ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ବାର୍ଷିକ ମାତ୍ରୁ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅତିଥିଭାବେ ଅବସରପ୍ରାପ୍ତ ଇଂରାଜୀ ଶିକ୍ଷକ ରାମଚନ୍ଦ୍ର ମହାପାତ୍ର ଓ ସମାଜସେବୀ ସରସୀବାଳା ଦାସ ଯୋଗଦେଇ ଶିଶୁର ପ୍ରଗତିରେ ମାଆର ଭୂମିକା ବିଷୟରେ ଆଲୋଚନା କରିଥିଲେ। ସଂପାଦକ ଶ୍ରୀଯୁକ୍ତ ସାହୁ ଉତ୍ତମ ମାଆବାପା ହେବା ପାଇଁ ହେଲେ କଠିନ ପରିଶ୍ରମ ଓ ସାଧନା କରିବାକୁ ପଡିବ ବୋଲି କହିବା ସହିତ ବିଭିନ୍ନ ସୂତ୍ର ବିଷୟରେ ଆଲୋଚନା କରିଥିଲେ। ବିଦ୍ଯାଳୟର ପ୍ରଧାନ ଆଚାର୍ଯ୍ୟା ପ୍ରିୟମ୍ବଦା ମହାପାତ୍ର ଶିଶୁ ମାନଙ୍କର ପ୍ରଗତି ପାଇଁ ମାଆବାପା ମାନଙ୍କୁ ବିଦ୍ଯାଳୟ ତରଫରୁ ୨୦ଟି ସଚେତନତା ସୂଚନା ପ୍ରଦାନ କରିଥିଲେ। ଶିଶୁ ମାନଙ୍କର ପିତାମାତା ଓ ଗୁରୁଜୀ ଗୁରୁମା…
Read MoreCategory: ନୟାଗଡ଼ ବ୍ଲକ
ନୟାଗଡ଼ ପୌର ପରିଷଦ ପକ୍ଷରୁ “ମୋ ଖତ” ବିକ୍ରୟ କେନ୍ଦ୍ର ଉଦଘାଟିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ମୁନିସପାଲିଟି ଦ୍ବାରା ଖୋଲାଯାଇଥିବା “ମୋ ଖତ” ବିକ୍ରୟ କେନ୍ଦ୍ରକୁ ଉଦ୍ଘାଟନ କଲେ ନୟାଗଡ଼ ପୌରପାଳିକା ଅଧ୍ୟକ୍ଷା ନିରୁପମା ଖଟେଇ। ଉଦ୍ଘାଟନ ସମୟରେ ଉପସ୍ଥିତ ଥିଲେ ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ, ପରିଷଦ ସଭ୍ୟା ସ୍ବୟଂପ୍ରଭା ମିଶ୍ର ଓ ଲକ୍ଷ୍ମୀଧର ମହାପାତ୍ର ଏବଂ ପରିମଳ ବିଶେଷଜ୍ଞ ଦିପକ କୁମାର ଜେନା । ଏହି ଜୈବିକ ଗତ କିଲୋ ପିଛା ୧୦ଟଙ୍କା ଧାର୍ଯ୍ୟ କରାଯାଇଛି। ଜଣେ ବ୍ୟକ୍ତି ଅତି କମରେ ୫କେଜି ଖତ ୫୦ଟଙ୍କା ଦେଇ ନେଇପାରିବ । ଏହି ଖତ ବିକ୍ରୟ କେନ୍ଦ୍ର ଅଳକା ସୋ ରୁମ୍ ସମ୍ମୁଖ ଦୁଃଖୀ ମାର୍କେଟରେ ଖୋଲା ଯାଇଛି । ପ୍ରତ୍ୟେକ ଦିନ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏହି କେନ୍ଦ୍ରରୁ ଖତ ବିକ୍ରୟ ପାଇଁ ମୁନିସିପାଲିଟ ପକ୍ଷରୁ ସୂଚନା ଦିଆଯାଇଛି। ଉଦ୍ଘାଟକ ଶ୍ରୀମତୀ ଖଟେଇ…
Read Moreମାନ୍ୟବର ନ୍ୟାୟମୂର୍ତ୍ତିଙ୍କୁ ସମ୍ବର୍ଦ୍ଧନା
ନୟାଗଡ଼, (ନୟାଗଡ଼ ଦର୍ପଣ): ଉଚ୍ଚ ନ୍ୟାୟାଳୟର ମାନ୍ୟବର ନ୍ୟାୟମୂର୍ତ୍ତି ମୁରାହରି ଶ୍ରୀ ରମଣ ନୟାଗଡ଼ର ଅଧିଷ୍ଠାତ୍ରୀଦେବୀ ମା ଦକ୍ଷିଣକାଳୀଙ୍କ ମନ୍ଦିରକୁ ଆସି ପୂଜାର୍ଚ୍ଚନା କରିବା ସହ ମା’ଙ୍କ ଆଶ୍ରିବାଦ ଭିକ୍ଷା କରିଥିଲେ। ମନ୍ଦିର ପରିସରରେ ମନ୍ଦିର ପରିଚାଳନା କମିଟିର ସଭାପତି ତଥା ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ନ୍ୟାୟ ମୂର୍ତ୍ତିଙ୍କ ସହ ତାଙ୍କ ସହଧର୍ମିଣୀଙ୍କୁ ଉତ୍ତରୀୟ ଓ ମା’ଙ୍କ ଫଟୋ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଜିଲ୍ଲା ଦୌରାଜଜ ଆନନ୍ଦ ନାରାୟଣ ମହାରଣା ଓ ଅନ୍ୟାନ୍ୟ ବିଚାରପତିଙ୍କ ସମେତ ଓକିଲ ସଙ୍ଘ ସଭାପତି ଆଇନଜୀବୀ ରଣଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ନ୍ୟାୟ ମୂର୍ତ୍ତି ମା’ଙ୍କ ଦର୍ଶନ କରି ଆନନ୍ଦ ପ୍ରକଟ କରିବା ସଂଗେ ସଂଗେ ମନ୍ଦିର ପରିଚାଳନା ସମ୍ପର୍କରେ ସବିଶେଷ ଖବର ନେଇଥିଲେ।
