ଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର କାର୍ଯ୍ୟକ୍ରମ ଆୟୋଜିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋଡିପଡାର ଜାତୀୟ ସେବା ଯୋଜନା(nss) ବିଭାଗଦ୍ଵାରା ସାତ ଦିନିଆ ସ୍ଵତନ୍ତ୍ର ଶିବିର ପୋଷ୍ୟ ଗ୍ରାମ ଦୟଣାଝରି ଠାରେ ଆୟୋଜିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ପୁଲକ କୁମାର ମହାନ୍ତି ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିଲୋଚନ ସାହୁ ଯୋଗଦେଇ ସେବା ହିଁ ମାନବର ପରମ ଧର୍ମ ବୋଲି କହିଥିଲେ । ସମ୍ମନିତ ଅତିଥିଭାବେ ଅଧ୍ୟାପକ ଡ଼: ସନ୍ତୋଷ କୁମାର ସାହୁ ଯୋଗଦେଇ ଜାତୀୟ ସେବା ଯୋଜନାର ମହତ୍ତ୍ୱ ଉପରେ ସମ୍ୟକ୍ ବିବରଣୀ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଅଧିକାରୀ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଗଙ୍ଗାଧର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। କ୍ରୀଡା ଶିକ୍ଷକ ଚିତ୍ତରଞ୍ଜନ ମହାପାତ୍ର ଧନ୍ୟବାଦ…

Read More

ଓଡଗାଁ ମାଟିଆକେଳା ୧୫ପରିବାରଙ୍କୁ ସପ୍, କମ୍ବଳ ଓ କନ୍ଥା ବଣ୍ଟନ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତ ଅଞ୍ଚଳରେ ଦୀର୍ଘ ବର୍ଷଧରି ରହିଆସୁଥିବା ମାଟିଆ କେଳା ” ମାଙ୍କୁ” ଆଦିବାସୀ ର 15 ପରିବାର ଙ୍କୁ ସପ୍, କନ୍ଥା, ଓ କମ୍ବଳ ବଣ୍ଟନ କରାଯାଇଛି। ଏହି ପରିବାର ରୋହିବାଙ୍କ ଅଞ୍ଚଳରେ ଦୀର୍ଘ 10 ବର୍ଷରୁ ଅଧିକ ଧରି ରହି ଆସୁଥିବାବେଳେ ମାତ୍ର ପର୍ବ ପର୍ବାଣୀ ସମୟରେ ଲୋକ ଲୋଚନକୁ ଆସନ୍ତି। ଏମାନେ ମାଟି ଭିତରେ ଦୀର୍ଘ ସମୟ ଧରି ନିଜ ମୁଣ୍ଡ ପୋତି ଦର୍ଶକ ମାନଙ୍କଠାରୁ ଯାହା ପାଆନ୍ତି  ସେଥିରେ ନିଜର ଗୁଜୁରାଣ ମେଣ୍ଟାଇବା ସହିତ ବର୍ଷା ଋତୁରେ ଜଙ୍ଗଲରୁ ପୀଠଳ ଖୋଳି ଆଣି ଚଳନ୍ତି। ଏମାନଙ୍କ  ପରିବାର ମାଫସଲ କି ସହରୀ ଜୀବନ କଣ ଜାଣିବା ଦୂରର କଥା ନିଜକୁ ସମାଜ ଠାରୁ ଦୁରେଇ ରଖନ୍ତି, ଦେହ ଖରାପ ହେଲେ ଡାକ୍ତରଖାନ…

Read More

ଗ୍ରୀନକ୍ଲବରେ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ

ଡ.ସୁରେଶ ବରାଡ଼ଙ୍କ ‘ଗପରେ ଗପରେ ସ୍ବାମୀ ବିବେକାନନ୍ଦ’ ପୁସ୍ତକ ଉନ୍ମୋଚିତ ଶରଣକୁଳ, (ନୟାଗଡ଼ ଦର୍ପଣ): ଶରଣକୁଳ ନିକଟବତ୍ତୀର୍ ହରିହରପୁର ଗ୍ରୀନକ୍ଲବ ଶିଶୁ ଉଦ୍ୟାନ ଠାରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ତଥା ଯୁବ ଦିବସ ପାଳିତ ହୋଇ ଯାଇଛି। ଏଥିରେ ଶରଣକୁଳ ଅଞ୍ଚଳର ସ୍ବନାମ ଧନ୍ୟ ଗାଳ୍ପିକ, କାବ୍ୟକାର, ଔପନ୍ୟାସିକ ଓ ନାଟ୍ୟକାର ତଥା ସୁସାହିତ୍ୟିକ ଡ.ସୁରେଶ ଚନ୍ଦ୍ର ବରାଡ଼ଙ୍କ ଗପରେ ଗପରେ ସ୍ବାମୀ ବିବେକାନନ୍ଦ ପୁସ୍ତକ ଅତିଥିମାନଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା। ଏହି ଉପଲକ୍ଷେ ଗ୍ରୀନ କ୍ଲବର ସଭାପତି ବିଭୁ ପ୍ରସାଦ ମିଶ୍ରଙ୍କ ପୈାରୋହିତ୍ୟରେ ସଭାକାଯ୍ୟର୍ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଥିଲା ବେଳେ ସମ୍ମାନିତ ଅତିଥି ରୂପେ ସାରସ୍ବତ ସାଧକ ଡ.ସୁରେଶ ଚନ୍ଦ୍ର ବରାଡ଼, କବି ନିରାକାର ସ୍ବାଇଁ, କବି ଗୋଦାବରୀ ବସନ୍ତିଆ, ଯୋଗ ଦେଇଥିଲେ।…

Read More

ଶରଣକୁଳ ପିଏମଶ୍ରୀ ନାରାୟଣ ହାଇସ୍କୁଲରେ ପଠନ ପ୍ରସାର ସପ୍ତାହ

ଶରଣକୁଳ, (ନୟାଗଡ଼ ଦର୍ପଣ): ଆଜି ପିଏମଶ୍ରୀ ନାରାୟଣ ହାଇସ୍କୁଲ ଶରଣକୁଳ ପରିସର ମଧ୍ୟରେ ପଠନ ପ୍ରସାର ସପ୍ତାହ କାଯ୍ୟର୍କ୍ରମର ଉଦ୍ଯାପନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପଠନ ପ୍ରସାର ସପ୍ତାହ କାଯ୍ୟର୍କ୍ରମର ସଫଳ ରୂପାୟନ ନିମନ୍ତେ ମୂଳ, ପ୍ରସ୍ତୁତିମୂଳକ, ମଧ୍ୟମ ଓ ମାଧ୍ୟମିକ ଏହି ପରି ଚାରୋଟି ବିଭାଗରେ ଛାତ୍ରଛାତ୍ରୀମାନଙ୍କୁ ବିଭାଗ କରି ବିଭିନ୍ନ ଭାଷାଗତ ପ୍ରତିଯୋଗୀତା ଯେପରିକି ପୁସ୍ତକ ସମୀକ୍ଷା, ଅନୁଚ୍ଛେଦ ରଚନା, କବିତା ପଠନ, କ୍ଷୁଦ୍ରଗଳ୍ପ ଲିଖନ, ପତ୍ରିକା ଲିଖନ, ଗୁଚ୍ଛ ଫଟୋ ପ୍ରଦର୍ଶନ, ଚିତ୍ରରେ ଚିତ୍ରରେ ଗଳ୍ପ, ଗଳ୍ପ କଥନ, ବନ୍ଧୁ ପଠନ, ଖାତ୍ୟ ଓ ପର୍ବ ଉପରେ ପ୍ରକଳ୍ପ ପ୍ରଦର୍ଶନ ଆଦି କାଯ୍ୟର୍କ୍ରମ ଚଳିତ ମାସ ୬ ତାରିଖରୁ ୯ ତାରିଖ ପଯ୍ୟର୍ନ୍ତ ଚାଲିଥିଲା। ଆଜି ପ୍ରଦର୍ଶନୀ ମେଳାରେ ଅତିଥି ବିଚାରକ ରୂପେ ଗୋଡ଼ିପଲ୍ଲୀ ଗୋପୀନାଥ ହାଇସ୍କୁଲର ଶିକ୍ଷକ କବି ନିରାକାର…

Read More

‘ଅଙ୍କୁରାୟନ’ର ଦ୍ଵିତୀୟ ଦିବସରେ ଡ. ସୁରେଶ ବରାଡ଼ଙ୍କ ଆଭାସ ଗଳ୍ପ ‘ଲୁହ’ ଲୋକାର୍ପିତ

ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟବର୍ତ୍ତୀ ହରିହରପୁର ଗ୍ରୀନକ୍ଲବ ତରଫରୁ ଗ୍ରୀନ ପାର୍କ ପରିସର ମଧ୍ୟରେ ଶିଶୁ ଉତ୍ସବ ‘ଅଙ୍କୁରାୟନ’ ଆଜି ଦ୍ୱିତୀୟ ଦିବସରେ ବିଶିଷ୍ଟ କବି, ଲେଖକ, କାବ୍ୟକାର, ନାଟ୍ୟକାର, ଗାଳ୍ପିକ ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କ ଆଭାସ ଗଳ୍ପ “ଲୁହ” ଲୋକାର୍ପିତ ହୋଇଯାଇଛି। ଗ୍ରୀନ କ୍ଳବର ସଭାପତି ବିଭୁପ୍ରସାଦ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରାଧ୍ୟାପକ ଡ଼ ଗୋବିନ୍ଦ ଚନ୍ଦ୍ର ଦାଶ। ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ରାଣୀ ମଙ୍ଗରାଜ, ଷ୍ଟେଟ ସ୍କାଉଟ ଟ୍ରେନର, ରମେଶ କୁମାର ବଳବନ୍ତରାୟ, କବି ଦିନବନ୍ଧୁ ମହାପାତ୍ର ଓ ମଞ୍ଚ ପରିଚାଳନା…

