ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକସଂଘର ଆହ୍ୱାନରେ ତିନି ଦଫା ଦାବି ନେଇ ସମଗ୍ର ରାଜ୍ୟର ୩୧୪ଟି ବ୍ଳକରେ ପ୍ରାଥମିକ ଶିକ୍ଷକମାନେ ଅନିର୍ଦ୍ଦିଷ୍ଟ ସମୟ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏହି ପରୀପ୍ରେକ୍ଷୀରେ ନୟାଗଡ ଜିଲ୍ଲା ଅନ୍ତର୍ଗତ ୮ଟି଼ ବ୍ଲକରେ କାର୍ଯ୍ୟରତ ୪ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଆନ୍ଦୋଳନରେ ସାମିଲ ହେବା ସହିତ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଛନ୍ତି । ରାଜ୍ୟ ସରକାର ଶିକ୍ଷକମାନଙ୍କ ଦାବି ପୂରଣ ନକଲା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରହିବ ବୋଲି ଶିକ୍ଷକମାନେ ପ୍ରକାଶ ପରିଛନ୍ତି । ଏହି ଦାବି ଗୁଡ଼ିକ ମଧ୍ୟରେ ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କ ଛଅ ବର୍ଷର ଠିକା ନିଯୁକ୍ତିକୁ ଉଚ୍ଛେଦ କରିବା ସହିତ ଏକ୍ସ କ୍ୟାଡର,କ୍ରୀଡ଼ା ଏବଂ କଳା ଶିକ୍ଷକମାନଙ୍କୁ ନିୟମିତ କରିବା, କେନ୍ଦ୍ରୀୟ ହାରରେ…
Read MoreCategory: ନୟାଗଡ଼ ବ୍ଲକ
ରୋଟାରୀ କ୍ଳବ୍ ନୟାଗଡ଼ରେ ବିଶ୍ବ ସ୍ବାକ୍ଷରତା ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରୀ ଭବନ ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ବିଶ୍ବ ସାକ୍ଷରତା ଦିବସ ତଥା ରାଷ୍ଟ୍ର ନିର୍ମାତା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କ୍ଳବ୍ ର ସଭାପତି ଅବଦୁଲ ଆରିଫ୍ ଖାନ୍ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡଙ୍ଗୀ ଯୋଗ ଦେଇ ଶିକ୍ଷକ ମାନେ ଆଗାମୀ ଭବିଷ୍ଯତ ଶିଶୁ ମାନଙ୍କୁ ଉତ୍ତମ ମଣିଷ ଭାବେ ଗଢୁଥିବାରୁ ଶିକ୍ଷକ ମାନେ ହେଉଛନ୍ତି ଯୁଗ ନିର୍ମାତା ବୋଲି କହିଥିଲେ। ମୁଖ୍ଯ ବକ୍ତା ଭାବେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରିଣୀ ରାଜଶ୍ରୀ ପଟ୍ଟନାୟକ ଯୋଗ ଦେଇ ଶିକ୍ଷକ ମାନେ ସ୍ବାଭିମାନୀ ହେବା ଆବଶ୍ଯକ ଏବଂ ସଚ୍ଚୋଟ ତଥା ନିଷ୍ଠାପର ଭାବେ ନିଜର କର୍ତ୍ତବ୍ଯ ସମ୍ପାଦନ କରିବା ଉଚିତ୍ ବୋଲି କହିଥିଲେ। ସମ୍ମାନିତ ଅତିଥି…
Read Moreନବନିଯୁକ୍ତ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଏବଂ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତିଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରତ୍ୟୁଷା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପୁରୁଣା ସହର ସ୍ଥିତ ପୁରୁଣା ରାଜବାଟିଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ତଥା ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଯୋଗଦେଇଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଦେଇଥିଲେ l ଭାରତୀୟ ଜନତା ପାର୍ଟି(କୃଷକ ମୋର୍ଚ୍ଚା)ର ନବନିଯୁକ୍ତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜେପି କୃଷକ ମୋର୍ଚ୍ଚା କୃପାସିନ୍ଧୁ ଗୌଡ଼ ଓ ନବନିଯୁକ୍ତ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀନିବାସ ପ୍ରଧାନଙ୍କୁ ଶୁଭେଚ୍ଛା ଜଣେଇବା ସହ ସମ୍ବର୍ଦ୍ଧିତ କରିଥିଲେ। ଏହି ନିଯୁକ୍ତି ନିମନ୍ତେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତିଙ୍କୁ ଧନ୍ୟବାଦ ଦେବା ସହ ନୟାଗଡ଼ ବିଜେପି ଆହୁରି ଅଧିକ ସଂଗଠିତ ହେବ ବୋଲି ଆଶା ଓ ବିଶ୍ୱାସ ରଖିଛନ୍ତି ବୋଲି ପ୍ରତ୍ୟୁଷା ସିଂହ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଥିଲେ। ଏକ ଭୟମୁକ୍ତ ତଥା…
Read Moreଐତିହାସିକ ଭାରତ ଯୋଡ ଯାତ୍ରାର ଏକବର୍ଷ ପୂର୍ତ୍ତି ଅବସରରେ ନୟାଗଡ଼ କଂଗ୍ରେସ ପକ୍ଷରୁ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ନୟାଗଡ଼, (ନୟାଗଡ଼ ଦର୍ପଣ): ଅଖିଳ ଭାରତ କଂଗ୍ରେସ କମିଟି ପୁର୍ବ ସଭାପତି ସାଂସଦ ରାହୁଲ ଗାନ୍ଧୀଙ୍କ ୪000କିଲୋମିଟର ବ୍ୟାପି କନ୍ୟାକୁମାରୀ ଠାରୁ କାଶ୍ମୀର ଘାଟି ପର୍ଯ୍ୟନ୍ତ ଐତିହାସିକ ଭାରତ ଯୋଡ ଯାତ୍ରା ଏକବର୍ଷ ପୂର୍ତ୍ତି ଅବସରରେ ୭ ସେପ୍ଟେମ୍ବର ଗୁରୁବାର ଅପରାହ୍ନ ୫ ଘଟିକା ସମୟରେ ଜିଲ୍ଲା କଂଗ୍ରେସ ପକ୍ଷରୁ ନୟାଗଡ ତ୍ରିନାଥ ଛକସ୍ଥିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ, ଜାତୀୟ ସଙ୍ଗୀତ, ରାମଧୁନ ଗାନ କରାଯାଇ ଥିଲା l ସମ୍ପ୍ରତ୍ତି କ୍ଷମତାରେ ଅହଙ୍କାର, ଘୃଣା ବିଦ୍ବେଷ,ଅସହିଷ୍ଣୁତା ରାଜନୀତି କରି ଅଖଣ୍ଡ ଭାରତବର୍ଷ କୁ ଖଣ୍ଡବିଖଣ୍ଡ କରି ବିଭୀଧତା ଭିତରେ ଏକତା ଭାଇଚାରା କୁ ନଷ୍ଟ କରୁଥିବା ଏକଛତ୍ରବାଦ ସରକାର ବିରୁଦ୍ଧରେ ରାହୁଲ ଗାନ୍ଧୀଙ୍କ ଅହିଂସା ମନ୍ତ୍ର ନେଇ ଭାରତଯୋଡ ଯାତ୍ରା ର ସ୍ମୃତିଚାରଣ କରାଯାଇ ଥିଲା l ଜିଲ୍ଲା କଂଗ୍ରେସ ସଭାପତି…
Read Moreବୀମା ସପ୍ତାହରେ ଉଦଯାପନୀ ଉତ୍ସବରେ ଭାରତୀୟ ଜୀବନବିମା ଶାଖା ତରଫରୁ ରକ୍ତଦାନ ଶିବିର
ନୟାଗଡ, (ନୟାଗଡ଼ ଦର୍ପଣ): ଭାରତୀୟ ଜୀବନଵୀମାର 67ତମ ବୀମା ସପ୍ତାହର ଉଦଯାପନୀ ଉତ୍ସବରେ ଆଜି ନୟାଗଡ଼ ଜୀବନଵୀମା ଶାଖା ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଦିନକୁଦିନ ରକ୍ତର ଅଭାବକୁ ପରିଲକ୍ଷିତ କରି ଶାଖାର କର୍ମଚାରୀ ଓ ଅଭିକର୍ତ୍ତାମାନେ ରକ୍ତଦାନ କରିବାପାଇଁ ନିଷ୍ପତି ନେଇଥିଲେ l ଆଜିର ଏହି ଉଦଯାପନୀ କାର୍ଯ୍ୟକ୍ରମର ସ୍ବେଛାକୃତ ରକ୍ତଦାନ ଶିବିରକୁ ଶାଖା ପରିଚାଳକ ଲଳିତ କୁମାର ପରିଡା ଉଦଘାଟନ କରିଥିଲେ l ନୟାଗଡ଼ ମୁଖ୍ୟଚିକିତ୍ସାଳୟର ରକ୍ତ ଭଣ୍ଡାର ସହଯୋଗରେ 42ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ପରିଶେଷରେ ଜୀବନବୀମାର ଅଭିକର୍ତ୍ତା ଅସ୍ମିନ କୁମାର ଜେନା ଶିବିରରେ ଯୋଗଦେଇଥିବା କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
