ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ରେ ଏଫ୍ ଏଲ ଏନ୍ ଉପରେ ବ୍ଲକ୍ ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ବି ଆର୍ ସି ସି ଜ୍ୟୋତ୍ସ୍ନା ରାଣୀ ସେଠୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କର୍ମଶାଳା ରେ ପ୍ରଥମ ଦିନ ୭୦ ଜଣ ଏବଂ ଦ୍ଵିତୀୟ ଦିନ ୧୦୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରି ଭାଷା ଶିକ୍ଷଣ ସାମଗ୍ରୀ ଏବଂ ସଂଖ୍ୟାଜ୍ଞାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ।ବିଚାରପତି ଭାବେ ମଦନ ମୋହନ ପ୍ରଧାନ ଏବଂ ଭବାନୀ ଚରଣ ପ୍ରଧାନ ଯୋଗଦେଇ ଶିକ୍ଷକ ଶିକ୍ଷୟତ୍ରୀ ଭାଷା ଶିକ୍ଷଣ ସାମଗ୍ରୀ ଏବଂ ସଂଖ୍ୟାଜ୍ଞାନ ଶିକ୍ଷଣ ସାମଗ୍ରୀ ,ଦଳ ନଂ ୧ ର ଶିକ୍ଷକ ଶିକ୍ଷୟତ୍ରୀ ଅତି ଉଚ୍ଚ କୋଟୀର ପ୍ରଦର୍ଶନ…
Read MoreCategory: ନୂଆଗାଁ ବ୍ଲକ
ମଣ୍ଡଳସ୍ତରୀୟ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଆଲୋଚନାଚକ୍ର ଏବଂ ସେମିନାର୍ ଅନୁଷ୍ଠିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ଇନଡୋର ଷ୍ଟାଡିୟମ ପରିସରରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଭକ୍ତରଂଜନ ମିଶ୍ରଙ୍କ ସଭାପତିତ୍ୱରେ ମଣ୍ଡଳସ୍ତରୀୟ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ଏକ ଆଲୋଚନାଚକ୍ର ଏବଂ ସେମିନାର୍ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସେମିନାରରେ ଓଡ଼ଗାଁ ବ୍ଲକର ପ୍ରାୟ ୫୫୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଏ ଅବସରରେ ନୟାଗଡ଼ ବିଧାୟକ ମାନ୍ୟବର ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ୩୪ ଜଣ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବ୍ଲକ୍ ପ୍ରଶାସନିକ ଅଧିକାରୀ ଏବଂ ଓଡ଼ଗାଁ ବ୍ଲକ୍ ସାମ୍ବାଦିକମାନଙ୍କୁ ଫୁଲତୋଡା, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମ୍ମାନିତ ଅତିଥି ରୂପେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଓଡ଼ଗାଁବ୍ଲକ୍ ଅଧ୍ୟକ୍ଷ ଲୋକନାଥ ସାହୁ,ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ ଓ ବ୍ଲକ୍ ଶିକ୍ଷାଧିକାରୀ ଗୀତାଞ୍ଜଳି…
Read Moreନୂଆଗାଁ ଥାନାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି.। ଅବସରପ୍ରାପ୍ତ ଶିକ୍ଷକ ପତିତ ପାବନ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ନୂଆଗାଁ ଥାନା ଅଧିକାରୀ ନାରାୟଣ ଚନ୍ଦ୍ର ଲେଙ୍କାଙ୍କ ସମେତ ଏସ ଆଇ ପୁରୁଷୋତ୍ତମ ପ୍ରଧାନ, ତାନସେନ ବେହେରା,ଏ ଏସ ଆଇ ଜଗନ୍ନାଥ ଜେନା, ମନୋରଞ୍ଜନ ଦେହୁରୀଙ୍କ ସମେତ ନୂଆଗାଁ, କୋରଡ଼ା, ମହୀପୁର