ବିଶ୍ୱ ପରିବେଶ ଦିବସରେ ସମ୍ମାନିତ ହେଲା ‘ଅନନ୍ୟା ଫାଉଣ୍ଡେସନ’

ନୟାଗଡ଼,(ନୟାଗଡ଼ ଦର୍ପଣ): ଅନନ୍ୟା ଫାଉଣ୍ଡେସନ ଭୁବନେଶ୍ୱରର ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ସମ୍ମାନିତ ହୋଇଛି। ବିଗତ ଦିନ ଗୁଡ଼ିକରେ ଅନୁଷ୍ଠାନ ପକ୍ଷରୁ କରାଯାଇଥିବା ବୃକ୍ଷ ରୋପଣ, ପକ୍ଷୀ ମାନଙ୍କୁ ଜଳପାନ, ପ୍ଲାଷ୍ଟିକ ଫ୍ରି ନୟାଗଡ଼ ଅଭିଯାନ ପାଇଁ ଅନନ୍ୟା ଫାଉଣ୍ଡେସନକୁ ଏହି ସମ୍ମାନ ମିଳିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ଥିବା ବେଳେ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନନ୍ୟା ଫାଉଣ୍ଡେସନକୁ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ମାନନୀୟ ପ୍ରଦୀପ ଅମାତ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ଵାଳ, ଜଙ୍ଗଲ ଓ ପରିବେଶ…

Read More

ପଞ୍ଚାନନ ପଣ୍ଡା ପାଇଲେ ପ୍ରକୃତିବନ୍ଧୁ ପୁରସ୍କାର

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ ପରିବେଶ ଦିବସରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ଗୃହରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ସାବରମତୀ, ସମ୍ମାନିତ ଅତିଥି ରୂପେ ଡିଏଫ୍ଓ କ୍ଷମା ଷଡଙ୍ଗୀ, ଏସିଏଫ୍ ଶ୍ୱେତାଲିନା ସାହୁ, ମହାନଦୀ ବନ୍ୟପ୍ରାଣୀ ସଂରକ୍ଷକ, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ସୁଧାକର ଶତପଥୀ, ଜିଲ୍ଲା ଉଦ୍ୟାନ କୃଷି ନିର୍ଦ୍ଦେଶକ ସଭାମଣ୍ଡନ କରିଥିଲେ। ସମସ୍ତଙ୍କ ଗହଣରେ ଓଡ଼ଗାଁ ବ୍ଳକର ଅବସର ପ୍ରାପ୍ତ ଶିକ୍ଷକ ପଞ୍ଚାନନ ପଣ୍ଡା ପ୍ରକୃତିବନ୍ଧୁ ପୁରସ୍କାର ଗ୍ରହଣ କରିଛନ୍ତି।ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଆର୍ଥିକ ପୁରସ୍କାର ଦଶହଜାର ଟଙ୍କା, ପ୍ରଶଂସାପତ୍ର ଓ ଗୋଟିଏ ମୂଲ୍ୟବାନ ଗଛ ପ୍ରଦାନ କରାଯାଇଛି। ଶିକ୍ଷକତା କରିବା ସହିତ ବୃକ୍ଷରୋପଣ କରି ତା’ର ଯତ୍ନ ନେବା,ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ସଚେତନତା ରାଲି,ବାଇଚଢେଇର…

