ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ସଂପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ବଳ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଉଦ୍ଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମିପ୍ରିୟା ବେହେରା , ବ୍ଲକ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ , ରାଜସୁନାଖେଳା ଡିଆଇଟି ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ, ବରିଷ୍ଠ ପ୍ରଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ମନୋରଞ୍ଜନ ମିଶ୍ର , ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର କୁମାର ବେହେରା, ଚିନ୍ତାମଣି ବିଦ୍ୟାପୀଠ ସଂପଡ଼ା ପ୍ରଧାନ ଶିକ୍ଷକ ଭୀମସେନ ସାହୁ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫୁଲୋଚନ କହଁର ପ୍ରମୁଖ ଯୋଗ ଦେଇଥିଲେ । ସଂପଡା…
Read MoreCategory: ନୂଆଗାଁ ବ୍ଲକ
ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାରରେ ଦେବଦଳନ ରଥ ଚକ
ନୂଆଗାଁ,(ନୟାଗଡ଼ ଦର୍ପଣ): ପବିତ୍ର ରକ୍ଷାବନ୍ଧନ ଅବସରରେ ଅପରାହ୍ନରେ ଦୁରଦୁରା ଗ୍ରାମରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାରରେ ପୁରୀରୁ ଦେବଦଳନ ରଥର ଚକ ଆସି ପହଞ୍ଚିଛି। ଦୁରୁଦୁରା ଗ୍ରାମରେ ରଥଚକ ପହଞ୍ଚିବା ପରେ ସେଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ପ୍ରଥମେ ଆଜ୍ଞାମାଳ ଦେଇ ଶ୍ରଦ୍ଧାଳୁମାନେ ଗ୍ରାମକୁ ରଥଚକ୍ରକୁ ପାଛୋଟି ନେବା ସହ ଗ୍ରାମ ପରିକ୍ରମା କରିଥିଲେ । ପରେ ଉକ୍ତ ରଥଚକକୁ ଶ୍ରୀଜଗନ୍ନାଥ ସଂଗ୍ରହାଳୟରେ ସଂସ୍ଥାପନ କରାଯାଇଥିଲା l ଘଣ୍ଟ, ମୃଦଙ୍ଗ, ତୁରୀ, ଗିନି ଧ୍ଵନିରେ ଦୁରୁଦୁରା ଗ୍ରାମ ଉତ୍ସବମୁଖର ହୋଇଉଠିଥିଲା । ଏଥି ସହିତ କବିସୂର୍ଯ୍ୟନଗରରୁ ଆସିଥିବା ଘଣ୍ଟବାଦ୍ୟ ଦଳ ଏବଂ ମା’ ମଙ୍ଗଳା ପାଇକ ଆଖଡ଼ାର କଳାକାରମାନେ ସେମାନଙ୍କର ପାଇକ ନୃତ୍ୟକଳା ପ୍ରଦର୍ଶନ କରିଥିଲେ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସକଙ୍କ ସହଯୋଗରେ ସଂଗ୍ରହାଳୟକୁ ଆସିଥିବା ସଂଗ୍ରହାଳୟର ସଂପାଦକ ସଞ୍ଜୟ କୁମାର…
Read Moreବିଜୁ ମହିଳା ଜନତା ଦଳ କାର୍ଯ୍ୟକାରିଣୀ ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବିଜୁ ମହିଳା ଜନତା ଦଳର ଜିଲ୍ଲା କାର୍ୟ୍ୟକାରିଣୀ ବୈଠକ ବିଜେଡି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ମହିଳା ଜନତା ଦଳ ନୟାଗଡ଼ ଜିଲ୍ଲା ସଭାପତି ବିରଜା ଲକ୍ଷ୍ମୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜୁ ମହିଳା ଜନତା ଦଳ ସଭାପତି ସ୍ନେହାଙ୍ଗିନ ଛୁରିଆ ଯୋଗ ଦେଇଥିଲେ । ଏହି ବୈଠକରେ ବିଜୁ ମହିଳା ଜନତା ଦଳର ମହାସଚିବ କସ୍ତୁରୀ ମହାପାତ୍ର, ଅନୁସୁଚିତ ଜାତି ଓ ଜନଜାତିର ରାଜ୍ୟ ସଂଯୋଜିକା ଭାରତୀ ସିଂ, ବରିଷ୍ଠ ଉପସଭାନେତ୍ରୀ ମାନସି ସୁନ୍ଦରାୟ, ରାଜ୍ୟ ବିଜୁ ମହିଳା ଜନତା ଦଳର କୋଷାଧ୍ୟକ୍ଷ ଜୟଶ୍ରୀ ଦାସ, ବରିଷ୍ଠ ଉପସଭାନେତ୍ରୀ ପ୍ରଭାସିନି ନନ୍ଦ, ମାଳତୀ ଗୁରୁ ଓ ଜିଲ୍ଲାସ୍ତରୀୟ ସମସ୍ତ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଏହି ଅବସରରେ ନୟାଗଡ଼…
