ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସରକାରୀ ଉଚ୍ଚ ବିଦ୍ୟାଳୟ ବାହାଡ଼ାଝୋଲାର ଦଶମ ଶ୍ରେଣୀ ଛାତ୍ର କାହ୍ନା ପ୍ରଧାନ କବିତା ରଚନାରେ ଜିଲ୍ଲା ଏବଂ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ଚୌଧୁରୀ ଓ ଶିକ୍ଷକ ତଥା ନୟାଗଡ଼ ଜିଲ୍ଲା ସାହିତ୍ୟ ସୃଜନୀର ଏସ ଆର ଜିଡ଼କ୍ଟର ପ୍ରତାପ କୁମାର ପରିଡ଼ା ସମ୍ବର୍ଦ୍ଧିତ କରିଛନ୍ତି ଏବଂ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଅଭିଭାବକ ସାଙ୍ଗସାଥି ଉପସ୍ଥିତ ରହି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଏହା ଓଡ଼ିଶା ମାଧ୍ଯମିକ ସ୍କୁଲ ଶିକ୍ଷକ ସଂଘ ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ଡିସେମ୍ବର ମାସ ୨୭ ଠାରୁ ୨୯ ମଧ୍ୟରେ ନିରାଡମ୍ବରରେ ଉଦଯାପନୀ ହୋଇଥିଲା। ଶିଶୁର ସର୍ବାଙ୍ଗୀନ ବିକାଶରେ ପରିବାର, ବିଦ୍ୟାଳୟ, ଗୋଷ୍ଠୀର ଭୂମିକା ଗୁରୁତ୍ବପୂର୍ଣ । ଶିଶୁଟିର ଅଭିଜ୍ଞତା ଓ ଦକ୍ଷତାକୁ…
Read MoreCategory: ନୂଆଗାଁ ବ୍ଲକ
ନୂଆଗାଁରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୩ଜଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ନୂଆଗାଁ ବ୍ଲକ ଅଡିସନ ନୂଆଗାଁ +୩ଡିଗ୍ରୀ କଲେଜ ,ନୂଆଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାକୁ ସଙ୍ଗୀତଧାରା ସଭାପତି ଡ.ବିଜୟ କୁମାର ଚୌଧୁରୀ ଏବଂ ନୂଆଗାଁ +୩ ଡିଗ୍ରୀ କଲେଜ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ସଙ୍ଗୀତଧାରା ସମ୍ପାଦକ ତଥା ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଅନୁଷ୍ଠାନ ସଂଯୋଜକ ଲକ୍ଷ୍ମୀଧର ସାହୁ,କବି ଅଶୋକ ମଲ୍ଲ ଏବଂ ଅଧ୍ୟାପକ ଚିନ୍ମୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାରେ ନୂଆଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ ରୁ ୨୪ବର୍ଷ ବୟସର କଣ୍ଠଶିଳ୍ପୀ ମାନେ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗିତାରେ…
Read Moreନୂଆଗାଁ ବ୍ଲକରେ ତୃତୀୟ ଓ ପଞ୍ଚମଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଫଳ ପ୍ରକାଶ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ତୃତୀୟ ଓ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ରେ ୨୮ଜଣ ଛାତ୍ର ଛାତ୍ରୀ କୃତିତ୍ବ ଅର୍ଜନ କରିଛନ୍ତି। ତୃତୀୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାରେ ମହିପୁର ଶ୍ରୀ ଅରବିନ୍ଦର ଛାତ୍ର ଆଶୁତୋଷ ବେହେରା ୯୩ ମାର୍କ ରଖି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାରେ ଭିରୁଡା ପ୍ରାଥମିକ ବିଦ୍ୟାଳୟର ଛାତ୍ର ଆଶୁତୋଷ ସ୍ବାଇଁ ୭୪ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଆଶୁତୋଷ ସ୍ବାଇଁ ତୃତୀୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ମେରିଟରେ ଆଶୁତୋଷ ବେହେରା ଶ୍ରୀ ଅରବିନ୍ଦ ମହିପୁର, ରାମକୃଷ୍ଣ ଦଳେଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୃଷ୍ଣପ୍ରସାଦ, ସତ୍ୟ ନାରାୟଣ ଦାଶ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାଣିଗିରି, ପୁନମ୍ ପ୍ରଧାନ ସରକାରୀ ପ୍ରାଥମିକ ବିଦ୍ୟାଳୟ…
Read Moreସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା
ନୟାଗଡ଼,(ନୟାଗଡ଼ ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୨ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଦଶପଲ୍ଲା ବ୍ଲକ ଅଡିସନ ଆସନ୍ତା ୨୨ ତାରିଖ ରବିବାର ଦିନ ଦଶପଲ୍ଲା ବ୍ଲକ ପ୍ରାଥମିକ ଶିକ୍ଷକ ଭବନ ପରିସରରେ ଅନୁଷ୍ଠିତ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ତ୍ରିନାଥ ଛକସ୍ଥିତ ସୀତାରାମ ୟୁଥ କ୍ଳବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଙ୍ଗୀତସମ୍ପାଦକ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରତିଯୋଗିତାର ଆଭିମୁଖ୍ୟ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ପ୍ରସ୍ତୁତି ବୈଠକରେ ସଂଗୀତଧାରା ସହ ସମ୍ପାଦକ ପ୍ରଶାନ୍ତ କୁମାର ପଟ୍ଟନାୟକ,ସଂଯୋଜକ ଲକ୍ଷ୍ମୀଧର ସାହୁଙ୍କ ସମେତ ବରିଷ୍ଠ ଶିକ୍ଷାବିତ୍ ସୁଦର୍ଶନ ସାହୁ, ସାହିତ୍ୟିକ ହାଡିବନ୍ଧୁ ମହାକୁଡ଼, ବ୍ରଜେନ୍ଦ୍ର ପ୍ରସାଦ ଧଳ, ରାଜକିଶୋର ସ୍ୱାଇଁ, ଶିକ୍ଷକ ବିଘ୍ନେଶ୍ୱର ବେହେରା, ଲକ୍ଷ୍ମୀଧର ସାହୁ, ଶ୍ରୀକାନ୍ତ ସାହୁ,…
Read Moreନୂଆଗାଁ ବ୍ଲକ୍ ପାଇଁ ଗୌରବ ଆଣିଲେ ଶିବାନୀ
“ଜିଓମେଟ୍ରିକ ପାର୍କ” ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ଉତ୍ତୀର୍ଣ୍ଣ ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମାରେ ଥିବା ନୂଆଗାଁ ହାଇସ୍କୁଲର ଛାତ୍ରୀ ଶିବାନୀ ପ୍ରଧାନ ଜିଲ୍ଲାରୁ ରାଜ୍ୟସ୍ତରକୁ ଉନ୍ନୀତ ହୋଇଥିବା ଜଣା ପଡ଼ିଛି। ସୂଚନା ଥାଉକି ନୟାଗଡ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଚାଲିଥିବା ଜିଲ୍ଲା ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ ମାଥମେଟିକାଲ୍ ମଡେଲ ଥିମରେ ପ୍ରକଳ୍ପ “ଜିଓମେଟ୍ରିକ ପାର୍କ” ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀଣି ରାଜଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ନୟାଗଡ ବିଧାୟକ ଡ଼ ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ,…
Read Moreନୟାଗଡ ଜିଲ୍ଲା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୫୪୭ଟି ମାମଲା ଫଏସଲା
ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୫ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୩୯,୪୦,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୧୪୬ ଦେୱାନି ମାମଲା ଫଇସଲା କରାଯାଇଥିଲା। ଏନ. ଆଇ. ଆକ୍ଟ କେସ ୧୭ଟି ଫଇସଲା କରାଯାଇ ୧୫,୧୨,୪୦୫ ଟଙ୍କା ଆଦାୟ କରଯାଇଥିଲା ଏବଂ ବିବାହ ଜନିତ ୧୬ଟି ମାମଲା ଫଇସଲା କରାଯାଇଥିଲା । ଅନ୍ଯାନ୍ଯ ଫୌଜଦାରୀ ୨୪୫ଟି ମାମଲା ଫଇସଲା କରଯାଇଥିଲା।…
Read Moreଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଉଦ୍ଘାଟନ କଲେ ଦଶପଲ୍ଲା ବିଧାୟକ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ପରିସରରେ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ଵର୍ଣ୍ଣସାରିକା ଜେନାଙ୍କ ତତ୍ବାବଧାନରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥିଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହ ବିଭିନ୍ନ ଷ୍ଟଲ୍ ବୁଲି ବିଭିନ୍ନ ବିଭାଗରେ ପଞ୍ଜିକୃତ ହୋଇଥିବା ଲୋକମାନେ କିପରି ସେବା ପାଇ ପାରିବେ ସେ ଉପରେ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବିଡ଼ିଓ ଅମୃତ କୁମାର ରାଉଳ, ସାଂସଦଙ୍କ ପ୍ରତିନିଧି ଭୀମସେନ ସେଠୀ, ଉପାଧ୍ୟକ୍ଷ ପର୍ଶୁରାମ ସ୍ବାଇଁ, ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା, ନୂଆଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଅମିତା ପରିଡ଼ା, ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳୀ ସାସମଲଙ୍କ ସମେତ ଜନ ପ୍ରତିନିଧି ଉପସ୍ଥିତ ଥିଲେ। ଅଭିଜ୍ଞ ଡାକ୍ତରମାନଙ୍କୁ…
Read Moreପୋଷାକ ବିତରଣ ଉତ୍ସବ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ଗ୍ରାମ ପଞ୍ଚାୟତରେ ଥିବା ସରକାରୀ ଶିମିଳି ସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷକ ଅର୍ଜୁନ ମଳିକ ଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଅନିରୁଦ୍ଧ ମଳିକଙ୍କ ସମେତ ସମସ୍ତ ସଭ୍ୟସଭ୍ୟା ଯୋଗଦେଇ ୪୩ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରିଥିଲେ। ପୋଷାକ ବଣ୍ଟନ ସମୟରେ ବିଦ୍ୟାଳୟର ଶିକ୍ଷୟତ୍ରୀ ସୌଦାମିନୀ ଦେଇ, ଶିକ୍ଷକ ଅଚ୍ୟୁତା ନନ୍ଦ ଦାସ, ଅଖିଳ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
Read Moreବାଇକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ଥାନାରେ ଲିଖିତ ଅଭିଯୋଗ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ଥାନା ୫୭ ନଂ ଜାତୀୟ ରାଜପଥ ମାଇଛେଳି ଜଙ୍ଗଲ ନିକଟରେ ବାଇକ୍ ଦୁର୍ଘଟଣାରେ ନବ କିଶୋର ସେନାପତିଙ୍କ ମୃତ୍ୟୁ ହୋଇଥିବା ନେଇ ନବକିଶୋରଙ୍କ ବଡ଼ଭାଇ ସୁଦର୍ଶନ ସେନାପତି ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଥାଉକି ନୟାଗଡ ଜିଲ୍ଲା ରଣପୁର ଥାନା ଗମ୍ଭାରୀଖୋଲ ଗ୍ରାମର ପରିକ୍ଷିତ ସେନାପତିଙ୍କ ପୁଅ ନବକିଶୋର ସେନାପତି ଭଣଜା ବିବାହରେ ଯୋଗଦେବା ପାଇଁ ମସ୍କାବାରୀ ଗ୍ରାମକୁ ଆସିଥିଲେ। ଗତକାଲି ରାତ୍ର ୧୦ଟା ସମୟରେ ମସ୍କାବାରୀ ଗ୍ରାମରୁ ଭଣଜା ବିବାହ ବରଯାତ୍ରୀରେ ଏକ ମୋଟର ସାଇକେଲ OD 25 3017ନମ୍ବର ଗାଡ଼ିରେ ମହିପୁର କଲ୍ୟାଣ ମଣ୍ଡପ ଅଭିମୁଖେ ଯାଉଥିବା ବେଳେ ସମ୍ପଡା-ମାଇଛେଳି ରାସ୍ତା ମଧ୍ୟରେ ପଛରୁ ଆସୁଥିବା ଆଉ ଏକ ମୋଟର ସାଇକେଲ OD 02 BR 2191 ଧକ୍କା ଦେବାରୁ ନବକିଶୋର ଆଗରେ ଯାଉଥିବା ବାଇକରୁ…
Read Moreଦୁର୍ଗମ ଅଞ୍ଚଳ ବୁଲି ଆଦିବାସୀଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ପଞ୍ଚାୟତ ଅଧିନରେ ଥିବା ଦୁର୍ଗମ ଆଦିବାସୀ ଅଞ୍ଚଳ ବଡ଼ଜିରୀ, ତୁକୁଡ଼ା, ଲୁଣି ପରିଦର୍ଶନ କରି ଲୋକ ମାନଙ୍କ ସମସ୍ୟା ବୁଝିବା ସହ ତୁକୁଡା ଗ୍ରାମରେ ଏକ କୋଠଘର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା। ବିଧାୟକଙ୍କ ସହିତ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ସରପଞ୍ଚ ସୁମିତ୍ରା ଜାନୀ, ସମିତି ସଭ୍ୟା ପ୍ରଭାତୀ ମଳିକ, ନାଏବ ସରପଞ୍ଚ ପ୍ରହଲ୍ଲାଦ ମଳିକ, ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା, ଯୁବ ସଂଗଠକ ଦିଲ୍ଲୀପ କୁମାର ଜାନୀ, ପ୍ରକାଶ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଲୋକମାନଙ୍କୁ ବିଭିନ୍ନ ସମସ୍ୟା ପଚାରି ବୁଝିବା ସହ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ବିଧାୟକ। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ଅଞ୍ଚଳ ବାସୀ ବିପୁଳ ସ୍ଵାଗତ…
Read More