ସ୍ୱାସ୍ଥ୍ୟକ୍ଷେତ୍ରକୁ ଅଧୀକ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ: ଅରୁଣ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ନୋତର ଗ୍ରାମ ପଞ୍ଚାୟତ ଶଙ୍ଖେଇ ଠାରେ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ । ଏହି ଅବସରରେ ଡ. ସାହୁ ସ୍ୱାସ୍ଥ୍ୟ କ୍ଷେତ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧୀକ ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରତିଟି ଜୀବନ ମୁଲ୍ୟବାନ । ଅର୍ଥ ଅଭାବରୁ କେହି ଉତ୍ତମ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେବେ ନାହିଁ । ନବୀନ ସରକାରଙ୍କର ଏହା ହେଉଛି ଏକ ମାତ୍ର ଲକ୍ଷ । ସରକାରୀ ଓ ବେସରକାରୀ ମେଡିକାଲରେ ବିଏସକେୱାଇ ଓ ନବୀନ କାର୍ଡ ପ୍ରଚଳନ କରାଯାଇଛି। ପ୍ରତ୍ୟେକ ମହିଳା ମାନଙ୍କ ପାଇଁ ମାଗଣା ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା…
Read MoreCategory: ନୟାଗଡ଼ ବ୍ଲକ
ଦେଢ଼ ବର୍ଷ ପରେ ପର୍ଯ୍ୟଟକ ଫେରି ପାଇଲେ ଟଙ୍କା
ପୁରୀ: ସାବାସ ପୁଲିସ ବାବୁ ସାବାସ। ଆମେ ଏଥିପାଇଁ କହୁଛୁ ଗତ ଦେଢ଼ ବର୍ଷ ତଳେ କେରଳର ଜଣେ ପର୍ଯ୍ୟଟକଙ୍କୁ ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଅଭିଯୁକ୍ତ ହରିହର ପଣ୍ଡା ନିଜକୁ ହୋଟେଲ ମ୍ୟାନେଜର କହିବା ସହ ପୁରୀର ଏକ ଦାମୀ ହୋଟେଲରେ ବୁକିଙ୍ଗ ନିମନ୍ତେ ୪୫ହଜାର ଟଙ୍କା ଚୂନ ଲଗାଇଥିଲେ। ପର୍ଯ୍ୟଟକ ଜଣକ ହେଲେ କେରଳର ଶ୍ରୀଜୀଥ ଆର ପଳାଇ। ଶ୍ରୀଜିଥ ଠକାମୀର ଶିକାର ହୋଇ ଟାଉନ ଥାନାରେ ଅଭିଯୋଗ କରି ନିଜ ରାଜ୍ୟ କେରଳକୁ ପଳାଇଥିଲେ। କିନ୍ତୁ ପୁରୀ ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ସୁନୀଲ କୁମାର ପ୍ରଧାନ ଗତମାସରେ ଅଭିଯୁକ୍ତକୁ ଧରିବା ସହ ତା ଠାରୁ ୪୫ହଜାର ଟଙ୍କା ଜବତ କରିଥିଲେ। ହେଲେ ଶ୍ରୀଜିଥ ଆଉ ପୁରୀ ଆସି ନଥିଲେ। ଅଭିଯୁକ୍ତ ଧରା ପଡିବା ପରେ ଶ୍ରୀଜୀଥଙ୍କୁ ଥାନା ପକ୍ଷରୁ ଖବର…
Read Moreଦଶପଲ୍ଲାରୁ କଟକ ପର୍ଯ୍ୟନ୍ତ ରେଳ ଚଳାଚଳ ପାଇଁ ଦାବି
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲାଠାରେ ନବନିର୍ମିତ ରେଳ ଷ୍ଟେସନ ଗତ ଜାନୁଆରୀ ୬ ତାରିଖରେ ରେଳମନ୍ତ୍ରୀଙ୍କ ଦ୍ୱାରା ବିଧିବଦ୍ଧ ଭାବେ ଉଦଘାଟିତ ହେବା ପରେ ନୟାଗଡ଼ ଟାଉନରୁ ଭୁବନେଶ୍ୱର ଯାଉଥିବା ସେବା ଏକ୍ସପ୍ରେସ ସେହି ଦିନଠାରୁ ଦଶପଲ୍ଲାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ନିୟମିତ ଚଳାଚଳ କରୁଛି । ସେହିପରି ନୟାଗଡ଼ରୁ ପୁରୀ ଯାଉଥିବା ପାସେଞ୍ଜର ଟ୍ରେନଟି ମଧ୍ୟ ଦଶପଲ୍ଲାରୁ ପୁରୀକୁ ନିୟମିତ ଚଳାଚଳ କରୁଛି । ରେଳସେବା ଜିଲ୍ଲାର ଦଶପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବା ପରଠାରୁ ଏହି ରୁଟରେ ଯାତ୍ରୀଙ୍କ ସଂଖ୍ୟା ନିୟମିତ ବୃଦ୍ଧି ପାଇବାରେ ଲାଗିଛି । ଦଶପଲ୍ଲା ନିକଟବର୍ତ୍ତି ଗଣିଆ,ଛାମୁଣ୍ଡିଆ, ବଡ଼ସିଲିଙ୍ଗା,ବାଣିଗୋଚ୍ଛା, ଟାକେରା,କଳସଖମଣ ଏପରିକି ବୌଦ୍ଧ,ଚାରିଛକ,ମାଧପୁର ଆଦି ଅଞ୍ଚଳରୁ ଲୋକମାନେ ପ୍ରାତ୍ୟହ ଭୁବନେଶ୍ୱର ଏବଂ ପୁରୀ ଯା’ଆସ କରୁଛନ୍ତି । ତେବେ ଓଡ଼ିଶାର ବ୍ୟବସାୟିକ ପ୍ରାଣକେନ୍ଦ୍ର ଭାବେ ପରିଚିତ କଟକକୁ ଲୋକମାନେ ପ୍ରତ୍ୟହ…
Read Moreନଡ଼ିଆଳି ଗ୍ରାମ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ଉଦ୍ଘାଟନ କଲେ ଅରୁଣ
ନବୀନ ପଟ୍ଟନାୟକଙ୍କ ପାଇଁ ବିକାଶର ଧାରା ତ୍ୱରାନ୍ୱିତ ହୋଇଛି ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ନଡ଼ିଆଳି ଗ୍ରାମ ପଞ୍ଚାୟତରେ ଆଜି ନୂତନ କଲ୍ୟାଣ ମଣ୍ଡପର ଉଦ୍ଘାଟନ ହୋଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ କଲ୍ୟାଣ ମଣ୍ଡପର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଏକ ବିରାଟ ବାଇକ ରାଲିର ଆୟୋଜନ କରାଯାଇଥିଲା । ୩୦୦ ରୁ ଉର୍ଦ୍ଧ୍ୱ ବାଇକ୍ ଖୁଣ୍ଟୁବନ୍ଧ କାଳିଆଷଣ୍ଢ ଯାତ୍ରା ପଡିଆରୁ ବାହାରି ନଡ଼ିଆଳି, ହିଞ୍ଜିଳିଗାଡିଆ, ବଢ଼ିଆସାହି, ପାଟଣା ସାହି ଦେଇ ପଲ୍ଲୀସାଶନ ବାଲୁଙ୍କେଶ୍ୱର ମନ୍ଦିର ପୀଠରେ ପହଞ୍ଚିଥିଲା । ଏହି ଅବସରରେ ଡ. ସାହୁ କଲ୍ୟାଣୀ ମଣ୍ଡପର ଉଦ୍ଘାଟନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ବିକାଶର ଧାରା ତ୍ୱରାନ୍ୱିତ ହୋଇଛି ବୋଲି ପ୍ରକାଶ କରିଥିଲେ । ଯେଉଁଠି ଶାନ୍ତି ପ୍ରତିଷ୍ଠା…
Read Moreଡ୍ରେନେଜ୍ ସମସ୍ୟାରୁ ମୁକ୍ତି ପାଇଁ ୪ କୋଟି ୯୧ଲକ୍ଷ ଟଙ୍କା ଅନୁଦାନ, ବିଧାୟକଙ୍କ ଦ୍ୱାରା ଶିଳାନ୍ୟାସ
୨୪ ଘଣ୍ଟା ଲୋକଙ୍କ ସେବା କରୁଛି : ଅରୁଣ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରକୁ ବିକାଶଶୀଳ ତଥା ସୈାନ୍ଦର୍ଯ୍ୟପୂର୍ଣ୍ଣ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି । ରୂପାନ୍ତରିତ ନୟାଗଡ଼ର ସ୍ୱପ୍ନ ଦେଖିବା ସହ ବିଧାୟକ ଡ. ଅରୁଣ କୁମାର ସାହୁ ପ୍ରତ୍ୟେକ କାର୍ଯ୍ୟକୁ ତଦାରଖ କରିବା ଏବଂ ଦାୟିତ୍ୱ ସହକାରେ ସମାପନ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ବିକାଶ ପାଇଁ ଭିଜନ ସହ ସୁପରଭିଜନ୍ ଆବଶ୍ୟକ ବୋଲି ସେ ସର୍ବଦା କହି ଆସୁଛନ୍ତି । ଆଜି ପୈାରଞ୍ଚଳ ଅନ୍ତର୍ଗତ ୨ ନମ୍ବର ଏବଂ ୩ ନମ୍ବର ୱାର୍ଡ଼ବାସୀଙ୍କ ଦୀର୍ଘଦିନର ଦାବି ତଥା ସମସ୍ୟାର ଅନ୍ତ ଘଟିବା କାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ଏହି ଦୁଇ ୱାର୍ଡ଼ରେ ଡ୍ରେନେଜ୍ ସମସ୍ୟା ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ…
