ନୟାଗଡ଼ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଜ୍ଞାନ ମିଶନ, ଓଡ଼ିଶାଦ୍ଵାରା ଗୀତା ସୁଗୀତା କର୍ତ୍ତବ୍ୟା କାର୍ଯ୍ୟକ୍ରମ ତଥା ନୟାଗଡ଼ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଆସିଥିବା ୪୦ରୁ ଅଧିକ ଛାତ୍ର ଛାତ୍ରୀ ମାନେ  ଗୀତାର ଚତୁର୍ଥ ଅଧ୍ୟାୟକୁ ଆବୃତ୍ତି କରିଥିଲେ। ଆୟୋଜିତ ଏହି ଉତ୍ସବରେ ଜିଲ୍ଲା ସଂଯୋଜକ ହରେକୃଷ୍ଣ ମୁଦୁଲି  ଯୋଗଦେଇ ପ୍ରଦୀପ ପ୍ରଜ୍ବଳନପୂର୍ବକ ଉଦ୍ଘାଟନ କରିଥିଲେ। ବିଚାରକ ଭାବେ ଅଧ୍ୟାପିକା ପ୍ରିୟଙ୍କା ପଣ୍ଡା,ନିକିତା ଦାସ, ଶିକ୍ଷୟିତ୍ରୀ ଲକ୍ଷ୍ମୀ ଚନ୍ଦନା ବିଶ୍ଵାଳ, ଦୀପ୍ତି ମୟୀ ଦଳେଇ ଅଧ୍ୟାପକ ଡଃ ସନ୍ତୋଷ କୁମାର ସାହୁ,କେଦାର ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଗୀତାକୁ ନିୟମିତ ପାଠ କଲେ ଅନନ୍ୟ ଶାନ୍ତି ମିଳିବା  ସହିତ ବୌଦ୍ଧିକ ବିକାଶ ଘଟିଥାଏ ବୋଲି ମତବ୍ୟକ୍ତ କରିଥିଲେ। ଆୟୋଜିତ ପ୍ରତିଯୋଗିତାରେ…

Read More

ସ୍ୱରଶ୍ରୀ ସମ୍ମାନ ପାଇଁ ଶ୍ରୀ ସୃଜନ ସଙ୍ଗୀତ ପ୍ରତିଯୋଗିତା

ନୟାଗଡ଼,(ନୟାଗଡ଼ ଦର୍ପଣ): ‘ଶ୍ରୀ ସୃଜନ’, ନୟାଗଡ଼ ପକ୍ଷରୁ ଏକ ସଙ୍ଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଡ. ବିଜୟ କୁମାର ଚୌଧୁରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ୨୪ନଭେମ୍ବର ୨୦୨୪ରେ ସଙ୍ଗୀତ ପ୍ରତିଯୋଗିତା କରି ନୂତନ ପ୍ରତିଭାଙ୍କୁ ପ୍ରୋତ୍ସାହନ ଦେବା ସହ ଲୋକ ଲୋଚନକୁ ଆଣିବା ପାଇଁ ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ଅନୁଯାଇ ପ୍ରତିଯୋଗିତାରେ କେବଳ ୧୩ ରୁ ୧୭ ବର୍ଷ ବୟସର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରି କେବଳ ଶ୍ରୀ ସୃଜନ ୟୁଟ୍ୟୁବ୍ ଚାନେଲରେ ଉପଲବ୍ଧ ସଙ୍ଗୀତ ପରିବେଷଣ କରିବେ । ପ୍ରଥମ ପର୍ଯ୍ୟାୟରୁ ଶ୍ରେଷ୍ଠ ୧୦ ଜଣଙ୍କୁ ମନୋନୀତ କରାଯାଇ ପୁନଶ୍ଚ ଚୂଡାନ୍ତ ପର୍ଯ୍ୟାୟରେ ପ୍ରଥମ,ଦ୍ବିତୀୟ ଓ ତୃତୀୟଙ୍କୁ ମନୋନୀତ କରାଯିବ। କେବଳ…

