ଓୟୁଜେ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁଙ୍କୁ ପ୍ରଦାନ କରାଯାଇଛି । ବିଗତ ଦିନରେ ରାଜ୍ୟ ସରକାର ସାମ୍ବାଦିକମାନଙ୍କ ପାଇଁ କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି । ସେଥିପାଇଁ ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଯାଇଛି । ଅନ୍ୟାନ୍ୟ ରାଜ୍ୟରେ ସାମ୍ବାଦିକଙ୍କୁ ମିଳୁଥିବା ସୁଯୋଗ ତୁଳନାରେ ତାହା ପର୍ଯ୍ୟାପ୍ତ ନୁହେଁ। ସାମ୍ବାଦିକମାନଙ୍କ ନାର୍ଯ୍ୟ ଦାବି ପ୍ରତି ଅବହେଳା ପ୍ରତିବାଦରେ ଆଜିର ଶ୍ରମିକ ଦିବସକୁ ଆମେ ରାଜ୍ୟର ଅଗ୍ରଣୀ ସଂଗଠନ ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ଆହ୍ୱାନକ୍ରମେ ପ୍ରତିବାଦ ଦିବସ ରୂପେ ପାଳନ କରିବା ସହ ବିଭିନ୍ନ ଦାବି ପ୍ରଦାନ କରାଯାଇଛି।

୧- ପ୍ରଚଳିତ ବୀମା ରାଶିର ପରିମାଣକୁ ୨ଲକ୍ଷ ଟଙ୍କାରୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ ।

୨- ଅଧିକାଂଶ ରାଜ୍ୟରେ ପେନସନ ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ଓଡ଼ିଶାରେ ତୁରନ୍ତ ଅବସରପ୍ରାପ୍ତ ସାମ୍ବାଦିକଙ୍କୁ ମାସିକ ସର୍ବନିମ୍ନ ୧୫ହଜାର ଟଙ୍କା ପେନସନ ପ୍ରଦାନ କରାଯାଉ।

୩- ଦୀର୍ଘ ଦିନ ଧରି ଅଚଳ ଥବା ସାମ୍ବାଦିକ ଅଧିସ୍ବୀକୃତି କମିଟିର ତୁରନ୍ତ ପୁନର୍ଗଠନ କରାଯାଉ ।

୪- ମହାରାଷ୍ଟ୍ର ଓ ଛତିଶଗଡ଼ ଢାଞ୍ଚାରେ ଓଡିଶାରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ହେଉ ।

ଏହିପରି ୪ ଗୋଟି ଦାବି ସମ୍ବଳିତ ପତ୍ରକୁ ନୟାଗଡ଼ ଜିଲ୍ଲା ଓୟୁଜେ ସଭାପତି ଆଚାର୍ଯ୍ୟ ବିଶ୍ବରଞ୍ଜନ, ସାଧାରଣ ସମ୍ପାଦକ ଗୋପାଳ ବିଶ୍ବାଳ, ଉପଦେଷ୍ଟା ସଞ୍ଜୟ କୁମାର ସ୍ଵାଇଁ, ନବ କିଶୋର ମିଶ୍ର, ଜୟେନ୍ଦ୍ର ବେହେରା,
ରଜନୀକାନ୍ତ ମିଶ୍ର, ଅଖିଳ ମହାରଣା, ବିରଞ୍ଚି ନାୟକ, ଉମା ରଞ୍ଜନ ସାହୁ, ବ୍ରଜ ରଣସିଂ, ଦିନବନ୍ଧୁ ମହାନ୍ତି, ଶିବୁନ ଘଡେଇ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

Related posts