Read Moreପୂର୍ବତନ ସରପଞ୍ଚ, ବହୁମୁଖି ପ୍ରତିଭାର ଅଧିକାରୀ, ସମାଜସେବୀ ଓ ଶିକ୍ଷାବିତ୍ ସ୍ବର୍ଗତ ଶ୍ରବଣ ରାମଙ୍କ ଶ୍ରଦ୍ଧାଞ୍ଜଳି ସଭା
ନୟାଗଡ଼, (ନୟାଗଡ଼ ଦର୍ପଣ): ଇଟାମାଟି ପଞ୍ଚାୟତର ପୂର୍ବତନ ସରପଞ୍ଚ, ବହୁମୁଖି ପ୍ରତିଭାର ଅଧିକାରି, ସମର୍ପିତ ସମାଜସେବୀ, ପ୍ରଗତିଶୀଳ ରାଜନେତା ଓ ଶିକ୍ଷାବିତ୍ ସ୍ବର୍ଗତ ଶ୍ରବଣ କୁମାର ରାମଙ୍କ ଆକସ୍ମିକ ଏବଂ ଅକାଳ ବିୟୋଗରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ଅପୂରଣୀୟ। ଜଣେ ମେଳାପି ଏବଂ ବନ୍ଧୁ ବତ୍ସଳ ଭାବେ ସେ ସମସ୍ତଙ୍କ ହୃଦୟ ଜିଣି ପାରିଥିଲେ ବୋଲି ସ୍ୱର୍ଗତ ଶ୍ରବଣ ରାମଙ୍କ ଉଦ୍ଦେଶ୍ୟରେ ଇଟାମାଟି ବଣିକ ସଂଘ ସଭାପତି କିଶୋର ଚନ୍ଦ୍ର ନାୟକଙ୍କ ପୌରୋହିତ୍ୟରେ ଇଟାମାଟି ଦୋଳ ମଣ୍ଡପ ଠାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବ୍ୟବସାୟୀ, ବୁଦ୍ଧିଜୀବି, ଶିକ୍ଷାବିତ୍, ତଥା ଶ୍ରବଣ ପ୍ରେମୀମାନେ ଯୋଗଦାନ କରି ମତ ବ୍ୟକ୍ତ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ୱର୍ଗତ ଶ୍ରବଣ କୁମାର ରାମ୍ ପିଲାଟି ଦିନରୁ କିପରି ବିହାର ରୁ ଇଟାମାଟି ମାରୱାଡ଼ି ସାହିର ପ୍ରତିଷ୍ଠିତ ବ୍ୟବସାୟୀ ସୁକା…
Read Moreସମ୍ବାଦ ପରମ୍ପରା ଓ ନୟାଗଡ ଲାଇଟର ସ୍ୱନକ୍ଷେତ୍ର ଉତ୍ସବ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ରୁ ପ୍ରକାଶିତ ସାପ୍ତାହିକ ଓଡ଼ିଆ ଖବର କାଗଜ ଓ ପାକ୍ଷିକ ଇଂରାଜୀ ଖବର କାଗଜ ର ସ୍ଵନକ୍ଷତ୍ର ଉତ୍ସବ ସ୍ଥାନୀୟ ସାମ୍ବାଦିକ ଭବନ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତି ରଞ୍ଜନ ସାମନ୍ତରାୟ , ଓଡ଼ିଶା ସାହିତ୍ୟ ଏକାଡେମୀ ର ଜଗତସିଂହପୁର ଜିଲ୍ଲା ସଦସ୍ୟ ଅକ୍ଷୟ କୁମାର ରାଉତ , ଏବଂ ଓଡ଼ଗାଁ ସମବାୟ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ମହମ୍ମଦ ଓମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ସଭାପତିତ୍ବ କରିଥିଲେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ । ଅତିଥି ମାନେ ସାମ୍ବାଦିକତା ର ସ୍ୱରୂପ ଓ ସାମ୍ବାଦିକ ର କର୍ତ୍ତବ୍ୟବୋଧ ଉପରେ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ଏକ ରାଜ୍ୟସ୍ତରୀୟ କବିତା…