Read More

ନୟାଗଡ଼ ବ୍ଲକ ଶିକ୍ଷାଧିକାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ତାଙ୍କ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଏହି ଉପଲକ୍ଷେ ବିଭିନ୍ନ ଶିକ୍ଷକ ସଂଗଠନ ଏବଂ ବ୍ଲକ ଶିକ୍ଷା କର୍ମଚାରୀଙ୍କ ମିଳିତ ସହଯୋଗରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଞ୍ଜୟ ମଲ୍ଲିକ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦିପ୍ତିମୟୀ ଶୁଭଦର୍ଶିନୀ , ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ନିରଞ୍ଜନ ନାୟକ, ଧନେଶ୍ୱର ସେଠି ପ୍ରମୁଖ ଯୋଗଦାନ କରିଥିଲେ। ଶିକ୍ଷକ ନେତା ଶେଖ ଅବଦୁଲ ଖାଲିକ, ଲକ୍ଷ୍ମୀଧର ସାହୁ, ସୁରେଶ ସେଠି, ପିତେଇ ପ୍ରଧାନ,ସନ୍ତୋଷ ସାହୁ, ଅଶୋକ ମଲ୍ଲ,ଚିତ୍ତରଞ୍ଜନ ଦାଶ,ଉମେଶ ସ୍ୱାଇଁ, ରବୀନ୍ଦ୍ର କୁମାର ସାହୁ,ବୈଷ୍ଣବ ମହାନ୍ତି ତଥା ଶିକ୍ଷା କର୍ମଚାରୀ ମାନସ ସେଠି,ଶୋଭେଶ ଶୁକ୍ଲା,କିଶୋର ଭଞ୍ଜ, ବିଶ୍ୱନାଥ ସ୍ୱାଇଁ ପ୍ରମୁଖ ଯୋଗଦାନ…

Read More

ଓଏଏସ ପାଇଥିବା ଚିନ୍ମୟୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ନିକଟରେ ପ୍ରକାଶିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଚିନ୍ମୟୀ ପାଣିଗ୍ରାହୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ନୟାଗଡ଼ ଏନଏସି ହାଇସ୍କୁଲର ୨୦୦୯ ବ୍ୟାଚର ଛାତ୍ରୀ ଚିନ୍ମୟୀ ୭୯ତମ ସ୍ଥାନରେ ରହି ସଫଳତାର ସହିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି। ସୂଚନା ଯୋଗ୍ୟ ଯେ ୨୦୦୯ ମସିହା ମାଟ୍ରିକ ପରୀକ୍ଷାରେ ସମଗ୍ର ଓଡ଼ିଶାରେ ୧୦ମ ସ୍ଥାନ ହାସଲ କରି ଚିନ୍ମୟୀ ବିଦ୍ୟାଳୟ ପାଇଁ ଗୌରବ ଆଣିଥିଲେ। ପିତା ଚିତ୍ତରଞ୍ଜନ ପାଣିଗ୍ରାହୀ ଏବଂ ମାତା ଝୁନୁ ଦେବୀ ଉଭୟେ ଶିକ୍ଷକତା କରି ଅବସର ଗ୍ରହଣ କରିଥିବା ବେଳେ ଚିନ୍ମୟୀ ଏବେ କେନ୍ଦ୍ରୀୟ ବିଦ୍ୟାଳୟ-୨ ଭୁବନେଶ୍ୱରରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ଚିନ୍ମୟୀଙ୍କ ଏହି ଅପୂର୍ଵ ସଫଳତାରେ ଏନଏସି ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ, ବରିଷ୍ଠ ଶିକ୍ଷୟିତ୍ରୀ…

Read More

‘ସଙ୍ଗୀତଧାରା’  ଭକ୍ତିସଙ୍ଗୀତ ପ୍ରତିଯୋଗିତା

୧୬ଜଣ ସେମି ଫାଇନାଲକୁ ଉନ୍ନୀତ ନୟାଗଡ଼,: ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ  ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଏନଏସି ହାଇସ୍କୁଲ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦାନ କରି ଭକ୍ତି ସଙ୍ଗୀତ ପ୍ରତିଯୋଗିତାକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ଉପସ୍ଥିତ ଥିଲେ । ଏହି ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ,ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ରୁ ୨୪ବର୍ଷ ବୟସର ୩୭ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ବିଚାରକ ଭାବେ ସତ୍ୟନାରାୟଣ ମହାପାତ୍ର , ରବୀନ୍ଦ୍ର କୁମାର ତ୍ରିପାଠୀ ଏବଂ ପ୍ରଶାନ୍ତ କୁମାର ମିଶ୍ର ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ ୧୬ ଜଣ କଣ୍ଠଶିଳ୍ପୀଙ୍କୁ…