Read Moreଶିକ୍ଷକମାନେ ଶିକ୍ଷାର ମେରୁଦଣ୍ଡ: ଜିଲ୍ଲା ଶିକ୍ଷା ଅଧିକାରୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକର ପ୍ରଥମ ପର୍ଯ୍ୟାୟ ” ଜିଜ୍ଞାସା ” ପ୍ରଶିକ୍ଷଣ ଶିବିର ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ, ଇଟାମାଟି ଠାରେ ତା୭-୦୯-୨୦୨୩ ଠାରୁ ଆରମ୍ଭ ହେଉଅଛି। 5t ବିଦ୍ୟାଳୟ ରୂପାନ୍ତରଣ ଆଧାରିତ ଏହି କାର୍ଯ୍ୟକ୍ରମ ମୋ ସ୍କୁଲ ଅଭିଯାନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ବେଳେ ଏହି ଶିକ୍ଷଣ ଶିବିରକୁ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ଶିକ୍ଷକମାନେ ଶିକ୍ଷାର ମେରୁଦଣ୍ଡ। ଶିକ୍ଷକ ଓ ବିଦ୍ୟାର୍ଥୀ ମିଶି ଏକ ସୁସ୍ଥ ଶିକ୍ଷା ପରମ୍ପରା ସୃଷ୍ଟି କରିପାରିବେ । ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଜିଜ୍ଞାସାର ସମାଧାନ ପାଇଁ ଉତ୍ସାହିତ କରିବା ସହ ସେମାନଙ୍କୁ ପ୍ରଶ୍ନ ପଚାରିବା ଦିଗରେ ସାହସ ଓ ସୁଯୋଗ ଦେବା ଶିକ୍ଷକମାନଙ୍କ ପ୍ରାଥମିକ କର୍ତ୍ତବ୍ୟ ହେବା ଆବଶ୍ୟକ। ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ମାଧ୍ୟମରେ ବିଦ୍ୟାର୍ଥୀମାନଙ୍କ ମନୋବୃତ୍ତି ତଥା…
Read Moreନୟାଗଡ଼ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ପଵିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ପଵିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନଚାର୍ୟ୍ଯ ଶ୍ରୀ ଅମ୍ବିକା ପ୍ରସାଦ ପଟ୍ଟନାୟକ ମୁଖ୍ୟ ବକ୍ତା ତଥା ଅତିଥି ଙ୍କ ପରିଚୟ ରଖିଥିଲେ। ଲେଙ୍କୁଡ଼ିପଡା ମଠାଧୀଶ ଶ୍ରୀ ଶ୍ରୀ ପୂର୍ଣ୍ଣାନନ୍ଦ ମହାରାଜ ସ୍ବ କରକମଳ ରେ ମା ସରସ୍ଵତୀ ଓ ଶ୍ରୀକୃଷ୍ଣ ଭଗବାନଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ସମସ୍ତଙ୍କ ନିମନ୍ତେ କଲ୍ୟାଣ ଭିକ୍ଷା କରିଥିଲେ। ବାସ୍ତବରେ କୃଷ୍ଣନାମରସ ଆତ୍ମତୃପ୍ତି ପ୍ରଦାୟକ। ମହାରାଜା ମହୋଦୟ ନାମ ସଂକୀର୍ତ୍ତନ ଓ କୃଷ୍ଣ ଜୀବନୀ ବର୍ଣ୍ଣନା ସମଗ୍ର ପରିବେଶକୁ ରସାଣିତ କରିଥିଲା। ଜୟ ଧ୍ଵନି ରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଥିଲା। ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଶିଶୁ ଭାଇଭଉଣୀ ରାଧାକୃଷ୍ଣ, ଗୋପୀ, ଗୋପାଳ, ନନ୍ଦ, କୃଷ୍ଣ ବଳରାମ ଓ ଯଶୋଦା ବେଶ ହୋଇ…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ଗୁରୁଦିବସ ପାଳନ