Read More

ଦଶପଲ୍ଲା ପୁଲିସକୁ ସଫଳତା, ଗଞ୍ଜେଇ ଜବତ, ୪ଗିରଫ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ଦଶପଲ୍ଲା ପୁଲିସ । ୨୪କେଜି ୫୦୦ ଗ୍ରାମ ଗଞ୍ଜେଇ ସହ ଚାଲାଣ ହେଉଥିବା ହୁଣ୍ଡାଇ କାର ଓ ୫ ଗୋଟି ମୋବାଇଲକୁ ପୁଲିସ ଜବତ କରିଛି । ସୁଚନା ଅନୁସାରେ ଗତକାଲି ଦିନବେଳେ ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିଲା। ଠିକ ସେହି ସମୟରେ ଦଶପଲ୍ଲାର ଯୋଗିବନ୍ଧ ନିକଟରେ ପାଟ୍ରୋଲିଂ ବେଳେ ଏହି କାର ଉପରେ ସନ୍ଦେହ ହେବାରୁ କାରଟିକୁ ଅଟକାଇଥିଲେ । ପୁଲିସର ତନାଘନା ପରେ କାରରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ଦଶପଲ୍ଲା ଥାନା ପକ୍ଷରୁ କେସ୍ ନଂ ୧୪୫ରେ ଏକ ମାମଲା ରୁଜ କରାଯାଇ ୪ଜଣଙ୍କୁ କୋର୍ଟ ଫରୱାଡ କରାଯାଇଛି । ଗିରଫ ଅଭିଯୁକ୍ତମାନେ…

Read More

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଭଜନ ସମାରୋହ

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତଥା ନବକଳେବର ରଥଚକ ସ୍ଥାପନ ସ୍ମୃତି ଅବସରରେ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ଶ୍ରୀ ସୃଜନ ସଙ୍ଗୀତାନୁଷ୍ଠାନ ପକ୍ଷରୁ ପୁରୁଣା ସହରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଙ୍ଗୀତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନୁଷ୍ଠାନର ସଭାପତି ନାଟ୍ୟଭୂଷଣ ଡ.ବିଜୟ ଚୌଧୁରୀ, ସମ୍ପାଦିକା ତଥା କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ, ସମାଜସେବୀ ପ୍ରମୋଦ ପଟ୍ଟନାୟକ ପ୍ରମୁଖଙ୍କ ସହଯୋଗରେ ଆୟୋଜିତ ଏହି ଭଜନ ସମାରୋହରେ କଣ୍ଠଶିଳ୍ପୀ ସୁରଗନ୍ଧର୍ବ ନବକିଶୋର ମିଶ୍ର, ପ୍ରାଣକୃଷ୍ଣ ମହାରଣା, ଜୟଶ୍ରୀ ଦେବୀ, ସରୋଜ ମିଶ୍ର, ରଜତ ନାରାୟଣ ଷଡଙ୍ଗୀ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିବା ବେଳେ ସମ୍ପାଦିକା ଜୟଶ୍ରୀ ଦେବୀ ମଞ୍ଚ ପରିଚାଳନା କରିଥିଲେ। ଏଥି ପୂର୍ବରୁ ରବୀନ୍ଦ୍ର ମହାପାତ୍ର ଏବଂ ଜୟଶ୍ରୀ ଦେବୀ କଣ୍ଠ…

Read More

ବଲାଙ୍ଗୀ ପାର୍କର ଆମ୍ଫି ଥିଏଟରରେ ନାଟକ “ଝଡ଼ ଆଳୁଅର ଖେଳ” ପରିବେଷଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ବଲାଙ୍ଗୀ ପାର୍କ ପରିସରସ୍ଥ ଆମ୍ଫି ଥିଏଟରରେ ଉଦଘାଟିତ ହେଲା ପ୍ରଥମ ସାଂସ୍କୃତିକ କାର୍ଯ୍ୟକ୍ରମ ସାମାଜିକ ନାଟକ। ପ୍ରାୟ ଦେଢ ହଜାରରୁ ଉର୍ଦ୍ଧ୍ବ ଦର୍ଶକଙ୍କ ଉପସ୍ଥିତିରେ ନୟାଗଡ ନାଟ୍ୟ ନିର୍ଦ୍ଦେଶକ ମହାସଂଘ ତରଫରୁ ମଞ୍ଚସ୍ଥ ହେଲା ନାଟକ “ଝଡ ଆଲୁଅର ଖେଳ” । ଇଂ ଆଶୁତୋଷଙ୍କ ମହାପାତ୍ର ରଚିତ ଓ ପରମାନନ୍ଦ ପ୍ରଧାନଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ଏହି ନାଟକକୁ କଳାକାରମାନେ ଉଦଘାଟନ କରିଥିଲେ। ପାରିବାରିକ କାହାଣୀ ଉପରେ ଆଧାରିତ ଏହି ନାଟକରେ ନାରୀ କବଳରେ କବଳିତ ପୁରୁଷ ଦ୍ବାରା ସୃଷ୍ଟି ହୋଇଥିବା ପାରିବାରିକ ଝଡ ଥମି ଯାଇ ପୁଣି ଆଲୋକରେ ରୂପାନ୍ତରିତ ହେବା ଥିଲା କାହାଣୀର ମୂଳ ବିଷୟ ବସ୍ତୁ। ସ୍ଥାନୀୟ କଳାକାରଙ୍କ ଅଭିନୟ ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିଲା। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇଙ୍କ ସମେତ…

Read More

ଅବସର ନେଲେ ଓଡ଼ଗାଁର ତିନି ଶିକ୍ଷକ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ୍ ଅନ୍ତର୍ଗତ ସରକାରୀ ଉଚ୍ଚବିଦ୍ୟାଳୟ, ରାବରାରେ କାର୍ଯ୍ୟରତ ଶିକ୍ଷକ ପ୍ରତାପ ଚନ୍ଦ୍ର ନାୟକ, ସରକାରୀ ପ୍ରାଥମିକ ବିଦ୍ୟାଳୟ, ଓଡ଼ଗାଁର ସଂଯୁକ୍ତା କୁମାରୀ ଦେଈ, ସରକାରୀ ପ୍ରାଥମିକ ବିଦ୍ୟାଳୟ, ଶାଳିଆଝରୀର କାର୍ତ୍ତିକ ପ୍ରଧାନ ଆଜି ସରକାରୀ ଶିଖା ସେବାରୁ ନିବୃତ୍ତ ହୋଇଛନ୍ତି। ନିଜ ନିଜ ବିଦ୍ୟାଳୟରେ ଏଥିପାଇଁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଭକ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସରପଞ୍ଚ କୃଷ୍ଣଚନ୍ଦ୍ର ସେନାପତି ମୁଖ୍ୟ ଅତିଥି ଏବଂ ଓଡ଼ଗାଁ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ବିଭୁପ୍ରସାଦ ସାହୁ ସ୍ୱତନ୍ତ୍ର ଅତିଥି, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନ, ସୁଶାନ୍ତ କୁମାର ବାରିକ, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଭାଗ୍ୟଲତା ଦାଶ, କମଳିନୀ ବେହେରା, ରବିନ୍ଦ୍ର କୁମାର ନାୟକ, ଆଞ୍ଚଳିକ ସାଧନକେନ୍ଦ୍ର…

Read More

ଜଣ ନୁହେଁ, ଗଣ ପତ୍ରିକା – “ମାଟିର ସ୍ୱର”