Read More

ଜେମାଦେଇପୁର ଶାସନରେ ୪୬ତମ ଗ୍ରାମ ଜୟନ୍ତୀ ଉତ୍ସବ-୨୦୨୪ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ); ନୟାଗଡ଼ ବ୍ଲକ ବିକାଶପୁର ପଞ୍ଚାୟତ ଅନ୍ତର୍ଗତ ଜେମାଦେଇପୁର ଶାସନରେ ୪୬ତମ ଗ୍ରାମ ଜୟନ୍ତୀ ଉତ୍ସବ-୨୦୨୪ ପାଳିତ ହୋଇଯାଇଛି। ଗ୍ରାମ ସଭାପତି ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର କଅଁର ଓ ସରପଞ୍ଚ ସଞ୍ଜୁବାଳା ବିଶ୍ଵାଳ ପ୍ରମୁଖ ଯୋଗଦେଇ ଗ୍ରାମ୍ୟ ଜୟନ୍ତୀର ଆବଶ୍ୟକତା, ବିଭିନ୍ନତା ମଧ୍ଯରେ ଗାଁ’କୁ ମନେପକାଇ ଗାଁରେ ଏକାଠି ହେବାର ଅଭିନବ ପ୍ରୟାସ ଆଉ କେଉଁଠାରେ ଦେଖ‌ିବାକୁ ମିଳିବନି ବୋଲି କହିଥିଲେ। ଗାଁର ଜନ୍ମ ଜୟନ୍ତୀ ପାଳନ କରିବା ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବ ଏବଂ ଏଭଳି ଅନନ୍ୟ ପରମ୍ପରାକୁ ଅନ୍ୟମାନେ ଅନୁକରଣ କରିବେ ବୋଲି ଅତିଥିମାନେ କହିଥିଲେ। ଏ ଉତ୍ସବର ପ୍ରଥମ ଉଦ୍ୟୋକ୍ତା ମୁରଲୀଧର ଆଚାର୍ଯ୍ୟଙ୍କ…

Read More

ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଆଇନ ସଚେତନତା ଶିବିର

ନୟାଗଡ଼, (ନୟାଗଡ଼ ଦର୍ପଣ): ଏକ ସୁସ୍ଥ ସମାଜରେ ଜନସାଧାରଣ ସେମାନଙ୍କ ମୌଳିକ ଅଧିକାର, କର୍ତବ୍ୟ ଏବଂ ସୁରକ୍ଷା ପାଇଁ ସଚେତନ ରହିବା ଆବଶ୍ୟକ । ବିଶେଷ କରି ଛାତ୍ର ସମାଜ ପାଇଁ ଏହା ଅପରିହାଜ୍ୟ । ନୟାଗଡ଼ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶ କ୍ରମେ, ପ୍ରାଧିକରଣ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ, କେନ୍ଦ୍ରୀୟ ବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଅଛି । ପ୍ରାଧିକରଣ କର୍ମଚାରି ଶ୍ରୀ ପବନ କୁମାର ବେହେରା ସଚେତନତାର ଆଭିମୁଖ୍ୟ ଏବଂ ଆବଶ୍ୟକତା ବୁଝାଇଥିଲେ । ପ୍ରାଧିକରଣର ସଚିବ ତଥା ବରିଷ୍ଠବର୍ଗ  ବିଚାରପତି ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ପୋସ୍କୋ ଏବଂ କର୍ମକ୍ଷେତ୍ରରେ ମହିଳା ମାନଙ୍କ ସୁରକ୍ଷା ପାଇଁ ଏକ କମିଟି ଗଠନ ଉପରେ ଗୁରୁତ୍ବାରୋପ କରିବା ସହିତ ଛାତ୍ରଛାତ୍ରୀ…

Read More

ନୟାଗଡ଼ରୁ ୨ଜଣ ପାଇଲେ ଓଏଏସ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓପିଏସସି ଦ୍ଵାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ନୟାଗଡ଼ରୁ ୨ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନେ ହେଲେ ୧୪୧ ତମ ସ୍ଥାନରେ ଥିବା ମିତାଲି ମଧୁସ୍ମିତା ମିଶ୍ର ଏବଂ ୧୫୦ତମ ସ୍ଥାନରେ ଥିବା ସାର୍ଥକ ତାରିଣୀ ପ୍ରସାଦ ମିଶ୍ର। ନୟାଗଡ଼ ଖଣ୍ଡପଡ଼ା ରୋଡ଼ରେ ରହୁଥିବା ଗୀତାଞ୍ଜଳି ମିଶ୍ର ଏବଂ ବିଶ୍ୱନାଥ ମିଶ୍ରଙ୍କ ଏକ ମାତ୍ର କନ୍ୟା ମିତାଲି ଜଣେ ମେଧାବୀ ଛାତ୍ରୀ ଭାବେ ନୟାଗଡ଼ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ପ୍ରାଥମିକ ଶିକ୍ଷା ଗ୍ରହଣ କରି ପରବର୍ତ୍ତୀ ସମୟରେ ନବୋଦୟରେ +୨ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ। ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରି ବର୍ତ୍ତମାନ ଚିଲିକା ବ୍ଳକରେ ପଞ୍ଚାୟତ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି।ସେହିପରି ନୟାଗଡ଼ ନିକଟବର୍ତ୍ତୀ ମନ୍ଧତାପୁର ଗ୍ରାମର ବରିଷ୍ଠ କୃଷି ଅଧିକାରୀ ଗୌରୀଶଙ୍କର ମିଶ୍ରଙ୍କ ପୁତ୍ର ସାର୍ଥକ ତାରିଣୀ ମିଶ୍ର…