ପଞ୍ଚାୟତର ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ। ପୂର୍ଵ ବୈଠକ ର ବିବରଣୀ ପାଠ କରିଥିଲେ ଅବସରପ୍ରାପ୍ତ ଶିକ୍ଷକ ଦେବରାଜ ଖଣ୍ଡୁଆଳ। ଏହି ବୈଠକର ମୁଖ୍ୟ ଉଦେଶ୍ୟ ପୋଲିସ ଓ ଜନସାଧାରଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେବ ସହିତ ଗ୍ରାମ ମାନଙ୍କରେ ଆମ ପୋଲିସ ସମିତି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରିବା ଉପରେ ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଥିଲେ।ଏହି ବୈଠକ ରେ ଅଞ୍ଚଳର ସମସ୍ୟା ବିଷୟରେ…
Read Moreଗଞ୍ଜେଇ ସନ୍ଦେହରେ କୋରିଅର ଗାଡିକୁ ପିଛା ଘଟଣାରେ ଚାରି ଡକାୟତଙ୍କୁ ଗିରଫ କରିଛି ଗଣିଆ ପୋଲିସ
ଗଣିଆ,(ନୟାଗଡ଼ ଦର୍ପଣ): ଗଣିଆ ପୋଲିସକୁ ମିଳିଛି ଏକ ବଡ଼ ସଫଳତା l ଗତ ବୁଧବାର ଦିନ ଗଞ୍ଜେଇ ସନ୍ଦେହରେ ଏକ ଟାଟା ଏସି ଗାଡିକୁ ପିଛା କରିବା ସହିତ ଧକ୍କା ମାରିବା ଓ ଡ୍ରାଇଭର ଠାରୁ 2000 ଟଙ୍କା ଛଡେଇ ନେବା ସହିତ ଧମକ ଚମକ ଦେଇଥିଲେ l ହେଲେ ଡ୍ରାଇଭରର ଉପସ୍ଥିତ ବୁଦ୍ଧିପାଇଁ ଗଣିଆ ଥାନାରେ ଟାଟା ଏସି ଗାଡିକୁ ଭର୍ତ୍ତି କରିଦେଇଥିଲା l ପରେ ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲା l ଅଭିଯୋଗକୁ ଭିତ୍ତି କରି ଗଣିଆ ଥାନା ଅଧିକାରୀ ବିନୟ ରଞ୍ଜନ ପରିଡା ବିଭିନ୍ନ ସ୍ଥାନରେ ଛାନ ଭିନ ଜାରି ରଖିଥିଲେ l ବିଶେଷ ସୂତ୍ରରୁ ଖବର ପାଇଁ ଶୁକ୍ରବାର ଦିନ ମଧ୍ୟଖଣ୍ଡ ଗ୍ରାମରେ ଚଢ଼ାଉ କରି ଏହି ଗ୍ୟାଙ୍ଗର ଚାରି ଜଣଙ୍କୁ ଗ୍ରାମରୁ ଉଠେଇ ଆଣିଥିଲେ l ଗଣିଆ ଥାନାକୁ…
Read Moreଚାରା ବଣ୍ଟନ, ସବୁଜ ବିପ୍ଲବ ଓ ଜନସଚେତନତା ପଦଯାତ୍ରା
ନୟାଗଡ଼,(ନୟାଗଡ଼ ଦର୍ପଣ): ବଂଶୀଧର ଇଣ୍ଟର ନ୍ୟାସନାଲ ଫାଉଣ୍ଡେସନ ଫର ପିସ ଆଣ୍ଡ ଡେଭଲପମେଣ୍ଟ ଇଟାମାଟିର ୪ଥ ବାର୍ଷିକ ଜିଲ୍ଲାବ୍ୟାପି ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lଏହି କାର୍ଯ୍ୟକ୍ରମ ବଡ଼ ପଣ୍ଡୁସର ଗ୍ରାମ ପଞ୍ଚାୟତରୁ ଶୁଭାରମ୍ଭ ହୋଇଯାଇଛି l ଡାଳିମ୍ବ, ଅଁଳା, ପିଜୁଳି, ପେସ୍ତା, ବେଲ, ଶାଗୁଆନ ଆଦି ଦୁଇହଜାର ଚାରା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସମାଜସେବୀ ବିନୋଦିନୀ ମହାନ୍ତି, ଦୈନିକ ଖବର କାଗଜ ‘ସମ୍ବାଦ’ର ଜିଲ୍ଲା ପ୍ରତିନିଧି ରିତେନ୍ଦ୍ର ଛାଟୋଇ , ଧରିତ୍ରୀ ଜିଲ୍ଲା ପ୍ରତିନିଧି ଲୋକନାଥ ଦାସ, ଓଡ଼ିଶା ଖବର ଜିଲ୍ଲା ପ୍ରତିନିଧି ଦୀପକ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଡ଼ଃ. ରଙ୍ଗନାଥ ବେହେରା ସମାଜସେବୀ ପ୍ରଦୀପ କୁମାର ସାହୁ, ଧିରେନ କୁମାର ଦାସ, ବସନ୍ତ କୁମାର କର, ବିମଳ କୁମାର ଦାସ, ପ୍ରଫୁଲ୍ଲ କୁମାର ନାୟକ, ଉମେଶ ପଟ୍ଟନାୟକ,…
Read Moreପାଠ୍ୟ ପୁସ୍ତକ ସଂଶୋଧନ କର୍ମଶାଳାରେ ନୟାଗଡ଼ରୁ ୬ ଶିକ୍ଷକ
ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଚଳିତ ଇଂରାଜୀ ପାଠ୍ୟପୁସ୍ତକ ସଂଶୋଧନ କାର୍ଯ୍ୟ ଚଳିତ ମାସ ୨୪ ତାରିଖରୁ ୨୮ ତାରିଖ ୫ ଦିନପାଇଁ ଭୁବନେଶ୍ୱର ସ୍ଥିତ ରାଜ୍ୟ ଭାଷା ଏବଂ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି ପାଠ୍ୟପୁସ୍ତକ ସଂଶୋଧନ କାର୍ଯ୍ୟରେ ନୟାଗଡ଼ ଜିଲ୍ଲାରୁ ୬ଜଣ ଶିକ୍ଷକ ଯୋଗଦାନ କରି ସଂଶୋଧନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହି କ୍ରମରେ ଜିଲ୍ଲାରୁ ବରିଷ୍ଠ ଶିକ୍ଷକ ଦୁର୍ଗାକାନ୍ତ ଆଚାର୍ଯ୍ୟ,ପ୍ରଶାନ୍ତ ପଟ୍ଟନାୟକ,ଲକ୍ଷ୍ମୀଧର ସାହୁ,ସୁଜାତା ଦେବୀ ଏବଂ ବଲାଲ ପାତ୍ର ପ୍ରମୁଖ କର୍ମଶାଳାରେ ଯୋଗଦାନ କରି ତୃତୀୟରୁ ଅଷ୍ଟମ ଶ୍ରେଣୀ ଇଂରାଜୀ ବହିରେ ରହିଥିବା ତୃଟି ଗୁଡ଼ିକୁ ସଂଶୋଧନ କରିଥିଲେ । ରାଜ୍ୟ ଭାଷା ଏବଂ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ନିର୍ଦ୍ଦେଶିକା ସୁମିତା ଦାସଙ୍କ…
Read Moreଭିଜିଲାନ୍ସ ହାତରେ ଗଣିଆ ଅତିରିକ୍ତ ତହସିଲଦାର
ନୟାଗଡ଼, (ନୟାଗଡ଼ ଦର୍ପଣ): ସୁଚନା ଥାଉକି ନୟାଗଡ଼ ଜିଲ୍ଲା ଗଣିଆ ତହସିଲରେ ବର୍ତମାନ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଆଜି ସକାଳେ ବନମାଳିଙ୍କୁ ଗଣିଆ ତହସିଲ କଲେନିରୁ ଉଠାଇ ନେଇଛି ଭିଜିଲାନ୍ସ। ଗୋଟେ ବାଲି ବୋଝେଇ ହାଇୱା ଗାଡ଼ି ଛାଡ଼ିବାପାଇଁ ୧୫ ହଯାର ଟଙ୍କା ନେବାପାଇଁ ଜିଦି ଧରି ୧୩ ହଜାର ଟଙ୍କାରେ ଡିଲ ଫାଇନାଲ କରିଥିଲେ ଏବଂ ୧୦ ହଜାର ଟଙ୍କା ନଗଦ ନେଇଥିବା ବେଳେ ବାକି ୩ ହଜାର ଟଙ୍କା ଆଜି ନେଉଥିବା ସମୟରେ ନୟାଗଡ଼ ଓ ଭୁବନେଶ୍ୱର ଭିଜିଲାନ୍ସର ମିଳିତ ସହଯୋଗରେ ଧରା ପଡ଼ିଛନ୍ତି। ତାଙ୍କ ଠାରୁ ଅଧିକ ତଥ୍ୟ ପାଇଁ ଭିଜିଲାନ୍ସ ଅଧିକାରୀ ମାନେ ତଦନ୍ତ ଜାରି ରଖିଛନ୍ତି l
Read Moreଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଦୁଇ ନାବାଳକ ମୃତ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ସୋରଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛିl ସୋରଡ଼ା ଗାଁର ଭୋଇ ସାହିର ଦୁଇ ନାବାଳକ ମହାଦେବ ମନ୍ଦିର ପୋଖରୀକୁ ଗାଧୋଇବାକୁ ଯାଇ ବୁଡିଯାଇଥିଲେ । ମହେଶ ନାୟକଙ୍କ ୬ ବର୍ଷର ନାବାଳକ ପୁଅ ରିତେଶ ନାୟକ ଏବଂ ବାବୁ ନାୟକଙ୍କ ୬ ବର୍ଷର ପୁଅ ରାକେଶ ନାୟକ । ଗ୍ରାମର କିଛି ଯୁବକ ପୋଖରୀରେ ଗାଧୋଇବା ସମୟରେ ଗଙ୍ଗାଧର ଦଳେଇ ନାମଙ୍କ ଜୈନିକ ଯୁବକଙ୍କ ଗୋଡରେ ବାଜିବାରୁ ସେ ସମସ୍ତଙ୍କୁ କହିଥିଲେ। ପୋଖରୀରେ ବହୁ ଖୋଜାଖୋଜି କଲାପରେ ଦୁଇଜଣ ନାବାଳକଙ୍କୁ ଉଧାର କରି ପରିବାର ଲୋକଙ୍କୁ ଜଣାଇବା ସହ ସଙ୍ଗେ ସଙ୍ଗେ ନିକଟସ୍ଥ ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ଡାକ୍ତର ସେ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ସୁଚନା ଅନୁସାରେ ରିତେଶ…
