ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ‘ରଥପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ରଥପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।  ରଥ ନିର୍ମାଣ ପାଇଁ ବ୍ଯବହୃତ ହେଉଥିବା ଫାସି, ଅସନ, ଧଉରା ଗଛର ଅଭାବକୁ ନେଇ ସୃଷ୍ଟି ହେଉଥିବା ବିଭିନ୍ନ ବାଦବିବାଦରୁ ଦୂରେଇ ବିଦ୍ଯାଳୟର ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ ମାନେ ନିଜ ନିଜ ଜମିବାଡିରେ ଫାସି ଗଛ ଲଗାଇ ତାକୁ ଯତ୍ନ ସହକାରେ ବଡକରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ସମର୍ପଣ କରିବାକୁ ସଂକଳ୍ପ ନେଇଛନ୍ତି। ଏହି ଫାସି ଚାରା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥିଭାବେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇଥିଲା ବେଳେ ବିଶିଷ୍ଟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ଥିଲେ, ସମ୍ମାନିତ…

Read More

ଦାସିଆ ଅଜାଙ୍କ ୧୧୯ତମ ଜୟନ୍ତୀ ପାଳିତ, ଛାତ୍ରଛାତ୍ରୀଙ୍କୁ ସଂଘର୍ଷ ଓ ସଂକଳ୍ପର ବାର୍ତ୍ତା

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ୟୁନିଟେକ କଲେଜ ପରିସରରେ ନୟାଗଡ଼ ପୂଜ୍ୟପୂଜା କମିଟି ପକ୍ଷରୁ ପାଠାଗାର ଆନ୍ଦୋଳନର ପୁରୋଧା ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ୧୧୯ତମ ଜୟନ୍ତୀ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଆୟୋଜିତ ହୋଇଯାଇଛି। ପୂଜ୍ୟପୂଜା କମିଟିର ଆବାହକ ଧିରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ୟୁନିଟେକର ଚେୟାରମ୍ୟାନ ଶ୍ରୀ ପ୍ରଦୀପ ପୃଷ୍ଟି ମୁଖ୍ୟ ଅତିଥି ଏବଂ ନୟାଗଡ଼ କ୍ଲବ୍ ତଥା ସମର୍ପଣ ବୃଦ୍ଧାଶ୍ରମର ସମ୍ପାଦକ ଶ୍ରୀ ଶ୍ରୀଧର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଅତିଥିମାନେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଦାସିଆ ଅଜାଙ୍କ ସଂଘର୍ଷମୟ ଜୀବନ, ତାଙ୍କର ନିଷ୍ଠା, ପ୍ରୟାସ ଏବଂ କିଛି କରି ଦେଖାଇବାର ଦୃଢ଼ ସଂକଳ୍ପରୁ ପ୍ରେରଣା ନେଇ ଜୀବନରେ ସଫଳତା ହାସଲ କରିବାକୁ ଆହ୍ୱାନ ଜଣାଇଥିଲେ। ପୂଜ୍ୟପୂଜା କମିଟିର ବରିଷ୍ଠ ସଦସ୍ୟ ଶ୍ରୀ ଶରତ ଚନ୍ଦ୍ର ଆଚାର୍ଯ୍ୟ ସ୍ୱାଗତ ଭାଷଣ…

Read More

ଭାଗିରଥୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବନ ମହୋତ୍ସବ ଅବସରରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁରସ୍ଥିତ ଭାଗିରଥୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରାଯାଇଥିଲା। ବିଦ୍ୟାଳୟର ଇକୋ କ୍ଲବ ପକ୍ଷରୁ ପରିଚାଳିତ ଏହି ପରିବେଶ ସଚେତନତା କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସ୍କୁଲ ପରିଚାଳନା କମିଟିର ସଭାପତି ନବ କିଶୋର ପରିଡ଼ା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ଦାସଙ୍କ ସମେତ ଶିକ୍ଷକ ବିଭୂତି ଭୂଷଣ ରଣସିଂହ, ସୂର୍ଯ୍ୟତା ବେହେରା, ଅନସୂୟା ବେହେରା, ଲୋମିତ ପ୍ରିୟଦର୍ଶିନୀ, ସ୍ୱାଗତିକା ମହାନ୍ତି, ବେଣୁଧର ବିଶ୍ୱାଳ, ରାଜେଶ କୁମାର ପଣ୍ଡା, ଦୀପକ କୁମାର ମଙ୍ଗଳ, କିଶୋର କୁମାର ଭଞ୍ଜ, ଚିତ୍ତରଞ୍ଜନ ଦାଶ, ଯୋଗେଶ…

