ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ସ୍ଥିତ ପିମିଟ କଲେଜ ପରିସରରେ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ସମାଜସେଵୀ ତଥା ଆଡ଼ଭୋକେଟ ପ୍ରଭାସିନୀ ନନ୍ଦ ମୁଖ୍ୟଅତିଥିଭାବେ ଯୋଗ ଦେଇଥିଲେ। ସୁଶ୍ରୀ ନନ୍ଦ ଛାତ୍ରଛାତ୍ରୀଙ୍କୁ ବାଲ୍ୟ ବିବାହ, ଶିଶୁ ଶ୍ରମିକ ଉଛେଦ, ଭୃଣ ହତ୍ୟା, ଜ୍ଵନ ନିର୍ଯାତନା କିଭଳି ଭାବେ ବଢୁଛି ଏବଂ ତାର ପ୍ରତିକାର ଆମେ କେମିତି କରିବା ସେ ବିଷୟରେ ସଚେତନ କରାଇଥିଲେ। ଛାତ୍ରଛାତ୍ରୀଙ୍କ ଦୃଢ ଇଚ୍ଛା ଶକ୍ତି ଓ ନିର୍ଭିକ ହେବା ପାଇଁ ବକ୍ତବ୍ୟ ରଖିଥିଲେ। ପରିଶେଷରେ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁରେଶ ପ୍ରଧାନ ଏବଂ ଯୁକ୍ତ ୩ ଅଧ୍ୟକ୍ଷ ସୁନୀଲ ମହାପାତ୍ର ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ। ପରିଶେଷରେ ଅଧ୍ୟକ୍ଷ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଚେତନତା…
Read MoreCategory: ଓଡ଼ଗାଁ ବ୍ଲକ
ଧନ୍ଦାମୂଳକ ଶିକ୍ଷାର୍ଥୀଙ୍କ ଶିଳ୍ପ ପରିଭ୍ରମଣ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରୀଛାତ୍ରଙ୍କ ଦ୍ବାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି। ଏହି ପରିଭ୍ରମଣରେ ନାରାୟଣ ଉଚ୍ଚ ବିଦ୍ୟାଳୟ(ହବ୍ ସ୍କୁଲ)ର ନବମ ଓ ଦଶମ ଶ୍ରେଣୀର ୬୦ ଶିକ୍ଷାର୍ଥୀ ଏବଂ(ସ୍ପୋକ ସ୍କୁଲ)ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳର ୧୮ଜଣ ଶିକ୍ଷାର୍ଥୀ ସାମିଲ ହୋଇଛନ୍ତି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ରଙ୍କ ତତ୍ୱାବଧାନରେ ଦୁଇଟି ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ମାଛିପଡ଼ା ସ୍ଥିତ ଭୂଇଁଆଣି ଟେକ୍ସଟାଇଲକୁ ପରିଭ୍ରମଣ କରିଥିଲେ। ମ୍ୟାନେଜର ରାକେଶ କୁମାର ସାହୁ ଏବଂ ନାରାୟଣ ଉଚ୍ଚ ବିଦ୍ୟାଳୟର ପରିଧାନ ବିଭାଗର ପ୍ରଶିକ୍ଷିକା ରୋଜାଲିନ ମିଶ୍ରଙ୍କ ସହାୟତା ହସ୍ତତନ୍ତରେ କପଡାର ବୁଣେଇ କିପରି…
Read Moreନୟାଗଡ ଜିଲ୍ଲା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୫୪୭ଟି ମାମଲା ଫଏସଲା
ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୫ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୩୯,୪୦,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୧୪୬ ଦେୱାନି ମାମଲା ଫଇସଲା କରାଯାଇଥିଲା। ଏନ. ଆଇ. ଆକ୍ଟ କେସ ୧୭ଟି ଫଇସଲା କରାଯାଇ ୧୫,୧୨,୪୦୫ ଟଙ୍କା ଆଦାୟ କରଯାଇଥିଲା ଏବଂ ବିବାହ ଜନିତ ୧୬ଟି ମାମଲା ଫଇସଲା କରାଯାଇଥିଲା । ଅନ୍ଯାନ୍ଯ ଫୌଜଦାରୀ ୨୪୫ଟି ମାମଲା ଫଇସଲା କରଯାଇଥିଲା।…