Read Moreଗଣିଆ ବସ ଷ୍ଟାଣ୍ଡର ଶୁଭ ଉଦଘାଟନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଗଣିଆ,(ନୟାଗଡ଼ ଦର୍ପଣ): ଆସନ୍ତା ତା.୨୩.୦୮.୨୦୨୩ ରିଖ ସନ୍ଧ୍ୟା ୫ ଘଟିକା ସମୟରେ ଆଭାସୀ ମାଧ୍ୟମରେ ଗଣିଆ ବସ ଷ୍ଟାଣ୍ଡର ଶୁଭ ଉଦଘାଟନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଗଣିଆ ଠାରେ ଏହିଉଦଘାଟନ କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଜିଲ୍ଲା ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ସମେତ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନ ସାଧାରଣ ଉପସ୍ଥିତ ରହିବେ l ତତ୍ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଓଡ଼ଗାଁ ବସଷ୍ଟାଣ୍ଡର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ଜିଲ୍ଲା ସସୱାଲ ହଲରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ହେବ ।…
Read Moreବନ୍ଧଭୂଇଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶୁଭ ଉଦଘାଟନ କଲେ ଦଶପଲ୍ଲାର ଜନପ୍ରିୟ ବିଧାୟକ ରମେଶ ବେହେରା
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବେରୁଆଁବାରି ପଞ୍ଚାୟତ ବନ୍ଧାଭୂଇଁ ଗ୍ରାମରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଶୁଭ ଉଦ୍ଘାଟନ ଉତ୍ସବ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ବନ୍ଧାଭୂଇଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କୁ ଉଦ୍ଘାଟନ କରିଥିଲେ । ତତ୍ ସହିତ ଶିକ୍ଷାର ଉନ୍ନତି ପାଇଁ ଛାତ୍ର ଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟା ଓ ବିଭିନ୍ନ ଯୋଜନା ସମ୍ପର୍କରେ କହିଥିଲେ। ୧୯୮୧ ମସିହାରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଦୀର୍ଘ ୪୨ ବର୍ଷ ଧରି ବିଦ୍ୟାଳୟଟି ପ୍ରାଥମିକ ବିଦ୍ୟାଳୟ ଭାବରେ ଚାଲିଥିଲା । ଆଜି ଅନୁଷ୍ଠାନିକ ଭାବରେ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରୂପାନ୍ତର ହୋଇଯାଇଛି…
Read Moreରାମେଶ୍ବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ରାମେଶ୍ବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖାଲମଡାରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅମୀୟ କୁମାର ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ଅମିତା ପରିଡ଼ା,ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳୀ ସାସମଲ ଯୋଗଦେଇ ୧୭୯ ଜଣ ଛାତ୍ର ଛାତ୍ରୀଙ୍କୁ ପୋଷାକ ବଣ୍ଟନ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସ୍ବାଇଁ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ପୋଷାକ ବଣ୍ଟନ ସମୟରେ ଉପସ୍ଥିତ ଥିଲେ।
Read Moreନୂଆଗାଁ ବ୍ଲକ୍ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ବିଶାଳ ରାଲି ଓ ପ୍ରତିବାଦ ସଭା
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ୮ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକ ମାନଙ୍କ ନିମ୍ନ ଲିଖିତ ଦାବି ଗୁଡିକୁ ଏଯାବତ ପୂରଣ କରାଯାଇନାହିଁ l ସେଥିପାଇଁ ଆଜି ସମସ୍ତ ପ୍ରାଥମିକ ସ୍କୁଲ ଶିକ୍ଷକ ମlନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଦାବିଗୁଡିକ ହେଲା ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷକର୍ମୀ ଓ ଶିକ୍ଷlସହାୟକ ମାନଙ୍କୁ ଠିକା କାର୍ଯ୍ୟ କଳାକୁ ଇନକ୍ରୀମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା , ଏକ୍ସ କ୍ୟାଡ଼ର ଉଚ୍ଛେଦ ସହ ଏକ୍ସ କ୍ୟାଡ଼ର , କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା,ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ…
