ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସାରସ୍ଵତ ସାଧକ, ଗାଳ୍ପିକ, ଔପନ୍ୟାସିକ, କାବ୍ୟକାର, କବି ଡ.ସୁରେଶ ଚନ୍ଦ୍ର ବରାଡଙ୍କ ଆଧ୍ୟାତ୍ମିକ ପୁସ୍ତକ “ଗୀତାର ପ୍ରଥମ ଶବ୍ଦ” ରଣପୁର ବିଧାୟିକା ତଥା ଓଡ଼ିଶାର ମାନ୍ୟବର ବାଚସ୍ପତି ସୁରମା ପାଢ଼ୀଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି। ଶରଣକୁଳ ପଥୁରିଆସାହି ଦାମୋଦର ଶିଶୁରାଇଜର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶ୍ରୀମତୀ ପାଢ଼ୀ ଡଃ.ବରାଡଙ୍କ ଏହି ପୁସ୍ତକର ଲୋକାର୍ପଣ କରିଥିଲେ। ଦାମୋଦର ଶିଶୁରାଇଜର ଏହି ସପ୍ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବିଭୁଦତ୍ତ ମହାପାତ୍ର ପୌରହିତ୍ୟ କରିଥିଲା ବେଳେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ବାଚସ୍ପତି ତଥା ରଣପୁର ନିର୍ବାଚନ ମଣ୍ଡଳୀ ବିଧାୟିକା ସୁରମା ପାଢ଼ୀ ଯୋଗଦେଇ ଉତ୍ସବର ଉଦ୍ଘାଟନ କରିଥିଲେ। ଜିଲ୍ଲା ପରିଷଦ ସଦସ୍ୟା ଚିନ୍ମୟୀ ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥିଭାବରେ ଶରଣକୁଳ ଗ୍ରା.ପ. ସରପଞ୍ଚ ମିନାକ୍ଷୀ ପ୍ରସାଦ ସାହୁ, ସମିତିସଭ୍ୟ ପ୍ରତୀକ ମହାପାତ୍ର ଓ ଯୁବ ସମାଜସେବୀ ପ୍ରମୋଦ କୁମାର ପ୍ରଧାନ ପ୍ରଭୁତି ଯୋଗଦେଇଥିଲେ। ପ୍ରଥମେ ଅତିଥିମାନଙ୍କ ଦ୍ୱାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ ପରେ ଅତିଥି ପରିଚୟ ପ୍ରଦାନ ପର୍ବ ଅନୁଷ୍ଠିତ ହୋଇଥିଲା। ପରେ ପରେ ସମ୍ପାଦକୀୟ ବିବରଣୀ ପାଠ କରାଯାଇଥିଲା। ମଞ୍ଚାସିନ ଅତିଥିମାନଙ୍କୁ ଅନୁଷ୍ଠାନ ତରଫରୁ ଉତ୍ତରୀୟ ଓ ଚାରା ବୃକ୍ଷ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏ ଅବସରରେ ଶରଣକୁଳ ଅଞ୍ଚଳର ସାହିତ୍ୟିକ ଡ.ବରାଡଙ୍କର ପୁସ୍ତକକୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଗହଣରେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର ଉପସ୍ଥିତ ରହି ଉନ୍ମୋଚନ କରିଥିଲେ। ମୁଖ୍ୟଅତିଥି ମାନ୍ୟବର ବାଚସ୍ପତି ଓଡିଶା ଶିଶୁଦିବସ ରାଜ୍ୟର ପୁରପଲ୍ଲୀର ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ବିକାଶ କରିବାରେ ସାହାଯ୍ୟ କରେ ବୋଲି କହିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ, ସଙ୍ଗୀତ, ମ୍ୟୁଜିକ ଚେୟାର, ଡ୍ରଇଂ ପ୍ରଯୋଗୀତା ହୋଇଥିବା ବେଳେ ମହିଳା ମାନଙ୍କ ଦ୍ୱାରା ଝୋଟି ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପ୍ରସଂଶାପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଦାମୋଦର ଶିଶୁରାଇଜର ସମସ୍ତ ସଦସ୍ୟ ସଦସ୍ୟା ସମେତ ପଥୁରିଆସାହିର ସମସ୍ତ ପରିବାରଙ୍କ ସହଯୋଗ କରିଥିଲେ। କବି କୁସୁମ ନିରାକାର ସ୍ୱାଇଁ, ନୃତ୍ୟ ନିର୍ଦ୍ଦେଶକ ଗୋଦାବରୀ ବସନ୍ତିଆ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସମାଜ ସେବୀ ତଥା ଗଣିତ ପ୍ରାଧ୍ୟାପକ ଆଶୁତୋଷ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନାରେ ସହଯୋଗ କରିଥିଲେ।
Related posts
-
ବସ ଧକ୍କାରେ ଭାଙ୍ଗିଲା ଦୁଇଟି ଘର, ଜଣେ ଗୁରୁତର ତିନି ଆହତ
ସରଣକୂଳ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ଶରଣକୁଳ ପୂର୍ତ୍ତବିଭାଗ ବଙ୍ଗଳା ନିକଟରେ ଭୁବନେଶ୍ୱରରୁ ଭଞ୍ଜନଗର ଯାଉଥିବା ଓଡି ୩୩ -ପି ୦୧୨୦... -
ବ୍ଲକ ସ୍ତରୀୟ ଗୀତାଆବୃତ୍ତି ପ୍ରତିଯୋଗିତା ଆୟୋଜିତ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ପ୍ରଜ୍ଞାନ ମିଶନ, ଓଡ଼ିଶା ଆନୁକୁଲ୍ୟରେ ଗୀତା ସୁଗୀତା କର୍ତବ୍ୟା କାର୍ଯକ୍ରମ ମାଧ୍ୟମରେ ଓଡ଼ଗାଁ ବ୍ଲକ ସ୍ତରୀୟ ଗୀତା... -
ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶୃତିକୁ ପ୍ରସଙ୍ଗ କରି ମଇଦାନକୁ ଓହ୍ଲାଇବ ବିଜେଡି
October 19, 2024 Jajati Comments Off on ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶୃତିକୁ ପ୍ରସଙ୍ଗ କରି ମଇଦାନକୁ ଓହ୍ଲାଇବ ବିଜେଡିନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶୃତିକୁ ପ୍ରସଙ୍ଗ କରି ବିଜେଡି ମଇଦାନକୁ ଓହ୍ଲାଇବ। ଜନସାଧାରଣଙ୍କୁ...