ପଛୁଆବର୍ଗ ସର୍ଭେ କେନ୍ଦ୍ର ପରିଦର୍ଶନ କଲେ ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦାନନ୍ଦ ମିଶ୍ର

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର ପଛୁଆବର୍ଗର ଲୋକ ମାନଙ୍କ ର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସଂକ୍ରାନ୍ତ ସର୍ଭେ ମେ ୧ ତାରିଖରୁ ୯୬ ଟି ସେଣ୍ଟର ମଧ୍ୟରେ ଆରମ୍ଭ ହୋଇଯାଇଛି । ନୂଆଗାଁ ବ୍ଲକ ବିଡିଓ ସଚିଦାନନ୍ଦ ମିଶ୍ର ବିଭିନ୍ନ ସର୍ଭେ କେନ୍ଦ୍ର ପରିଦର୍ଶନ କରି ସର୍ଭେ କାର୍ଯ୍ୟ କିପରି ଚାଲିଛି ତାହାର ସ୍ଥିତି ଅନୁଧ୍ୟାନ କରିଥିଲେ । ପଛୁଆ ବର୍ଗର ଲୋକମାନଙ୍କର ବୃତ୍ତି,ଶିକ୍ଷାଗତ ଯୋଗ୍ୟତା ସହିତ ସେମାନଙ୍କ ପରିବାର ର ଲୋକମାନେ କେଉଁପ୍ରକାର ଶିକ୍ଷାନୁଷ୍ଠାନ ରେ ଅଧ୍ୟୟନ କରିଛନ୍ତି ,ଆଦି ବିଭିନ୍ନ ବିଷୟରେ ସୂଚନା ମିଳିବା ଦ୍ଵାରା ସେମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ବନ୍ଧରେ ସଠିକ ତଥ୍ୟ ପ୍ରାପ୍ତ ହୋଇପାରିବ ବୋଲି କେନ୍ଦ୍ର ମଧ୍ୟରେ ଜନସାଧାରଣକୁ ବୁଝାଇଥିଲେ ନୂଆଗାଁ ବ୍ଲକ୍ ବିଡ଼ିଓ ।ତତ ସହିତ ସର୍ଭେ ପାଇଁ ନିଯୁକ୍ତି ହୋଇଥିବା କର୍ମଚାରୀ ସଠିକ ଭାବରେ ସର୍ଭେ କରୁଛନ୍ତିକି ନାହିଁ ତାହା ପଚାରି ବୁଝିଥିଲେ । ଆଜି କୋରଡା ଏବଂ ନୂଆଗାଁ ପଞ୍ଚାୟତ ମଧ୍ୟରେ ଥିବା ଖାଲମଡା ରାମେଶ୍ବର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଚାଲିଥିବା ସର୍ଭେ କେନ୍ଦ୍ର ସହିତ ବିଭିନ୍ନ ସର୍ଭେ କେନ୍ଦ୍ର ପରିଦର୍ଶନ କରିଥିଲେ ବିଡିଓ ଶ୍ରୀ ମିଶ୍ର। ବିଡ଼ିଓ ଙ୍କ ସହିତ ନୂଆଗାଁ ଡବ୍ଲୁଇଓ ଏବଂ ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର କର ।

Related posts