ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଇଟାମାଟି, (ନୟାଗଡ଼ ଦର୍ପଣ): ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଇଟାମାଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପ୍ରଜାପତି ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ କେନ୍ଦ୍ର ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଡ଼ଃ ଜ୍ୟୋତିରଞ୍ଜନ ସାମନ୍ତରାୟ ମୁଖ୍ୟଅତିଥି ରୂପେ ଯୋଗଦାନ କରିଥିଲେ। ପରିବେଶ ସନ୍ତୁଳନ ରକ୍ଷା କରିବା ଏବଂ ଜୀବଜଗତର ଜୀବନ ରକ୍ଷା ପାଇଁ ବୃକ୍ଷଲତା ଅମୃତତୁଲ୍ୟ ଅମ୍ଳଜାନ ଯୋଗାଉଥିବାରୁ ବୃକ୍ଷରୋପଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସମାଜସେବୀ ତଥା “Give Blood Save Life”ର ସଭାପତି ଭାଗିରଥି ବାଈଙ୍କ ନେତୃତ୍ୱରେ ଅନ୍ୟ ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । “ ଯଦୁମଣି ବରିଷ୍ଠ ନାଗରିକ ମଞ୍ଚ ଇଟାମାଟି” ର ସଦସ୍ୟ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ନାୟକ,ଜଗନ୍ନାଥ ଦାସ,ସଚ୍ଚିଦାନନ୍ଦ ସାଥୁଆ, କିଶୋର ଚନ୍ଦ୍ର ସାହୁ, ଅଧ୍ୟାପକ ଅଶୋକ କୁମାର ନାୟକ ଓ ଉମେଶ ଚନ୍ଦ୍ର ପଟ୍ଟନାୟକ, ସନାତନ ଲେଙ୍କା ପ୍ରମୁଖ ବ୍ୟକ୍ତିମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ପ୍ରଜାପତି ବ୍ରହ୍ମାକୁମାରୀ ଆଶ୍ରମର ସଞ୍ଚାଳିକା ସସ୍ମିତା ଭଉଣୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଭଉଣୀ ବିଷ୍ଣୁପ୍ରିୟା,ଲକ୍ଷ୍ମୀ,ବବିନା ଓ ଭାଇ ଅନ୍ତର୍ଯ୍ୟାମୀ, ଅମୂଲ୍ୟ, ନବୀନ, ଭଗବାନ, ରବି ଓ ବିରଞ୍ଚି ଭାଇମାନେ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିଶେଷରେ ଆଶ୍ରମ ତରଫରୁ ସମସ୍ତଙ୍କୁ ଥଣ୍ଡା ପାନୀୟ ଓ ସୁମିଷ୍ଟ ଭୋଜନ ଦ୍ଵାରା ଆପ୍ୟାୟିତ କରାଯାଇଥିଲା ।

Related posts