ନୂଆଗାଁ ଗୋପାଳ ସମାଜର ନନ୍ଦ ଉତ୍ସବରେ ଯୋଗଦେଲେ ଦଶପଲ୍ଲା ବିଧାୟକ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ କୋରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମହିତମା ଠାରେ ଆୟୋଜିତ ୦୯ ରାଜ୍ୟ ପାରମ୍ପପାରିକ ଗୋପାଳ ସମାଜର ନନ୍ଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜିର ଏ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଦଶପଲ୍ଲା ତଥା ବିଜେଡି ଜିଲ୍ଲା ସଭାପତି ନୟାଗଡ଼ ଶ୍ରୀ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ନୟାଗଡ ଜିଲ୍ଲାର ନୂଆଗାଁ, ଦଶପଲ୍ଲା, ଖଣ୍ଡପଡା ବ୍ଲକର ଗୋପାଳ ସମାଜର ୨୦୦ରୁ ଉର୍ଦ୍ଧ ଗୋପାଳ ମାନେ ଏକତ୍ରିତ ହୋଇଥିଲେ । ନନ୍ଦଉତ୍ସବ ପାରମ୍ପରିକ କାର୍ଯ୍ୟକ୍ରମରେ ନନ୍ଦ ଉତ୍ସବ ଗ୍ରାମପରିକ୍ରମା କରଯାଇଥିଲା। ଶେଷରେ ପ୍ରସାଦ ସେବନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ତିନୋଟି ଗୋପାଳ ରାଜ୍ୟର ସଭାପତି ଯୋଗଦେଇଥିଲେ । ୯ ରାଜ୍ୟ ଗୋପ ଗୋପାଳ ସମାଜ ସଭାପତିଙ୍କ ସମେତ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ରାଜକିଶୋର ବେହେରା, ଖଣ୍ଡପଡା ରାଜ୍ୟ ସଭାପତି ସୁଭାଷ ଚନ୍ଦ୍ର ବେହେରା, ଦଶପଲ୍ଲା ରାଜ୍ୟ ସଭାପତି ପ୍ରଫୁଲ୍ଲ କୁମାର ବେହେରା, ସମ୍ପାଦକ ତରେଶ୍ଵର ବେହେରା, କୋଷାଧ୍ୟକ୍ଷ ନିରଞ୍ଜନ ବେହେରା ପ୍ରମୁଖ ଯୋଗଦେଇଥିଲେ ।

Related posts