ସୁସାହିତ୍ୟିକ ତଥା ସାମ୍ବାଦିକ ମନୋରଞ୍ଜନ ନନ୍ଦଙ୍କ ସ୍ମୃତି ସଭା

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ, ସୁସାମ୍ବାଦିକ ତଥା ସାହିତ୍ୟ ପତ୍ରିକା “ବିଭାବନା”ର ସମ୍ପାଦକ ସ୍ବର୍ଗତ ମନୋରଞ୍ଜନ ନନ୍ଦ (ଢେଙ୍କାନାଳ)ଙ୍କ ସପ୍ତମ ଶ୍ରଦ୍ଧାମାସିକ ସ୍ମୃତିସଭା ସେତୁବନ୍ଧ ସାହିତ୍ୟ ଅନୁଷ୍ଠାନର ସମ୍ପାଦିକା ଉଷା ମିଶ୍ରଙ୍କ ସଂଯୋଜନାରେ ପରମ୍ପରା ସମ୍ପାଦକ ନିର୍ମଳ ଚନ୍ଦ୍ର ଶୂରଦେଓ ସଭାପତିତ୍ୱରେ ନୟାଗଡ଼ ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ସଭାପତି ପଧାନୀ ବୃନ୍ଦାବନ ମହାପାତ୍ର, ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଅନୁବାଦକ ତଥା ନାଟ୍ୟକାର ଶରତ ଚନ୍ଦ୍ର ଆଚାର୍ଯ୍ୟ ଓ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଗାଳ୍ପିକ ତଥା ନାଟ୍ୟ ନିର୍ଦ୍ଦେଶକ ଡ଼ଃ. ଆଶୁତୋଷ ମିଶ୍ର ଯୋଗଦେଇଥିବା ବେଳେ ସ୍ବର୍ଗତ ମନୋରଞ୍ଜନ ନନ୍ଦଙ୍କ ପୁତ୍ର ମାନସ ନନ୍ଦଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା l ସାମ୍ବାଦିକ ରାମକୃଷ୍ଣ ରଥ,…

Read More

ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସ୍ଥାନାନ୍ତରିତ ସମ୍ବର୍ଦ୍ଧନା

ନୟାଗଡ଼, (ନୟାଗଡ଼ ଦର୍ପଣ): ନିକଟରେ ନୟାଗଡ଼ ଜିଲ୍ଲାରୁ ବଦଳି ହୋଇ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ ଭାବରେ ନିଯୁକ୍ତି ହୋଇଥିବା ଅକ୍ରୁର ବାରିକଙ୍କୁ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସିନ୍ଦୁରିଆ କ୍ଲଷ୍ଟର ତରଫରୁ ସ୍ଥାନାନ୍ତରିତ ଅବସରରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଅପରାହ୍ଣରେ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷକ ଶେଖ ଅବଦୁଲ ଖାଲିକଙ୍କ ସଂଯୋଜନାରେ ଏକ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା l ସିନ୍ଦୁରିଆ କ୍ଲଷ୍ଟରର ସାଧନକର୍ମୀ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ, ପ୍ରତାପ ପ୍ରାସାଦ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ ମହାପାତ୍ର ଓ ସରକାରୀ ଉଚ୍ଚ ବିଦ୍ୟାଳୟ ସିନ୍ଦୁରିଆର ପ୍ରଧାନଶିକ୍ଷୟିତ୍ରୀ ଝୁମିରୀ ସାହୁ ପ୍ରମୁଖ ଶ୍ରୀଯୁକ୍ତ ବାରିକଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ l ନୟାଗଡ଼ ଜିଲ୍ଲାରେ କାର୍ଯ୍ୟକରି ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି ବିଦାୟୀ ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକ କଥା…