Read Moreଭାଷା ଏବଂ ସଂଖ୍ୟାଜ୍ଞାନ ଉପରେ ବ୍ଲକ୍ ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ରେ ଏଫ୍ ଏଲ ଏନ୍ ଉପରେ ବ୍ଲକ୍ ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ବି ଆର୍ ସି ସି ଜ୍ୟୋତ୍ସ୍ନା ରାଣୀ ସେଠୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କର୍ମଶାଳା ରେ ପ୍ରଥମ ଦିନ ୭୦ ଜଣ ଏବଂ ଦ୍ଵିତୀୟ ଦିନ ୧୦୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରି ଭାଷା ଶିକ୍ଷଣ ସାମଗ୍ରୀ ଏବଂ ସଂଖ୍ୟାଜ୍ଞାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ।ବିଚାରପତି ଭାବେ ମଦନ ମୋହନ ପ୍ରଧାନ ଏବଂ ଭବାନୀ ଚରଣ ପ୍ରଧାନ ଯୋଗଦେଇ ଶିକ୍ଷକ ଶିକ୍ଷୟତ୍ରୀ ଭାଷା ଶିକ୍ଷଣ ସାମଗ୍ରୀ ଏବଂ ସଂଖ୍ୟାଜ୍ଞାନ ଶିକ୍ଷଣ ସାମଗ୍ରୀ ,ଦଳ ନଂ ୧ ର ଶିକ୍ଷକ ଶିକ୍ଷୟତ୍ରୀ ଅତି ଉଚ୍ଚ କୋଟୀର ପ୍ରଦର୍ଶନ…
Read Moreମଣ୍ଡଳସ୍ତରୀୟ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଆଲୋଚନାଚକ୍ର ଏବଂ ସେମିନାର୍ ଅନୁଷ୍ଠିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ଇନଡୋର ଷ୍ଟାଡିୟମ ପରିସରରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଭକ୍ତରଂଜନ ମିଶ୍ରଙ୍କ ସଭାପତିତ୍ୱରେ ମଣ୍ଡଳସ୍ତରୀୟ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ଏକ ଆଲୋଚନାଚକ୍ର ଏବଂ ସେମିନାର୍ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସେମିନାରରେ ଓଡ଼ଗାଁ ବ୍ଲକର ପ୍ରାୟ ୫୫୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଏ ଅବସରରେ ନୟାଗଡ଼ ବିଧାୟକ ମାନ୍ୟବର ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ୩୪ ଜଣ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବ୍ଲକ୍ ପ୍ରଶାସନିକ ଅଧିକାରୀ ଏବଂ ଓଡ଼ଗାଁ ବ୍ଲକ୍ ସାମ୍ବାଦିକମାନଙ୍କୁ ଫୁଲତୋଡା, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମ୍ମାନିତ ଅତିଥି ରୂପେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଓଡ଼ଗାଁବ୍ଲକ୍ ଅଧ୍ୟକ୍ଷ ଲୋକନାଥ ସାହୁ,ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ ଓ ବ୍ଲକ୍ ଶିକ୍ଷାଧିକାରୀ ଗୀତାଞ୍ଜଳି…
Read Moreନୂଆଗାଁ ଥାନାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି.। ଅବସରପ୍ରାପ୍ତ ଶିକ୍ଷକ ପତିତ ପାବନ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ନୂଆଗାଁ ଥାନା ଅଧିକାରୀ ନାରାୟଣ ଚନ୍ଦ୍ର ଲେଙ୍କାଙ୍କ ସମେତ ଏସ ଆଇ ପୁରୁଷୋତ୍ତମ ପ୍ରଧାନ, ତାନସେନ ବେହେରା,ଏ ଏସ ଆଇ ଜଗନ୍ନାଥ ଜେନା, ମନୋରଞ୍ଜନ ଦେହୁରୀଙ୍କ ସମେତ ନୂଆଗାଁ, କୋରଡ଼ା, ମହୀପୁର ପଞ୍ଚାୟତର ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ। ପୂର୍ଵ ବୈଠକ ର ବିବରଣୀ ପାଠ କରିଥିଲେ ଅବସରପ୍ରାପ୍ତ ଶିକ୍ଷକ ଦେବରାଜ ଖଣ୍ଡୁଆଳ। ଏହି ବୈଠକର ମୁଖ୍ୟ ଉଦେଶ୍ୟ ପୋଲିସ ଓ ଜନସାଧାରଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେବ ସହିତ ଗ୍ରାମ ମାନଙ୍କରେ ଆମ ପୋଲିସ ସମିତି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରିବା ଉପରେ ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଥିଲେ।ଏହି ବୈଠକ ରେ ଅଞ୍ଚଳର ସମସ୍ୟା ବିଷୟରେ…
Read More