ଶରଣକୁଳ,(ନୟାଗଡ଼ ଦର୍ପଣ): ଶରଣକୁଳ ଲଡୁକେଶ ଆଥଲେଟିକ୍ ଆସୋସିଏସନ ଶରଣକୁଳ ପକ୍ଷରୁ ୬୧ତମ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚଳିତ ନଭେମ୍ବର ମାସ ୧୩ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତହେବ। ଏହି ପ୍ରତିଯୋଗିତାରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିବେ ବୋଲି ଆସୋସିଏସନ ପକ୍ଷରୁ ସୂଚନା ମିଳିଛି। ୧୩ତାରିଖ ପ୍ରଥମ ଦିନର ଖେଳରେ ଆଚିଭର କଟକ ଓ କିଶୋର କ୍ଲବ୍ ଭୁବନେଶ୍ବର ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବା ବେଳେ ୧୪ତାରିଖରେ ତାମିଲନାଡୁ ପୋଲିସ ଓ ୟୁନାଇଟେଡ଼ କ୍ଲବ୍ ବରଗଡ଼ ମଧ୍ୟରେ ଖେଳ ଅନୁଷ୍ଠିତ ହେବ । ସେହିପରି ୧୫ତାରିଖ ଖେଳରେ ହାଇଦ୍ରାବାଦ ଆର୍ମି ଓ ସ୍ପୋର୍ଟସ ହଷ୍ଟେଲ ବାରିପଦା ମଧ୍ୟରେ ହେବାକୁ ଥିବା ବେଳେ ୧୬ତାରିଖରେ ସାଇ ଏଚଏଏଲ ସୁନାବେଡା ଓ ସ୍ପୋର୍ଟସ ହଷ୍ଟେଲ ଭବାନୀ ପାଟଣା ମଧ୍ୟରେ…
Read MoreCategory: ଗଣିଆ ବ୍ଲକ
ସଜେଇ ହେଉଛି ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସାତକୋଶିଆ ସ୍ୟାଣ୍ଡରିସର୍ଟ
ଗଣିଆ,(ନୟାଗଡ଼ ଦର୍ପଣ): ସଜେଇ ହେଉଛି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ବଡ଼ମୂଳ ମଙ୍ଗାନାସୀସ୍ଥିତ ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସାତକୋଶିଆ ସ୍ୟାଣ୍ଡରିସର୍ଟ। ଶୀତ ତଥା ପର୍ଯ୍ୟଟନ ଋତୁ ପ୍ରବେଶ କରୁଥିବା ବେଳେ ପ୍ରତିବର୍ଷ ଭଳି ଚଳିତବର୍ଷ ପର୍ଯ୍ୟଟକଙ୍କ ପାଇଁ ସ୍ୟାଣ୍ଡରିସର୍ଟ ସାଜସଜ୍ଜା ଚାଲିଥିବା ଦେଖିବାକୁ ମିଳିଛି। ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମହାନଦୀର ବାଲୁକା ଶଯ୍ୟାରେ ଲାଗୁଥିବା କଟେଜ୍ ଗୁଡ଼ିକର ନିମାର୍ଣ କାର୍ଯ୍ୟରେ ବିଳମ୍ବ ହୋଇଥିଲା। ଆସନ୍ତା ୧୫ତାରିଖରେ ଏହାର ଶୁଭ ଉଦ୍ଘାଟନ କରାଯିବ । ଏ ନେଇ ମୁଦୁଲୀଗାଡ଼ିଆ, ମା’ ସାତଭଉଣୀ ପର୍ଯ୍ୟଟନ ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ୧୬ଟି ଅଣଶୀତତାପ ନିତମ୍ବିତ ଅସ୍ଥାୟୀ ଟେଣ୍ଟ୍ ନିର୍ମାଣ କରାଯିବାକୁ ନିଷ୍ପତ୍ତିନିଆଯାଇଥିବା ବେଳେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଲେ ଆବଶ୍ୟକସ୍ଥଳେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶ କ୍ରମେ ଟେଣ୍ଟ ସଂଖ୍ୟାକୁ ବୃଦ୍ଧି କରାଯିବ। ସାତକୋଶିଆ…
