ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରସ୍ଥିତ ବରିଷ୍ଠ ନାଗରିକ ଗୋଷ୍ଠୀ କେନ୍ଦ୍ରଠାରେ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଦୁର୍ଯୋଧନ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିବା ସହ ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ହେବା ପରେ ଜିଲ୍ଲା ସଂଘକୁ ସୁସଙ୍ଗଠିତ କରିବା ଉଦ୍ଦେଶ୍ୟରେ ସଭ୍ୟ ସଂଗ୍ରହ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ସହିତ ଅନୁବନ୍ଧିତ ଜିଲ୍ଲାର ବିଭିନ୍ନ ବ୍ଲକରେ କାର୍ଯ୍ୟରତ ୨୦ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୫ଜଣ ଲେଖାଏଁ ପ୍ରତିନିଧିଙ୍କ ଏକ ବୈଠକ ନୟାଗଡ଼ ବରିଷ୍ଠ ନାଗରିକ ମଞ୍ଚ ସମ୍ମିଳନୀ କକ୍ଷରେ ଆସନ୍ତା ଜୁଲାଇ ମାସରେ ଅନୁଷ୍ଠିତ ହେବା ସହ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସ୍ଥିର କରାଯାଇଛି । ସଙ୍ଘକୁ ବରିଷ୍ଠମାନେ କାର୍ଯ୍ୟକ୍ଷମ ଏବଂ ସୁସଙ୍ଗଠିତ…
Read MoreCategory: ଗଣିଆ ବ୍ଲକ
ବଳରାମ ଯୋଜନା ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଆନୁକୂଲ୍ୟରେ ଭୂମିହୀନ, ନାମମାତ୍ର ଏବଂ କ୍ଷୁଦ୍ରଚାଷୀମାନଙ୍କ ମିଳିତ ଚାଷ ନିମନ୍ତେ ଉଦ୍ଦିଷ୍ଟ ବଳରାମ ଯୋଜନାର କାର୍ଯ୍ୟକାରିତା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଉକ୍ତ କର୍ମଶାଳାରେ ବଳରାମ ଯୋଜନାରେ ସର୍ବନିମ୍ନ ୪ଜଣରୁ ସର୍ବାଧିକ ୧୦ଜଣ ଭୂମିହୀନ ଭାଗଚାଷୀ ମିଳିତ ଭାବେ ବ୍ୟାଙ୍କରୁ ୫୦ହଜାର ଟଙ୍କା ଠାରୁ ୧ଲକ୍ଷ ୬୦ହଜାର ଟଙ୍କା ପର୍ଯ୍ୟନ୍ତ (ଚାଷଜମି ଅନୁପାତରେ)ବର୍ଷିକିୟା ଫସଲ ପାଇଁ କୃଷିଋଣ ନେଇ ଏହାକୁ ପରିଷୋଧ କରିବେ । ଏହି ଋଣ ଠିକ୍ ସମୟରେ ପରିଷୋଧ କଲେ ୫୦,୦୦୦ଟଙ୍କା ଠାରୁ ଅଧିକ ଋଣ ଉପରେ ୩ ପ୍ରତିଶତ ହାରରେ ସୁଧ ଲାଗିବ ଏବଂ ୫୦୦୦୦ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ କୌଣସି ସୁଧ ପଡ଼ିବ ନାହିଁ।…
Read Moreବେଟି ବଚାଓ, ବେଟି ପଢ଼ାଓ ଯୋଜନାର ତ୍ରୈମାସିକ ଟାସ୍କଫୋର୍ସ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): “ବେଟି ବଚାଓ, ବେଟି ପଢ଼ାଓ” (ଶିଶୁ ପାଇଁ ଦିନଟିଏ) କାର୍ଯ୍ୟକ୍ରମ ଯୋଜନାର ତ୍ରୈମାସିକ ଟାସ୍କଫୋର୍ସ ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡା. ଟୁଡ଼ୁ ଉପସ୍ଥିତ ସମସ୍ତ ପଦାଧିକାରୀଙ୍କୁ ସ୍ଵାଗତ ଜଣାଇବା ସଙ୍ଗେ ସଙ୍ଗେ ବୈଠକର ସୂଚୀ ଅନୁଯାୟୀ ଆଲୋଚ୍ୟ ବିଷୟ ଉପସ୍ଥାପନ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ବାଲ୍ୟ ବିବାହ ବନ୍ଦ ଓ ତାହାର ସଫଳ ରୂପାୟନ ନିମନ୍ତେ ସଂପୃକ୍ତ ସମସ୍ତ ବିଭାଗର ମିଳିତ ସହଯୋଗରେ ଏକ ଯୋଜନା ପ୍ରସ୍ତୁତି ନିମନ୍ତେ ନିଷ୍ପତି ହୋଇଥିଲା । ବିଦ୍ୟାଳୟସ୍ତରରେ ପାଠ ଛାଡୁଥିବା କିଶୋରୀମାନଙ୍କ (୧୦ ରୁ ୧୮ବର୍ଷ) ଉପରେ ସ୍ଵତନ୍ତ୍ର ନଜର ରଖିବା ପାଇଁ ଅଂଚଳର ଅଙ୍ଗନବାଡ଼ି କର୍ମୀମାନଙ୍କୁ ସଜାଗ ରହିବା ନିମନ୍ତେ ଜିଲ୍ଲାପାଳ ଗୁରୁତ୍ବ…
