ଗୁମି ବନପାଳଙ୍କ କାର୍ଯ୍ୟାଳୟ ଉଦଘାଟନ କଲେ ଜିଲ୍ଲା ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନସ୍ଥ ଗୁମି ବନବିଭାଗ ବନପାଳଙ୍କ ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି।ବନପାଳ ପବିତ୍ର ପରିଡାଙ୍କ ତତ୍ତ୍ଵାବଧାନରେ ଉଦଘାଟନୀ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ବହୁଦିନ ଦିନ ଧରି ଗୁମି ବନବିଭାଗ କର୍ମଚାରୀଙ୍କ ପାଇଁ କାର୍ଯ୍ୟଳୟ ଅଭାବ ରହିଥିଲା ଆଜି ନୂତନ ଭାବରେ ନିର୍ମାଣ ହୋଇଥିବା କାର୍ଯ୍ୟଳୟର ଶୁଭ ଉଦଘାଟନ ହୋଇଯାଇଛି । ନୟାଗଡ ଜିଲ୍ଲା ବନଖଣ୍ଡ ଅଧିକାରୀଣୀ କ୍ଷମା ଶଢଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟାଳୟ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ମହିପୁର ବନାଞ୍ଚଳ ଅଧିକାରୀ ଅମ୍ରିତ କୁମାର ସାହୁ ଯୋଗ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବନବିଭାଗର ସମସ୍ତ କର୍ମଚାରୀ ଓ ଗୁମି ଗ୍ରାମର ବୁଦ୍ଧିଜୀବୀ ଉପସ୍ଥିତ ରହିଥିବା ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି।

Read More

ଗ୍ରାମବାସୀ କହିଲେ ମୁଖ୍ୟମନ୍ତ୍ରୀ ଏବଂ ଦଶପଲ୍ଲା ବିଧାୟକଙ୍କ ପାଇଁ ପର୍ବତ ଶିଖରେ ଫୁଟିଲା କଇଁ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଉଦୟପୁର ପଞ୍ଚାୟତ ଅଧୀନରେ ଥିବା ନୂଆଗାଁ ଠାରୁ ନଇ ତଇଲା ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ୭.୯୦ କିମି ରାସ୍ତା ନିର୍ମାଣ ପାଇଁ ୭କୋଟି ୪୮ଲକ୍ଷ ୨୭ହଜାର ଟଙ୍କା ମଞ୍ଜୁର ହୋଇଛି । ଏକ ବର୍ଷ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି ।କାର୍ଯ୍ୟ କିଭଳି ଚାଲିଛି ଏ ନେଇ ପରିଦର୍ଶନରେ ଆସିଥିଲେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଉପଦେଷ୍ଟା ସବିତା ମହାପାତ୍ର। ରାସ୍ତା ନିର୍ମାଣ ସମ୍ପର୍କରେ ଲୋକମାନଙ୍କ ସହ ଆଲୋଚନା କରିବା ସହିତ ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ। ସେହିପରି କୋରଡ଼ା ଠାରୁ ରଗଡ଼ି ମଡା ଭାୟା ମିନା ଗାଡିଆ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଚାଲିଥିବା ୫କିମି ରାସ୍ତା ନିର୍ମାଣ କିପରି ଚାଲିଛି ଦେଖିବା ସହ ରାସ୍ତା ନିର୍ମାଣ ସମ୍ପର୍କରେ…

Read More

ନୟାଗଡ଼ ସଦର ମହକୁମାରେ ଜିଲ୍ଲାସ୍ତରୀୟ ବିଶ୍ବ ରେଡକ୍ରସ ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିଶ୍ଵ ରେଡକ୍ରସ ଦିବସ ଜିଲ୍ଲା ପ୍ରଶାସନ ଓ ରେଡକ୍ରସ ଭଲେଣ୍ଟିୟର୍ସ ଫୋରମର ମିଳିତ ସହଯୋଗରେ ପାଳିତ ହୋଇଯାଇଅଛି । ଏହି ଅବସରରେ ପୂର୍ବାହ୍ନ ୭ଘଟିକା ସମୟରେ ଦିବସର ତାତ୍ପର୍ଯ୍ୟ ଉପରେ ସାଧାରଣ ନାଗରିକଙ୍କୁ ସଚେତନ କରିବା ପାଇଁ ଏକ ପଦଯାତ୍ରା ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ପତାକା ଦେଖାଇ ଶୁଭ ଉଦ୍‌ଘାଟନ କରିଥିଲେ । ଏହି ପଦଯାତ୍ରା ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାକକ୍ଷରେ ଏକ ସଚେତନତା ସଭା ସହ ରକ୍ତଦାନ କ୍ୟାମ୍ପ୍ କରାଯାଇଥିଲା। ଏହି ସଭାକାର୍ଯ୍ୟରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା, ମକରନ୍ଦ ବେଉରା ରେଡକ୍ରସ ଦିବସର ଇତିହାସ ତାଙ୍କ ବକ୍ତବ୍ୟରେ ରଖିଥିଲେ ।ସମ୍ମାନିତ ଅତିଥି…