Read More

ପୋକସୋ ଆଇନ ଓ ବାଳ ଅପରାଧ ଜନିତ ସଚେତନତା

ନୟାଗଡ଼, (ନୟାଗଡ଼ ଦର୍ପଣ): ଶିକ୍ଷାନୁଷ୍ଠାନରେ ବାଳିକାମାନଙ୍କ ସୁରକ୍ଷା ସମସ୍ୟା ଏକ ଉଦବେଗ ଜନକ ଘଟଣା । ଜିଲ୍ଲା ଏବଂ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶ କ୍ରମେ, ଅକ୍ସଫର୍ଡ ଶିକ୍ଷାନୁଷ୍ଠାନରେ ପୋକସୋ ଆଇନ ଏବଂ ଦଣ୍ଡ ବିଧାନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ସୁଧୀର କୁମାର ମହାନ୍ତି ଅତିଥି ପରିଚୟ ଏବଂ ସ୍ବାଗତ ସମ୍ଭାଷଣ କରିଥିଲେ । ବିଶେଷ କୁମାର ସାହୁ, ବରିଷ୍ଠ ବର୍ଗର ବିଚାରପତି ତଥା ସଚିବ, ନୟାଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ପୋକସୋ ଆଇନ ତଦଜନିତ ଦଣ୍ଡବିଧାନ ଉପରେ ବାଖ୍ୟା କରିଥିଲେ । ଆଇନଜୀବୀ ରମେଶଚନ୍ଦ୍ର ମହାରଣା ଆଇନସେବା ପ୍ରାଧିକରଣ ମାଧ୍ୟମରେ ଗରୀବ ଏବଂ ଅସହାୟଙ୍କୁ ତ୍ଵରିତ ନ୍ୟାୟ ପ୍ରଦାନ ବ୍ୟବସ୍ଥା ତଥା ବାଳ ଅପରାଧ ଆଇନ…

Read More

ନୂତନ ଜିଲ୍ଲା ଶିକ୍ଷା ଅଧିକାରିଣୀଙ୍କୁ ସ୍ୱାଗତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନିକଟରେ ରାଜ୍ୟର ଅନେକ ଜିଲ୍ଲାରେ ଶିକ୍ଷା ଅଧିକାରୀ ସ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଦଳବଦଳ କରିଛି l ସେହି କ୍ରମରେ ନୟାଗଡ଼ର ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକଙ୍କୁ ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀ ଭାବରେ ବଦଳି କରିଥିବା ବେଳେ ରାଜ୍ୟ ସମଗ୍ର ଶିକ୍ଷା ଅଭିଯାନରେ ଯୁଗ୍ମ ନିର୍ଦ୍ଦେଶିକା ଭାବରେ କାର୍ଯ୍ୟକରୁଥିବା ରାଜଶ୍ରୀ ପଟ୍ଟନାୟକଙ୍କୁ ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଭାବରେ ନିଯୁକ୍ତି ଦେଇଥିଲେ l ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରାଜଶ୍ରୀ ପଟ୍ଟନାୟକ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲା ଶିକ୍ଷା ଅଧିକାରୀ ଭାବରେ ଯୋଗଦେଇଛନ୍ତି l ଆଜି ଅପରାହ୍ଣରେ ବିଭିନ୍ନ ଶିକ୍ଷକ ସଂଗଠନ ଯଥା ଓସ୍ତା, କ୍ରୀଡ଼ାଶିକ୍ଷକ ସଂଘ, ବ୍ଲକଗ୍ରାଣ୍ଟ ସଂଘ ସମେତ ଜିଲ୍ଲା ଅନୁସୂଚିତ ଜାତି ଜନଜାତି ଶିକ୍ଷକ ସଂଘ, ଏକ୍ସ କ୍ୟାଡର ଏଲିମେଂଟାରୀ ଶିକ୍ଷକ ସଂଘ, ନୂତନ ପେନସନ…

Read More

ପ୍ରଧାନ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟଭାର ଗ୍ରହଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଦର ମହକୁମାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏନଏସି ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଭାବେ ରସିଦା ଖାତୁନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ମାନେ ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ଏହି ଅବସରରେ ଶ୍ରୀମତୀ ଖାତୁନ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସହିତ ଶିକ୍ଷାଦାନକୁ ପ୍ରାଧାନ୍ୟ ଦେବାପାଇଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହଯୋଗ ଲୋଡ଼ିଥିଲେ । ସୂଚନା ଯୋଗ୍ୟ ଯେ ନିକଟରେ ରାଜ୍ୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶନାମା ଅନୁସାରେ ଏଠାରେ କାର୍ଯ୍ୟରତ ଥିବା ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର କର ପଦୋନ୍ନତି ପାଇ ଖଣ୍ଡପଡ଼ା ବିଇଓ ଭାବେ ଯୋଗଦାନ କରିବା ପରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଥିଲା ।