Read Moreଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଡିଆରଡିଏ ପରିସରରେ ଥିବା ସୃଜନ ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ, ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ପ୍ରଧାନ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଲେଖ ଚନ୍ଦ୍ର ପହି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ମକରନ୍ଦ ବେଉରା, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସତ୍ୟନାରାୟଣ…
Read Moreଝାଙ୍ଗିରାମ ଉଚ୍ଚ ବିଦ୍ୟାଳୟର ୧୯୮୮ବ୍ୟାଚର ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ଅନ୍ତର୍ଗତ ଗୌଡ଼ପୁଟ ଝାଙ୍ଗିରାମ ଉଚ୍ଚ ବିଦ୍ୟାଳୟର ୧୯୮୮ମସିହା ମାଟ୍ରିକ ଵ୍ୟାଚ ଛାତ୍ରଛାତ୍ରୀଙ୍କ ଏକ “ବନ୍ଧୁ ମିଳନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୩୪ବର୍ଷ ପରେ ଏହି ବନ୍ଧୁ ମିଳନ ପର୍ବଟି ଓଡ଼ଗାଁ ପିମିଟ କଲେଜ ପରିସରରେ ଧୁମଧାମରେ ପାଳିତ ହୋଇଯାଇଛି। ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମକୁ ଅଶୋକ କୁମାର ମିଶ୍ର ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଦୀର୍ଘ ୩୪ବର୍ଷ ପରେ ୮୮ମସିହା ବ୍ୟାଚର ଛାତ୍ରଛାତ୍ରୀମାନେ ନିଜ ନିଜର ପ୍ରିୟ ବନ୍ଧୁଙ୍କୁ ପାଖରେ ପାଇ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ। ଛୋଟ ଛୋଟ ଛୁଆମାନଙ୍କୁ ନେଇ ଏକ ଡ୍ରଇଂ ପ୍ରତିଯୋଗିତା କରାଯାଇଥିବା ବେଳେ ବନ୍ଧୁମାନଙ୍କ ମଧ୍ୟରେ ଅନ୍ୟ ଏକ ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ପୂଜ୍ୟ ଗୁରୁଜୀ…
Read Moreଆସନ୍ତା ୧୪ରେ ନୟାଗଡ଼ରେ ରାଷ୍ଟ୍ରୀୟ ଲୋକ ଅଦାଲତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧ୍ୟାକରଣଙ୍କ ପକ୍ଷରୁ ଏକ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୪.୦୫.