Read More

ପଛୁଆ ବର୍ଗର ସାମାଜିକ ଓ ଶିକ୍ଷାଗତ ସର୍ଭେ କେନ୍ଦ୍ର ପରିଦର୍ଶନ କଲେ ରାଜ୍ୟ ପର୍ଯ୍ୟବେକ୍ଷକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ପଛୁଆ ବର୍ଗର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ଭେ କାର୍ଯ୍ୟ ସାରା ଓଡ଼ିଶାରେ ଚାଲୁ ରହିଛି। ମେ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ସର୍ଭେ କାର୍ଯ୍ୟ ଆସନ୍ତା ମେ ୨୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଏଥିନିମନ୍ତେ ନୟାଗଡ଼ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ସର୍ଭେ କେନ୍ଦ୍ର ଖୋଲାଯାଇଛି। ନୟାଗଡ଼ ଜିଲ୍ଲା ଦାୟିତ୍ୱରେ ଥିବା ରାଜ୍ୟ ପର୍ଯ୍ୟବେକ୍ଷକ ପ୍ରଦୀପ କୁମାର ନାୟକ ଆଜି ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ଯଥା ଭାପୁର, ଖଣ୍ଡପଡ଼ା, ଗଣିଆ, ଦଶପଲ୍ଲା ଓ ନୂଆଗାଁ ବ୍ଳକ ପରିଦର୍ଶନ କରି ସମସ୍ତ କାର୍ଯ୍ୟର ତଦାରଖ କରିଛନ୍ତି। ଏହି ସର୍ଭେ କେବଳ ଓଡ଼ିଶା ସରକାରଙ୍କ ଦ୍ବାରା ଅଧିସୂଚୀତ ୨୦୮ପ୍ରକାର ପଛୁଆ ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ପରିବାରର ମୁଖ୍ୟ କିମ୍ବା ଘରର ବରିଷ୍ଠ ସଦସ୍ୟ ସର୍ଭେ ସେଣ୍ଟରକୁ ଯାଇ ସବିଶେଷ ବାର୍ତ୍ତା…

Read More

ଉନ୍ନୟନ ମୂଳକ କାର୍ଯ୍ୟ ସହ ସର୍ଭେ କେନ୍ଦ୍ର ପରିଦର୍ଶନ କଲେ ବିଡ଼ିଓ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ ସହ ସର୍ଭେ କେନ୍ଦ୍ର ପରିଦର୍ଶନ କରିଛନ୍ତି ବିଡ଼ିଓ ସଚିଦା ନନ୍ଦ ମିଶ୍ର। ସୂଚନା ଥାଉକି କାପ୍ତାପଲ୍ଲୀ, ଘଡେଇବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାପୁଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାହାଡ଼ାଝୋଲା, ବେରୁଆଁବାରି ଉଚ୍ଚ ବିଦ୍ୟାଳୟ,ବେରୁଆଁବାରି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାଲିଥିବା ସର୍ଭେ କେନ୍ଦ୍ର ପରିଦର୍ଶନ କରିବା ସହ ସର୍ଭେର ଉଦେଶ୍ୟ ଉପରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ ବିଡ଼ିଓ। ତତ୍ ସହିତ ବେରୁଆଁ ବାରିରଅମୃତ ସରୋବର ପ୍ରକଳ୍ପ ଏବଂ ବେରୁଆଁବାରି ୫ ଟି ବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ କରିବା ସହ ଠିକ୍ ସମୟରେ ଉନ୍ନୟନମୂଳକ କାର୍ଯ୍ୟ ସମାପନ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ଆଦିତ୍ୟ ଜେନାଙ୍କୁ କହିଥିଲେ।

