ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ପାଣିପୋଇଲା ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ପଂଚଦଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ବିଦ୍ୟାମନ୍ଦିରର ସଂପାଦକ ମନୋରଂଜନ ପଣ୍ଡା ତତ୍ତ୍ଵାବଧାନରେ ଆୟୋଜିତ ସଭାରେ ସଭାପତିତ୍ୱ କରିବା ସହିତ ସ୍ୱାଗତ ଅଭିଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିଲେ। ଏଥିସହିତ ଶିଶୁପ୍ରେମୀ ଜନନାୟକ ପଣ୍ଡିତ୍ ନେହେରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶିଶୁମାନେ ଦେଶ ଗଠନରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ବଉଳସାହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଣୀ ବିଜ୍ଞାନର ଅଧ୍ୟାପକ ଆଲୋକ ଚନ୍ଦ୍ର ସାମନ୍ତରାୟ ସୋସିଆଲ ମିଡିଆରୁ ଶିଶୁଙ୍କୁ ଦୂରେଇ ରଖି ଆଦର୍ଶ ଛାତ୍ର ଗଠନ କରିବା ପାଇଁ ଅଭିଭାବକ ଯତ୍ନଶୀଳ ହେବା ନିମନ୍ତେ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ଶୁଭ୍ରାଂଶୁ ବିଶ୍ୱାଳ ଯୋଗଦେଇ ଆଧ୍ୟାତ୍ମିକତା , ନୈତିକତା ମନୁଷ୍ୟକୁ ଭଲ ମଣିଷ କରି ଗଢି ତୋଳିବାରେ ସହାୟକ ହୋଇପାରିବ ବୋଲି ମତ ରଖିଥିଲେ । ସମ୍ମାନିତ ଅତିଥିଭାବେ କବି ଗୋପୀନାଥ ସେଠୀ ଯୋଗଦେଇ ଶିଶୁଙ୍କୁ ମୋବାଇଲ୍ରୁ ଦୂରେଇ ରଖିବା ସହିତ ଉତ୍କଳୀୟ ସଂସ୍କୃତି ପରମ୍ପରାକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଧନେଶ୍ୱର ମହାନ୍ତି ଯୋଗଦେଇ ଶିଶୁମନ୍ଦିରର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ବିଭିନ୍ନ ପ୍ରତିଯୋଗୀତାରେ ସଫଳତା ଅର୍ଜନ କରିଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ଶିଶୁଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଦ୍ୟା ମନ୍ଦିରର ଗୁରୁମା’ଙ୍କର ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।
Related posts
-
ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ଦୁସ୍ଥ ଅସହାୟଙ୍କ ଆଶା ବାଡ଼ି
ନୟାଗଡ଼, (ନୟାଗଡ଼ ଦର୍ପଣ): ବାଉଁଶିଆ ପଡା ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ଶ୍ରୀ ଜଗନ୍ନାଥ ବରିଷ୍ଠ ନାଗରିକ ମଞ୍ଚର... -
ରଜନୀଗନ୍ଧା ସାହିତ୍ୟ ପତ୍ରିକା ର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ
ନୟାଗଡ, (ନୟାଗଡ଼ ଦର୍ପଣ): ମୁକୁଳିତ ରଜନୀଗନ୍ଧା ସାହିତ୍ୟ ପତ୍ରିକା ର ରୌପ୍ୟ ଜୟନ୍ତୀ ସମାରୋହ ଆଜି ନୀଳମାଧବ ହୋଟେଲ ଠାରେ ପୂର୍ବାହ୍ନ... -
ସିରିୟସ୍ ଜୋନ୍ ଆୟୋଜିତ ନାଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ “ଏବଂ କିଏ!”
January 18, 2025 Jajati Comments Off on ସିରିୟସ୍ ଜୋନ୍ ଆୟୋଜିତ ନାଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ “ଏବଂ କିଏ!”ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ଚାଲିଥିବା ନାଟକ ମହୋତ୍ସବର ଦ୍ଵିତୀୟ ସଂଧ୍ୟାରେ ବାଗଦେବୀ ଲିଟରେଚର ଟ୍ରଷ୍ଟ, ଭୁବନେଶ୍ବରର...