Read More

“ଶ୍ରୀରାମ ଫାଉଣ୍ଡେସନ ଓଡିଶା”ର ସମ୍ପାଦକ ଦେବୀ ପ୍ରସାଦ ମିଶ୍ରଙ୍କୁ ରାଜ୍ୟସଭା ପଠାଇବାକୁ ଫାଉଣ୍ଡେସନ ସଭ୍ୟଙ୍କ ଅନୁରୋଧ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରୁ ଆରମ୍ଭ ହୋଇଥିବା ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଶ୍ରୀରାମ ଫାଉଣ୍ଡେସନ ଆଜିକୁ 5ବର୍ଷ ଧରି ସାରା ଓଡ଼ିଶାରେ ସେବା କାର୍ଯ୍ୟ ଆପଣେଇ ପୂର ପଲିରେ ଥିବା ଅନେକ ଗାଁ ମାନଙ୍କରେ ଅସହାୟଙ୍କୁ ସାହାଯ୍ୟ ସହଯୋଗ କରି ନିଜର ଏକ ପରିଚୟ ସୃଷ୍ଟି କରିପାଛି l ନୟାଗଡ଼ ଜିଲ୍ଲା ଭାପୁର ଅଞ୍ଚଳର ଯୁବ ସମାଜସେବୀ ଦେବୀ ପ୍ରସାଦ ମିଶ୍ର ହେଉଛନ୍ତି ଏହି ଶ୍ରୀରାମ ଫାଉଣ୍ଡେସନ ରାଜ୍ୟ ସାଙ୍ଗଠନିକ ସମ୍ପାଦକ l ଶ୍ରୀ ମିଶ୍ର ଦୀର୍ଘ ବର୍ଷ ଧରି ବହୁ ଦୁଃଖ କଷ୍ଟରେ ଥିବା ଗରିବ ନିରୀହ ଲୋକଙ୍କ ପାଖକୁ ଯାଇ ତାଙ୍କର ସୁବିଧା ଅସୁବିଧା ବୁଝି ନିଜର ସକ୍ଷମ ମୁତାବକ ସାହାଯ୍ୟ କରିବା ସହ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ସମସ୍ୟା ସ୍ଥାନୀୟ ପ୍ରଶାସନ, ରାଜ୍ୟ ସରକାର ଓ ରାଜ୍ୟ ପ୍ରଶାସନ 5T ମୋ…

Read More

ତାଲା ପଡ଼ିବ ସମସ୍ତ ପ୍ରାଥମିକ ବିଦ୍ୟାଳୟ,ସମୂହ ଛୁଟିରେ ଯିବେ ଶିକ୍ଷକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ୧୬ ତାରିଖରୁ ତାଲା ପଡ଼ିବ ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ । କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯିବା ପାଇଁ ରାଜ୍ୟ ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି । ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡେରେସନ, ଖାରବେଳ ନଗର, ଭୁବନେଶ୍ୱରର ଆହ୍ୱାନ କ୍ରମେ ଆଜି ରାଜ୍ୟର ସମସ୍ତ ବ୍ଲକରେ ତିନିଦଫା ଦାବି ନେଇ ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି କ୍ରମରେ ନୟାଗଡ଼ ବ୍ଲକରେ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନେ ସମଗ୍ରଶିକ୍ଷା କାର୍ଯ୍ୟାଳୟଠାରେ ୫ଶହରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଏକତ୍ରିତ ହୋଇ ଏକ ବିଶାଳ ରାଲିରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟଠାରେ ପହଞ୍ଚି ଏକ ପ୍ରତିବାଦ ସଭା କରିଥିଲେ । ପ୍ରାଥମିକ ଶିକ୍ଷକସଂଘ ସଭାପତି ବିପିନ ବିହାରୀ ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି…

Read More

ନୂତନ ବ୍ଳକ ଶିକ୍ଷାଧିକାରୀଙ୍କ ଯୋଗଦାନ, ଶିକ୍ଷକ ସଂଗଠନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଅନୁଯାୟୀ ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ଭାବେ ନିମାଇଁ ଚରଣ ପ୍ରଧାନ ବିଧିବଦ୍ଧ ରୂପେ ଯୋଗଦାନ କରିଛନ୍ତି । ଫଳରେ ଦୀର୍ଘ ଏକବର୍ଷରୁ ଉର୍ଦ୍ଧ୍ୱ ସମୟଧରି ଖାଲିଥିବା ଏହି ପଦବୀ ପୂରଣ ହୋଇ ପାରିଛି । ପୂର୍ବରୁ ଓଡ଼ଗାଁ ବ୍ଲକ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ ନୟାଗଡ଼ ବ୍ଲକ ଦାୟିତ୍ୱରେ ରହିଥିଲେ । ନୂତନ ବିଇଓଙ୍କ ଯୋଗଦାନ ପରେ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ତାଙ୍କୁ ଫୁଲତୋଡ଼ା ଦିଆଯାଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଶିକ୍ଷକନେତା ସନ୍ତୋଷ ସାହୁ, ଲକ୍ଷ୍ମୀଧର ସାହୁ, ସଂଗ୍ରାମ ସାହୁ, ଉମେଶ ସ୍ୱାଇଁ, ରବିନ୍ଦ୍ର ସାହୁ, ଭଗବାନ ପଣ୍ଡା, ମୃତ୍ୟୁଞ୍ଜୟ ଷଢ଼ଙ୍ଗୀ ପ୍ରମୁଖ ନୁତନ ବିଇଓଙ୍କୁ ସ୍ୱାଗତ ଜଣାଇଥିଲେ । ଉତ୍ତରରେ ନୂତନ ବିଇଓ ଶିକ୍ଷମାନଙ୍କ ରହିଥିବା ବିଭିନ୍ନ ସମସ୍ୟା ଗୁଡ଼ିକୁ ଆଲୋଚନା…