“ଗୁରୁ ହିଁ ଇଶ୍ବର” – ଶୀର୍ଷକ ଆଲୋଚନା ଚକ୍ର ନୟାଗଡ଼,(ନୟାଗଡ଼ ଦର୍ପଣ): ବିନା ଗୁରୁରେ ଜ୍ଞାନଲାଭ କରିବା ଅସମ୍ଭବ। ସୁତରାଂ ମୋକ୍ଷ ରୂପକ ମାର୍ଗ ଦେଖାଉଥିବା ବ୍ୟକ୍ତି ‘ଗୁରୁ’ ହିଁ ଅଟନ୍ତି। ଗୁରୁ ଶିଷ୍ୟ ମନରୁ କେବଳ ଅଜ୍ଞାନତା ନୁହେଁ, ତା’ ଭିତରେ ଥିବା ଅହଂକାରକୁ ମଧ୍ୟ ଦୂର କରନ୍ତି। ଗୁରୁ ହେଉଛନ୍ତି ସାକ୍ଷାତ ଈଶ୍ବର ବୋଲି ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ରେ ଅନୁଷ୍ଠିତ ଆଲୋଚନା ଚକ୍ର ରେ ଆଲୋଚନା ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁ ଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ଓ ଛାତ୍ରଛାତ୍ରୀ ମାନେ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣ ଙ୍କର ପ୍ରତିଛବିରେ ଧୂପ ପୁଷ୍ପ ଅର୍ପଣ କରି ତାଙ୍କର ସ୍ମୃତିଚାରଣ କରିବା ସହିତ ଗୁରୁଦିବସ ର ମାହାତ୍ମ୍ଯ ବିଷୟ ରେ ଆଲୋଚନା କରିଥିଲେ। ଅଜ୍ଞାନତା ହିଁ ସୁଖ-ଦୁଃଖ, ଜୀବନ-ମୃତ୍ୟୁ ମଧ୍ୟରେ ବିଭେଦ…
Read Moreନୟାଗଡ଼ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ଗୁରୁଦିବସ ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ଗୁରୁଦିବସ ଉତ୍ସବ ପାଳିତ ହୋଇଯାଇଛି। ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବିଦ୍ୟାଳୟ ର ବିଦ୍ୱତ ପରିଷଦ ସଭାପତି ଶ୍ରୀଯୁକ୍ତ ଭଗବାନ ସାହୁ ମା ସରଦାଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ବିଶ୍ୱକଲ୍ୟାଣ ନିମନ୍ତେ ଆଶିଷ ଭିକ୍ଷା କରିଥିଲେ। ବିଦ୍ୟାଳୟ ର ପ୍ରଧାନଚାର୍ୟ୍ଯ ଶ୍ରୀଯୁକ୍ତ ଅମ୍ବିକାପ୍ରସାଦ ପଟ୍ଟନାୟକ ଅତିଥି ପରିଚୟ କରାଇଥିଲେ। ମୁଖ୍ୟବକ୍ତା ଶ୍ରୀ ସାହୁ “ଗୁରୁଦିବସ ର ମହତ୍ତ୍ୱ” ଓ ସମାଜରେ ଗୁରୁଙ୍କର ଭୂମିକା ବିଷୟରେ ବ୍ୟାଖ୍ୟା କରିଥିଲେ। ଶିଶୁ ମନରେ ମାନବିକ ମୂଲ୍ୟବୋଧ ସୃଷ୍ଟି କରିପାରିଲେ ଶିକ୍ଷକ ଜୀବନ ଧନ୍ୟ ବୋଲି କହିଥିଲେ। ଶିଶୁଭାରତୀ ଭାଇଭଉଣୀ ମାନେ ଖୁବ ଆଗ୍ରହ ଓ ଭକ୍ତିରେ ଗୁରୁପୂଜନ କରିଥିଲେ। ବିଦ୍ୟାଳୟ ର ଶିଶୁଭାଇଭଉଣୀ ମାନେ ଗୁରୁଦିବସ ନିମନ୍ତେ ସୁନ୍ଦର ଭାଷଣ ଦେଇଥିଲେ।ପ୍ରାୟ ୬୦୦ରୁ ଉର୍ଦ୍ଧ୍ବ…
Read Moreନୟାଗଡ଼ରେ ପବିତ୍ର ଗୁରୁ ଦିବସରେ ଗୁରୁ ପୂଜନ ସମାରୋହ
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଗୁରୁ ଦିବସ ଅବସରରେ ଗୁରୁ ପୂଜନ ସମାରୋହ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଓ କଲେଜ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ବାରା ଆୟୋଜିତ ଏହ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ,ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ଓ ବ୍ଲକ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ, ପୌରାଧ୍ୟକ୍ଷ ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ପ୍ରତି ବର୍ଷ ପରି ଏହି ବର୍ଷ ନିଆରା ଢଙ୍ଗରେ ପାଳନ ହୋଇଛି…
Read More