ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରୀ କ୍ଳବ ଏକ୍ସିଲେନ୍ସିର ଆନୁକୂଲ୍ୟରେ ଗୃହ ମାନଙ୍କ ରେ କାର୍ଯ୍ୟରତଗୃହ ସହାୟିକା ମାନଙ୍କୁ ପୁରୁଣା ସହର କରଣସାହି ରୋଟାରି ଭଵନ ଠାରେ ଆଜି ଅପରାହ୍ନରେ କମ୍ବଳ ବଣ୍ଟନ କରାଯାଇଛି। ସଭାପତି ପ୍ରମୋଦ ପଟ୍ଟନାୟକ ଓ ସମ୍ପାଦକ ସଂଗ୍ରାମ କେଶରୀ ଗୁମାନ ସିଂଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାସଙ୍କ ଉପସ୍ଥିତରେ ୨୦ଜଣ ଗୃହରେ କାର୍ଯ୍ୟରତ ଗୃହ ସହାୟିକା ସାମିଲ ହୋଇ କମ୍ବଳ ଗ୍ରହଣ କରିଥିଲେ। ରୋଟାରୀଆନ ଲକ୍ଷ୍ମୀଧର ମହାପାତ୍ର, ବାସୁଦେବ ମିଶ୍ର, ପୁର୍ଣଚନ୍ଦ୍ର ଶାନ୍ତ ଓ କୋଷାଧକ୍ଷ ଶେଖ ମସଝୁଦ ହୁସେନ ଏବଂ ଶିବାଶିଷ ମହାନ୍ତି ଉପସ୍ଥିତ ଥିଲେ। ପରିଶେଷରେ ସହାୟିକାମାନଙ୍କୁ ଜଳଖିଆ ବଣ୍ଟନ କରାଯାଇଥିଲା।
Read MoreCategory: ନୟାଗଡ଼ ବ୍ଲକ
ନୟାଗଡ଼ ଶ୍ରୀରାମକୃଷ୍ଣ- ବିବେକାନନ୍ଦ ଆଶ୍ରମ ତରଫରୁ ରକ୍ତଦାନ ଶିବିର, ୨୭ ୟୁନିଟ୍ ରକ୍ତ ସଂଗ୍ରହ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସ୍ବାମୀ ବିବେକାନନ୍ଦଙ୍କ ୧୬୪ ତମ ଜୟନ୍ତୀ ଉପଲକ୍ଷେ ଶ୍ରୀରାମକୃଷ୍ଣ-ବିବେକାନନ୍ଦ ଆଶ୍ରମ ନୟାଗଡ଼ ତରଫରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି।ଆଶ୍ରମ ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ସକାଳ ୦୯ଟା ସମୟରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିର କୁ ନୟାଗଡ଼ ପୌରପରିଷଦ ଅଧ୍ଯକ୍ଷା ନିରୁପମା ଖଟେଇ ରିବନ କାଟି ଉଦଘାଟନ କରିଥିଲେ।ସକାଳ ୧୦ଟାରେ ବରିଷ୍ଠ ଶିକ୍ଷାବିତ୍ ରାମଚନ୍ଦ୍ର ମହାପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ଧର୍ମ ଆଲୋଚନା ସଭାରେ ଅତିଥି ଭାବେ ନୟାଗଡ଼ ବ୍ଳକ୍ ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ , ନୟାଗଡ଼ ବ୍ଳକ୍ ପ୍ରାକ୍ତନ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ଓ ବିଶିଷ୍ଟ ଅତିଥି ଭାବେ ଭୁବନେଶ୍ୱର ସ୍ଥିତ ଇମ୍ପ୍ରିମିସ୍ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ବରିଷ୍ଠ ସ୍ତ୍ରୀ ରୋଗ ଓ ପ୍ରସୂତୀ…
Read Moreପ୍ରାଥମିକ ସହାୟତା ପ୍ରଶିକ୍ଷଣ
ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପ୍ରାଥମିକ ସହାୟତା ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅମ୍ବିକା ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଉଦ୍ଘାଟନ ସଭାରେ ଶିକ୍ଷକ ଅକ୍ରୁର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥଲେ। ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ଘନଶ୍ୟାମ ରାଉତଙ୍କ ସହଯୋଗରେ ପ୍ରଶିକ୍ଷକ ଗୋସ୍ଵାମୀ ଦାସ ଓ ନିରଞ୍ଜନ ପ୍ରଧାନ ଏହି ତାଲିମ ଶିବିର ପରିଚାଳନା କରିଥିଲେ। ଶିବିରରେ ଅଷ୍ଟମ ଓ ନବମ ଶ୍ରେଣୀର ପ୍ରାୟ ଶହେରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଭାଗନେଇଥିଲେ। ଏଥିରେ ରିକଭରି ପୋଜିସନ୍, ସି.ପି.ଆର, ସାପ କାମୁଡ଼ା, କୁକୁର କାମୁଡ଼ା, ମହୁମାଛି ଦଂଶନ, ରକ୍ତସ୍ରାବ, ଅସ୍ଥିଭଗ୍ନ, ଆମ୍ବୁଲାନ୍ସ ସହାୟତା ଇତ୍ୟାଦି ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା।
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ଏକବିଂଶତମ ବାର୍ଷିକ ଉତ୍ସବ ଓ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳିତ
ଶାରୀରିକ ଶିକ୍ଷା ହେଉଛି ଶୈକ୍ଷିକ ସଫଳତାର ଚାବିକାଠି- ମୁଖ୍ଯ ଅତିଥି ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସ୍ବାମୀ ବିବେକାନନ୍ଦଙ୍କ ୧୬୪ ତମ ଜୟନ୍ତୀ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ମହାସମାରୋହରେ ପାଳିତ ହୋଇ ଯାଇଛି। ସକାଳ ୦୯ଟା ସମୟରେ ଖଣ୍ଡପଡାରୋଡସ୍ଥ ହନୁମାନ ମନ୍ଦିର ଠାରୁ ଆୟୋଜିତ ବିଶାଳ ଶୋଭାଯାତ୍ରାକୁ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ପତାକା ଦେଖାଇ ଉଦଘାଟନ କରିଥିଲେ। ଶୋଭାଯାତ୍ରା ହନୁମାନ ମନ୍ଦିର ଠାରୁ ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଥିଲା ବେଳେ ଉକ୍ତ ଶୋଭାଯାତ୍ରାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ନୟାଗଡ଼ ଜିଲ୍ଲା ଶାଖା,ଭାରତ ବିକାଶ ପରିଷଦ, ପୂଜ୍ଯପୂଜା କମିଟି,ରୋଟାରୀ କ୍ଲବ,ସିଭିଲ୍ ସୋସାଇଟି, ନୟାଗଡ଼ ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ…
Read Moreନୟାଗଡ଼ ସୃଜନ ଗୃହରେ ଗ୍ରାମୀଣ ସମୃଦ୍ଧି ତାଲିମ କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକର କିଛି ସରପଞ୍ଚ, ଅଙ୍ଗନବାଡି କର୍ମୀ, ମିଶନ ଶକ୍ତିର MBK, CRP ଏବଂ SHG ଗ୍ରୁପର ପ୍ରେସିଡେଣ୍ଟ ଓ ସେକ୍ରେଟାରୀଙ୍କୁ ନେଇ ସାନିଟେସନ ମାଧ୍ୟମରେ ଗ୍ରାମୀଣ ସମୃଦ୍ଧି ତାଲିମ କାର୍ଯ୍ୟକ୍ରମ ଜିଲ୍ଲା ପରିଷଦର ସୃଜନ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ତାଲିମ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ତାଲିମ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ ଏବଂ ନିଜେ ସଫାସୁତୁରା ରହିବା ସହିତ କିପରି ଭାବେ ପଞ୍ଚାୟତକୁ ନିର୍ମଳ ଏବଂ ସରସ ସୁନ୍ଦରଭାବେ ଗଢ଼ିତୋଳି ହେବ ତାହା ଉପରେ ଆଲୋଚନା କରାଯାଇଥିଲା। ନାରୀ ସଶକ୍ତିକରଣ ସହିତ ପରିବେଶର ସ୍ବଚ୍ଛତାର ଦୀର୍ଘ ସ୍ଥାୟୀ କାର୍ଯ୍ୟକ୍ରମ ଉପରେ ଟିପ୍ପଣୀ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ…