Read More

ପ୍ଲାଟିନମ ଜୟନ୍ତୀ ପାଇଁ ପ୍ରାରମ୍ଭିକ ବୈଠକ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସାରସ୍ବତ ଲୋକ ବିଦ୍ୟାପୀଠ କଜଳାଇପଲ୍ଲି ୧୯୫୧ ମସିହାରେ ପ୍ରତିଷ୍ଠା ହୋଇଥିବା ବେଳେ ୨୦୨୬ ମସିହାକୁ ତାହା ୭୫ ବର୍ଷ ପୂର୍ତ୍ତି ପାଳନ କରୁଅଛି ।ଏହି ଅବସରରେ ବିଦ୍ୟାଳୟର ପ୍ଲାଟିନମ୍ ଜୁବିଲି ପାଳନ ନିମନ୍ତେ ଆଜି ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପ୍ରଧାନଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟର ଆଲୁମିନା କମିଟି ସଭାପତି   ଘନଶ୍ୟାମ ମହାପାତ୍ରଙ୍କ ଅଧକ୍ଷତାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ/ସଦସ୍ୟା ଓ ପୁରାତନ ଛାତ୍ର ଆଲୁମିନା କମିଟି ସଦସ୍ୟ ମାନକୁ ନେଇ ଏକ ବୈଠକ କରାଯାଇ ପ୍ଲାଟିନମ୍ ଜୁବିଲି ପାଇଁ ସମସ୍ତଙ୍କ ମତାମତ ନିଆଯାଇ ପୁରାତନ ଛାତ୍ର ଛାତ୍ରୀ , ବର୍ତ୍ତମାନର ଛାତ୍ର ଛାତ୍ରୀ ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗରେ ପ୍ଲାଟିନମ୍ ଜୁବୁଲିକୁ ମହାସମାରୋହରେ ପାଳନ ପାଇଁ ସ୍ଥିର କରାଗଲା । ଏହି…

Read More

ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ୭୫ତମ ବାର୍ଷିକ ପୁରସ୍କାର ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ୭୫ତମ ବାର୍ଷିକ ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇସାରିଛି। ଉତ୍ସବ ରେ ମୁଖ୍ୟଅତିଥିଭାବେ ତହସିଲଦାର ଡ଼.ମାନସ ରଞ୍ଜନ ଭୋଇ ଯୋଗଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ସୁଶ୍ରୀ ପ୍ରୀତିବାଳା ରଣା, ସମ୍ମାନୀତ ଅତିଥିଭାବେ ଓଡଗାଁ ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରାଜକିଶୋର ସାହୁ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲଳିତ ମୋହନ ମିଶ୍ର, ରୋହିବାଙ୍କ ଗ୍ରାମ ପଞ୍ଚାୟତ ସରପଞ୍ଚ ତଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମହନ୍ତ ବେହେରା, ବିଦ୍ୟାଳୟ ଆଲୁମିନି କମିଟି ସଭାପତି ଭୀମସେନ ନାୟକ, ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଜଳନ୍ଧର ରଥ, ରୋହିବାଙ୍କ ଗ୍ରାମ ସଭାପତି ରାଜେଶ ସୁବୁଦ୍ଧି, ସମ୍ପାଦକ କାହ୍ନୁଚରଣ ଗୌଡ଼ ସମାଜ ସେବି ଡିଲେଶ୍ଵର ପାତ୍ର ଓ ସଭାପତି ଭାବେ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ…

