ନୟାଗଡ଼ ବ୍ଳକ ପରିସରରେ ନିର୍ମାଣ ହେବ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ, ଶୁଭ ଦେଲେ ଡ଼ଃ. ଅରୁଣ

ମା’ ମାଟିର ସୁରକ୍ଷା ଆମ ହାତରେ, ଆମେ ତାକୁ ସୁରକ୍ଷା ଦେବା କହିବା ସହ ୫ ମାସ ମଧ୍ୟରେ କାର୍ଯ୍ୟ ସାରିବାକୁ ପରାମର୍ଶ


ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ନିର୍ମାଣ ହେବ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୯୨ଲକ୍ଷ ଟଙ୍କା ଅନୁଦାନ ରାଶି ମଞ୍ଜୁର ହୋଇଛି । ଆଜି ଏହି କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ନୟାଗଡ଼ ପୌରାଞ୍ଚଳ ଅଧ୍ୟକ୍ଷା ନିରୁପମା ଖଟେଇ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଭ୍ୟ ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ର, ସୁବାଷ କଅଁର, ଆଶିଷ ଅଗ୍ରୱାଲ ଓ ନୟାଗଡ଼ ବିଡିଓ ପଦ୍ମଚରଣ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

ଏହି ନୂତନ ସମ୍ମିଳନୀ କକ୍ଷର କାର୍ଯ୍ୟ ୫ ମାସ ମଧ୍ୟରେ ସାରିବା ପାଇଁ ପରାମର୍ଶ ଦେଇଛନ୍ତି ବିଧାୟକ । ଏହି ଅବସରରେ ବିଧାୟକ ଡ଼ଃ. ସାହୁ ବିକାଶମୁଳକ କାର୍ଯ୍ୟରେ ସମସ୍ତଙ୍କର ଉଦ୍ୟମ ରହିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ମା’ ମାଟିର ସୁରକ୍ଷା ଆମ ହାତରେ, ଆମେ ତାକୁ ସୁରକ୍ଷା ଦେବା । ନୟାଗଡ଼ ବ୍ଲକରେ ଥିବା ସମ୍ମିଳନୀ କକ୍ଷଟି ଛୋଟ ଥିବାରୁ ନୂତନ ସମ୍ମିଳନୀ କକ୍ଷକୁ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ କରାଯିବ ବୋଲି ବିଧାୟକ ଡ଼ଃ. ସାହୁ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହକାରୀ ଯତ୍ନୀ ଶରତ କୁମାର ମଲ୍ଲିକ, ଚନ୍ଦ୍ରଶେଖର ସାମନ୍ତରାୟ, କନିଷ୍ଠ ଯତ୍ନୀ ସନ୍ତୋଷ ମଲ୍ଲିକଙ୍କ ସମେତ ନୟାଗଡ଼ ସହରର ବରିଷ୍ଠ ନାଗରିକ, ବୁଦ୍ଧିଜିବୀ, ଜନପ୍ରତିନିଧି, ସାମ୍ବାଦିକ ସାମିଲ ହୋଇଥିଲେ ।

Related posts