Read Moreରୋଟାରୀ କ୍ଲବ ନୟାଗଡ଼ ପକ୍ଷରୁ ଅନ୍ନପୂର୍ଣ୍ଣା ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ନୟାଗଡ଼ ପକ୍ଷରୁ ଜାମୁସାହି ସ୍ଥିତ ଜନ ମିଲଟନ୍ ସ୍କୁଲ ଫର୍ ଡିଫ୍, ଡମ୍ବ ଏବଂ ବ୍ଲାଇଣ୍ଡ୍ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ସହ ଅନ୍ନପୂର୍ଣ୍ଣା ଦିବସ ପାଳନ କରାଯାଇଛି। ରୋଟାରୀ କ୍ଲବ ନୟାଗଡ଼ର ସଭାପତି ବସିରନ ବିବିଙ୍କ ନେତୃତ୍ୱରେ ସ୍କୁଲର ଅନ୍ତେବାସୀ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ ମଧ୍ୟାହ୍ନ ଭୋଜନ ପରିବେଷଣ କରାଯାଇଥିଲା। ଏହି ଅବସରରେ ସଭାପତି ବସିରନ ବିବି କହିଥିଲେ ଯେ ଆଗାମୀ ଦିନରେ ସ୍କୁଲର ଯେଉଁ ଛୋଟ ଛୋଟ ସମସ୍ୟା ରହିଛି, ସେଗୁଡ଼ିକୁ ଦୂର କରିବା ପାଇଁ ରୋଟାରୀ କ୍ଲବ ନୟାଗଡ଼ ପକ୍ଷରୁ ଯଥା ସମ୍ଭବ ସହଯୋଗ କରାଯିବ। ଆଜିର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବର ବରିଷ୍ଠ ସଦସ୍ୟ ଶ୍ରୀକାନ୍ତ କୁମାର ଖଟେଇ, ଧିରେନ୍ଦ୍ର କୁମାର ପଟ୍ଟନାୟକ, ବାସୁଦେବ ସାହୁ ଓ ଲକ୍ଷ୍ମୀନାରାୟଣ ରଥ ପ୍ରମୁଖ ଉପସ୍ଥିତ ରହି…
Read Moreନୟାଗଡ଼ ବ୍ଲକ ନାଟୁଗାଁ ପଞ୍ଚାୟତ ସାଲୁଣୀ ଗାଁରେ ବ୍ଲକସ୍ତରୀୟ ଜଳ ବିଭାଜିକା ମହୋତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ପକ୍ଷରୁ ବ୍ଲକ ସ୍ତରୀୟ ଜଳବିଭାଜିକା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକ ନାଟୁଗାଁ ପଞ୍ଚାୟତ ସାଲୁଣୀ ଗାଁରେ ଅନୁଷ୍ଠିତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଉପେନ୍ଦ୍ର କୁମାର ପରିଡ଼ାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, ନାଟୁଗାଁ ସରପଞ୍ଚ ସାଗରବାଳା ବରାଡ଼, ସମିତିସଭ୍ୟା ତୋଫାନୀ ଦାଶ, ଚମ୍ପତିପୁର ପଞ୍ଚାୟତ ସରପଞ୍ଚ ଅମର ପ୍ରସାଦ ସାଥୁଆ, କ୍ରିଦାଶପୁର ପଞ୍ଚାୟତ ସମିତିସଭ୍ୟା ବାସନ୍ତି ପଣ୍ଡା ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ, ଜଳ ବିଭାଜିକା ମହୋତ୍ସବର ଉଦ୍ଦେଶ୍ୟ ଉପରେ ଆଲୋଚନା ରଖିଥିଲେ…
Read MoreDLSA ସହଯୋଗରେ ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀ ପୁଣି ପଢିବେ ପାଠ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶ କ୍ରମେ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରି ନୂଆଗାଁ ବ୍ଲକ ଦୁରୁଦୁରା ପଞ୍ଚାୟତର ଶ୍ରୀବନ୍ତଦେଇପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର କିଛି ଛାତ୍ର ସ୍କୁଲ ଆସୁନଥିବାରୁ ସେମାନଙ୍କୁ ସ୍କୁଲ ଶିକ୍ଷକଙ୍କୁ ନେଇ ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧିକାର ମିତ୍ର ବିଷ୍ଣୁ ଚରଣ ପଟ୍ଟନାୟକ, ପ୍ରକାଶ ଦଳେଇ, ଜ୍ୟୋସ୍ନାରାଣୀ ନାଥ, ଅନୁପମା ରାଉତ, ରୋନିତ ଦଳେଇ, ସୁରେନ୍ଦ୍ର ନାୟକ, ଏସ ଇପ୍ସିତା ଦେବଦର୍ଶିନୀଙ୍କ ମାଧ୍ୟମରେ ନୂଆପଲ୍ଲୀର ଅଷ୍ଟମ ଶ୍ରେଣୀର ଛାତ୍ର ରାନୁ ନାୟକ, ରବୀନ୍ଦ୍ର ନାହାକ କରଡ଼ାପଲ୍ଲୀର ସିଲୁ ମହାପାତ୍ରଙ୍କୁ ବହୁ ବୁଝାସୁଝା କରିବା ସହ ସେମାନଙ୍କ ପରିବାର ସଦସ୍ୟଙ୍କୁ ବୁଝାଇ ଶ୍ରୀବନ୍ତଦେଇପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚା ଯାଇଥିଲା। ସେମାନଙ୍କ ମଧ୍ୟରୁ…