Read Moreଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକର୍ତ୍ତା ଏବଂ ବ୍ଲକ ଏନଏସି ସଭାପତି ମନୋନୟନ ପ୍ରକ୍ରିୟା ପାଇଁ ଦଳୀୟ ସାଙ୍ଗଠନିକ ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ମାର୍ଗଦର୍ଶନ କ୍ରମେ ନୟାଗଡ଼ ଜିଲ୍ଲାରେ ଦଳୀୟ ସାଙ୍ଗଠନିକ ପୁନର୍ବିନ୍ୟାସ କରାଯିବା ପାଇଁ ଏକ ଗୁରୁତ୍ୱ ପୂର୍ଣ୍ଣ ସାଙ୍ଗଠନିକ ବୈଠକ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ଠାରେ ସଂଗଠନ ସୃଜନ ଦ୍ୱାରା ମନୋନୀତ ଡିସିସି ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ଦଳୀୟ ବୈଠକରେ ଜିଲ୍ଲା ବ୍ୟାପି ପ୍ରତ୍ୟେକ ବ୍ଲକ ମୁନିସିପାଲିଟି ଏବଂ ଏନଏସି ରେ ସଭାପତି ଚୟନ ପାଇଁ ଡିସିସି ସଭାପତିଙ୍କ ନେତୃତ୍ୱରେ ୭ ବରିଷ୍ଠ ନେତୃମଣ୍ଡଳୀ ଙ୍କର ଏକ କମିଟି ଗଠନ କରାଯିବା ପାଇଁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି କମିଟି ଜିଲ୍ଲା ର ପ୍ରତ୍ୟେକ ବ୍ଲକ ଏନଏସି ଗସ୍ତ କରି ବିଭିନ୍ନ ପଞ୍ଚାୟତ ନେତୃସ୍ଥାନୀୟ ବ୍ୟକ୍ତିବିଶେଷ ଙ୍କ ସହିତ ଆଲୋଚନା…
Read Moreଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଓ ପ୍ରୀୟଦିନୀ ରେହାବ କେୟାରର ୬ତମ ପ୍ରତିଷ୍ଠା ଦିବସ
ନୟାଗଡ଼,(ନୟାଗଡ଼ ଦର୍ପଣ): ଡିସେମ୍ବର ୩ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଓ ପ୍ରୀୟଦିନୀ ରେହାବ କେୟାରର ୬ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରୀୟଦିନି ଫାଉଣ୍ଡେସନ, ନୟାଗଡ଼ ଦ୍ବାରା ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସର୍ବ ପ୍ରଥମେ ସ୍ଵତନ୍ତ୍ର ଶିଶୁ ମାନଙ୍କ ମଧ୍ୟରେ ଖେଳକୁଦ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ଵର ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣାଶୁଣା ସମାଜସେବୀ ଭାଗିରଥି ବାଇ ଏବଂ ଜିଲ୍ଲା ରକ୍ତ ଭଣ୍ଡାରର କାଉନସିଲର ଅଜୟ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଗଲା। ଶ୍ରୀଯୁକ୍ତ ପାଣିଗ୍ରାହୀ ତାଙ୍କ ଅଭିଭାଷଣରେ ଭିନ୍ନକ୍ଷମ ମାନଙ୍କ ପାଇଁ ଥିବା ସରକାରୀ ଯୋଜନା ବିଷୟରେ ଆଲୋକପାତ କଲେ। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧକ୍ଷ ଡକ୍ଟର…
Read Moreପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା: ଶିକ୍ଷକର କେବେ ଅବସର ନଥାଏ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜଣେ ଶିକ୍ଷକର କେବେ ଅବସର ନଥାଏ । ସେ ସବୁ ସମୟ ପାଇଁ ହିଁ ଶିକ୍ଷକ ଅଟେ । ଜଣେ ଶିକ୍ଷକ ସମଗ୍ର ଜୀବନକାଳ ପର୍ଯ୍ୟନ୍ତ ଶିକ୍ଷକର ମର୍ଯ୍ୟଦା ହିଁ ପାଇଥାଏ । ନୟାଗଡ଼ ମୁନିସିପାଲିଟି ଅନ୍ତର୍ଗତ ପଶ୍ଚିମ ଟାଉନ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରବାସିନୀ ମିଶ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବ୍ଲକ ଶିକ୍ଷାଧିକାରୀ ଉମାକାନ୍ତ ସେଠି ଏପରି ମତବ୍ୟକ୍ତ କରିଥିଲେ। ଶ୍ରୀମତୀ ମିଶ୍ରଙ୍କର ଦୀର୍ଘ ଦିନର ସେବା, ସମର୍ପଣ ତଥା ଶିକ୍ଷା ପ୍ରତି ନିଷ୍ଠା ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିବା ସହିତ ପିଲାମାନଙ୍କୁ ଶିଖାଇଥିବା ଶ୍ରମ, ଶୃଙ୍ଖଳା,ମୂଲ୍ୟବୋଧ ଏବଂ ସଠିକ ପଥରେ ଚାଲିବାର ଉପାୟ ସଦାସର୍ବଦା ପିଲାମାନଙ୍କୁ ଆଲୋକମୟ ପଥରେ ଚାଲିବା ପାଇଁ ସାହାଯ୍ୟ କରିବ ବୋଲି ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ,…
Read Moreଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ପ୍ରେରଣା କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କ ସାମଗ୍ରିକ ବିକାଶ, ନିୟମିତ ଉପସ୍ଥିତି, ଶିକ୍ଷା ପ୍ରତି ରୁଚି ତଥା ଆତ୍ମବିଶ୍ୱାସ ବୃଦ୍ଧି,ଭବିଷ୍ୟତ ପାଇଁ ପ୍ରସ୍ତୁତି, ନକାରାତ୍ମକ ପ୍ରବୃତ୍ତି ହ୍ରାସ ଏବଂ ଭଲ ଆଚରଣ ଗଠନ ପାଇଁ ଏନଏସି ଉଚ୍ଚ ବିଦ୍ୟାଳୟ, ନୟାଗଡ଼ରେ ଅନୁଭବ ଆଧାରିତ ଶିକ୍ଷା କାର୍ଯ୍ୟକ୍ରମ ‘ପ୍ରେରଣା’ ଆୟୋଜିତ ହୋଇଥିଲା। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନସେବା ପ୍ରାଧିକରଣର ପୂର୍ବତନ ସଦସ୍ୟ ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ମହମ୍ମଦ ଓମାର ମଲ୍ଲିକ ଯୋଗଦାନ କରି ପିଲାମାନେ କିପରି ଭଲ ମଣିଷ ହୋଇ ଭବିଷ୍ୟତରେ ନିଜର ରୁଚି ଓ ଦକ୍ଷତା ଅନୁଯାଇ କ୍ୟାରିୟର ଗଠନ କରି ପାରିବେ ତାହା ଉପରେ ବିସ୍ତୃତ ଭାବେ ବୁଝାଇଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପୂର୍ଣ୍ଣିମା…
Read Moreଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଖୋଲିଲା କ୍ୟାନସର୍ ପରାମର୍ଶ କକ୍ଷ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି କ୍ୟାନସର୍ ପରାମର୍ଶ କକ୍ଷ ଉଦଘାଟିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି । ସ୍ପର୍ଶ ହସ୍ପିଟାଲ ଏବଂ ସ୍ୱାସ୍ଥ୍ୟ ବିଭାଗ ମିଳିତ ଆନୁକୁଲ୍ୟରେ ଏହି ପରାମର୍ଶ କକ୍ଷ ଖୋଲାଯାଇଥିବା ଜଣାପଡ଼ିଛି। ସପ୍ତାହର ପ୍ରତ୍ୟେକ ଶନିବାର ସ୍ପର୍ଶ ହସ୍ପିଟାଲରୁ କ୍ୟାନସର୍ ସ୍ପେଶାଲିଷ୍ଟ ଡାକ୍ତର ରୋଗୀଙ୍କୁ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଶାନ୍ତ କୁମାର ଦାଶଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ପର୍ଶ ହସ୍ପିଟାଲ ସିଏମଡି ଡା. ପ୍ରିୟବ୍ରତ ଧିର, ଡିଜିଏମ୍ ଅସିତ୍ କୁମାର ପ୍ରହରାଜ, ଜିଏମ୍ ସୈାମେନ୍ଦ୍ର ମିଶ୍ରଙ୍କ ସହ ସ୍ଥାନୀୟ କର୍ମଚାରୀ ରବୀନ୍ଦ୍ର କୁମାର ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ। ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ…
Read More