Read More

ଭାରତ ବିକାଶ ପରିଷଦ, ନୟାଗଡର ପ୍ରତିଷ୍ଠା ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସର୍କିଟ୍ ହାଉସ୍ ନିକଟରେ ଅବସ୍ଥିତ ଭାରତ ବିକାଶ ପରିଷଦ, ନୟାଗଡ଼ ଶାଖା ଭବନରେ ପରିଷଦର ପ୍ରତିଷ୍ଠା ଦିବସ ତଥା ନୟାଗଡ଼ ଶାଖାର ସ୍ଥାପନା ଦିବସ ପାଳିତ ହୋଇ ଯାଇଛି। ଶାଖା ଅଧ୍ଯକ୍ଷ ପ୍ରସନ୍ନ କୁମାର ବସନ୍ତିଆଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଓଡିଆ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସତ୍ଯ ନାରାୟଣ ଆଚାର୍ଯ୍ୟ ଯୋଗଦେଇ ଥିଲା ବେଳେ ମୁଖ୍ଯବକ୍ତା ଭାବେ ବରିଷ୍ଠ ଆଇନଜୀବୀ ତଥା ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ର ବିଜୟୀ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଭାରତ ବିକାଶ ପରିଷଦ ଓଡିଶା ପୂର୍ବପ୍ରାନ୍ତର ଉପାଧ୍ୟକ୍ଷ ଶ୍ରୀଧର ସାହୁ ଯୋଗଦେଇଥିଲେ। ନୟାଗଡ଼ ଶାଖାର ପ୍ରତିଷ୍ଠାତା ସଦସ୍ଯ ପ୍ରଫେସର ହର ପ୍ରସାଦ ମହାପାତ୍ର ମଞ୍ଚାସୀନ ହୋଇ ମାଆ ଭାରତୀଙ୍କ ବନ୍ଦନା ବନ୍ଦେମାତରମ୍ ସାମୂହିକ ଗାନ କରି ଭାରତ ବିକାଶ ପରିଷଦର…

Read More

ଚକ୍ଷୁଦାନ କଲେ ଅଙ୍ଗନବାଡ଼ି ଜିଲ୍ଲା ସଭାନେତ୍ରୀ ଜ୍ୟୋତ୍ସାମୟୀ

ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଶେଷକୃତ୍ତ୍ୟ, ଝିଅ ଦେଲା ମୁଖାଗ୍ନି ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଅଙ୍ଗନବାଡ଼ି ସଂଘ ସଭାନେତ୍ରୀ ଜ୍ୟୋତ୍ସାମୟୀ ପଣ୍ଡାଙ୍କ ଗତକାଲି ସଂନ୍ଧ୍ୟାରେ ପରଲୋକ ଘଟିଥିଲା । ଜ୍ୟୋତ୍ସାମୟୀଙ୍କ ମୃତ୍ୟୁ ପରେ ପରିବାର ସମ୍ମତିକ୍ରମେ ତାଙ୍କ ଚକ୍ଷୁଦାନ କରାଯାଇଛି । ଆଜି ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯିବା ପରେ ନୟାଗଡ଼ ବ୍ଲକ ପରିସରକୁ ଅଣାଯାଇଥିଲା । ସିଡିପିଓ କାର୍ଯ୍ୟାଳୟଠାରେ ବହୁ ଅଙ୍ଗନବାଡ଼ି କର୍ମୀ ଶେଷ ଦର୍ଶନ କରିଥିଲେ । ଏହା ପରେ ତାଙ୍କ କ୍ରିଦାଶପୁର ସ୍ଥିତ ବାସଭବନକୁ ଅଣାଯାଇଥିଲା । ସେଠାରେ ବିଧି ଅନୁସାରେ ସମସ୍ତ କାର୍ଯ୍ୟ କରାଯିବା ସହ ହଜାର ହଜାର ଲୋକ ଶେଷ ଦର୍ଶନ କରିଥିଲେ । ବହୁ ଲୋକଙ୍କ ସହ ଶବ ଶୋଭାଯାତ୍ରା କରାଯାଇ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ ହୋଇଛି । ତାଙ୍କର ଏକ ମାତ୍ର…