Read More୬ନଂ ଜୋନ ଡ଼ାଇରେକ୍ଟର ଭାବେ ନିର୍ବାଚିତ ହେଲେ ଉପେନ୍ଦ୍ର ସାହୁ ଓରଫ ରୂପ ଭାଇ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ବାଚନ ହୋଇଥିବା ବେଳେ ୬ନଂ ଜୋନରୁ ପ୍ରାର୍ଥୀ ଭାବରେ ଉପେନ୍ଦ୍ର କୁମାର ସାହୁ ଏବଂ ସତ୍ୟ ନାରାୟଣ ସାହୁ ନିର୍ବାଚନ ଲଢ଼ୁଥିଲେ । ଏହି ନିର୍ବାଚନ ପାଇଁ ନୟାଗଡ ସହରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ମତଦାନ ଅନୁଷ୍ଠିତ ହୋଇଥିଲା ଏବଂ ସେହି କେନ୍ଦ୍ରରେ ସମବାୟ ସମିତିର ସଦସ୍ୟମାନେ ନିଜ ନିଜ ମତଦାନ କରିଥିଲେ । ୬ନଂ ଜୋନରେ ସମୁଦାୟ ୧୬୨ଜଣ ଭୋଟର ଥିବାବେଳେ ୧୫୮ଜଣ ମତଦାତା ମତଦାନ କରିଥିଲେ ସେଥି ମଧ୍ୟରୁ ଗୋଟିଏ ଭୋଟ ନାକଚ ହୋଇଥିବା ବେଳେ ୪୩ଖଣ୍ଡ ଭୋଟ ନାରାୟଣ ସାହୁ ପାଇ ସନ୍ତୁଷ୍ଟ ହୋଇଥିଲେ ଏବଂ ୧୧୪ ଖଣ୍ଡ ଭୋଟ ପାଇ ଦଶପଲ୍ଲା ଅଞ୍ଚଳର ଦକ୍ଷ ସଂଗଠକ ତଥା ଦଶପଲ୍ଲା ପଞ୍ଚାୟତ ସମିତିର ପୂର୍ବତନ ଅଧକ୍ଷ ଉପେନ୍ଦ୍ର କୁମାର ସାହୁ ବିଜୟୀ…
Read Moreଆରମ୍ଭ ହେଲା ଭଏସ୍ ଅଫ ନୟାଗଡ଼ ସିଜିନ୍ ୩
ନୟାଗଡ଼,(ନୟାଗଡ଼ ଦର୍ପଣ): ସଂଗୀତ କ୍ଷେତ୍ରରେ ପ୍ରଶିଦ୍ଧି ଲାଭକରିଥିବା ନୟାଗଡରେ ଯୁବ କଣ୍ଠଶିଳ୍ପୀମାନଙ୍କ ପ୍ରତିଭାର ବିକାଶ ପାଇଁ ନୟାଗଡ଼ କ୍ଳବ ଦ୍ଵାରା ଆୟୋଜିତ ସଂଗୀତ ଭିତ୍ତିକ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼,ସିଜିନ୍ ୩ ଆଜି ଠାରୁ ଆରମ୍ଭ ହୋଇଛି। ନୟାଗଡ଼ କ୍ଳବର ସଭାପତି ରବୀନ୍ଦ୍ର କୁମାର ସାହୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଭଏସ୍ ଅଫ୍ ନୟାଗଡ଼ର ସଂଯୋଜକ ଧୀରେନ୍ଦ୍ର କୁମାର ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରି କହିଥିଲେ ଯେ,ଆଜି ପ୍ରଥମ ପର୍ଯ୍ୟାୟରେ ନୟାଗଡ଼ ବ୍ଳକର ୧୪ ରୁ ୨୧ ବର୍ଷ ପର୍ଯ୍ୟନ୍ତ ପ୍ରତିଯୋଗୀଙ୍କୁ ନେଇ ପ୍ରତିଯୋଗିତା ହେଉଥିବା ବେଳେ ପର୍ଯ୍ୟାୟୟକ୍ରମେ ନୟାଗଡର ଅନ୍ୟ ୭ ଟି ବ୍ଳକରେ ପ୍ରତିଯୋଗିତା କରାଯାଇ କ୍ୱ।ଟର ପଫାଇନାଲ୍, ସେମିଫାଇନାଲ ଓ ଫାଇନାଲ୍ ଏହିପରି ଭାବେ ଭଏସ୍ ଅଫ୍ ନୟାଗଡ଼ ଭାବେ…