Read Moreବସ ଧକ୍କାରେ ଭାଙ୍ଗିଲା ଦୁଇଟି ଘର, ଜଣେ ଗୁରୁତର ତିନି ଆହତ
ସରଣକୂଳ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ଶରଣକୁଳ ପୂର୍ତ୍ତବିଭାଗ ବଙ୍ଗଳା ନିକଟରେ ଭୁବନେଶ୍ୱରରୁ ଭଞ୍ଜନଗର ଯାଉଥିବା ଓଡି ୩୩ -ପି ୦୧୨୦ ନମ୍ବର ବିଶିଷ୍ଟ ଏକ ଘରୋଇ ଯାତ୍ରୀବାହୀ ବସ ଆଜି ସକାଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ବଖରା ଟିଣ ଛପର ଘର ଭାଙ୍ଗିଯାଇଥିବା ବେଳେ ଜଣେ ଗୁରୁତର ଏବଂ ତିନି ଜଣ ଆହତ ହୋଇଥିବା ସୂଚନା ମିଳିଛି। ଗୁରୁତର ବ୍ୟକ୍ତି ଏବଂ ଆହତ ବ୍ୟକ୍ତିଙ୍କୁ ପ୍ରଥମେ ଶରଣକୁଳ ମେଡ଼ିକାଲରେ ଚିକିତ୍ସା ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରେ ଗୁରୁତର ହୋଇଥିବା ଶେକ ଖାସିମଙ୍କ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ମେଡିକାଲକୁ ପଠାଯାଇଛି । ଘଟଣାସ୍ଥଳରେ ଉପସ୍ଥିତ ପ୍ରତକ୍ଷଦର୍ଶୀଙ୍କ ଠାରୁ ସୂଚନା ଅନୁଯାୟୀ କୌଣସି କାରଣରୁ ବସଟି ବଙ୍ଗଳା ବୁଲାଣିରେ ବାମକୁ ବୁଲାଇବା ପରିବର୍ତ୍ତେ ରାସ୍ତାର ଡାହାଣ ପାଖକୁ ମାଡି…
Read Moreଡଃ.ସୁରେଶ ବରାଡଙ୍କ ପୁସ୍ତକ “ଗୀତାର ପ୍ରଥମ ଶବ୍ଦ” ବାଚସ୍ପତିଙ୍କ କରକମଳରେ ଉନ୍ମୋଚିତ
ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସାରସ୍ଵତ ସାଧକ, ଗାଳ୍ପିକ, ଔପନ୍ୟାସିକ, କାବ୍ୟକାର, କବି ଡ.ସୁରେଶ ଚନ୍ଦ୍ର ବରାଡଙ୍କ ଆଧ୍ୟାତ୍ମିକ ପୁସ୍ତକ “ଗୀତାର ପ୍ରଥମ ଶବ୍ଦ” ରଣପୁର ବିଧାୟିକା ତଥା ଓଡ଼ିଶାର ମାନ୍ୟବର ବାଚସ୍ପତି ସୁରମା ପାଢ଼ୀଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି। ଶରଣକୁଳ ପଥୁରିଆସାହି ଦାମୋଦର ଶିଶୁରାଇଜର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶ୍ରୀମତୀ ପାଢ଼ୀ ଡଃ.ବରାଡଙ୍କ ଏହି ପୁସ୍ତକର ଲୋକାର୍ପଣ କରିଥିଲେ। ଦାମୋଦର ଶିଶୁରାଇଜର ଏହି ସପ୍ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବିଭୁଦତ୍ତ ମହାପାତ୍ର ପୌରହିତ୍ୟ କରିଥିଲା ବେଳେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ବାଚସ୍ପତି ତଥା ରଣପୁର ନିର୍ବାଚନ ମଣ୍ଡଳୀ ବିଧାୟିକା ସୁରମା ପାଢ଼ୀ ଯୋଗଦେଇ ଉତ୍ସବର ଉଦ୍ଘାଟନ କରିଥିଲେ। ଜିଲ୍ଲା ପରିଷଦ ସଦସ୍ୟା ଚିନ୍ମୟୀ ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥିଭାବରେ ଶରଣକୁଳ ଗ୍ରା.ପ.…
