ମାଳିସାହି ସରସ୍ବତୀ ଶିଶୁମନ୍ଦିରରେ ବିଜ୍ଞାନମେଳା ଓ କଣ୍ଢେଇମେଳା ଅନୁଷ୍ଠିତ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ ମାଳିସାହି ସରସ୍ବତୀ ଶିଶୁଵିଦ୍ୟାମନ୍ଦିର ପରିସରରେ ଶିଶୁମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ରୁଚିସୃଷ୍ଟି କରାଇବା ପାଇଁ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଏବଂ ଅରୁଣ ଓ ଉଦୟ ଶ୍ରେଣୀ ଶିଶୁମାନଙ୍କ ପାଇଁ କଣ୍ଢେଇମେଳା ଅନୁଷ୍ଠିତ ହୋଇଯାଇଅଛି। ବିଜ୍ଞାନମେଳାରେ ୩୦ଜଣ କୁନି ବୈଜ୍ଞାନିକ ସେମାନଙ୍କର ପ୍ରକଳ୍ପ ପ୍ରଦର୍ଶନ କରିଥିବା ଜଣାଯାଇଛି, ସେହିପରି କଣ୍ଢେଇମେଳାରେ ୨୫ଜଣ କୁନିକୁନି ଶିଶୁ ବିଭିନ୍ନ ରଙ୍ଗ ବେରଙ୍ଗର ସୁସଜ୍ଜିତ କଣ୍ଢେଇ ପ୍ରଦର୍ଶନ କରିଛନ୍ତି।ପ୍ରତିଯୋଗିତାର ବିଚାରକଭାବେ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, କ୍ରିଦାଶପୁରର ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର କୁଣ୍ଡ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାଧାମୋହନ ପତି ଓ ମୁରଲୀଧର ମହାରଣା ଯୋଗଦେଇ ପ୍ରକଳ୍ପଗୁଡିକ ମୂଲ୍ୟାଙ୍କନ କରିବା ସହିତ କୁନି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଛନ୍ତି। ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମନୋରଞ୍ଜନ ପଣ୍ଡା ସମସ୍ତ ଶିଶୁଙ୍କ ମନରେ ବୈଜ୍ଞାନିକ ଭାବନା ସୃଷ୍ଟି ହୋଇ ସମୃଦ୍ଧ ଦେଶ ଗଠନରେ ସହାୟକ ହେବାକୁ ପ୍ରେରଣା ଦେବା ସହିତ ଶିଶୁମାନଙ୍କୁ ପ୍ରତିଯୋଗିତା ପାଇଁ ସମୟ, ଶ୍ରମ ଓ ସହାୟକ ଭାବେ କାର୍ଯ୍ୟକରିଥିବା ପିତା, ମାତା, ଅଭିଭାବକ ଓ ଅଭିଭାବିକା ମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇବା ସହିତ ବିଦ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତାମାନଙ୍କ ସକ୍ରିୟ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ସଫଳ ହୋଇଥିବା ଜଣାଯାଇଛି।

Related posts