ସପ୍ତମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ ଉଦଯାପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଯୁବଗୋଷ୍ଠୀ ଚାହିଁଲେ ସେବା ଏକ ଆନ୍ଦୋଳନ ହୋଇପାରିବ। ସେବାକୁ ଓଲଟାଇଲେ ବାସେ, ଏଣୁ ଏହାର ମହକରେ ସମାଜ ସୁଧାରି ହେବ। ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଗତ ଜୁଲାଇ ୧ ତାରିଖରୁ ଅନୁଷ୍ଠିତ ସପ୍ତମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବରେ ଯୋଗଦେଇ ମଂଚାସୀନ ଅତିଥିମାନେ ଏଭଳି ମତ ରଖିଛନ୍ତି । ଗତ ଜୁଲାଇ ୧ତାରିଖ ଠାରୁ ଆରମ୍ଭ ହୋଇ ଜୁଲାଇ ୧୯ ତାରିଖ ଯାଏଁ ଅନୁଷ୍ଠିତ ହୋଇଯାଇଥିବା ଏହି ଜିଲ୍ଲାସ୍ଥରୀୟ ଉତ୍ସବରେ ଜିଲ୍ଲାର ୨ ହଜାର ଲୋକଙ୍କୁ ଖାଦ୍ୟ, ବସ୍ତ୍ର, ରାସନ ଓ ଆର୍ଥିକ ସହାୟତା ସାଙ୍ଗକୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଯାଇଥିଲା। ଚଳିତ ବର୍ଷ ଏହି ସେବାଉତ୍ସବ ଜିଲ୍ଲାର ଆଠୋଟି ବ୍ଲକ ପରିକ୍ରମା କରିଥିବା ବେଳେ ସେବା ଉତ୍ସବର ସ୍ବେଛାସେବୀ ମାନେ ଘର ଘର ବୁଲି ଅସହାୟ ଓ ଅଭାବ ଅନାଟନ ଭିତରେ…

Read More

ନୟାଗଡ଼ରେ ୫-ଟି ସଚିବ, ଦାବି ଦୋହରାଇଲା ବିକାଶ ମଞ୍ଚ

ନୟାଗଡ଼,(ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ତାଙ୍କର ପ୍ରତିନିଧି ଭାବେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସମସ୍ୟା ଜାଣିବା ଓ ସେ ସବୁର ସମାଧାନ ପାଇଁ ବାଟ ତିଆରି କରିବା ଲକ୍ଷ୍ୟରେ ଦୁଇଦିନିଆ ନୟାଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି ଭି କାର୍ତିକେୟ ପାଣ୍ଡିଆନ୍। ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍‌ଙ୍କ ଗସ୍ତ ଅବସରରେ ଜିଲ୍ଲାର ବିଭିନ୍ନ ଦାବି ନେଇ ତାଙ୍କର ଦୃଷ୍ଟି ଆକର୍ଷଣ କରିଛି ନୟାଗଡ଼ ବିକାଶ ମଞ୍ଚ। ଦୀର୍ଘ ଦିନ ଧରି ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପାଖରେ ଅଳି କରି ଆସୁଥିବା ନୟାଗଡ଼ ବିକାଶ ମଞ୍ଚ ଆଜି ମେଲ୍‌ ଯୋଗେ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ପୁଣିଥରେ ପୁରୁଣା ଦାବି ମନେ ପକାଇ ଦେଇଛନ୍ତି। ଜିଲ୍ଲା ଗସ୍ତ ଅବସରରେ ଶ୍ରୀ ପାଣ୍ଡିଆନ୍‌ ଏହି ଦାବି…

Read More

ସାଇ ଶୁଭମଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ୫୧ ୟୁନିଟ୍‌ ରକ୍ତ ସଂଗ୍ରହ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜିକାଲିର ଯୁବପୀଢ଼ି ନିଜର ଜନ୍ମଦିନକୁ ଆଧୁନିକ ଚାକଚକ୍ୟ ଆଉ ଆଡମ୍ୱର ପୂର୍ଣ୍ଣ ଭାବେ ପାଳନ କରୁଥିବା ବେଳେ କିନ୍ତୁ ଆମ ନୟାଗଡ଼ ବ୍ଳକ ଅନ୍ତର୍ଗତ ଇଟାମାଟି ଗ୍ରାମର ସାଇ ଶୁଭମ୍ ଏଇ ସବୁର ଉର୍ଦ୍ଧ୍ବରେ ରହି ଆଗାମୀ ଭବିଷ୍ୟତ, ପରିବେଶକୁ ଦୃଷ୍ଟି ରଖି ନିଜ ଜନ୍ମଦିନରେ ସାଙ୍ଗ ସାଥୀଙ୍କ ସହ ବୃକ୍ଷରୋପଣ ଏବଂ ରାଜ୍ୟରେ ରକ୍ତ ଅଭାବ ଦୂର ନିମନ୍ତେ ରକ୍ତଦାନ ଶିବିରର ଆୟୋଜନ କରିଛନ୍ତି। ଏହି ପ୍ରରିପେକ୍ଷୀରେ ସାଇସିଦ୍ଧି ଫାଉଣ୍ଡେସନ, ଦି ସ୍କ୍ୱାର୍ଡ ଗ୍ରୁପ ଏବଂ ଜୀବନ ବିନ୍ଦୁ ସହଯୋଗରେ ବ୍ରଜେନ୍ଦ୍ର ହାଇ ସ୍କୁଲ ପରିସରରେ ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଉଦ୍ଘାଟନ କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଉପସ୍ଥିତ ଥିଲେ। ଯୁବବର୍ଗଙ୍କ ଏଭଳି…