Read Moreବ୍ଲକ ସ୍ତରୀୟ ଗୀତାଆବୃତ୍ତି ପ୍ରତିଯୋଗିତା ଆୟୋଜିତ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ପ୍ରଜ୍ଞାନ ମିଶନ, ଓଡ଼ିଶା ଆନୁକୁଲ୍ୟରେ ଗୀତା ସୁଗୀତା କର୍ତବ୍ୟା କାର୍ଯକ୍ରମ ମାଧ୍ୟମରେ ଓଡ଼ଗାଁ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ସରଣକୁଳଠାରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଆସିଥିବା ତୃତୀୟ ଶ୍ରେଣୀ ଠାରୁ ସ୍ନାତକ ଡିଗ୍ରୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ ଗୀତାର ଚତୁର୍ଥ ଅଧ୍ୟାୟର ଚାରୋଟି ବର୍ଗରେ ବିଭକ୍ତ ହୋଇ ଆବୃତ୍ତି କରିଥିଲେ। ଆୟୋଜିତ ଏହି ଉତ୍ସବରେ ଓଡ଼ଗାଁ ବ୍ଲକ ସଂଯୋଜକ ଗୋବିନ୍ଦ ଚନ୍ଦ୍ର ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନପୂର୍ବକ ଉଦ୍ଘାଟନ କରିବା ସହ ସଭାପତିତ୍ବ କରିଥିଲେ। ବିଚାରକ ଭାବେ ଶିକ୍ଷୟିତ୍ରୀ ଲକ୍ଷ୍ମୀ ଚନ୍ଦନା ବିଶ୍ଵାଳ , ଶିକ୍ଷାବିତ୍ କେଦାର ଚନ୍ଦ୍ର ନାୟକ, ଡ: ସନ୍ତୋଷ କୁମାର ସାହୁ , ହେମନ୍ତ କୁମାର ପ୍ରଧାନ ଓ ଆଚର୍ଯ୍ୟା ପ୍ରମୁଖ ଯୋଗଦେଇ ଗୀତାକୁ…
Read Moreରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶୃତିକୁ ପ୍ରସଙ୍ଗ କରି ମଇଦାନକୁ ଓହ୍ଲାଇବ ବିଜେଡି
ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶୃତିକୁ ପ୍ରସଙ୍ଗ କରି ବିଜେଡି ମଇଦାନକୁ ଓହ୍ଲାଇବ। ଜନସାଧାରଣଙ୍କୁ ଏ ବିଷୟରେ ସଚେତନ କରିବେ ଦଳୀୟ କର୍ମକର୍ତ୍ତା। ଆସନ୍ତା ଅକ୍ଟୋବର ମାସ ୩୦ ତାରିଖ ବୁଧବାର ଦିନ ଓଡ଼ଗାଁ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ। ଏନେଇ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଓଡ଼ଗାଁ ବ୍ଲକ ରୋଡ଼ ସ୍ଥିତ କଲ୍ୟାଣମଣ୍ଡପ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଉକ୍ତ ପଦଯାତ୍ରା ରଘୁନାଥ ମନ୍ଦିର ପରିସରରୁ ବାହାରି ଖେଳପଡିଆ ସାହି ଦେଇ ଆମ୍ବତୋଟାଠାରେ ପହଞ୍ଚିବ ଓ ସେଠାରେ ଦଳୀୟ କର୍ମକର୍ତ୍ତାଙ୍କ ସମାବେଶ ଅନୁଷ୍ଠିତ ହେବ ବୋଲି ବୈଠକରେ ସ୍ଥିରୀକୃତ ହୋଇଛି। ଏହି ଅବସରରେ ବିଧାୟକ ସାହୁ ସାମାଜିକ ଗଣମାଧ୍ୟମକୁ ଅଧିକ ସକ୍ରିୟ…
Read Moreବରକନ୍ୟା ଝରଣାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କର ବନ ବିହାର କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ସମସ୍ତ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କର ପ୍ରତିବର୍ଷ ପରି ଚଳିତବର୍ଷ ବରକନ୍ୟା ଝରଣାରେ ବନ ବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ବରକନ୍ୟା ଝରଣାର ପାହାଡ ଚଢି ଗଛଲତା ଓ ବାଉଁଶ ମାନଙ୍କର କଟର କଟର ଶବ୍ଦକୁ ଉପଭୋଗ କରିବା ସହିତ ଝରଣାର ନିର୍ମଳ ଥଣ୍ଡା ଜଳରେ ଗାଧୋଇବାର ନିଆରା ଅନୁଭୂତି ସମସ୍ତେ ସାଉଁଟି ଥିଲେ। ଝରଣା କୂଳରେ ସ୍ବାଦିଷ୍ଟ ଭୋଜନ ପ୍ରସ୍ତୁତ ହୋଇଥିଲା। ଭୋଜନ ପୂର୍ବରୁ ପରିବେଶ ପ୍ରଦୂଷଣ ରୋକିବା, ପ୍ରଚୁର ଗଛ ଲଗାଇ ଜଙ୍ଗଲ ତିଆରି କରିବା ଓ ବାୟୁ ପ୍ରଦୂଷଣକୁ ବନ୍ଦ କରିବା ପାଇଁ ଶ୍ରେଣୀ ଗୃହରେ ବିଭିନ୍ନ ସଚେତନତା ଶିକ୍ଷା ଦେବା ପାଇଁ ଏକ ରୋଡ୍ ମ୍ଯାପ ତିଆରି କରାଯାଇଥିଲା। ବରକନ୍ଯା ଝରଣାର ଉନ୍ନତି କରଣ ପାଇଁ ସରକାର…
Read Moreଓଡ଼ଗାଁରେ ‘ସଙ୍ଗୀତଧାରା’ ପକ୍ଷରୁ ଭକ୍ତିସଙ୍ଗୀତ ଅଡିସନ, ୧୩ ଜଣ ସେମି ଫାଇନାଲକୁ ଉନ୍ନୀତ
ନୟାଗଡ଼,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଓଡ଼ଗାଁରେ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ଅଡିସନ ଓଡ଼ଗାଁ ସାମ୍ବାଦିକ ସଂଘ ସଭାପତି ଅଶୋକ କୁମାର ମହାପାତ୍ରଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ରେସପ୍ଲସ ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ ଏହି ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ,ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ ରୁ ୨୪ବର୍ଷ ବୟସର ୨୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ବିଚାରକ ଭାବେ ବେତାର ଏବଂ ଚଳଚ୍ଚିତ୍ର କଣ୍ଠଶିଳ୍ପୀ ନବକିଶୋର ମିଶ୍ର,କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ ଏବଂ କଣ୍ଠଶିଳ୍ପୀ ଉଦିତ ନାରାୟଣ ଦାଶ ଯୋଗଦାନ କରି ଶ୍ରେଷ୍ଠ ୧୩ ଜଣ କଣ୍ଠଶିଳ୍ପୀଙ୍କୁ ସେମି ଫାଇନାଲ ପର୍ଯ୍ୟାୟ ପାଇଁ ଚୟନ କରିଥିଲେ। ସଙ୍ଗୀତଧାରାର ସଭାପତି ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀ ଏବଂ ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ପ୍ରତ୍ୟକ୍ଷ…
Read Moreବିଜେଡିର ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପଦଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ପୂର୍ବରୁ ବିଜୁ ଜନତା ଦଳ ଯେଉଁଭଳି ଢଙ୍ଗରେ ସମସ୍ତ କାର୍ୟ୍ୟ କରୁଥିଲା ସେହି ସମାନ ଢଙ୍ଗରେ ସମସ୍ତ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ସରକାରଙ୍କ ବିଫଳତାକୁ ନେଇ ପ୍ରତ୍ୟେକ ସ୍ତରରେ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଲୋକଙ୍କୁ ମିଛ ପ୍ରତିଶୃତି ଦେଇ ଆସିଥିବା ସରକାରଙ୍କୁ ଉଚିତ ଜବାବ ଦେବା ପାଇଁ କର୍ମୀ ଓ ନେତା ମାନଙ୍କୁ ପରାମର୍ଶ ଦେଇଥିଲେ। ଆସନ୍ତା ୯ ତାରିଖରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ସଦସ୍ୟତା ଗ୍ରହଣ ଶୁଭାରମ୍ଭ କରିବେ । ଏହି ଅବସରରେ…
Read More