ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ିବା ପାଇଁ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଭିରୁଡ଼ା ପ୍ରାଥମିକ ବିଦ୍ୟାଳୟର ଛାତ୍ର ଦିଲ୍ଲୀପ କୁମାର ଭୋଇ ପରୀକ୍ଷା ଦେଇ ୪୫ ନମ୍ବର ରଖିଥିବା ବେଳେ ଛାତ୍ରୀ ନମିତା ବେହେରା ୩୬ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ଉଭୟ ଛାତ୍ରଛାତ୍ରୀ ଷଷ୍ଠ ଶ୍ରେଣୀରେ ପଢ଼ିବା ପାଇଁ ନୂଆଗାଁ ଆଦର୍ଶ ବିଦ୍ୟାଳୟରେ ନାମ ଲେଖିସାରିଛନ୍ତି। ଏହି କୃତକାର୍ଯ୍ୟ ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ପଣ୍ଡା, ସହକାରୀ ଶିକ୍ଷକ କବିରାଜ ଦାଶ ଏବଂ ଗାଇଡ କରୁଥିବା ଶିକ୍ଷୟତ୍ରୀ ପ୍ରତିମା ଦାସ ଉଭୟ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଆଦର୍ଶ ବିଦ୍ୟାଳୟ ପରୀକ୍ଷାରେ କୃତକାର୍ଯ୍ୟ ଉଭୟ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ଶିକ୍ଷକ ଶିକ୍ଷୟିତ୍ରୀ