Read Moreଭଏସ ଅଫ ନୟାଗଡ଼ ଅକ୍ଟୋବର ୩୦ରୁ ଆରମ୍ଭ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଭଏସ ଅଫ ନୟାଗଡ଼ର ପ୍ରଥମ ଅଡିସନ ଅକ୍ଟୋବର ୩୦ (ରବିବାର) ସକାଳ ୮ ଟା ସମୟରେ ସ୍ଥାନୀୟ ରୋଟାରୀ କ୍ଲବ, ନୟାଗଡ଼ ପରିସରରେ ଆୟୋଜନ କରାଯିବ ବୋଲି ଏହି କାର୍ଯ୍ୟକ୍ରମର କୋଅର୍ଡିନେଟର ଧିରେନ୍ଦ୍ର ପଟ୍ଟନାୟକ ସୁଚନା ପ୍ରଦାନ କରିଛନ୍ତି। ପ୍ରତିଯୋଗୀ ମାନଙ୍କ ବୟସ ୧୪ ବର୍ଷରୁ ୨୧ ବର୍ଷ ଭିତରେ ହେଇଥିବା ଦରକାର ଏବଂ ଏହି କାର୍ଯ୍ୟକ୍ରମରେ କେବଳ ଓଡ଼ିଆ ସଙ୍ଗୀତ ଗାନ କରିବାକୁ ପଡିବ । ପର୍ଯ୍ୟାୟ କ୍ରମେ ନୟାଗଡ଼ର ଅନ୍ୟ ବ୍ଲକ ମାନଙ୍କରେ ମଧ୍ୟ ଅଡିସନ କରି ପ୍ରତିଯୋଗୀ ଚୟନ କରାଯିବ ବୋଲି ସୁଚନା ମିଳିଛି । ଏହି ପ୍ରତିଯୋଗିତାର ଅନ୍ତିମ ଚରଣ ବିଜେତାଙ୍କୁ ଟ୍ରଫି ସହିତ ୧୦ହଜାର ଟଙ୍କା ପ୍ରଦାନ କରାଯିବ ଏବଂ ତା’ ସହିତ ଓଡ଼ିଶାର ପ୍ରତିଷ୍ଠିତ ମ୍ୟୁଜିକ କମ୍ପାନୀ ତାଲ…
Read Moreଦୁର୍ଦ୍ଦାନ୍ତ ଅପରାଧୀ ବିକାଶକୁ ହାଣି ହାଣି ହତ୍ୟା
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡ଼ ପୁଲିସ୍ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ଦୁର୍ଦାନ୍ତ ଅପରାଧି ବିକାଶ ବେହେରାକୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଛନ୍ତି ଗୋଟିଏ ଗୋଷ୍ଠୀ। ଦଶପଲ୍ଲା ଥାନା ମଧ୍ୟଖଣ୍ଡ ପଂଚାୟତ ତେନ୍ତୁଳିଆପଲ୍ଲୀରେ ଦୀପାବଳୀ ଉତ୍ସବ ପାଳନ ଅବସରରେ ବାଣ ଫୁଟାଇବା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଏହି ଗଣ୍ଡଗୋଳକୁ ବିକାଶ ହିଁ କରେଇଥିବା ଜଣାପଡିଛି। ଗାଁରେ ଦୀପାବଳି ଉପଲକ୍ଷେ ବାଣ ଫୁଟାଇ ଖୁସି ମନାଉଥିବା ବେଳେ ବିକାଶ ସେଥିରେ ରୋକ ଲଗେଇଥିଲା। ଗାଁ ରେ କେହି ଦୀପ ଜାଳି ପାରିବେନି କି ବାଣ ଫୁଟେଇ ପାରିବେନି କହି ନିଜେ ରଖିଥିବା ଚୋରା ବନ୍ଧୁକରେ ବ୍ଲାଙ୍କ ଫାୟରିଂ କରିଥିଲା। ଏହାକୁ ଦେଖି ଗାଁ ଲୋକେ ଭୟଭୀତ ହୋଇଯାଇଥିଲେ। କିନ୍ତୁ ଅନ୍ୟ ଏକ ଗୋଷ୍ଠୀ ବିକାଶକୁ ବିରୋଧ କରି ଯୁକ୍ତିତର୍କ ତାପରେ ଗଣ୍ଡଗୋଳ…