Read More

ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ରେଳ ଷ୍ଟେସନରେ ଧାରଣା, ଉଚ୍ଚସ୍ତରୀୟ ବୈଠକ ପରେ ଆନ୍ଦୋଳନ ସ୍ଥଗିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ପୂର୍ବ ନିଷ୍ପତ୍ତି ମୁତାବକ ବିଭିନ୍ନ ଦାବି ନେଇ ନୟାଗଡ଼ ନାଗରିକ ମଞ୍ଚ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ନୟାଗଡ଼ ଟାଉନ ରେଳ ଷ୍ଟେସନରେ ଆଜି ସକାଳେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା । ତେବେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ପରେ ଆନ୍ଦୋଳନକୁ ଦୁଇମାସ ପାଇଁ ସ୍ଥଗିତ ରଖାଯାଇଛି । ସୂଚନାଯୋଗ୍ୟ ଯେ ଗତ ୧୦ ତାରିଖ ଦିନ ୮ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଖୋର୍ଦ୍ଧାରୋଡ଼ ଡିଭିଜନାଲ ରେଲୱେ ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଷ୍ଟେସନ ମ୍ୟାଜେନର ସଞ୍ଜୟ ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା । ଏହି ଦାବି ଗୁଡ଼ିକ ମଧ୍ୟରେ ନୟାଗଡ଼ରୁ ଭୁବନେଶ୍ୱର ଯାଉଥିବା ମେମୁ ଟ୍ରେନ ବାରମ୍ବାର ଅଚଳ ହେବା, ଅପେକ୍ଷାରତ ଯାତ୍ରୀଙ୍କ ପାଇଁ ବିଶ୍ରାମସ୍ଥଳୀର ସଂପ୍ରସାରଣ, ଯାତ୍ରୀମାନଙ୍କ ପାଇଁ ଥଣ୍ଡାପାନୀୟ ଜଳର ବ୍ୟବସ୍ଥା, ନୟାଗଡ଼ରୁ କଲିକତା ଏବଂ ବିଶାଖାପାଟଣାକୁ ଟ୍ରେନ ଚଳାଚଳ, ନିର୍ମାଣଧିନ…

Read More

ମହିତମା ଫରେଷ୍ଟରଙ୍କ ବଦଳି ନେଇ ଅଞ୍ଚଳ ବାସୀଙ୍କ ଗଣଧାରଣା

ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ ଅନ୍ତର୍ଗତ ମହିପୁର ବନାଞ୍ଚଳ ଅଧୀନରେ ଥିବା ମହିତମା ବନପାଳ ରାକେଶ କୁମାର ସାହୁଙ୍କ ତୁରନ୍ତ ବଦଳି ନିମନ୍ତେ ଅଞ୍ଚଳବାସୀଙ୍କ ତରଫରୁ ଗଣଧାରଣା ଦିଆଯାଇଛି । ସୂଚନା ଥାଉକି ମହିତମା ବନପାଳ ରାକେଶ କୁମାର ସାହୁ ଜଙ୍ଗଲକୁ ଠିକ୍ ଭାବେ ଜଗୁନଥିବା ଯୋଗୁଁ କାଠ ମାଫିଆମାନେ ଅବାଧରେ ଗଛ କାଟି ଖୁଲମଖୁଲା ଜଙ୍ଗଲରୁ ଲୁଟ୍ କରୁଛନ୍ତି ଏବଂ ପୁରୁଣା ଘରକୁ ଭାଙ୍ଗି ନୂଆ ପାଚେରି କାମରେ ଲଗାଉଛନ୍ତି। କାମ କରୁନଥିବା ଲୋକମାନଙ୍କଠାରୁ ଜବ କାର୍ଡ ନେଇ ଟଙ୍କା ଉଠାଉଛନ୍ତି। ଏଭଳି ଦୁର୍ନୀତି କରିବା ସହ ରକ୍ଷକ ହୋଇ ଭକ୍ଷକ ସାଜିଛନ୍ତି ମହିତମା ଫରେଷ୍ଟର ରାକେଶ କୁମାର ସାହୁ। ଏ ନେଇ ଫରେଷ୍ଟ ଶ୍ରୀ ସାହୁଙ୍କୁ ତୁରନ୍ତ ବଦଳି କରିବା ନେଇ ଜିଲ୍ଲାପାଳ, ବିଧାୟକ, ଆର.ସି.ଏଫ୍, ପି.ସି.ସି.ଏଫ୍, ଏସ.ପି, ଡି.ଏଫ.ଓଙ୍କୁ ଚଳିତ ମାସ ୧୪…