୨୦୨୨ରିଖ (ଶନିବାର ଦିନ) ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସର ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଅଛି । ଉକ୍ତ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ମାମଲା ଯଥା ଫୌଜଦାରୀ ମାମଲା, ଚେକ୍ ବାଉନ୍ମ ମାମଲା, ବ୍ୟାଙ୍କ ଋଣ, ଗାଡ଼ିମଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଶ୍ରମ ଓ ନିଯୁକ୍ତି, ବିଦ୍ୟୁତ୍ ଓ ଜଳ, ବୈବାହିକ(ଛାଡ଼ପତ୍ର ବ୍ୟତୀତ), ଜମି ଅଧଗ୍ରହଣ, ଭରଣ ପୋଷଣ ଜନିତ ମାମଲା ଏବଂ ଜମିଜମା ତଦ୍ଜନିତ ମାମଲା ଗୁଡ଼ିକର ଆପୋଷ ସହମତିରେ ରାଷ୍ଟ୍ରୀୟ ଲୋକ ଅଦାଲତରେ ସମାଧାନ ହୋଇପାରିବ । ଏଥିପାଇଁ ଜନସାଧାରଣଙ୍କୁ କୌଣସି ଆର୍ଥିକ ଖର୍ଚ୍ଚ ଦେବାକୁ ପଡ଼ିବ ନାହିଁ ବୋଲି ପ୍ରାଧିକରଣଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
Read Moreପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବି
ନୟାଗଡ଼,(ନୟାଗଡ଼ ଦର୍ପଣ): ଦିବ୍ୟାଙ୍ଗଙ୍କ ଶିକ୍ଷା ପାଇଁ ଚେଷ୍ଟିତ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରେସନ ଫର୍ ଦିବ୍ୟାଙ୍ଗ ସଂଘ ର ରାଜ୍ୟ ସ୍ତରୀୟ ବୈଠକ ଆଜି ଭୁବନେଶ୍ୱର ର ଆଚ଼ାର୍ଯ୍ୟବିହାର ଛକ ସ୍ଥିତ ମା’ ଭୁବନେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟ ସଭାପତି ସୂର୍ଯ୍ୟକାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସମ୍ପାଦକ ଜୀବନ କୁମାର ବେହେରା, ଯୁଗ୍ମ ସଂପାଦକ ଆୟୁଷ୍ମାନ ଚ଼ୌଧୁରୀ, କୋଷାଧ୍ୟକ୍ଷ ରୌପ୍ୟରଞ୍ଜନ ସାମନ୍ତରାୟ, ସହ-କୋଷାଧ୍ୟକ୍ଷ ରାକେଶ ସାହୁ ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗ ମାନଙ୍କ ଶିକ୍ଷାର ବିକାଶ ନିମନ୍ତେ ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟ ରେ ସ୍ୱତନ୍ତ୍ର ଶିକ୍ଷକ ନିମନ୍ତେ ସରକାର ଦୃଷ୍ଟି ଦେବା ପାଇଁ ସଂଘ ତରଫରୁ ଅନୁରୋଧ କରାଯାଇଥିଲା । ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କରାଗଲେ ଦିବ୍ୟାଙ୍ଗ ମାନେ ଭଲ ଭାବରେ ଶିକ୍ଷା ଗ୍ରହଣ କରିବା ସହ…
Read Moreଦଶପଲ୍ଲା ବ୍ଲକ୍ରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ଦଶପଲ୍ଲା ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଡ଼ା, ଟୁଡୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ସମୁଦାୟ ୭୮ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୬୮ଟି ଅଭିଯୋଗ, ସାମୁହିକ ଗ୍ରାମ ବିବାଦ ୨ଗୋଟିର ଶୁଣାଣି କରାଯାଇ ସମୁଦାୟ ୫୬ଗୋଟି କେସର ତତ୍କାଳ ସମାଧାନ କରାଯାଇଥିଲା । ସେଥି ମଧ୍ୟରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୮ଜଣ ଦରଖାସ୍ତକାରୀଙ୍କୁ ମୋଟ ଟ.୭୬୦୦୦/- ଆର୍ଥିକ ଅନୁଦାନ ଏହି ଜନଶୁଣାଣି ଶିବିରରେ ପ୍ରଦାନ କରାଯାଇଥିଲା । ଅବଶିଷ୍ଟ ୨୨ଗୋଟି କେସକୁ ସମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲାପାଳ ଡା. ଟୁଡ଼ୁ ଅତୀତ ଜନଶୁଣାଣି ଶିବିରରେ ବିଭିନ୍ନ ବିଭାଗକୁ ଦିଆଯାଇଥିବା ମାମଲାଗୁଡ଼ିକ ଆସନ୍ତା ଜନଶୁଣାଣି ଶିବିର…
