପରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୁଏ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ ଦ୍ଵାରା କିପରି ଭାଇଚାରା ସୃଷ୍ଟି ହୁଏ ସେ ଉପରେ ବକ୍ତବ୍ୟ ରଖିଥିଲେ ଦଶପଲ୍ଲା ଯୁବ ବିଧାୟକ। ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା…

Read More

ଜନ୍ତାଳ ପର୍ବର ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଲେ ଦଶପଲ୍ଲା ବିଧାୟକ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପାରାଢିପି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ପୋକସୁଙ୍ଗା ଠାରେ ମା ଚମ୍ପେଶ୍ଵରି ଠାକୁରାଣୀଙ୍କ ଜନ୍ତାଳ ପର୍ବ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନର ଉଦ୍ଦେଶ୍ୟ ଓ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନୀତ ଅତିଥିଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ, ଜାକେଡା ସମିତି ସଭ୍ୟା ପ୍ରଭାତୀ ମଳିକଙ୍କ ସମେତ ବରିଷ୍ଠ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ ।

Read More

ନୂଆଗାଁ ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ଅଧିବେଶନ ଅନୁଷ୍ଠିତ

ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଉପରେ ବିଧାୟକଙ୍କ ଗୁରୁତ୍ୱାରୋପ ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ଥିବା ପଞ୍ଚାୟତ ସମିତି ସଭା ଗୃହରେ ଚତୁର୍ଥ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚତୁର୍ଥ ଅଧିବେଶନ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଏବଂ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଚ୍ଚିଦାନନ୍ଦ ମିଶ୍ର,ବ୍ଲକ୍ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାସମଲ, ୧୬ ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟା ଜସ୍ମିନୀ ଦାସ, ୧୭ ନଂ ଜିଲ୍ଲାପରିଷଦ ସଭ୍ୟା ପ୍ରତିମା ଦଳବେହେରା ଯୋଗ ଦେଇଥିଲେ।ଏହି…

Read More