Read Moreନୟାଗଡ଼ରେ ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ସମ୍ମିଳନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକର୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀନିବାସ ପ୍ରଧାନଙ୍କ ସଭାପତିତ୍ବରେ ନୀଳମାଧବ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ୍ଵର ସାହୁ, ରାଜ୍ୟ ସଂପାଦକ ବିକ୍ରମ କେଶରୀ ରାଉତରାୟ, ରାଜ୍ୟ କୋଷାଧ୍ୟକ୍ଷ ବିଶ୍ୱଜିତ ସ୍ୱାଇଁ, ବିଜେପି ଜିଲ୍ଳା ସଭାପତି ତାପସ କୁମାର ମାର୍ଥା, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ସଞ୍ଜୟ କୁମାର ନାୟକ, ସନ୍ତୋଷ କୁମାର ପ୍ରଧାନ, ବୁଲୁ ଗୌଡଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ।
Read Moreନୟାଗଡ଼ ଜିଲ୍ଲାରେ ଅତିରିକ୍ତ ନିର୍ବାଚନ ଅଧିକାରୀଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ଅତିରିକ୍ତ ନିର୍ବାଚନ ଅଧିକାରୀ ଶତୃଘ୍ନ କର ଆଜି ଅପରାହ୍ନରେ ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ନୟାଗଡ଼ ଜିଲ୍ଲାରେ ନିର୍ବାଚନ ପ୍ରାକ୍ ପ୍ରସ୍ତୁତି ଉପରେ ସମୀକ୍ଷା କରିଥିଲେ । ପ୍ରଥମେ ଶ୍ରୀଯୁକ୍ତ କର ନୟାଗଡ଼ ଜିଲ୍ଲାରେ ବୁଥ୍ ପୋଷ୍ଟାଲ ବ୍ୟାଲେଟ୍, ଯାନ, ଟ୍ରେନିଂ ପ୍ରୋଗ୍ରାମ, ଏମ.ସି.ଏମ.ସି., ଏମ.ସି.ସି., ପୋଲିସ ମାଜିଷ୍ଟ୍ରେଟ୍ ସମନ୍ଵୟ ଉପରେ ସମୀକ୍ଷା କରିଥିଲେ। ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସ୍ଵଧା ଦେବସିଂ ନିର୍ବାଚନ ସମ୍ବନ୍ଧୀୟ ସନ୍ଦେହ ଗୁଡ଼ିକ ପଚାରି ବୁଝିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ନିଙ୍ଗ ଅଧିକାରୀ ଦିଲିପ କୁମାର ବଳ, ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ନିଙ୍ଗ ଅଧିକାରୀ ରୋଜିନା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ରିଟର୍ନିଙ୍ଗ ଅଧିକାରୀ ଦେବଦତ୍ତ ପଣ୍ଡା, ଉପଜିଲ୍ଲାପାଳ ତଥା ରିଟର୍ନିଙ୍ଗ ଅଧିକାରୀ କର୍ଣ୍ଣଦେବ ସମାଦାର, ଅତିରିକ୍ତ…
Read Moreକଳାବ୍ୟାଚ ପରିଧାନ କଲେ ନୟାଗଡ଼ ସାମ୍ବାଦିକ
ନୟାଗଡ଼, (ନୟାଗଡ଼ ଦର୍ପଣ): ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସ୍ତରୀୟ ନିଷ୍ପତି କ୍ରମେ ଆଜି ନୟାଗଡ଼ ସାମ୍ବାଦିକ ଭବନରେ ଜିଲସ୍ତରୀୟ ସାମ୍ବାଦିକମାନେ ଏକତ୍ରିତ ହୋଇ ସାମ୍ବାଦିକମାନଙ୍କ ନାର୍ଯ୍ୟ ଦାବିପୂରଣ କରିବାରେ ସରକାରଙ୍କ ନିଷ୍କ୍ରିୟତା ବିରୁଦ୍ଧରେ ପ୍ରତିବାଦ କରିବା ସଂଗେ ସଂଗେ କଳା ବ୍ୟାଚ ପରିଧାନ କରି ଦାୟିତ୍ୱ ନିର୍ବାହ କରିବା ପାଇଁ ସର୍ବସଂମ୍ମତି କ୍ରମେ ନିଷ୍ପତି ନେଇଛନ୍ତି। ସରକାର ଯଦି ଦାବି ପୂରଣ ଦିଗରେ ଦୃଷ୍ଟି ନଦିଅନ୍ତି ତେବେ ନିର୍ବାଚନ ସମୟରେ ମଧ୍ୟ ସାମ୍ବାଦିକମାନେ କଳାବ୍ୟାଚ ପିନ୍ଧିବେ ବୋଲି ସୂଚନା ପ୍ରଦାନ କରିଛନ୍ତି।