Read Moreବୃଦ୍ଧାଶ୍ରମରେ ବିଶ୍ବ ମାତୃ ଦିବସ
ନୟାଗଡ଼,(ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ନୟାଗଡ଼ ଆନୁକୂଲ୍ୟରେ ଆଜି ବିଶ୍ବ ମାତୃ ଦିବସ ସ୍ଥାନୀୟ ବୃଦ୍ଧାଶ୍ରମ ସମର୍ପଣରେ ପାଳିତ ହୋଇଯାଇଛି । ରୋଟାରୀ କ୍ଲବ ସଭାପତି ଧିରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ରୋଟାରିୟାନ ସୁବୋଧ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବାବେଳେ ରୋଟାରିଆନ ପ୍ରସନ୍ନ ବସନ୍ତିଆ ବୃଦ୍ଧାଶ୍ରମ ର ମହିଳା ଅନ୍ତେବାସୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରିଥିଲେ । ଏହି ସଭାରେ ଉପସ୍ଥିତ ଅତିଥିମାନେ ସମାଜ ପାଇଁ ‘ମା’ ର ଅବଦାନ ଉପରେ ଆଲୋଚନା କରିଥିଲେ ଏବଂ ଅନ୍ତେବାସୀ ମାନଙ୍କୁ କେକ ଏବଂ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏହି ଉତ୍ସବ ପାଳନ କରିବାରେ ରୋଟାରୀ କ୍ଲବ ସଦସ୍ୟ ରୋଟାରିଆନ ପ୍ରକାଶ ପଟ୍ଟନାୟକ, ମଦନ ମୋହନ ମହାପାତ୍ର, ପ୍ରବୀର ପୃଷ୍ଟି ଏବଂ ବୃଦ୍ଧାଶ୍ରମ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ଅରୁଣ ମହାନ୍ତି ସହାୟତା…
Read Moreସଂସ୍କୃତି ଓ ସାହିତ୍ୟର ବିକାଶ ଦିଗରେ ଅନୁବାଦକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ଅନୁବାଦ ହେଉଛି ଦୁଇଧାରୁଆ ଖଣ୍ଡା ସଦୃଶ ତେଣୁ ଅନୁବାଦ କାର୍ଯ୍ୟ କଲାବେଳେ ଅନୁବାଦକଙ୍କୁ ବେଶ୍ ସତର୍କ ଓ ସଜାଗ ରହିବାକୁ ପଡେ। ଯଥାର୍ଥ ଅନୁବାଦ ପାଇଁ ମୂଳଭାଷା ଓ ସ୍ରୋତ ଭାଷା ଉପରେ ଦକ୍ଷତା ଥିବା ଆବଶ୍ୟକ। ଅନୁବାଦକ ଜଣେ ସର୍ଜନଶୀଳ ବ୍ୟକ୍ତି ଏବଂ ସଂସ୍କୃତି ତଥା ସାହିତ୍ୟର ବିସ୍ତାର ଦିଗରେ ଅନୁବାଦକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଜାତୀୟସ୍ତରର ଖ୍ୟାତିପ୍ରାପ୍ତ ଅନୁବାଦକ ଦିନେଶ ମାଳୀ ମତବ୍ୟକ୍ତ କରିଛନ୍ତି। ବିଶିଷ୍ଟ ଅନୁବାଦକ ରାଧୁ ମିଶ୍ରଙ୍କ ସଂଯୋଜନା ରେ ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅନଲାଇନ୍ ମାଧ୍ୟମରେ ଆୟୋଜିତ ହୋଇଥିବା ଅନୁବାଦକମାନଙ୍କର ସାରସ୍ୱତ ସମ୍ମିଳନୀର ” ଅନୁଭବରେ ଅନୁବାଦକ” କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ସେ। ଭାରତୀୟ ଅନୁବାଦ ସାହିତ୍ୟ ର ଆବାହକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସମସ୍ତଙ୍କୁ ସ୍ୱାଗତ କରିବାସହ ଅନୁଷ୍ଠାନ…
Read More