ନୟାଗଡ଼ ଜିଲ୍ଲାରେ ୫-ଟି ଅନ୍ତର୍ଗୁକ୍ତ ୬୪ଟି ରୂପାନ୍ତରିତ ବିଦ୍ୟାଳୟକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୟାଗଡ଼,(ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ନୟାଗଡ଼ ଜିଲ୍ଲାର ୫-ଟି ଅନ୍ତର୍ଗୁକ୍ତ ୬୪ଟି ରୂପାନ୍ତରିତ ବିଦ୍ୟାଳୟକୁ ଆଜି ନୟାଗଡ଼ ବ୍ଲକ ଅନ୍ତର୍ଗତ ରାଧାକାନ୍ତ ସରକାରୀ ହାଇସ୍କୁଲ, ଚଣ୍ଡିବସ୍ତଠାରେ ଆଭାସୀ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଅତିଥିଭାବେ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ରଣପୁର ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଶ୍ରେୟାନ୍ସି ଦାସ ମଞ୍ଚାସୀନ ଥିଲେ।

ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ଏହି ରୂପାନ୍ତିକରଣ ପ୍ରକ୍ରିୟା। ବେସରକାରୀ ବିଦ୍ୟାଳୟ ଛାଡି ସରକାରୀ ବିଦ୍ୟାଳୟରେ ପଢ଼ିବା ପାଇଁ ମନ ବଳାଉଉଛନ୍ତି ଛାତ୍ରଛାତ୍ରୀ: ଅରୁଣ

ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ, ନୟାଗଡ଼ ମୁନିସିପାଲିଟି ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲାର ବହୁ ଜନ ପ୍ରତିନିଧି, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ତଥା ଶିକ୍ଷା ବିଭାଗର ପ୍ରମୁଖ କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା ଏବଂ ସ୍ଥାନୀୟ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ଏହି ରୂପାନ୍ତରିତ ୫-ଟି ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, କମ୍ପ୍ୟୁଟର କ୍ଲାସରୁମ ଇତ୍ୟାଦି ସୁବିଧା ରହିଥିବା ବେଳେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ଯୋଗୁଁ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ତେବେ ତୃତୀୟ ପର୍ଯ୍ୟାୟରେ ଜିଳ୍ଲାର ୮ଟି ବ୍ଳକର ୬୪ଟି ବିଦ୍ୟାଳୟ ରୂପାନ୍ତରିତ ହୋଇଥିବା ବେଳେ ଆଗାମୀ ଦିନରେ ଅନ୍ୟ ସମସ୍ତ ଉଚ୍ଚ ବିଦ୍ୟାଳୟ ଗୁଡ଼ିବ ଏହି ଯୋଜନାରେ ଅନ୍ତର୍ଭୁକ ହୋଇ ନୂତନ କଳେବର ହେବ ବୋଲି 5T ସଚିବ ଭିକେ ପାଣ୍ଡିଆନ ସୂଚନା ଦେଇଛନ୍ତି।

Related posts