Read More

ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଭଜନ ସମାରୋହ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ):  ସଙ୍ଗୀତଧାରା, ନୟାଗଡ଼ ଏବଂ ନବକଳେବର ରଥ ଚକ ସ୍ଥାପନ କମିଟିର  ମିଳିତ ଆନୁକୂଲ୍ୟରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ ଉପଲକ୍ଷେ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ କଳାକାର ମାନଙ୍କୁ ନେଇ ଏକ ଭବ୍ୟ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, ପ୍ରାଣକୃଷ୍ଣ ମହାରଣା,କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ, ସୁର ଗନ୍ଧର୍ବ କଣ୍ଠଶିଳ୍ପୀ ନବକିଶୋର ମିଶ୍ର,ଡ.ଆଶୁତୋଷ ମିଶ୍ର, ମାଧବ ଡାକୁଆ,ବିଷ୍ନୁପ୍ରିୟା ବେହେରା, ଓମ ପ୍ରକାଶ ମହାରଣା,ଶୁଚିସ୍ମିତା ଦୋରା ପ୍ରମୁଖ ଭଜନ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ଦେବୋତ୍ତର ପରିଚାଳକ ତାପସ ରଞ୍ଜନ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ସଙ୍ଗୀତଧାରା ସଭାପତି ଡ.ବିଜୟ କୁମାର ଚୌଧୁରୀ, ରଥଚକ ସ୍ଥାପନା କମିଟି ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ପ୍ରଶାନ୍ତ ଦାଶ ପ୍ରମୁଖ ପରିଚାଳନା କରିଥିଲେ।  ଗୋପୀନାଥ ସେଠି, ଅଶୋକ ମଲ୍ଲ ଭଜନ କାର୍ଯ୍ୟକ୍ରମକୁ …

Read More

ଆକାଉଣ୍ଟାଣ୍ଟ କମ୍ ଡିଇଓ ସଂଘର ଜିଲ୍ଲାସ୍ତରୀୟ ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ; ୪୧ ୟୁନିଟ୍ ରକ୍ତଦାନ ସହ ବୃଦ୍ଧାଶ୍ରମରେ ସେବା କାର୍ଯ୍ୟ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଆକାଉଣ୍ଟାଣ୍ଟ କମ୍ ଡିଇଓ ସଂଘର ଜିଲ୍ଲାସ୍ତରୀୟ ଦ୍ୱିତୀୟ ବାର୍ଷିକ ଉତ୍ସବ ସେବା, ସାମାଜିକ ଦାୟିତ୍ୱବୋଧ ଓ ସାଙ୍ଗଠନିକ ଏକତାର ବାର୍ତ୍ତା ନେଇ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ କମ୍ ଡିଇଓମାନେ ସ୍ୱେଚ୍ଛାକୃତ ଭାବେ ୪୧ ୟୁନିଟ୍ ରକ୍ତଦାନ କରି ସମାଜ ପ୍ରତି ନିଜର ଦାୟିତ୍ୱବୋଧର ପରିଚୟ ଦେଇଥିଲେ। ନୟାଗଡ଼ ଜିଲ୍ଲା ରକ୍ତଭଣ୍ଡାର ପରିସରରେ ଆୟୋଜିତ ରକ୍ତଦାନ ଶିବିରକୁ ବିଶିଷ୍ଟ ଶିକ୍ଷାବିତ୍ ଧୀରେନ୍ଦ୍ର ପଟ୍ଟନାୟକ ଓ ଡାକ୍ତର ମୋନାଲିସା ସ୍ୱାଇଁ ଉଦ୍ଘାଟନ କରିଥିଲେ। ରକ୍ତଭଣ୍ଡାରରେ ରକ୍ତର ଅଭାବ ଥିବା ସମୟରେ ସଂଘ ପକ୍ଷରୁ ୪୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବାରୁ ଏହି ପଦକ୍ଷେପକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଏହା ସହିତ ସଂଘ ପକ୍ଷରୁ ନୟାଗଡ଼ସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କ ପାଇଁ ମଧ୍ୟାହ୍ନ…