ଦଶପଲ୍ଲା,(ନୟାଗଡ଼ ଦର୍ପଣ); ସମ୍ପ୍ରତି ଦଶପଲ୍ଲାଠାରେ ମାଟିର ସ୍ୱର ଇ-ପତ୍ରିକାର ତୃତୀୟ ସଂଖ୍ୟା ଆଜି ତା ୩୧/୫/୨୩ ରିଖ ଦିନ ଶ୍ରୀମତୀ ଲୋପାମୁଦ୍ରା ମହାନ୍ତିଙ୍କ ଦ୍ୱାରା ମାଟି ମଣିଷଙ୍କ ଉଦେଷ୍ୟରେ ଆଭାସୀ ଉତ୍ସବ ମାଧ୍ୟମରେ ଲୋକାର୍ପଣ ହୋଇଯାଇଛି। ଶ୍ରୀମତୀ ସସ୍ମିତା ଦାଶ, ଢେଙ୍କାନାଳ, ଡ. ବାସନ୍ତୀ ମହାନ୍ତି, ଭୁବନେଶ୍ଵର, ମହାଶ୍ୱେତା ପଟ୍ଟନାୟକ, ଭୁବନେଶ୍ଵର, ବନ୍ଦନା ବିଶ୍ବାସ, ବାଲେଶ୍ଵର, ଡ. ଲକ୍ଷ୍ମୀପ୍ରିୟା ଦେଈ, ଦଶପଲ୍ଲା, ରୋହିତ ଜେନା, ଗଞ୍ଜାମ, ଶ୍ରୀକାନ୍ତ ପଣ୍ଡା, ଭଦ୍ରକ, ନଟବର ପ୍ରଧାନ, କଟକ, ଶ୍ରୀକାନ୍ତ ଘଡ଼ାଇ, ମୁମ୍ବାଇ, ଜ୍ଞାନ ପ୍ରକାଶ ବାରିକ, ବୌଦ୍ଧ, ଵିନୋଦ ବିହାରୀ ମହାରଣା, ଧୁଆମଡ଼ା, ବନମାଳୀ ସାହୁ ଓ ତାଙ୍କ ପରିବାର ବର୍ଗ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ଉଦେଶ୍ୟରେ ନିଜ ନିଜର ଶ୍ରଦ୍ଧାଂଜଳି କବିତା ଆବୃତ୍ତି କରିବା ସହିତ ମାଟିର ସ୍ୱର ପତ୍ରିକା ଓ…

Read More

ପାଢ଼ୀ ଟ୍ୟୁଟୋରିଆଲ ଛାତ୍ରଛାତ୍ରୀଙ୍କୁ ବିପୁଳ ସଫଳତା

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷର +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ପାସ ହାରରେ ସାରା ରାଜ୍ୟରେ ନୟାଗଡ଼ ଜିଲ୍ଲାପ୍ରଥମ ସ୍ଥାନ ଅଧିକାର କରିଛି। ନୟାଗଡ଼ ସହର ମଧ୍ୟରେ ଥିବା ପାଢ଼ୀ ଟ୍ୟୁଟୋରିଆଲ ଛାତ୍ରଛାତ୍ରୀମାନେ ବିପୁଳ ସଫଳତା ପାଇଥିବା ଜଣା ପଡ଼ିଛି। ବିଜ୍ଞାନ ବିଭାଗରେ ଜିଲ୍ଲା ଟପ୍ପର ହୋଇଥିବା ପ୍ରଜ୍ଞାନ ମହାନ୍ତି ୫୬୪ ନମ୍ବର ରଖିଥିବା ବେଳେ ସେ ପାଢ଼ୀ ଟ୍ୟୁଟୋରିଆଲ ଛାତ୍ର ଅଟନ୍ତି । ଏଥିସହିତ ପପୁନ ବରାଡ଼ ୫୫୭, ତନୁଶ୍ରୀ ପ୍ରିୟଦର୍ଶିନୀ ଦାଶ ୫୪୮, ଅର୍ପଣ କୁମାର ସାହୁ ୫୪୬ ମାର୍କ ରଖି A1 ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ଟ୍ୟୁଟୋରିଆଲ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୭ଜଣ ୫ଶହରୁ ଉର୍ଦ୍ଧ୍ବ ମାର୍କ ରଖିଥିବା ବେଳେ ୧୮୯ଜଣ ପ୍ରଥମ ଶ୍ରେଣୀରେ ଓ ୩୨ଜଣ ଦ୍ବିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି…

