ନୟାଗଡ଼ ଓ ରଣପୁର ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ ଓ ସୁପରଭାଇଜରମାନଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ସମ୍ମିଳନୀ କକ୍ଷରେ ବିଡିଓ ଓ ତହସିଲଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ନୟାଗଡ଼ ଓ ରଣପୁର ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ ଓ ସୁପରଭାଇଜରମାନଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମରେ ବିଡ଼ିଓ ପ୍ରିତୀବାଳା ରଣା ଓ ତହସିଲଦାର ଡ. ମାନସରଞ୍ଜନ ଭୋଇ କିପରି ବିଏଲ୍ଓ ମାନେ ଘରଘର ବୁଲି ତା ୩୦.୫.୨୬ରିଖ ଠାରୁ ତା ୨୮.୬.୨୬ ରିଖ ପର୍ଯ୍ୟନ୍ତ ଭୋଟରମାନଙ୍କୁ ଫର୍ମ ବଣ୍ଟନ କରି ଉପଯୁକ୍ତ ତଥ୍ୟ ସଂଗ୍ରହ କରିବେ। ସେ ବିଷୟରେ ବିଷଦ ଭାବରେ ବୁଝାଇଥିଲେ।ବି ଏଲ୍ ଓ ମାନଙ୍କୁ ସହଯୋଗ ପାଇଁ ପାଞ୍ଚ ଜଣ ଲେଖାଏଁ ସରକାରୀ କର୍ମଚାରୀଙ୍କୁ ସ୍ବେଚ୍ଛାସେବୀ ଭାବରେ ନିୟୋଜିତ କରାଯାଇଛି। ଏହି କାର୍ଯ୍ୟକ୍ରମ କିପରି ଅନାୟାସରେ ସଫଳ ହେବ ସେଥିପାଇଁ ସଭିଏଁ ଭୋଟର ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। କେହି ଉପଯୁକ୍ତ ଭୋଟର ଯେପରି ବାଦ୍ ନପଡନ୍ତି ସେଥିପାଇଁ ଗୁରୁତ୍ୱ ଦେବା ସହିତ ନୂତନ ଭୋଟର ମାନଙ୍କୁ ଯୋଗ କରିବା ପାଇଁ ଅତିରିକ୍ତ ନିର୍ବାଚନ ଅଧିକାରୀ ମାନେ ଆହ୍ୱାନ ଦେଇଥିଲେ।ଯେଉଁମାନେ ବିଦେଶୀ ଭୋଟର ଉପଯୁକ୍ତ ପ୍ରମାଣ ଦେଖେଇ ନପାରିଲେ ଭୋଟରତାଲିକାରୁ ବାଦ୍ ପଡିବାର ସମ୍ଭାବନା ଅଛି। ଏଥିପାଇଁ ୧୧ଟି ଡକମେଣ୍ଟ୍ ର ଆବଶ୍ୟକତା ରହିଛି ତେଣୁ ସେମାନେ ସ୍ଥାନୀୟ ବି ଏଲ୍ ଓ ଙ୍କ ଠାରୁ ଉକ୍ତ ଡକ୍ୟୁମେଣ୍ଟ୍ ବିଷୟରେ ବୁଝି ପ୍ରସ୍ତୁତ ରଖିବା ପାଇଁ ଅଧିକାରୀ ମାନେ ବୁଝାଇଥିଲେ।ଉକ୍ତ ତାଲିମ କାର୍ଯ୍ୟକ୍ରମ ରେ ମହିଳା ଓ ଶିଶୁ କଲ୍ୟାଣ ବିକାଶ ଅଧିକାରୀ ଲହଡ଼ିମାଳା, ଅଙ୍ଗନବାଡ଼ି ସୁପରଭାଇଜର ଏବଂ ସମସ୍ତ ବି.ଏଲ୍.ଓ ସୁପର ଭାଇଜରମାନେ ଉପସ୍ଥିତ ଥିଲେ। ରଞ୍ଜନ କୁମାର ଦାଶ, ଦେବାଶିଷ ଦାଶ, ସୁଶେନ୍ଦୁ ଷଡ଼ଙ୍ଗୀ ଓ ଲଳିତ ମୋହନ ମିଶ୍ର ସହଯୋଗ କରିଥିବା ବେଳେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ବିଶ୍ୱଜିତ୍ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Related posts