Read More

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ନିଷ୍କ୍ରିୟତା ଅଭିଯୋଗ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା କେସ୍ ନମ୍ବର ୨୧୮/୨୦୨୬କୁ ନେଇ ନୂଆ ମୋଡ଼ ଆସିଛି। ଘଟଣାରେ ଗୁରୁତର ଆହତ ହୋଇଥିବା କଣ୍ଟାବଣିଆ ଗ୍ରାମର ଗୋବିନ୍ଦ ମହାନ୍ତିଙ୍କ ପରିବାର ପକ୍ଷରୁ ପୋଲିସର ନିଷ୍କ୍ରିୟତା ଏବଂ ଚିକିତ୍ସାରେ ଅବହେଳା ନେଇ ଗୁରୁତର ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ, ଗତ ୧୯ ଜୁନ୍ ୨୦୨୬ ଭୋର ସମୟରେ ଗୋବିନ୍ଦ ମହାନ୍ତିଙ୍କୁ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଥିଲା। ଆକ୍ରମଣ ପରେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ପାଲାଗୁଣ୍ଠୁଣି ତୋଟାରେ ପକାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ଖବର ପାଇ ତାଙ୍କୁ ଉଦ୍ଧାର କରି ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ଏବଂ ପରବର୍ତ୍ତୀ ସମୟରେ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପରିବାରର ଅଭିଯୋଗ…

Read More

ବିକାଶର ଧାରା, ଓଡ଼ିଶା ସାରା” କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିଲେ ନୟାଗଡ଼ବାସୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥିତ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ଆଜି “ବିକାଶର ଧାରା, ଓଡ଼ିଶା ସାରା” କାର୍ଯ୍ୟକ୍ରମର ସିଧା ପ୍ରସାରଣ (ଲାଇଭ୍ ଟେଲିକାଷ୍ଟ) ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗତ ଦୁଇ ବର୍ଷର ଶାସନକାଳୀନ ସଫଳତା, ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ରାଜ୍ୟର ଭବିଷ୍ୟତ ବିକାଶ ଦିଗ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା, ଭିତ୍ତିଭୂମି ବିକାଶ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କ ସମେତ ପୌରପରିଷଦର ବହୁ କାଉନସିଲର, ମୁନିସିପାଲିଟି ଅଞ୍ଚଳର ବୁଦ୍ଧିଜୀବୀ, ସାମ୍ବାଦିକ, ସମାଜସେବୀ ଏବଂ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ।…

Read More

ନୟାଗଡ଼ ମୁନିସିପାଲିଟିରେ ଭୋଟର ତାଲିକା ସଂଶୋଧନ ଏସ୍‌ଆଇଆର୍ କାର୍ଯ୍ୟ ଠିକ୍ ଭାବେ ଚାଲିନଥିବା ଅଭିଯୋଗ କଲା କଂଗ୍ରେସ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ମୁନିସିପାଲିଟି ଅଞ୍ଚଳରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍) କାର୍ଯ୍ୟ ସଠିକ୍ ଭାବେ ପରିଚାଳିତ ହେଉନଥିବା ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଗୁରୁତର ଅଭିଯୋଗ ଉଠାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଏକ ପ୍ରେସ୍ ବାର୍ତ୍ତାରେ କହିଛନ୍ତି ଯେ, ନୟାଗଡ଼ ମୁନିସିପାଲିଟିର ୭୭ ନମ୍ବରରୁ ୯୪ ନମ୍ବର ବୁଥ ପର୍ଯ୍ୟନ୍ତ ଅଧିକାଂଶ ବିଏଲଓ ଏପର୍ଯ୍ୟନ୍ତ ୫୦ ପ୍ରତିଶତ ଘରକୁ ଯାଇନାହାନ୍ତି କିମ୍ବା ପୋଲିଂ ବୁଥରେ ଉପସ୍ଥିତ ରହୁନାହାନ୍ତି। ଶ୍ରୀ ଦାଶଙ୍କ ଅଭିଯୋଗ ଅନୁଯାୟୀ, ବିଏଲଓମାନେ ବିଭିନ୍ନ ରାଜନୈତିକ ଦଳ ଦ୍ୱାରା ନିଯୁକ୍ତ ବିଏଲଏ-୧ ଓ ବିଏଲଏ-୨ଙ୍କ ସହ ଆଲୋଚନା କରୁନାହାନ୍ତି। ବରଂ ଘରେ ବସି କିଛି ନିର୍ଦ୍ଦିଷ୍ଟ ଦଳର ବିଏଲଏଙ୍କ ପରାମର୍ଶରେ ମନଇଚ୍ଛା ଫର୍ମ ପୂରଣ କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି। କଂଗ୍ରେସ ପକ୍ଷରୁ ନିଯୁକ୍ତ ବିଏଲଏ-୧…

Read More