Read More

ସମାଜସେବୀ ଟଟଙ୍କର ଆକସ୍ମିକ ପରଲୋକ

ଓଡଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ଶରଣକୁଳ ନିକଟବର୍ତ୍ତି ବାଉଁଶିଆ ରଘୁନାଥପୁର ଶାସନର ସମାଜସେବୀ ରଘୁନାଥ ତ୍ରୀପାଠୀ(ଟଟ)ଙ୍କର ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ଵର ଏକ ଘରୋଇ ଡାକ୍ତଖାନାରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ଶ୍ରୀ ତ୍ରିପାଠୀ ଶରଣକୁଳ ଅଂଚଳରେ ଜଣେ ପରୋପକାରୀ, ସଂସ୍କୃତି ପ୍ରେମୀ ଏବଂ ମେଳାପୀ ବ୍ୟକ୍ତି ରୂପେ ପରିଚିତ ଥିଲେ। ସେ ସଦାବେଳେ ଗ୍ରାମର ଏବଂ ଶରଣକୁଳ ଅଞ୍ଚଳର ଉନ୍ନତି କଳ୍ପେ ଚେଷ୍ଟିତ ଥିଲେ। ତାଙ୍କର ଦୁଇ ଝିଅ ଅଛନ୍ତି। ତାଙ୍କ ମର ଶରୀର ଆଜି ଭୁବନେଶ୍ଵରରୁ ନିଜଗ୍ରାମ ବାଉଁଶିଆରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ନାରାୟଣ ହାଇସ୍କୁଲର ୧୯୮୩ ମସିହା ବ୍ୟାଚର ସମସ୍ତ ବନ୍ଧୁଗଣ ସମେତ ବାଉଁଶିଆ ଗ୍ରାମବାସୀ, ଶରଣକୁଳ ସରପଞ୍ଚ ମୀନାକ୍ଷୀ ପ୍ରସାଦ ସାହୁ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ପରିବାର…

Read More

ସଂସ୍କୃତଭାଷା ପ୍ରଶିକ୍ଷଣ ଦ୍ବାରା ଆଦର୍ଶ ସମାଜ ଗଠନ ସମ୍ଭବ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସୟଂଶାସିତ ମହାବିଦ୍ୟାଳୟରସୁବର୍ଣ୍ଣ ଜୟନ୍ତୀ କକ୍ଷରେ ଦଶଦିନାତ୍ମକ ଆବିସିକ ପ୍ରଶିକ୍ଷଣ ବର୍ଗର ସମାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ରଣପୁର ବିଧାୟକ ତଥା ନୟାଗଡ଼ ଯୋଜନାବୋଡ଼ର ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ଯୋଗଦେଇ କହିଥିଲେ ଯେ, ସଂସ୍କୃତଭାଷା ପ୍ରଶିକ୍ଷଣ ଦ୍ବାରା ଆଦର୍ଶ ସମାଜ ଗଠନ ସମ୍ଭବ । ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ଯୋଗଦେଇ ଅଧ୍ୟକ୍ଷତା କରିବା ସହ ସଂସ୍କୃତ ଭାଷା ଭାରତୀୟ ସଂସ୍କୃତିର ପ୍ରାଣ ବୋଲି କହିଥିଲେ । ମୁଖ୍ୟବକ୍ତାଭାବେ ଲୋକକବି କାଳୀପ୍ରସନ୍ନ ଶତପଥୀ ଯୋଗଦେଇ ସଂସ୍କୃତ ପ୍ରଶିକ୍ଷଣ ଦ୍ଵାରା ବିବିଧ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ସମ୍ଭବ ବୋଲି କହିଥିଲେ । ବିଶିଷ୍ଟ ଅତିଥି ଭାବେ ନବୋଦୟ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ସୁଦିପ୍ତା ବିଶ୍ଵାଳ ସଂସ୍କୃତ ସାହିତ୍ୟର ନୈତିକ ମୂଲ୍ୟବୋଧ ବିଷୟରେ ଆଲୋକପାତ କରିଥିଲେ । ସଂସ୍କୃତ ବିଭାଗ ମୁଖ୍ୟ…

Read More