Read More

ବିଶ୍ୱ ହାସ୍ୟ ଦିବସ: ଚଳିତବର୍ଷ ହାସ୍ୟ ରସିକ ଉପାୟନ ପାଇଲେ ଶ୍ରୀଯୁକ୍ତ ସତ୍ୟାନାଶ

ନୟାଗଡ଼,(ନୟାଗଡ଼ ଦର୍ପଣ): ମଇ ମାସର ପ୍ରଥମ ରବିବାରକୁ ବିଶ୍ୱ ହାସ୍ୟ ଦିବସ ରୂପେ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ବିଶ୍ବ ହାସ୍ୟ ଦିବସ ବେଶ ଧୁମଧାମରେ ପାଳିତ ହୋଇଯାଇଛି । ନୟାଗଡ଼ ପୁରୁଣାସହର ଜଗନ୍ନାଥ ମନ୍ଦିର ସାମନା ଯଦୁମଣି ମଣ୍ଡପଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଚଳଚ୍ଚିତ୍ର ଏବଂ ଦୂରଦର୍ଶନ ହାସ୍ୟ ଅଭିନେତା ବ୍ରଜ ସିଂ, ନିଉଜ ଫିଉଜର ସଂଚାଳକ ତଥା ହାସ୍ୟାଭିନେତା ହୃଷିକେଶ ଦାସ, ଜ୍ଞାନ ହୋତା, ବୋଲଗଡ଼ ଏକ୍ସପ୍ରେସ ବ୍ରଜ ସୁବୁଦ୍ଧି, ଡ଼ଃ. କୁଳାଙ୍ଗାର, ଶ୍ରୀଯୁକ୍ତ ସତ୍ୟାନାଶ, ଡ. ରମାକାନ୍ତ…

Read More

ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘର ପ୍ରସ୍ତୁତି ବୈଠକ

ଆସନ୍ତା ୨୪ ତାରିଖ ବୁଧବାର ଦିନ ଅନୁଷ୍ଠିତ ହେବ ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘର ବାର୍ଷିକ ସମ୍ମିଳନୀ ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ ସଦର ମହକୁମାରେ ଆଞ୍ଚଳିକ ସାମ୍ବାଦିକ ସଂଘ ତାର ପ୍ରଥମ ବାର୍ଷିକ ଉତ୍ସବ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ସିବଦତ ପାତ୍ରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାର୍ଷିକ ଉତ୍ସବ କିପରି ସରସ ସୁନ୍ଦର କରିବା ସହ ସାମ୍ବାଦିକ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ ସେ ଉପରେ ସଂଘର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ସଂଘର କର୍ମକର୍ତ୍ତାଙ୍କ ନିଷ୍ପତି ଅନୁଯାୟୀ ଚଳିତ ମାସ ଆସନ୍ତା ୨୪ତାରିଖ ଦିନ ପ୍ରଥମ ବାର୍ଷିକ ସମ୍ମିଳନୀ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି…

Read More

ରାଜ୍ୟ ବିଜେଡିର ବରିଷ୍ଠ ମହିଳା ଉପ ସଭାପତି ପ୍ରଭାସିନୀ ନନ୍ଦଙ୍କ ମହତ କାର୍ଯ୍ୟ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ବିଜେଡିର ବରିଷ୍ଠ ମହିଳା ଉପସଭାପତି ପ୍ରଭାସିନୀ ନନ୍ଦ ଓଡଗାଁ ବ୍ଲକର ବାଣ୍ଠପୁର ପଂଚାୟତର ଶାଳିଆଝରି ଓ ନେପାଳ ଗ୍ରାମ ଗ୍ରସ୍ତ କରିଛନ୍ତି। ଶାଳିଆଝରି ଗ୍ରାମରେ କାଜୁପଦାକୁ ନେଇ ଗ୍ରାମବାସୀ ଓ ନିଲାମଧାରୀଙ୍କ ମଧ୍ୟରେ ଯେଉଁ ବାଦ ବିବାଦ ଉପୁଜିଛି ତାହାରି ଉପରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ତାହା କିଭଳି ସମାଧାନ ହୋଇପାରିବ ସେ ଦିଗରେ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିବେ ବୋଲି ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଥିଲେ। ଏବଂ ଗ୍ରାମର କିଛି ବୟସ୍କ ବୁଢ଼ା ବୁଢ଼ୀଙ୍କ ବାର୍ଦ୍ଧକ୍ୟ ଭତା ଆଜି ସୁଦ୍ଧା ପାଇବାରୁ ବଂଚିତ ଥିବାରୁ ଲୋକମାନେ ତାଙ୍କ ପାଖରେ ଅଭିଯୋଗ କରିଥିଲେ। ଏହାପରେ ନୟାଗଡ଼ର ନଗଡା କୁହାଯାଉଥିବା ନେପାଳ ଗ୍ରାମକୁ ଯାଇ ଗ୍ରାମର ଛୋଟ ପିଲାମାନଙ୍କୁ ବହି ସିଲଟ, ଖଡ଼ି ବିସ୍କୁଟ ଆଦି ବଣ୍ଟନ କରିଥିଲେ, କାରଣ ଏହି ଗ୍ରାମରେ…