Read Moreସୁରଗନ୍ଧର୍ବ ନବ କିଶୋର ମିଶ୍ରଙ୍କ ସଂଗୀତ ସନ୍ଧ୍ୟା
ନୟାଗଡ଼, (ନୟାଗଡ଼ ଦର୍ପଣ): ‘ଘାରିଛି କାଳିଆ ନିଶା ‘ସଂଗୀତ ଅନୁଷ୍ଠାନ ଆନୁକୂଲ୍ୟରେ ପୁରୁଣା ସହରସ୍ଥିତ ମା ଦକ୍ଷିଣକାଳୀଙ୍କ ପୀଠରେ ସଂକ୍ରାନ୍ତି ଉପଲକ୍ଷେ ସୁରଗନ୍ଧର୍ବ ନବ କିଶୋର ମିଶ୍ରଙ୍କ ସଂଗୀତ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଏହି ସଂଗୀତ କାର୍ଯ୍ୟକ୍ରମକୁ ସନ୍ଧ୍ୟାରେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ପ୍ରଦୀପ ପ୍ରଜ୍ବଳନ କରି ମଞ୍ଚକୁ ଉଦଘାଟନ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଲକ୍ଷ୍ମଣ ଖଟେଇ ମଞ୍ଚ ପରିଚାଳନା କରିଥିବା ବେଳେ ସ୍ବନାମଧନ୍ୟ କଣ୍ଠଶିଳ୍ପୀ ଜଗଦୀଶ ପ୍ରସାଦ ରଥ, ପ୍ରାଣକୃଷ୍ଣ ମହାରଣା, ପୀତବାସ କଳସ, ମାଧବ ଡାକୁଆ, ଗୁରୁ ପ୍ରଭାତ କୁମାର ଦାସ, ବିଷ୍ଣୁ ପ୍ରିୟା ବେହେରା, ଆଶୁତୋଷ ମିଶ୍ର, ଦାମ ମିଶ୍ର, ଗୌର କିଶୋର ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ସୁରଗନ୍ଧର୍ବ ନବକିଶୋର ମିଶ୍ରଙ୍କୁ ସମସ୍ତ ଗୀତିକାରମାନେ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।
Read Moreଲକ୍ଷ୍ମୀପ୍ରସାଦରୁ ବାଲୁଗାଁ ବିିଶାଳ ବାଇକ ଶୋଭାଯାତ୍ରା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ବାଲୁଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ନୂତନ ଭାବେ ନିର୍ମାଣ କରାଯାଇଥିବା ସ୍ୱାସ୍ଥ୍ୟକେନ୍ଦ୍ର ଗୃହ ଆଜି ଉଦଘାଟିତ ହୋଇଯାଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ଆନୁକୁଲ୍ୟରେ ନିର୍ମାଣ କରାଯାଇଥିବା ଏହି ଗୃହକୁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଉଦଘାଟନ କରିଛନ୍ତି । ୯୭ ଲକ୍ଷ ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ କ୍ଷମତା ବିଶିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କରାଯାଇଥିବା ସୂଚନା ମିଳିଛି । ନୟାଗଡ଼ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତଠାରୁ ୪ ଶହରୁ ଉର୍ଦ୍ଧ୍ୱ ବାଇକ ଶୋଭାଯାତ୍ରାରେ ବାଲୁଗାଁ ପଞ୍ଚାୟତ ବିଜୁ ଜନତା ଦଳ ପକ୍ଷରୁ ବିଧାୟକଙ୍କୁ ସ୍ୱାଗତ କରାଯାଇଥିଲା । ଦଳୀୟ କର୍ମୀମାନେ ନବୀନ ଓ ଅରୁଣ ନାରାରେ ନୟାଗଡ଼ ଖଣ୍ଡପଡ଼ା ରାସ୍ତାକୁ ପ୍ରକମ୍ପିତ କରିଥିଲେ । ଉଦଘାଟନ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ,…
Read More