ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଥିବା ବହୁ ଚର୍ଚ୍ଚିତ ମୟୁରଝାଲିଆ ମାଙ୍କଡ଼ା ପଥର ଖଣି NGTଙ୍କ ନିର୍ଦ୍ଦେଶ ପରେ ବନ୍ଦ ରହିଥିଲା ଏବଂ ଏହି ମାମଲାରେ ୩ଜଣ ତହସିଲଦାର ଓ ୬ଜଣ ରାଜସ୍ବ କର୍ମଚାରୀ ନିଲମ୍ବିତ ହୋଇଥିଲେ। ଉକ୍ତ ଖଣିରୁ ଖଣି ମାଫିଆମାନେ ଆଜି ଅପରାହ୍ନରେ ଖଣି ଖନନ କରୁଥିବା ସମୟରେ ଚାନ୍ଦପୁର ଥାନାର ଆଇଆଇସି ଦିଲ୍ଲୀପ କୁମାର ସ୍ବାଇଁଙ୍କ ତତ୍ଵାବଧାନରେ ଏକ ଟିମ୍ ଖଣି ଉପରେ ଚଢ଼ାଉ କରି ଦୁଇଟି ପାୱାର ଟ୍ରିଲର ଜବତ କରିଛନ୍ତି । ଏହି ଚଢ଼ାଉ ପରେ ଖଣି ମାଫିଆମାନେ ଭୟଭୀତ ହୋଇ ପଡିଥିବା ଜଣାପଡ଼ିଛି ।
ମାଙ୍କଡ଼ା ପଥର ଖଣି ଉପରେ ଚଢ଼ାଉ