Read Moreବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଘାଟିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସରକାରୀ ଉଚ୍ଚ ବିଦ୍ୟାଳୟ, ସିନ୍ଦୁରିଆର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଘାଟିତ ହୋଇଯାଇଛି। ପୂର୍ବାହ୍ନରେ କ୍ରୀଡ଼ା ଉତ୍ସବର ମଶାଲ ଦୁର୍ଗାପ୍ରସାଦ ଗ୍ରାମରେ ଥିବା ଜଳେଶ୍ଵର ବାବାଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦୁର୍ଗାପ୍ରସାଦ ଓ ସିନ୍ଦୁରିଆ ଗ୍ରାମ ପରିକ୍ରମକରି କ୍ରିଡ଼ା ମାଧ୍ୟମରେ ଶାନ୍ତି, ସଂହତି ଓ ଭବିଷ୍ୟ ଜୀବନର ସାର୍ଥକତା ଉପରେ ବାର୍ତ୍ତା ଦେଇଥିଲେ। ଆଜିର କ୍ରୀଡ଼ା ଉତ୍ସବକୁ ପଞ୍ଚସଖା ଶିକ୍ଷା ସେତୁ ଯୋଜନାର ସଭାପତି ଭଗବାନ ଜେନା, ଓଡ଼ଗାଁ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ମହମ୍ମଦ ଉମର୍ ମଲ୍ଲିକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥାଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିବା ବେଳେ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ ଛାତ୍ରଛାତ୍ରୀଙ୍କ ଠାରୁ ମଶାଲ ଗ୍ରହଣକରି ସ୍ଥାପନା କଲାପରେ କ୍ରୀଡ଼ା ପତାକା ଉତ୍ତୋଳନ କରି ପିଲାଙ୍କୁ କ୍ରୀଡ଼ାର ଉପକାରିତା ଉପରେ…
Read Moreଭେନିଜିୱାଲା ଉପରେ ଆମେରିକାର ଆକ୍ରମଣ ବିରୋଧରେ ପଥପ୍ରାନ୍ତ ସଭା
ନୟାଗଡ଼, (ନୟାଗଡ଼ ଦର୍ପଣ) ନୟାଗଡ଼ ଟ୍ରାଫିକ ଛକ ଠାରେ କମ୍ରେଡ଼ ହରିଶ୍ଚନ୍ଦ୍ର ମିଶ୍ରଙ୍କ ସଭପତିତ୍ୱରେ ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଜାତିସଙ୍ଘ ଘୋଷଣା ପତ୍ରକୁ ବେଖାତିର ଆମେରିକା ଯେପରି ରାତିଅଧରେ ଭେନିଜିୱାଲାର ରାଜଧାନୀ ଉପରେ ଆକ୍ରମଣ କରି ରାଷ୍ଟ୍ରପତି ମାଦୁରୋ ଏବଂ ତାଙ୍କ ପତ୍ନୀକୁ ଜୋର ଜବରଦସ୍ତ ଅପହରଣ କରିନେଲେ ତାହାକୁ ନେଇ ବକ୍ତାମାନେ ଦୃଢ଼ ନିନ୍ଦା କରିଥିଲେ। ଆମେରିକାର ଏପରି କାର୍ଯ୍ୟକୁ ସାରା ପୃଥିବୀର ବିଭିନ୍ନ ରାଷ୍ଟ୍ର ନିନ୍ଦା କରିବା ସହିତ ଏଭଳି କାର୍ଯ୍ୟରୁ ନିବୁର୍ତ୍ତ ରହିବାକୁ ଚେତାବନୀ ଦେଇଛନ୍ତି। ତୁରନ୍ତ ଜଦି ଦୁହିଁଙ୍କୁ ଖଲାସ ନ କରନ୍ତି ତେବେ ସାରା ବିଶ୍ୱର କ୍ରୋଧର ଶିକାର ଆମେରିକା ହେବ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଚ ସିପିଏମନେତା ଗୋଲକ ବିହାରୀ ମୁଦୁଲି, ଦୁଃଶାସନ ଜେନା, ପବିତ୍ର ଇନ୍ଦ୍ରଜିତ, ନିତ୍ୟାନନ୍ଦ ପରିଡା, ସୁଶୀଲ ମହାନ୍ତି, ନାରୀନେତ୍ରୀ ଜ୍ୟୋତିପ୍ରଭା ଜେନା, ଜୟନ୍ତୀ…
Read More