Read More

‘ଅଙ୍କୁରାୟନ’ର ଦ୍ଵିତୀୟ ଦିବସ ଡ଼ଃ. ସୁରେଶ ବରାଡ଼ଙ୍କ ଆଭାସ ଗଳ୍ପ ‘ଲୁହ’ ଲୋକାର୍ପିତ

ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟବର୍ତ୍ତୀ ହରିହରପୁର ଗ୍ରୀନକ୍ଲବ ତରଫରୁ ଗ୍ରୀନ ପାର୍କ ପରିସର ମଧ୍ୟରେ ଶିଶୁ ଉତ୍ସବ ‘ଅଙ୍କୁରାୟନ’ ଆଜି ଦ୍ୱିତୀୟ ଦିବସରେ ବିଶିଷ୍ଟ କବି, ଲେଖକ, କାବ୍ୟକାର, ନାଟ୍ୟକାର, ଗାଳ୍ପିକ ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କ ଆଭାସ ଗଳ୍ପ “ଲୁହ” ଲୋକାର୍ପିତ ହୋଇଯାଇଛି। ଗ୍ରୀନ କ୍ଳବର ସଭାପତି ବିଭୁପ୍ରସାଦ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରାଧ୍ୟାପକ ଡ଼ ଗୋବିନ୍ଦ ଚନ୍ଦ୍ର ଦାଶ । ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ରାଣୀ ମଙ୍ଗରାଜ,  ଷ୍ଟେଟ ସ୍କାଉଟ ଟ୍ରେନର, ରମେଶ କୁମାର ବଳବନ୍ତରାୟ, କବି ଦିନବନ୍ଧୁ ମହାପାତ୍ର ଓ ମଞ୍ଚ…

Read More

ଗ୍ରୀନକ୍ଲବ ପକ୍ଷରୁ ଶିଶୁ ଉତ୍ସବ ‘ଅଙ୍କୁରାୟନ’ ଉଦ୍ଘାଟିତ

ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟବର୍ତ୍ତୀ ହରିହରପୁର ଗ୍ରୀନକ୍ଲବ ତରଫରୁ ଗ୍ରୀନ ପାର୍କ ପରିସର ମଧ୍ୟରେ ଶିଶୁ ଉତ୍ସବ ‘ଅଙ୍କୁରାୟନ’ ଆଜି ଉଦ୍ଘାଟିତ ହୋଇ ଯାଇଛି। କ୍ଲବର ଉପଦେଷ୍ଟା ସୌଦାଗର ନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶରଣକୁଳ ଅଞ୍ଚଳରେ କୁନୁ କୁନି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ନୂତନ ସମ୍ଭାବନାର ଅୟରାରମ୍ଭ କରିଛି। ଆଜିର ଉଡ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ନୟାଗଡ଼ ଜିଲ୍ଲାର ସୁନାମଧନ୍ୟ ସୁସାହିତ୍ୟିକ ଡ. ସୁରେଶ ଚନ୍ଦ୍ର ବରାଡ଼ ।  ଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବକୁ ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ଜ୍ଵଳନ କରି ଆରମ୍ଭ କରିଥିଲେ। ତତ୍ପରେ ଆଜିର ପ୍ରତିଯୋଗୀତା ୧୦୦ ମିଟର ଦୋୈଡ଼, ଲମ୍ବଡ଼ିଆଁ, ସୃଜନିକା, ଝୋଟିଚିତା, ଦଉଡ଼ିଡ଼ିଆଁ, ସଂଗୀତ, ମୁରୁଜ, ଆଦି ବରିଷ୍ଠ ଓ କନିଷ୍ଠ ବର୍ଗ ପାଇଁ ଅନୁଷ୍ଠିତ ହୋଇଥିଲା।…

Read More

ରୋହିବାଙ୍କ ଛାତ୍ରଛାତ୍ରୀଙ୍କ ଶକ୍ତି ସଂରକ୍ଷଣ ବାର୍ତ୍ତା

ଓଡଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କର ଛାତ୍ର ଛାତ୍ରୀମାନେ ଆଜି ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଅବସରରେ ବିଭିର୍ଣ୍ଣ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବୁଲି  ଶକ୍ତି ସଂରକ୍ଷଣବାର୍ତ୍ତା ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକଙ୍କ ନିର୍ଦେଶ କ୍ରମେ ୨୦ ରୁ ୧୨ ଜଣ ସ୍କାଉଟ ଗାଇଡ଼ ଛାତ୍ର ଛାତ୍ରୀ ସ୍ଥାନୀୟ ରୋହିବାଙ୍କ ପଞ୍ଚାୟତ, ରୋହିବାଙ୍କ ବନରକ୍ଷୀଙ୍କ କାର୍ଯ୍ୟାଳୟ ଆଦି ବୁଲି ଶକ୍ତି ସରଂକ୍ଷଣ ବାର୍ତ୍ତା ପ୍ରେରଣ କରିବା ସହିତ ଅଫିସ କାନ୍ଥରେ ସରଂକ୍ଷଣ ପୋଷ୍ଟର ମାରିଥିଲେ। ଏସବୁ କାର୍ଯ୍ୟରେ ବିଦ୍ୟାଳୟର ଶିକ୍ଷକ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ ପିଲାଙ୍କୁ ସହଯୋଗ କରିଥିଲେ। ପ୍ରଥମେ ପୂର୍ଵ ପ୍ରସ୍ତୁତ ମତେ ରାଜ୍ୟସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ସୂଚନା କ୍ରମେ ବିଭିର୍ଣ୍ଣ ପୋଷ୍ଟର, ଲିଫଲେଟ କୁ…

Read More