Read Moreନୟାଗଡ଼ ପୋଲିସକୁ ପୁଣି ସଫଳତା, ୮ଡ଼କାୟତ ଗିରଫ, ଲକ୍ଷାଧିକ ଟଙ୍କାର ଅଳଙ୍କାର ଜବତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ଥାନା ପୁଲିସ ଏକ କୁଖ୍ୟାତ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବା ସହ ୨ଜଣ ଚୋରା ସୁନା ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ବିପୁଳ ପରିମାଣର ସୁନା ଅଳଙ୍କାର ହୋଇଥିବା ବେଳେ ଏନେଇ ଟାଉନ ଥାନା ପରିସରରେ ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହି ସାମ୍ବାଦିକ ସମ୍ମିଳନିରେ ସୁଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଫତେଗଡ଼ ଥାନା ଗୋଳାପୋଖରୀ ଗ୍ରାମର ଶଙ୍କର ପଲେଇ, ଓଡ଼ଗାଁ ଥାନା ଭାଡ଼ିକିଳା ଗ୍ରାମର ମନୋରଞ୍ଜନ ମହାରଣା, ବାଉଁଶିଆପଡ଼ା ଗ୍ରାମର ଶରତ ଚନ୍ଦ୍ର ମହାରଣା, ଇଟାମାଟି ଥାନା ମଜୁରିଆପଲ୍ଲୀ ଗ୍ରାମର ରମେଶ ଲେଙ୍କା, ନାରାୟଣ ପାଟଣା ଗ୍ରାମର ଲିଟୁ ସ୍ବାଇଁ, ଓଡ଼ଗାଁ ଥାନା ଭାଡିକିଳା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାରଣା ଏବଂ ଗିରଫ ହୋଇଥିବା ସୁନା ବେପାରୀ ହେଲେ ଇଟାମାଟି ଥାନା କୃଷ୍ଣପ୍ରସାଦ ଗ୍ରାମର କାଳନ୍ଦୀ ସୁବୁଦ୍ଧି,…
Read Moreସାହିତ୍ୟ ଓ ସମ୍ବର୍ଦ୍ଧନା ଉତ୍ସବରେ ଦୁଲୁକିଲା ଓଡ଼ଗାଁ ମାଟି
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଇନଡୋର୍ ଷ୍ଟାଡ଼ିୟମ ପରିସରରେ ଶ୍ରୀ ଶ୍ରୀ ରଘୁନାଥ ସାରସ୍ବତ ସଂସଦ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କବି, ଲେଖକ ସମ୍ମିଳନୀ ଓ ସମ୍ବର୍ଦ୍ଧନା ଉତ୍ସବ ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ ସାରସ୍ୱତ ସାଧକସାଧିକାଗଣଙ୍କ ଉପସ୍ଥିତିରେ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଉତ୍ସବରେ ଜିଲ୍ଲାର ପ୍ରତି ବ୍ଲକରୁ କବି,କବିୟିତ୍ରୀ,ସାହିତ୍ୟିକ, ଲେଖକ,ଗାଳ୍ପିକ, ନାଟ୍ୟକାର ମାନଙ୍କ ସମାଗମ ଘଟିଥିଲା।ଅନୁଷ୍ଠାନର ସଭାପତି ପଞ୍ଚାନନ ପଣ୍ତାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା କଥାକାର ଦାଶ ବେନହୁର ଯୋଗ ଦେଇଥିବାବେଳେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଉଦଘାଟକ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ, ଚକ୍ର ସୁଦର୍ଶନ କ୍ଷେତ୍ର ଭଦ୍ରକର ଗୁରୁମା ଆଚାର୍ଯ୍ୟା ଅନ୍ନପୂର୍ଣ୍ଣା ଦେବୀ, ଓଡ଼ିଶା ସାହିତ୍ୟ ଏକାଡେମୀ ଜିଲ୍ଲାସଦସ୍ୟ ଅଶୋକ କୁମାର ନାୟକ,ଅନୁଷ୍ଠାନର ପ୍ରତିଷ୍ଠାତା ଲୋକନାଥ ମିଶ୍ର (ଭରଦ୍ବାଜ), ସଂପାଦକ ଭାବଗ୍ରାହୀ ମହାପାତ୍ର, ଉପଦେଷ୍ଟା ଦିବାକର…