Read Moreସରିଲା ନୂଆଗାଁ ରୋଡ଼-ଦଶପଲ୍ଲା ରେଳ ଲାଇନର ସୁରକ୍ଷା ଯାଞ୍ଚ, ଖୁବଶୀଘ୍ର ଗଡ଼ିବ ଟ୍ରେନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ ରେଳ ସୁରକ୍ଷାଅଧିକାରୀ ଏ.ଏମ.ଚୌଧୁରୀଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ବୈଷୟିକ ମଣ୍ଡଳୀ ନୂଆଗାଁ ରୋଡ଼-ଦଶପଲ୍ଲା ରେଳ ଲାଇନର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଦଶପଲ୍ଲା ଷ୍ଟେସନ କାର୍ଯ୍ୟ, ଟ୍ରାକ ଲାଇନ କାର୍ଯ୍ୟ, ଲୁପ ଲାଇନ ଓ ପ୍ୟାନେଲ ବୋର୍ଡ ଆଦି କାର୍ଯ୍ୟ ନିରିକ୍ଷଣ କରିଛନ୍ତି । ରେଳ ସୁରକ୍ଷା ଅଧିକାରୀ ଖୁବଶୀଘ୍ର ବିଭାଗକୁ ରିପୋର୍ଟ ଦେବେବୋଲି ପ୍ରକାଶ କରିଛନ୍ତି । ରିପୋର୍ଟ ଦେଲା ପରେ ଦଶପଲ୍ଲାକୁ ଟ୍ରେନ ଗଡିବ ବୋଲି ଜଣାପଡିଛି। ଏଥିନିମନ୍ତେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ମୁଖ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ଚୌଧୁରୀ ଯାଞ୍ଚ ସମ୍ପର୍କିତ ରିପୋର୍ଟ ଖୁବଶୀଘ୍ର ପ୍ରଦାନ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଯାଞ୍ଚ କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥର ମୁଖ୍ୟ ବ୍ରିଜ ଅଧିକାରୀ ଏବଂ ମୁଖ୍ୟ ସିଗନାଲ ଅଧିକାରୀଙ୍କ…
Read Moreମୁଖ୍ୟ ରେଳ ସୁରକ୍ଷା ଅଧିକାରୀଙ୍କ ଦଶପଲ୍ଲା ଷ୍ଟେସନ ନିରୀକ୍ଷଣ, ଖୁବଶୀଘ୍ର ଦଶପଲ୍ଲାକୁ ଗଡ଼ିବ ଟ୍ରେନ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ ରେଳ ସୁରକ୍ଷା ଅଧିକାରୀ ଏ.ଏମ.ଚୌଧୁରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ବୈଷୟିକ ମଣ୍ଡଳୀ ଆଜି ପୂର୍ବାହ୍ନରେ ନୂଆଗାଁ ରୋଡ଼-ଦଶପଲ୍ଲା ରେଳ ଲାଇନର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଏଣୁ ଖୁବଶୀଘ୍ର ଦଶପଲ୍ଲାକୁ ଟ୍ରେନ ଗଡ଼ିବା ପାଇଁ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ବେଳେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ମୁଖ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ଚୌଧୁରୀ ଯାଞ୍ଚ ସମ୍ପର୍କିତ ରିପୋର୍ଟ ଖୁବଶୀଘ୍ର ପ୍ରଦାନ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି। ଆଜିର ଏହି ଯାଞ୍ଚ କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥର ମୁଖ୍ୟ ବ୍ରିଜ ଅଧିକାରୀ ଏବଂ ମୁଖ୍ୟ ସିଗନାଲ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ପଦସ୍ଥ ଅଧିକାରୀ ମାନେ ଯୋଗଦାନ କରିଥିଲେ। ଆସନ୍ତା ଅଗଷ୍ଟ ମାସରେ ଦଶପଲ୍ଲା ଷ୍ଟେସନ କାର୍ଯ୍ୟକ୍ଷମ ହେବା ସହିତ ଖୁବଶୀଘ୍ର ଦଶପଲ୍ଲା ଭୁବନେଶ୍ୱର ଏବଂ…
Read More