Read More

କୋଟି କୋଟି ଟଙ୍କାର ସମ୍ପତ୍ତି ଥାଇ ପ୍ରଭୁ ଗୋପୀନାଥ ଉପାସରେ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୁରୁଣା ସହରରେ ବିଜେ ଗୋପୀନାଥ ଜୀଉଙ୍କ ନାମରେ ଥିବା କୋଟି କୋଟି ଟଙ୍କା ମୂଲ୍ୟର ଭୁସମ୍ପତ୍ତି ନୟାଗଡ଼ କଲେଜ ନିଜ ଅକ୍ତିଆରରେ ଜୋର ଜବରଦସ୍ତ ରଖି କିଛି ଜମିରେ ନିର୍ମାଣ କାର୍ଯ୍ୟ କରିଥିବା ବେଳେ ଠାକୁରଙ୍କୁ ଏକଟଙ୍କା ନଦେବା ପାଇଁ ବିଭିନ୍ନ ଷଡଯନ୍ତ୍ର କରୁଥିବାର ଅଭିଯୋଗ ପରେ ବର୍ତ୍ତମାନ ଠାକୁରଙ୍କ ନାମରେ ଥିବା ନୟାଗଡ଼ ବ୍ଲକ୍ କୃଷ୍ଣପ୍ରସାଦ ଗ୍ରାମରେ ୩ଏକର ୨୦ ଡିସିମିଲ ଯାଗାକୁ ହସ୍ତାନ୍ତର କରିବା ପାଇଁ ନିଜେ ଉପ-ଜିଲ୍ଲାପାଳ ତଥା ଦେବୋତ୍ତର ନିର୍ବାହି ଅଧିକାରୀ ଦୋବୋତ୍ତର କମିଶନରଙ୍କୁ ଆବେଦନ କରିଛନ୍ତି। କାହାକୁ କିମ୍ବା କାହାପାଇଁ ଉକ୍ତ ଜମିକୁ ହସ୍ତାନ୍ତର କରାଯିବ ସେ ସଂକ୍ରାନ୍ତରେ ଅଭିଯୋଗ ଆହ୍ବାନ ଚିଠିରେ କିଛି ସୂଚନା ନଥିବାବେଳେ ଉପଜିଲ୍ଲାପାଳ କାହା ଚାପରେ ଠାକୁରଙ୍କ ଜମି ଅନ୍ୟ କାହାକୁ ଦେବାପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଏହା ଏକ…

Read More

ପୁରୁଣା ରାଜବାଟୀଠାରେ ବିଜେପିର ମିଶ୍ରଣ ପର୍ବ

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଜନତା ପାର୍ଟି ପକ୍ଷରୁ ନୟାଗଡରେ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂଙ୍କ ନେତୃତ୍ବରେ ପୁରୁଣା ରାଜବାଟି ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଯାଇଛି । ଏହି ମିଶ୍ରଣ ପର୍ବରେ ନୟାଗଡ ବ୍ଲକ ଖୁଣ୍ଟୁବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅଶ୍ବସ୍ଥପଡା ଗ୍ରାମର ନୟାଗଡ ଜିଲ୍ଲା କଂଗ୍ରେସର ଦଳିତ ଓ ଆଦିବାସୀ ସେଲ ସଭାପତି ଭଗବାନ ମଲ୍ଲିକଙ୍କ ସମେତ ସେହି ଗ୍ରାମର ପ୍ରଫୁଲ୍ଲ ରାଉତ, ଡମି ବରାଡ, ଖଦାଳ ସେଠି, ଧନୀ ପ୍ରଧାନ, ଗୋବିନ୍ଦ ମଲ୍ଲିକ, ମହନ୍ତ ପ୍ରଧାନଙ୍କ ସହ ୫୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଏବଂ କାନକଟା ସ୍ଥିତ ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ମଜଦୁର ସଙ୍ଘର ସଭାପତି ରବି ଜେନା, ସମ୍ପାଦକ ବିରଞ୍ଚି ନାରାୟଣ ବେହେରା ଓ ବିଜୟ କୁମାର ପ୍ରଧାନଙ୍କ ନେତୃତ୍ବରେ ବହୁ କର୍ମକର୍ତ୍ତା ଆଜି ଭାରତୀୟ ଜନତା ପାର୍ଟିରେ ଯୋଗଦାନ ଦେଇଛନ୍ତି।…