Read More୪ର୍ଥ ଜିଲ୍ଲା ସ୍ତରୀୟ ଟାଇକୋଣ୍ଡ ଚାମ୍ପିୟାନ ସିପ-୨୦୨୨ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ନୂଆ ରାଜବାଟୀ କଲ୍ୟାଣୀ ମଣ୍ଡପ ଠାରେ ୪ର୍ଥ ଜିଲ୍ଲାସ୍ତରୀୟ ଟାଇକୋଣ୍ଡ ଚାମ୍ପିୟାନ ସିପ -୨୦୨୨ ରବିବାର ଅନୁଷ୍ଠିତ ହୋଇ ଯାଇଛି। ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁନିସିପାଲିଟିର ଅଧକ୍ଷା ନିରୁପମା ଖଟେଇ ଯୋଗଦେଇ ଟାଇକୋଣ୍ଡ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ ଖେଳାଳିମାନଙ୍କର ଉତ୍ତୋରାତ୍ତର ଉନ୍ନତି କାମନା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ଟାଇକୋଣ୍ଡ ଆସୋସିଏସନର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜଙ୍କ ସମେତ ନୟାଗଡ ମାସିଆଲ ଆର୍ଟ୍ସ ଏକାଡେମୀର ସମ୍ପାଦକ ଭବାନୀ ରାୟଗୁରୁ ପ୍ରମୁଖ ଉପସ୍ଥିତ ଥିଲେ। ନୟାଗଡ ଟାଇକୋଣ୍ଡ ସ୍ପୋର୍ଟ୍ସ ଆସୋସିଏସନ ଦ୍ୱାରା ଅନୁଷ୍ଠିତ ଏହି ଚାମ୍ପିୟାନ ସିପରେ ଜାତୀୟ ସ୍ତରର ଗଞ୍ଜାମର ଇ. ଲଳିତ କୁମାର, ଶୁଭଶ୍ରୀ ପାଢ଼ୀ, ତେଜସ୍ବିନୀ ପାଢ଼ୀ, ପୁରୀର ଅଭିଜିତ ସାହୁ, ଆର୍ଯ୍ୟନ ନାୟକ, ପାୟଲ…
Read Moreଜିଲ୍ଲା ଦାୟିତ୍ୱ ନେଲେ ନୂତନ ଜିଲ୍ଲାପାଳ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଭାବେ ଆଜି ରବୀନ୍ଦ୍ର କୁମାର ସାହୁ ଦାୟିତ୍ବ ଗ୍ରହଣ କରିଛନ୍ତି। ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଠାରୁ ସେ ଦାୟିତ୍ବ ଗ୍ରହଣ କରିଥିବା ଜଣାଯାଇଛି। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବାଷ ଚନ୍ଦ୍ର ରାୟଙ୍କ ସମେତ ବହୁ ଅଧିକାରୀଙ୍କ ଉପସ୍ଥିତିରେ ବରିଷ୍ଠ ଆଏଏସ ଅଧିକାରୀ ଶ୍ରୀଯୁକ୍ତ ରବୀନ୍ଦ୍ର ସାହୁ ନୟାଗଡ଼ ଜିଲ୍ଲା ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଜଣାଯାଇଛି।
Read More