ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷର ମର୍ଯ୍ୟାଦାପୂର୍ଣ୍ଣ ‘ନୟାଗଡ଼ ଗୌରବ’ ସମ୍ମାନ ପାଇବା ପାଇଁ ଯଶସ୍ୱୀ ସାରସ୍ୱତ ସାଧକ ତଥା ସ୍ୱନାମଧନ୍ୟ ନାଟ୍ୟକାର ଏବଂ ନାଟ୍ୟ ନିର୍ଦ୍ଦେଶକ ପ୍ରଫେସର ରାମଚନ୍ଦ୍ର ମିଶ୍ର ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିଭଳି ନୟାଗଡ଼ର ପ୍ରାକ୍ତନ ଡି.ଏଫ୍.ଓ ଏଚ୍.ଡି. ଧନରାଜଙ୍କୁ ‘ନୟାଗଡ଼ ବନ୍ଧୁ’ ସମ୍ମାନ, କବି ତିଳକ ଡ. ସୁରେଶ ଚନ୍ଦ୍ର ବରାଡଙ୍କୁ ‘ଦାସିଆ ଅଜା ସାହିତ୍ୟ ସମ୍ମାନ’, ବିଜ୍ଞାନସ୍ରଷ୍ଟା ଡ. ଗିରିଜା ଶଙ୍କର ମହାପାତ୍ରଙ୍କୁ ‘ପଠାଣି ସାମନ୍ତ ପ୍ରତିଭା ସମ୍ମାନ’, ସୁ-ସାହିତ୍ୟିକା ତଥା କବି ଡ. ସୁକାନ୍ତି ମହାନ୍ତିଙ୍କୁ ପଠାଣି ସାମନ୍ତ ସାହିତ୍ୟ ସମ୍ମାନ’, ସ୍ୱନାମଧନ୍ୟ ଲବ୍ଧପ୍ରତିଷ୍ଠିତ ଆଇନ୍ଜୀବୀ ବୃନ୍ଦାବନ ପଣ୍ଡାଙ୍କୁ ‘ପଠାଣି ସାମନ୍ତ ଆଇନ୍ସେବା ରତ୍ନ ସମ୍ମାନ’, ସଙ୍ଗୀତ ଗୁରୁ ରଜନୀକାନ୍ତ ମହାପାତ୍ରଙ୍କୁ ‘ପଠାଣି ସାମନ୍ତ ସଂଗୀତ ପ୍ରତିଭା ସମ୍ମାନ, ସମାଜସେବୀ ସୁଶ୍ରୀ ଉଷା ପଟ୍ଟନାୟକଙ୍କୁ ‘ପଠାଣି ସାମନ୍ତ ସେବା ସମ୍ମାନ’, କ୍ରିକେଟିୟର ତଥା କ୍ରିକେଟ ମ୍ୟାନେଜର ସଂଗ୍ରାମ କେଶରୀ ଗୁମାନସିଂଙ୍କୁ ‘ପଠାଣି ସାମନ୍ତ କ୍ରୀଡ଼ା ସମ୍ମାନ’, ପୁଜ୍ୟ ଗୁରୁଜୀ ନୀଳମାଧବ ନନ୍ଦଙ୍କୁ ‘ପଠାଣି ସାମନ୍ତ ଆଦର୍ଶ ଶିକ୍ଷକ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯିବ। ବିଶ୍ୱ ବିଶ୍ରୁତ ଜ୍ୟୋର୍ତିବିଜ୍ଞାନୀ ପଠାଣି ସାମନ୍ତଙ୍କ ୧୯୦ତମ ଜନ୍ମ ସ୍ମାରକୀ ପାଳନ ଅବସରରେ ପୁରୁଣାସହର ସ୍ଥିତ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ନିକଟସ୍ଥ ଯଦୁମଣି ମଣ୍ଡପ ଠାରେ ଚଳିତ ଡିସେମ୍ବର ମାସ ୧୩ ତାରିଖ (ଶୁକ୍ରବାର) ସନ୍ଧ୍ୟା ୬ଟା ସମୟରେ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସଙ୍ଗେ ସଙ୍ଗେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଭଜନ ଗାୟକ ରବିନ୍ଦ୍ର କୁମାର ମହାପାତ୍ର, ଶୈଳଭାମା ମହାପାତ୍ର ଏବଂ ସୁରଗନ୍ଧର୍ବ ନବକିଶୋର ମିଶ୍ରଙ୍କ ସମେତ ସ୍ଥାନୀୟ କଳାକାରମାନଙ୍କୁ ନେଇ ଏକ ଭଜନ ସମାରୋହର ଆୟୋଜନ କରାଯାଉଅଛି ବୋଲି ସଭାପତି ପ୍ରମୋଦ ପଟ୍ଟନାୟକ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି
Related posts
-
ପ୍ରଧାନମନ୍ତ୍ରୀ ଅନୁସୂଚୀତ ଜାତି ଅଭ୍ୟୁଦୟ ଯୋଜନାର ଉନ୍ନୟନ କାର୍ଯ୍ୟ କମିଟି ଦ୍ୱାରା ଅନୁମୋଦନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାକକ୍ଷରେ ପ୍ରଧାନମନ୍ତ୍ରୀ ଅନୁସୂଚୀତ ଜାତି ଅଭ୍ୟୁଦୟ ଯୋଜନାରେ ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ... -
ନୟାଗଡ଼ରେ ନୂଆ ଓଡ଼ିଶା ପ୍ରଶିକ୍ଷାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ମିନି କନଫରେନସ୍ ହଲରେ ନୂଆ ଓଡ଼ିଶା ତାଲିମ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ... -
ଭଏସ୍ ଅଫ୍ ନୟାଗଡ଼ ସେମିଫାଇନାଲ ଅନୁଷ୍ଠିତ, ଫାଇନାଲରେ ୧୦ଯୁବ କଣ୍ଠଶିଳ୍ପୀ
December 8, 2024 Jajati Comments Off on ଭଏସ୍ ଅଫ୍ ନୟାଗଡ଼ ସେମିଫାଇନାଲ ଅନୁଷ୍ଠିତ, ଫାଇନାଲରେ ୧୦ଯୁବ କଣ୍ଠଶିଳ୍ପୀନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସର୍ବବୃହତ ସଂଗୀତ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼, ସିଜନ୍ ୫ ର ସେମିଫାଇନାଲ ଅନୁଷ୍ଠିତ...