Read More

କୁଆଁରିଆ ଡ୍ୟାମ ନିକଟରେ ନିର୍ମାଣ ହେବ ଶିଶୁଉଦ୍ୟାନ ଓ ସଂଗ୍ରହାଳୟ ପାଇଁ ୨ କୋଟି ଟଙ୍କା ମଞ୍ଜୁର କଲେ ସରକାର

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ କୁଆଁରିଆର ବିକାଶ ହେବା ଲାଗି ରାଜ୍ୟ ସରକାର ୨ କୋଟି ଟଙ୍କା ମଞ୍ଜୁର କରିଥିବା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ଏହି ଟଙ୍କାରେ ଏକ ସଂଗ୍ରହାଳୟ ଓ ଶିଶୁ ଉଦ୍ୟାନ ନିର୍ମାଣ ହେବ ବୋଲି ଶ୍ରୀଯୁକ୍ତ ବେହେରା କହିଛନ୍ତି। ଏହି ପ୍ରକଳ୍ପ ଦୁଇଟି ୫୭ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଥିବା କୁଆଁରିଆ ଜଳଭଣ୍ଡାର ପ୍ରାକୃତିକ ଶୋଭାବର୍ତ୍ତନ କରୁଥିବା ସ୍ଥାନରେ କରାଯିବା ନେଇ ଚିହ୍ନଟ କରାଯାଇଛି। ଏବଂ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯିବାକୁ ସ୍ଥିର କରାଯାଇଛି। ଏହି ଜଳଭଣ୍ଡାର ନିକଟରେ ଏକ ବିରାଟ ମୃଗବିହାର ରହିଛି। ବଣଭୋଜି କରିବା ଲାଗି ଏହା ଏକ ପ୍ରକୃଷ୍ଟ ସ୍ଥାନ ହୋଇଥିବାରୁ କେବଳ ବର୍ଷାଋତୁକୁ ଛାଡ଼ିଦେଲେ ଏଠାରେ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ଼ ଲାଗି…

Read More

ନୟାଗଡ଼ ବ୍ଳକର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଲେ ବ୍ଳକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ରାଉତରାପୁର ଗାଁର ଅଷ୍ଟପ୍ରହରୀ ଓ ନାମଯଜ୍ଞ କାର୍ଯ୍ୟକ୍ରମରେ ଯୋଗଦେଲେ ବ୍ଳକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ। ପ୍ରତ୍ୟେକ ଗ୍ରାମରେ ଏମିତି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ଭାଇଚାରା ସୁଦୃଢ ହେବା ଏକ ଆନନ୍ଦର କଥା ଏବଂ ଏପରି କାର୍ଯ୍ୟକ୍ରମ ଆୟୋଜନ କରିଥିବା ଗ୍ରାମ୍ୟ କମିଟି ଓ ବ୍ୟକ୍ତି ବିଶେଷଙ୍କୁ ଉତ୍ସାହିତ କରିଛନ୍ତି। ତତ୍ ସହିତ ଗ୍ରାମର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସଂପର୍କରେ ଆଲୋଚନା ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ସେହିଭଳି ନାଟୁଗାଁ ପଞ୍ଚାୟତର ନାଏବ ସରପଞ୍ଚଙ୍କ ଶଶୁରଙ୍କ ପରଲୋକ ହେବା ଖବର ଶୁଣି ଅଧ୍ୟକ୍ଷ ଶ୍ରୀଯୁକ୍ତ ସାହୁ ମର୍ମାହତ ହେବା ସହ ଆଜି ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ସ୍ବର୍ଗତ ଶ୍ରୀ ସ୍ୱାଇଁଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ବର୍ତ୍ତମାନ ପ୍ରତ୍ୟେକ ପଞ୍ଚାୟତର ଗାଁ…

Read More