Read More

ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶୃତିକୁ ପ୍ରସଙ୍ଗ କରି ମଇଦାନକୁ ଓହ୍ଲାଇବ ବିଜେଡି

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶୃତିକୁ ପ୍ରସଙ୍ଗ କରି ବିଜେଡି ମଇଦାନକୁ ଓହ୍ଲାଇବ। ଜନସାଧାରଣଙ୍କୁ ଏ ବିଷୟରେ ସଚେତନ କରିବେ ଦଳୀୟ କର୍ମକର୍ତ୍ତା। ଆସନ୍ତା ଅକ୍ଟୋବର ମାସ ୩୦ ତାରିଖ ବୁଧବାର ଦିନ ଓଡ଼ଗାଁ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ। ଏନେଇ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ  ସ୍ଥାନୀୟ ଓଡ଼ଗାଁ ବ୍ଲକ ରୋଡ଼ ସ୍ଥିତ କଲ୍ୟାଣମଣ୍ଡପ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଉକ୍ତ ପଦଯାତ୍ରା ରଘୁନାଥ ମନ୍ଦିର ପରିସରରୁ ବାହାରି ଖେଳପଡିଆ ସାହି ଦେଇ ଆମ୍ବତୋଟାଠାରେ ପହଞ୍ଚିବ ଓ ସେଠାରେ ଦଳୀୟ କର୍ମକର୍ତ୍ତାଙ୍କ ସମାବେଶ ଅନୁଷ୍ଠିତ ହେବ ବୋଲି ବୈଠକରେ ସ୍ଥିରୀକୃତ ହୋଇଛି। ଏହି ଅବସରରେ ବିଧାୟକ ସାହୁ ସାମାଜିକ ଗଣମାଧ୍ୟମକୁ ଅଧିକ ସକ୍ରିୟ…

Read More

ଉତ୍କଳ ଜ୍ୟୋତି ସମ୍ମାନରେ ସମ୍ମାନିତ ହେଲେ ବିଶ୍ୱବିଜିତା

ନୟାଗଡ,(ନୟାଗଡ଼ ଦର୍ପଣ): ଉତ୍କଳ ଜ୍ୟୋତି ସମ୍ମାନରେ ସମ୍ମାନିତ ହୋଇ ନୟାଗଡ ପାଇଁ ଗୌରବ ଆଣିଲେ ନୟାଗଡ଼ ସହର ସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ଷଷ୍ଠ ଶ୍ରେଣୀ ଛାତ୍ରୀ ବିଶ୍ଵବିଜିତା ମହାନ୍ତି। ଭୁବନେଶ୍ବର କଳିଙ୍ଗ ବୁଦ୍ଧ ମନ୍ଦିର ପରିସରରେ ଅକ୍ଟୋବର ୧୭ତାରିଖ ଗୁରୁବାର ଦିନ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଦ୍ଵାରା ଆୟୋଜିତ ଏକ ବର୍ଣାଢ୍ୟ ପରିବେଶରେ ସଭାମଞ୍ଚରେ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପ୍ରଫେସର ଡଃ ଅଶୋକ କୁମାର ମହାପାତ୍ର, ଡଃ ପ୍ରଭାସ ଆଚାର୍ଯ୍ୟ, ଡଃ କରୁଣାକର ପ୍ରଧାନ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ବିଶ୍ଵବିଜିତାଙ୍କୁ ଉତ୍କଳଜ୍ୟୋତି ସମ୍ମାନ ପ୍ରଦାନ କରିଥିଲେ। ପ୍ରକାଶ ଥାଉ କି’ ରାଜ୍ୟସ୍ତରୀୟ ଉତ୍କଳ ଜ୍ୟୋତି ପ୍ରତିଯୋଗିତାରେ ଭାଗନେଇ ବକୃତା, ଚିତ୍ରାଙ୍କନ, ସଂଗୀତ, ନୃତ୍ୟ, ସ୍ଵରଚିତ କବିତା, କବିତା ଆବୃତ୍ତି, ସାଧାରଣଜ୍ଞାନ, ଅଭିନୟ ସାଙ୍ଗକୁ ଗଣିତ, ଇଂରାଜୀ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖ୍…

Read More