Read More

ଜିଲ୍ଲା ଆଇନ ସେବା ପ୍ରାଧିକରଣ ନୟାଗଡଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ପାଇଲେ ବୃଦ୍ଧ ପିତାମାତା

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡଗାଁ ଥାନା ଅଧ୍ଵନସ୍ଥ ବାଲିଶିଂସା ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁ ଓ ପଦ୍ମିନୀ ସାହୁ ବାର୍ଦ୍ଧକ୍ୟ ସମୟରେ ସେମାନଙ୍କ ଖାଦ୍ୟପେୟ ଓ ଅନ୍ୟାନ୍ୟ ମୌଳିକ ସୁବିଧାରୁ ବଞ୍ଚିତ ହେବାରୁ; ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଦ୍ବାରସ୍ଥ ହୋଇଥିଲେ। ପ୍ରାଧିକରଣ ସେମାନଙ୍କ ଦରଖାସ୍ତକୁ ଗ୍ରହଣକରି ପଞ୍ଜୀକୃତ କରିଥିଲେ ଏବଂ ପ୍ରାଧିକରଣର ତାଲିକାଭୁକ୍ତ ଓକିଲ ରମେଶ ଚନ୍ଦ୍ର ମହାରଣାଙ୍କୁ ମୋକଦ୍ଦମା ପରିଚାଳନା ନିମନ୍ତେ ନିର୍ଦେଶ ଦେଇଥିଲେ । ମାନ୍ୟବର ପରିବାର ଅଦାଲତ, ନୟାଗଡ ସେମାନଙ୍କ କେସକୁଗ୍ରହଣକରିବା ସହିତ ଉଭୟପକ୍ଷଙ୍କ ଯୁକ୍ତିକୁ ଶୁଣି ବୃଦ୍ଧ ପିତାମାତାଙ୍କ ଭରଣ ପୋଷଣ ନିମନ୍ତେ ବଡ ପୁଅ ଶିବ ସାହୁ ବାପାଙ୍କୁ ମାସିକ ଟ. ୧୮୦୦.୦୦ ଓ ମାଙ୍କୁ ଟ. ୧୮୦୦,୦୦ ଏବଂ ସାନ ପୁଅ ବିଜୟ ସାହୁ ବାପା ଙ୍କୁ ଟ. ୧୨୦୦,୦୦ ଓ ମାଙ୍କୁ ଟ. ୧୨୦୦,୦୦ ଲେଖାଏଁ ଦେବାପାଇଁ…

Read More

ଦାସିଆ ଅଜାଙ୍କ ୧୧୬ତମ ଜନ୍ମବାର୍ଷିକୀ ଅବସରରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ଏବଂ ସମସ୍ତଙ୍କ ପ୍ରିୟ ଦାଶରଥି ପଟ୍ଟନାୟକ ଓରଫ ଦାସିଆ ଅଜାଙ୍କ ୧୧୬ତମ ଜନ୍ମ ଜୟନ୍ତୀ ଅବସରରେ ଦାସିଆ ଅଜା ସ୍ମୃତି କମିଟି ତରଫରୁ କଚେରୀ ବଜାରସ୍ଥିତ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଦାସିଆ ଅଜା ଅମର ରହେ,ଦାସିଆ ଅଜା ଆମ ପ୍ରଣାମ ଘେନ ଆଦି ସ୍ଲୋଗାନରେ ସ୍ଥାନୀୟ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା । ସ୍ମୃତି କମିଟି ଅଧ୍ୟକ୍ଷ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ନୟାଗଡ଼ ମୁନିସିପାଲଟି ଉପାଧ୍ୟକ୍ଷ…

Read More

ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଆଞ୍ଚଳିକ ସାଧନ କେନ୍ଦ୍ର ସଂପଡ଼ାରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଚିନ୍ତାମଣି ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଭୀମସେନ ସାହୁଙ୍କ ସଭାପତିତ୍ଵରେ ଏବଂ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ଗୋହିରୀ ବାଦୁ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭରତ ଚନ୍ଦ୍ର ପ୍ରଧାନ ଏବଂ ଚିନ୍ତାମଣି ବିଦ୍ୟାପୀଠ ସଂପଡ଼ାର କିରାଣୀ ଯୁଧିଷ୍ଠିର ନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା | ନୂତନ ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ କରିଥିବା ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ମଲ୍ଲିକ୍ (ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାରାଢିପି), କୁଳମଣି ନାଏକ (ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାଣିଗିରୀ)ଙ୍କୁ ସ୍ଵାଗତ କରାଯାଇଥିଲା। ଉକ୍ତ ସଭାରେ…

Read More