Read More

ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସୁଧାଂଶୁ ସାହୁ ପାଇଲେ NSS ବିଶ୍ୱବିଦ୍ୟାଳୟ ସ୍ତରୀୟ ପୁରସ୍କାର

ନୟାଗଡ଼, (ନୟାଗଡ଼ ଦର୍ପଣ): ଉତ୍କଳ ବିଶ୍ୱବିଦ୍ୟାଳୟ, ଓଡ଼ିଆ ବିଭାଗର ଛାତ୍ର ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଗୋଡିପଡାର ସୁଧାଂଶୁ ସାହୁ ୨୦୨୦-୨୧ ବର୍ଷ ପାଇଁ ବିଶ୍ୱବିଦ୍ୟାଳୟ ସ୍ତରୀୟ ଜାତୀୟ ସେବା ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି l ସେ ପୂର୍ବରୁ ନୟାଗଡ଼, ସ୍ଵୟଂଶାସିତ ମହାବିଦ୍ୟାଳୟରେ ପଢିବା ସମୟରୁ NSS ସହ ଯୋଡ଼ି ହୋଇ ଅନେକ ଉନ୍ନତ ମାନର କାମ କରିଆସିଛନ୍ତି। ସେ ପୂର୍ବରୁ ରାଜୀବ ଗାନ୍ଧୀ ପୁରସ୍କାର, ବେଷ୍ଟ ଭଲ୍ଯୁଣ୍ଟର ପୁରସ୍କାର, ସେବା ପୁରସ୍କାର, ଜିଲ୍ଲାପାଳଙ୍କ ଠାରୁ ବେଷ୍ଟ ଭଲ୍ଯୁଣ୍ଟର ପୁରସ୍କାର, ଏକକ ଅଭିନୟ ପାଇଁ ପୁରସ୍କାର, ସାହିତ୍ୟ ପୁରସ୍କାର ଏହି ପରି ଅନେକ ପୁରସ୍କାର ସହ ରକ୍ତଦାନ ଶିବିର ଆୟୋଜନ ସହ NSS ମାଧ୍ୟମରେ ନିଜ ଅଞ୍ଚଳରେ ଅନେକ ବୃକ୍ଷରୋପଣ କାଯ୍ୟ କରିଛନ୍ତି ବିଶ୍ୱବିଦ୍ୟାଳୟରେ ଏନଏସଏସ ସହ ଯୋଡ଼ି ହୋଇ ଅନେକ କାଯ୍ୟ କରିଆସିଛନ୍ତି ।

Read More

ଜିଲ୍ଲାପାଳ ବନ୍ୟାପ୍ରବଣ ଓ ବନ୍ୟାଞ୍ଚଳ ବୁଲି ଦେଖିଲେ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମହାନଦୀ ଅବବାହିକାରେ ଥିବା ଖଣ୍ଡପଡ଼ା, ଭାପୁର ଓ ଗଣିଆ ବ୍ଳକର ବନ୍ୟାପ୍ରବଣ ତଳିଆ ଅଞ୍ଚଳ ମଧ୍ୟରୁ ଆଜି ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଖଣ୍ଡପଡ଼ା ବ୍ଳକ ଓ ଭାପୁର ବ୍ଲକର ବନ୍ୟାଞ୍ଚଳ ଗସ୍ତକରି ସ୍ଥିତିକୁ ନିକଟରୁ ନିରୀକ୍ଷଣ କରିଛନ୍ତି । ପ୍ରଭାବିତ ଲୋକଙ୍କ ଭଲ ମନ୍ଦ ପଚାରି ବୁଝିଛନ୍ତି। ଲୋକମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ତହସିଲଦାର ଓ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିରୋ କାଜୁଆଲିଟି ଲକ୍ଷ ନେଇ ସମସ୍ତ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଛନ୍ତି । ପାଣିଘେରରେ ଥିବା ଲୋକଙ୍କୁ ଖାଦ୍ୟ, ଔଷଧ, ପାନୀୟଜଳ ଅନ୍ୟାନ୍ୟ ସମସ୍ତ ସାମଗ୍ରୀ ତୁରନ୍ତ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଲାଇଫ୍ ବୋଟ୍‌ଗୁଡ଼ିକୁ ପ୍ରସ୍ତୁତ କରି ରଖିବାକୁ ପରାମର୍ଶ ଦେଇଛନ୍ତି ।

Read More